spot_img
Home Blog Page 5103

ଆଖି ବୁଜିଲା ଇଣ୍ଟରନେଟ ସେନସେସନ ଗରିଲା ନାଦାକସି

ନୂଆଦିଲ୍ଲୀ:  କିଏ କେତେବେଳେ ଇଣ୍ଟରନେଟ୍‌ ସେନସେସନ ହେବ କହିବା କାଠିକର । ସେ କୌଣସି ଫିଲ୍ମର ହିରୋ ହୋଇପାରନ୍ତି ବା କୌଣସି ପର୍ବତାଞ୍ଚଳ ସୁନ୍ଦରୀ । ୨୦୧୯ରେ ସେହିଭଳି ଏକ ଇଣ୍ଟରନେଟ ସେନସସନ ସାମ୍ନାକୁ ଆସିଥିଲା ।  । କିନ୍ତୁ ସେ କୌଣସି ହିରୋ ବା ହିରୋଇନ ନୁହଁନ୍ତି ବରଂ ଏକ ଗୋରିଲା । ବିଗତ ୨୦୧୯ରେ ଜଣେ ପାର୍କ ରେଞ୍ଜରଙ୍କ ସହ ସେଲଫି ଦେଇ ବିଶ୍ୱବ୍ୟାପୀ ଚର୍ଚ୍ଚାର କାରଣ ସାଜିଥିଲା ନାଦାକସି ନାମକ ୧୨ ବର୍ଷୀୟ ଏକ ଗରିଲା । ଗରିଲାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ସେହି ଗରିଲା ସହିତ ସେଲ୍ଫି ନେବାପାଇଁ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ଦେଖିବାକୁ ମିଳିଥିଲା ।

ଏହି ଇଣ୍ଟରନେଟ ସେନସେସନ  ବା ନାଦାକାସିକୁ ନେଇ ଆସିଛି ଏକ ଦୁଃଖଦ ଖବର ।  ନାଦାକସି  କଙ୍ଗୋର ଭିରୁଙ୍ଗା ନ୍ୟାସନାଲ ପାର୍କରେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସବୁଦିନ ପାଇଁ ଆଖି ବୁଜିଛି । ଗରିଲାର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ପାର୍କ କର୍ତ୍ତୃପକ୍ଷ।  କୁହାଯାଏ କେବେ କେବେ ମଣିଷ ଆଉ ମଣିଷ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ିବାକୁ ବର୍ଷ ବର୍ଷ ସମୟ ଲାଗିଯାଏ, ତାହା କିଛି କ୍ଷଣ ମଧ୍ୟରେ ନିରୀହ ପଶୁ ସହିତ ଯୋଡ଼ି ହୋଇଯାଏ । ସେମାନେ ସାମାନ୍ୟ ସ୍ନେହ ମମତା ପାଇବାମାତ୍ରେ ଏଭଳି ମଣିଷ ପ୍ରେମରେ ବାନ୍ଧି ହୋଇଯାନ୍ତିଯେ, ସାରା ଜୀବନ ସେଇଠି ବନ୍ଧା ପଡ଼ିଯାନ୍ତି ନିଜ ଇଛାରେ । ସେହିଭଳି ସମାନ ଘଟଣା ଘଟିଥିଲା ନାଦାକାସି ନାମକ ଗରିଲା ନିକଟରେ । ସେ ମଧ୍ୟ ମଣିଷ ପ୍ରେମରେ ବନ୍ଧା ପଡ଼ିଥିଲା ।  ସୂଚନା ଅନୁସାରେ ଆନ୍ଦ୍ରେ ବମା ନାମକ ଜଣେ ବ୍ୟକ୍ତି ଗରିଲା ଛୋଟ ହୋଇଥିବା ବେଳେ ଖୁବ୍‌ ଆଦରର ସହିତ କୋଳେଇ ନେଇଥିଲେ ।

