ଜାନୁଆରୀ ୨୬ ଦିଲ୍ଲୀ ଟ୍ରାକ୍ଟର ରାଲିରେ ସାମିଲ୍ ହୋଇ ଗିରଫ ହୋଇଥିବା ୮୩ ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା

ଚଣ୍ଡିଗଡ଼: ଉପଦ୍ରବକାରୀଙ୍କୁ ସହାୟତା ଦେବେ ପଞ୍ଜାବ ସରକାର । ଗତ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ଚାଷୀଙ୍କ ଟ୍ରାକ୍ଟର ରାଲିରେ ସାମିଲ ହୋଇ ଗିରଫ ହୋଇଥିବା ୮୩ ଜଣ ଆନ୍ଦୋଳନକାରୀଙ୍କୁ ପଞ୍ଜାବ ସରକାର ସହାୟତା ଦେବେ । ପଞ୍ଜାବ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ସୂଚନା ଦେଇଛନ୍ତି ।

Punjab Government Will Give Compensation Of 2 Lakh To Those Arrested In Republic Day Tractor Rally

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପ୍ରାୟ ଏକ ବର୍ଷ ଧରି ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏଭଳି ସମୟରେ ପଞ୍ଜାବ କଂଗ୍ରେସ ସରକାରଙ୍କ ଏହି ଘୋଷଣା କେନ୍ଦ୍ରକୁ ଅଡୁଆରେ ପକାଇଛି । ଗତ ଜାନୁଆରୀ ୨୬ ତାରିଖରେ ଶହ ଶହ ଚାଷୀ ଟ୍ରାକ୍ଟର ରାଲି କରିବା ସହ ଦିଲ୍ଲୀରେ ଜୋରଦାର ଆନ୍ଦୋଳନ କରିଥିଲେ । ଲାଲକିଲ୍ଲା ଉପରେ ବି ପତାକା ଉଡ଼ାଇ ଥିଲେ ।

Punjab Government Will Give Compensation Of 2 Lakh To Those Arrested In Republic Day Tractor Rally

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି, ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ଏହି ସହାୟତା ଦ୍ୱାରା ଗିରଫ ୮୩ ଜଣ ବ୍ୟକ୍ତି ଉପକୃତ ହେବେ । ପଞ୍ଜାବ ସରକାର କୃଷକଙ୍କ ଏହି ଐତିହାସିକ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ କରି ଆସୁଥିବା ବେଳେ କେନ୍ଦ୍ରର ଏହି ତିନି କୃଷି ଆଇନ କୃଷକଙ୍କ ସ୍ୱାର୍ଥ ବିରୋଧୀ ବୋଲି ବିଚାର କରି ଆସୁଛନ୍ତି ।

Leave a Reply