ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; କିଛି କିଛି ସ୍ଥାନରେ AQI ୭୦୦ ପାର

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲି ଯାଇଛି । ବାୟୁ ପ୍ରଦୂଷଣରେ ଅଣ ନିଶ୍ବାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ ହେବାରେ ଲାଗିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । କିନ୍ତୁ ଏହି ନିୟମକୁ ଅଣଦେଖା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ଦିଲ୍ଲୀରେ AQI ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଇଛି । ରାଜଧାନୀ ଦିଲ୍ଲୀରେ ଆଉ ଥମିବାରେ ନାଁ ନେଉନାହିଁ । ତେବେ ଆଜି ଦିଲ୍ଲୀର କିଛି ଏରିଆରେ ଏୟାର କ୍ୱାଲିଟି ୭୦୦ରୁ ଅଧିକ ରେକର୍ଡ କରାଯାଇଛି । ତେବେ ହାରାହାରି ଯଦି ଦେଖିବା ତାହାଲେ ହାରାହାରି ଏୟାରକ୍ବାଲିଟି ୩୬୦ରେ ରହିଛି । ସିଷ୍ଟମ ଅଫ ଏୟାର କ୍ୱାଲିଟି ଆଣ୍ଡ ପାଣିପାଗ ପୂର୍ବାନୁମାନ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୬୦ରେ ରହିଛି । ଏହି ଏୟାର କ୍ୱାଲିଟି ବହୁତ ଖରାପ ଶ୍ରେଣୀରେ ଆସୁଛି ।

ଦିଲ୍ଲୀ ଏନସିଆରର ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ପାଇଁ ଭିଜିବିଲିଟି ଉପରେ ଏହାର ପ୍ରଭାବ ପଡ଼ିଛି । ପବନରେ ଧୂଆଁର ମୋଟ ଚାଦର ଦେଖାଯାଉଛି । କୁତୁବ ମିନାର, ଲୋଟସ ଟାଓ୍ୱାର ଏବଂ ଅକ୍ଷରଧାମ ମନ୍ଦିରର ପାଖରେ କମ୍ ଭିଜିବିଲିଟି ରେକର୍ଡ କରାଯାଇଛି । ଏଥିସହ ବିଷାକ୍ତ ପବନ ପାଇଁ ସାଧାରଣ ଲୋକ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଜି ଦିଲ୍ଲୀର AQI ୩୬୦ ରେକର୍ଡ କରାଯାଇଛି । କିନ୍ତୁ ଦିଲ୍ଲୀର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବାୟୁର ଗୁଣବତ୍ତା ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀର ବଜୀରପୁର ଓ ଜାହାଙ୍ଗୀରପୁରରେ ଆଜି AQI ୭୦୦ରୁ ଅଧିକ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଏ । ତେବେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୦ ରେକର୍ଡ କରାଯାଇଛି

Leave a Reply