 ରିପୋର୍ଟ ଅନୁସାରେ ମାତ୍ର ୨ ମାସର ହୋଇଥିଲା ଗରିଲା । ଆତଙ୍କବାଦୀଙ୍କ ଗୁଳିରେ ମା ଗରିଲା  ଚିରଦିନ ପାଇଁ ନିଘୋର ନିଦ୍ରାରେ ଶୋଇ ଯାଇଥାଏ, କିନ୍ତୁ ନାଦାକସି ଯେ, ନିରୀହ ଶିଶୁ ସେ, ମା’କୁ ଜାବୁଡ଼ି ଧରି ସେମିତି ପଡ଼ି ରହିଥାଏ । ମା’ ଉଠିବ ଆଉ ତାକୁ କୋଳେଇ ନେବ । କିନ୍ତୁ ତା ମା କେବେ ଆଉ ଉଠିବନି ସେ ଜାଣିନଥିଲା । ଏହି ସମୟରେ ତା ପାଇଁ ଦେବଦୂତ ସାଜିଥିଲେ ଫରେଷ୍ଟ ରେଞ୍ଜର । ତା ପରେ ପାର୍କ ଅନ୍ତର୍ଗତ ସେଙ୍କେଓ୍ୱେକେ ସେଣ୍ଟରକୁ ପିଲା ଗରିଲାକୁ ନିଆଯାଇ ଲାଳନପାଳନ କରାଯାଇଥିଲା । ଏହି ସେଙ୍କେଓ୍ୱେକେ ସେଣ୍ଟର ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ଅନାଥ ଗରିଲାମାନଙ୍କୁ ରଖାଯାଇଥାଏ । କିନ୍ତୁ ୨୦୧୯ରେ ପାର୍କ ରେଞ୍ଜର ମାଥ୍ୟୁ ସମ୍ଭୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସେଲ୍ଫି ନେବାପରେ ଇଣ୍ଟରନେଟ ସେନସେସନ ହୋଇ ଯାଇଥିଲା ନାଦାକସି ।

 

 କିନ୍ତୁ ଗତ କିଛି ଦିନ ହେବ ନାଦାକସିର ଶରୀର ଖୁବ୍‌ ଅସୁସ୍ଥ ହୋଇ ପଡ଼ିଥିଲା । ଅନେକ ଚେଷ୍ଟାପରେ ନାଦାକାସିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନାହିଁ । ଶେଷରେ ୨୬ ସେପ୍ୱେମ୍ବରରେ ନାଦାକାସି କେୟାରଟେକର  ବମାଙ୍କ କୋଳରେ ସବୁଦିନ ପାଇଁ ଆଖି ବୁଜିଦେଲା । ଗରିଲା ବମାଙ୍କ କୋଳରେ ଆଖି ବୁଜିଥିବା ଫଟୋ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ବମା କୁହନ୍ତି ନାଦାକସିର ସ୍ୱଭାବ ଏବଂ ଜ୍ଞାନ ପଶୁଙ୍କୁ ବୁଝିବା ଶିଖେଇ ଦେଇଥିଲା ।  ତେଣୁ ସେମାନଙ୍କ ସୁରକ୍ଷା ଆମର ଗୁରୁ ଦାୟିତ୍ୱ ହେବା ଉଚିତ୍‌ ମୁଁ ବୁଝି ଯାଇଥିଲି ।

ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍

ଭୁବନେଶ୍ୱର: କୋଭିଡ୍ ପାଇଁ ଅନଲାଇନ୍ କ୍ଲାସକୁ ଦିଆଯାଉଛି ପ୍ରୋତ୍ସାହନ । ହେଲେ ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପାଠପଢ଼ା ନେଇ କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।

