ଶୋଇଥିବା ବେଳେ ହାତୀ ଭାଙ୍ଗି ଦେଲା କାନ୍ଥ, ୭ ବର୍ଷର ଶିଶୁ ମୃତ

Elephant Broken Wall, 7 Year Old Child Died In Keonjhar

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ । ହାତୀ ଘର ଭାଙ୍ଗିବା ବେଳେ କାନ୍ଥ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଉଛି ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହାନ୍ତ । ଏଭଳି ଘଟଣା ଘଟିଛି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ରାଇସୁଆଁ ପଞ୍ଚାୟତ ଝାଟିକିପଶି ଗାଁରେ ।

Elephant Broken Wall, 7 Year Old Child Died In Keonjhar

ସୂଚନା ଅନୁଯାୟୀ ବିନୋଦଙ୍କ ପରିବାର ଶୁକ୍ରବାର ସନ୍ଧ୍ୟାରେ ରାତ୍ର ଭୋଜନ ସାରି ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଆସି ବିନୋଦଙ୍କ ପରିବାର ଶୋଇଥିବା ଘର କାନ୍ଥକୁ ଭାଙ୍ଗି ଥିଲେ । ଫଳରେ ଘର ଭିତରେ ଶୋଇଥିବା ପରିବାର ଉପରେ କାନ୍ଥ ମାଡ଼ି ବସିଥିଲା ।

ଏଥିରେ ବିନୋଦଙ୍କ ୭ ବର୍ଷର ଶିଶୁ ପୁତ୍ର ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ ।

Leave a Reply