Online Classes During Covid, 15 Lakh Students Of Odisha Have No Phones

ଦେଶରେ ଝାଡ଼ଖଣ୍ଡରେ ସର୍ବାଧିକ ୩୨ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ ନଥିବା ବେଳେ କର୍ଣ୍ଣାଟକରେ ୩୧ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ୍ ନାହିଁ । ମଧ୍ୟପ୍ରଦେଶ ଓ ଜାମ୍ମୁ-କଶ୍ମୀରରେ ୭୦% ପିଲାଙ୍କ ପାଖରେ ମୋବାଇଲ ନଥିବା ବେଳେ, ତାମିଲନାଡୁର ୧୭ହଜାରରୁ ଅଧିକ ପିଲାଙ୍କ ପାଖରେ ନାହିଁ ମୋବାଇଲ ।

ଏଥିସହ ପଢ଼ନ୍ତୁ: କରୋନାର ବିନାଶକାରୀ ପରିଣାମ, ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରୁ ବଞ୍ଚିତ

ଜୁନ୍ ୩୦ ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି । ସେଥିମଧ୍ୟରୁ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ ତଥ୍ୟ ଦେଇନଥିବା ବେଳେ ପଶ୍ଚିମବଙ୍ଗରେ ସର୍ଭେ ଜାରି ରହିଛି ।

ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହ

ଷ୍ଟକହୋମ: ସାହିତ୍ୟ ପାଇଁ ନୋବେଲ ଘୋଷଣା   । ୨୦୨୧ ମସିହା ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ପାଇବେ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍‌ନାହ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଙ୍କୁ ଚଳିତ ଥର ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛି ନୋବେଲ ଚୟନ କମିଟି  । 1

948, ତାଞ୍ଜାନିଆର ଜଞ୍ଜିବାରରେ ଅବଦୁଲ ରଜାକ ଗୁର୍‌ନାହଙ୍କ ଜନ୍ମ । ହେଲେ ୬୦ ଦଶନ୍ଧିର ଶେଷରେ ସେ ଜଣେ ଶରଣାର୍ଥୀ ଭାବରେ ଇଂଲଣ୍ଡ ପଳାଇ ଆସିଥିଲେ । ଅବସର ପୂର୍ବରୁ ରଜାକ କେଣ୍ଟ ବିଶ୍ବବିଦ୍ୟାଳୟ, କ୍ୟାଣ୍ଟରବରୀରେ ଇଂରାଜୀ ଓ ଉତ୍ତର ଔପନିବେଶିକ ସାହିତ୍ୟତ ପ୍ରାଧ୍ୟାପକ ଥିଲେ । ଗୁରନାହଙ୍କ ଚତୁର୍ଥ ଉପନ୍ୟାସ ‘ପାରାଡାଇସ'(1994) ତାଙ୍କୁ ଜଣେ ଲେଖିକ ରୂପେ ପରିଚୟ ପ୍ରଦାନ କରିଥିଲା  ।  ୯୦ ଦଶନ୍ଧି ପାଖାପାଖି ପୂର୍ବ ଆଫ୍ରିକାର ଏକ ଅନୁସନ୍ଧାନ ଯାତ୍ରା ସମୟରେ ସେ ଏହାକୁ ଲେଖିଥିଲେ ।

ପାରାଡାଇସ ଉପନ୍ୟାସ ଦର୍ଶକଙ୍କ ଆଦୃତ ହୋଇଥିଲା  । ଏଭଳି ଏକ ମାର୍ମିକ ଲେଖା ସମଗ୍ର ବିଶ୍ୱରେ ତାଙ୍କୁ ପରିଚୟ ପ୍ରଦାନ କରିଥିଲା  ।  ଏହା ଏକ ଦୁଃଖଦ ପ୍ରେମ କାହାଣୀ, ଯେଉଁଥିରେ ଦୁନିଆ ଓ ମାନ୍ୟତା ମଧ୍ୟରେ ପରସ୍ପର ସଂଘର୍ଷର କଥା ଉଲ୍ଲେଖ ରହିଛି । ଅବଦୁଲ ରଜାକ ଯେଉଁଭଳି ଭାବରେ ଶରଣାର୍ଥୀ ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି, ତାହା ବିରଳ ଅଟେ । ସେ ପରିଚୟ ଏବଂ ଆତ୍ମ-ପ୍ରତିଛବି ଉପରେ ଧ୍ୟାନ ଦିଅନ୍ତି ।

୨୦୦୮ ଫେବ୍ରୁଆରୀ ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲା, ୨ ମାଓ ନେତା ୨ଟି ମାମଲାରେ ନିର୍ଦ୍ଦୋଷ

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ଫେବ୍ରୁଆରୀ ୧୫ ନୟାଗଡ଼ ମାଓବାଦୀ ଆକ୍ରମଣ ଘଟଣା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ମାଓ ନେତା । ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ଆଦି ୨ଟି ପୃଥକ ମାମଲାରେ ମାଓନେତା ଆଜାଦ ଓ ସବ୍ୟସାଚି ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

2008 Nayagarh Maoist Attack Case, Two Mao Leader Acquitted

ନୟାଗଡ଼ ଟାଉନ ଥାନା ଆକ୍ରମଣ, ନୂଆଗାଁ ଥାନା ପୋଡ଼ି, ଦଶପଲ୍ଲା ଥାନା ପୋଡ଼ି ସହ ଅସ୍ତ୍ରାଗାର ଲୁଟ୍ ଭଳି ୯ଟି ପୃଥକ ମାମଲା ହୋଇଥିଲା । ସେଥିମଧ୍ୟରୁ ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ଆଦି ଦୁଇଟି ମାମଲାରେ ନୟାଗଡ଼ ଜିଲ୍ଲା ଜଜ କୋର୍ଟ ଶୁଣାଣି ଶେଷ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନିଜ ମନକଥା କହିବାକୁ ଯାଇ କେଉଁ କଥାରୁ ଉଠାଇଲେ ପରଦା, ଜାଣନ୍ତୁ..

ଶୁଣାଣି ଶେଷ ହେବା ସହ ଉଭୟ ମାଓନେତାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଜଜ୍ । ଆସନ୍ତାକାଲି ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା ବଳପୂର୍ବକ ଭାବେ ଦଶପଲ୍ଲାରେ ନଡ଼ିଆ ବୋଝେଇ ଟ୍ରକ୍ ଅପହରଣ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୦୮ ମାଓବାଦୀ ଆକ୍ରମଣରେ ୧୩ ପୋଲିସ କର୍ମଚାରୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଆର୍ଯ୍ୟନ ଜାମିନ୍ ଖାରଜ, NCB ରିମାଣ୍ଡରେ ଅଛନ୍ତି କିଙ୍ଗଖାନଙ୍କ ପୁଅ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ଖାରଜ ହୋଇଛି  । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଆର୍ଯ୍ୟନ
ଜାମିନ୍ ଖାରଜ କରିଛନ୍ତି ମୁମ୍ବାଇର କିଲ୍ଲା କୋର୍ଟ  । ଆର୍ଯ୍ୟନଙ୍କ ଓକିଲଙ୍କ ଦ୍ୱାରା କୋର୍ଟରେ ଜାମିନ ନେଇ ହୋଇଥିଲା ଆବେଦନ  । ଗୁରୁବାର କୋର୍ଟ ଜାମିନ ପ୍ରଦାନକୁ ଖାରଜ କରିଦେଇଥିବା ଜଣାପଡ଼ିଛି  । ସେପଟୋ କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି  ।

ମୁମ୍ବାଇର ଏକ ଜାହାଜରେ କ୍ରୁଜ୍ ପାର୍ଟି ଚାଲିଥିବାବେଳେ ଏନସିବି ଦ୍ୱାରା ଗିରଫ ହୋଇଥିଲେ  । ସେପଟେ ଏନସିବି ଗିରଫ କରିବା ପରେ ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଛି  । ଆର୍ଯ୍ୟନଙ୍କ ବନ୍ଧୁଙ୍କ ନିକଟରୁ ବିପୁଣ ପରିମାଣର ଡ୍ରଗ୍ସ ଏବଂ ଅନ୍ୟ ମାଦକ ଦ୍ରବ୍ୟ ଜବତ କରିଥିଲା ଏନସିବି  । ଏଥିରେ ଆର୍ଯ୍ୟନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବାବେଳେ ଖୋଦ ଆର୍ଯ୍ୟନ ହିଁ ଉକ୍ତ କାର୍ଯ୍ୟରେ ସଂଶ୍ଲିଷ୍ଟ ରହିଥିବା ଏନସିବି କହିଛି  ।

ବର୍ଷକରେ ରାଜ୍ୟରେ ପ୍ରେମ ଯୋଗୁଁ ଯାଇଛି ୫୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ପ୍ରେମ ଜନିତ ହତ୍ୟାକାଣ୍ଡ । ପ୍ରତିଶୋଧର ନିଆଁରେ ଜଳି ପୋଡ଼ି ପାଉଁଶ ହେଉଛି ଭଲ ପାଇବା । ଗତ ବର୍ଷ ୫୯ ଜଣ ପ୍ରେମ ଯଜ୍ଞରେ ବଳି ପଡ଼ିଥିବା ବେଳେ ସାରା ଦେଶରେ ପ୍ରେମ ଜନିତ ହତ୍ୟାକାଣ୍ଡରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା ।

ଲଭ, ସେକ୍ସ, ଧୋକାର ସାଇଡ ଇଫେକ୍ଟ । ବର୍ଷକରେ ପ୍ରେମ ନେଇଛି ୫୯ ଜୀବନ । ପ୍ରେମ ଜନିତ ମୃତ୍ୟୁରେ ଦେଶରେ ସପ୍ତମ ସ୍ଥାନରେ ଓଡ଼ିଶା । ରେକର୍ଡ ସଂଖ୍ୟାରେ ଆଗରେ ୟୁପି । ପ୍ରେମ ସତ୍ୟ, ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ହେଲେ ଏବେ ବଦଳି ଯାଇଛି ଏହାର ପରିଭାଷା । ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ରାଜ୍ୟରେ ପ୍ରେମ ଜନିତ ମୃତ୍ୟୁରେ ୫୯ ଜଣଙ୍କ ଜୀବନ ଯାଇଛି । ଉତ୍ତରପ୍ରଦେଶରେ ପ୍ରେମ ପାଇଁ ସର୍ବାଧିକ ୩୫୧ ଜଣଙ୍କ ଜୀବନ ହାରିଛନ୍ତି । ଉଭୟ ବିହାର, ଗୁଜରାଟରେ ଗତବର୍ଷ ୧୭୦ ଲେଖାଏଁ ମୁଣ୍ଡ ଗଡ଼ିଥିବା ବେଳେ ମଧ୍ୟପ୍ରଦେଶରେ ୧୪୭ ଜଣଙ୍କ ଜୀବନ ଯାଇଛି ।

 59 Died In One Year For Love Odisha

ବିଗତ ୩ ବର୍ଷ ଧରି ଓଡ଼ିଶାରେ ବଢ଼ି ଚାଲିଛି ପ୍ରେମ ଜନିତ ମୃତ୍ୟୁ । କରୋନା, ବେକାରୀ ସମସ୍ୟା, ସୋସିଆଲ ମିଡିଆର ଅପବ୍ୟବହାର ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । କାହାର ପ୍ରାଇଭେଟ ପାର୍ଟରେ ଟାଟ୍ଟୁକୁ ନେଇ ବିବାଦତ ଆଉ କେଉଁଠି ସ୍ୱାମୀ ନଥିବା ବେଳେ ଘରେ ପଶୁଛି ପର ପୁରୁଷ । ପୁଣି ଆଉ କେଉଁଠି ସ୍ୱାମୀ କଲାଣି ସ୍ତ୍ରୀର ଭିଡିଓ ଭାଇରାଲ ।

ଆଧୁନିକତା ଆଳରେ ଏଭଳି ଘଟଣାକୁ ନେଇ ପ୍ରକାଶ ପାଇଛି ଉଦବେଗ  । ଅବାଟରେ ଯିବା ପୂର୍ବରୁ ନିଜ ପିଲାଙ୍କୁ ଅଭିଭାବକ ସୁଧାରିନିଅନ୍ତୁ ବୋଲି କହିଛନ୍ତି ସମାଜସେବୀ । ପରସ୍ପର ମଧ୍ୟରେ ଅବିଶ୍ୱାସ, ଅସହିଷ୍ଣୁତା, ଆର୍ଥିକ ଅନାଟନ ପ୍ରଭୃତିକୁ ଦାୟୀ କରାଯାଇଥିବା ବେଳେ ପରିବାରର ମଧ୍ୟ ଦୋଷ ଥିବା କହିଛନ୍ତି ବିଶେଷଜ୍ଞ ।

ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଏବେ ବି ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁରୀରେ ଅଘଟଣ । ଭାସିଗଲେ ୩ଜଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨ଜଣ ଉଦ୍ଧାର ହୋଇଥିବାବେଳେ, ଜଣେ ଏବେବି ନିଖୋଜ ଅଛନ୍ତି। ସେପଟେ ମିଳିଥିବା ସୂଚନା ମୁତାବକ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ସହିଦ ଅନଓ୍ବର । ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ ସମୟରେ 3ଜଣ ପର୍ଯ୍ୟଟକ ବୁଡିଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡଙ୍କ ମିଳିତ ପ୍ରୟାସରେ 2ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ପର୍ଯ୍ୟଟକ ଦ୍ବୟ ହେଲେ ଭଦ୍ରକର ରହେସ କୁମାର ସିଂ ଓ ଅନୁଗୁଳର ଓମ ପ୍ରକାଶ ୟାଦବ । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଖୋଜ ସହିଦ ଅନଓ୍ବରଙ୍କ ଠିକଣା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମିଳି ପାରିନାହିଁ ।

ସହାରନପୁରରେ ଅଟକ ସିଦ୍ଧୁ, ମୃତକଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ

ଲକ୍ଷ୍ନୌ: ଲକ୍ଷୀମପୁର ଅଭିମୁଖେ ଯାଉଥିବା ନବଜୋତ ସିଂହ ସିଦ୍ଧୁ ଙ୍କ ଗାଡ଼ିକୁ ଅଧାରେ ଅଟକାଇଲା ଉତ୍ତରପ୍ରଦେଶ ପୋଲିସ  । ମୃତ ଚାଷୀଙ୍କ ପରିଜନଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବା ପଞ୍ଜାବ କଂଗ୍ରେସ ନେତା ନବଜୌତ ସିଦ୍ଧୁଙ୍କୁ ସହାରନପୁର ନିକଟରେ ପୋଲିସ ଅଚକ ରଖିବା ସହ ଲଖୀମପୁର ଯିବାକୁ ଅନୁମତି ଦେଇନଥିଲା  । ଉତ୍ତରପ୍ରଦେଶ ପ୍ରଶାସନ କେବଳ ୫ ଜଣ ନେତାଙ୍କୁ ଉକ୍ତ ସ୍ଥାନକୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲା  । କିନ୍ତୁ ସାଥିରେ ଆସିଥିବା ଅନ୍ୟ ନେତା ଓ କର୍ମୀଙ୍କ ଗାଡ଼ିକୁ ମଧ୍ୟ ଅନୁମତି ଦେବାନେଇ ଅଡି ବସିଥିଲେ ସିଦ୍ଧୁ  ।

ଯିବୁ ଯଦି ସମସ୍ତେ ଯିବୁ, ନଚେତ ଏଇଠାରେ ସଭିଙ୍କୁ ପୋଲିସ ଗିରଫ କରୁ ବୋଲି କହିଥିଲେ ପୂର୍ବତନ କଂଗ୍ରେସ ପିସିସି ଅଧ୍ୟକ୍ଷ  ନବଜୋତ ସିଂହ ସିଦ୍ଧୁ  ସିଦ୍ଧୁ। ସେପଟେ ବିଜେପିକୁ ଲଗାତର ଟାର୍ଗେଟ କରି ଆସୁଛନ୍ତି ସିଦ୍ଧୁ  । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବିନା କାରଣରେ ଅଟକ ରଖିବା  । ଏମିତିକି ଅଟକକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କୁ କୋର୍ଟରେ ଦାଖଲ କରାନଯିବା ନେଇ କେନ୍ଦ୍ର ସରକାର ଏବଂ ଉତ୍ତୟର ପ୍ରଦେଶ ସରକାରକୁ ବିରୋଧ କରି ଆସୁଛନ୍ତି ସିଦ୍ଧୁ  ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ  ଅଜୟ ମିଶ୍ରଙ୍କ ପୁଅକୁ ତୁରନ୍ତ ଗିରଫ କରିବା ନେଇ ପୂର୍ବରୁ ଦାବି କରିଥିଲେ ସିଦ୍ଧୁ  । ସେ ଏକଥା ମଧ୍ୟ କହିଥିଲେ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ଯଦି ତୁରନ୍ତ ଖଲାସ ନକରେ ତେବେ ଆଗାମୀ ଦିନରେ ପଞ୍ଜାବ କଂଗ୍ରେସ ଲଖୀମପୁର ଖେରୀରେ ବିରାଟ ଶୋଭାଯାତ୍ରା କରିବ  ।

ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନିଜ ମନକଥା କହିବାକୁ ଯାଇ କେଉଁ କଥାରୁ ଉଠାଇଲେ ପରଦା, ଜାଣନ୍ତୁ..

ଭୁବନେଶ୍ୱର: ମଞ୍ଚରେ ମନ କଥା କହିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ବଣ୍ଟନ ବେଳେ ମନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର କେହି ସଦସ୍ୟ ଅସୁସ୍ଥ ହୋଇ ପଡ଼ିଲେ, ଆମ ଚିନ୍ତା ବଢ଼ିଯାଇ ଥାଏ । ସବୁଠାରୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଟଙ୍କା । ଚିକିତ୍ସା ପାଇଁ କିଏ ଜମି ବିକେ ତ କିଏ ସୁନା ବିକେ । କେହି କେହି ଋଣ କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରି ଦେଇଥାନ୍ତି । ଏକଥା ଶୁଣି ବହୁତ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Reveals Why He Feeling Sad ?

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଲୋକଙ୍କୁ ଏଭଳି ସୁବିଧା ଯୋଗାଉଛି ଓଡ଼ିଶା । ରାଜ୍ୟର ୯୬ ଲକ୍ଷ ପରିବାର ବିଏସକେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ମିଳିବ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ମାଗଣାରେ ଚିକିତ୍ସା ସେବା ମିଳିବ ।

CM Naveen Reveals Why He Feeling Sad

ଏହି ଯୋଜନାରେ ପରିବାରର ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ମାର୍ଟ କାର୍ଡ ଆପଣଙ୍କ ଏହି ସମସ୍ୟା ଦୂର କରିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଆପଣ ଏ ଟଙ୍କାରୁ ସଞ୍ଚୟ କରିପାରିବେ । ପିଲାଙ୍କ ପାଠପଢା଼ ସହ ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ । ସିଏଚସିରୁ ନେଇ ସରକାରୀ ମେଡିକାଲରେ ସରକାର ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ସରକାରୀ ମେଡିକାଲରେ ଡାଏଲେସିସ୍, କେମୋ ଥେରାପି, ସିଟି ସ୍କାନ୍, ଏମଆରଆଇ ସୁବିଧା ମାଗଣାରେ ଉପଲବ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Reveals Why He Feeling Sad

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବ୍ରହ୍ମଗିରିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୩ ଶହ ଶଯ୍ୟା ବିଶିଷ୍ଟ ହେବ ପୁରୀ ଜିଲ୍ଲା ହସ୍ପିଟାଲ

ବ୍ରହ୍ମଗିରି: ପୁରୀ ଜିଲ୍ଲାରେ ଆରମ୍ଭ ହେଲା ବିଏସକେୱାଇ କାର୍ଡ ବଣ୍ଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରିରୁ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ବ୍ରହ୍ମଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ବିଏସକେୱାଇ ଦ୍ୱାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦୦୬ କୋଟି ୮୨ ଲକ୍ଷ ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

CM Naveen Announces To Increase Beds In Puri District Hospital

ପୁରୀ ମହାପ୍ରଭୁଙ୍କ ପବିତ୍ର ଧାମ । ଧାମର ବିକାଶ ଆମର ଦାୟିତ୍ୱ । ନିକଟରେ ସରକାର ପୁରୀ ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଲୋକମାନେ ଏବେ ଟ୍ୟାପରୁ ଆଇଏସଓ ଗୁଣବତ୍ତା ମାନର ପାଣି ପାଉଛନ୍ତି । ଏଭଳି ସୁବିଧା ପାଇବାରେ ପୁରୀ ସାରା ଦେଶରେ ପ୍ରଥମ । ଲଣ୍ଡନ, ନ୍ୟୁୟର୍କ ଓ ଟୋକିଓ ସହର ଭଳି ପୁରୀ ବାସୀ ସୁବିଧା ପାଉଛନ୍ତି ।

CM Naveen Announces To Increase Beds In Puri District Hospital

ଭଲ ପିଇବା ପାଣି ବ୍ରହ୍ମଗିରି ଅଞ୍ଚଳର ସମସ୍ୟା । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ପାଇଁ ୩୪୩ କୋଟି ଟଙ୍କାର ୨ଟି ମେଗା ପାଇପ୍ ପାଣି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ୨ ବ୍ଲକର ୧୯୧ଟି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ୩୫ କୋଟି ଟଙ୍କାରେ ପୁରୀ ଜିଲ୍ଲା ହସ୍ପିଟାଲକୁ ୩ ଶହ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍ ଚିକିତ୍ସା ସହ ଟେଷ୍ଟିଂକୁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି ।

CM Naveen Announces To Increase Beds In Puri District Hospital

ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି । ରାଜ୍ୟର ୯୬ ଲକ୍ଷ ପରିବାର ବିଏସକେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀ ଏହି ସୁବିଧା ପାଇବେ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସିତ ହୋଇପାରିବେ ।

CM Naveen Announces To Increase Beds In Puri District Hospital

ପରିବାରର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ । ଚିକିତ୍ସା ପାଇଁ କିଏ ଜମି ବିକେ ତ କିଏ ସୁନା ବିକେ । କେହି କେହି ଋଣ କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରି ଦେଇଥାନ୍ତେ । ଏକଥା ଶୁଣିଲେ ମୋତେ ଦୁଃଖ ଲାଗେ । ସ୍ମାର୍ଟ କାର୍ଡ ଆପଣଙ୍କ ଏହି ସମସ୍ୟା ଦୂର କରିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି, ଆପଣ ସଞ୍ଚୟ କରିପାରିବେ । ସରକାରୀ ମେଡିକାଲରେ ଡାଏଲେସିସ୍, କେମୋ ଥେରାପି, ସିଟି ସ୍କାନ୍, ଏମଆରଆଇ ସୁବିଧା ମାଗଣାରେ ଉପଲବ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମାଲକାନଗିର, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।