ଅଚଳ ହେବ ନିଶା ମାଫିଆଙ୍କ ବେଆଇନ୍ ଅର୍ଜିତ ସମ୍ପତ୍ତି, ଖୋର୍ଦ୍ଧାରେ ରାତିରୁ ରେଡ୍ କରୁଛି ପୋଲିସ

Khordha Police To Freeze Property Of Drug's Mafia

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଗୁଣ୍ଡା ଦମନ ଅଭିଯାନ ଜାରି । ତତ୍ପର ଖୋର୍ଦ୍ଧା ପୋଲିସ । ନିଶା ବେପାରୀଙ୍କ ଘରେ ପୋଲିସର ଚଢ଼ାଉ । ଖୋର୍ଦ୍ଧା ସମନ୍ତରାପୁର ଅଞ୍ଚଳରେ ଥିବା ନିଶା ବେପାରୀ ସୋମନାଥ ଭୁଜବଳଙ୍କ ଘରେ ଗତକାଲିଠୁ ଚାଲିଛି ପୋଲିସର ରେଡ୍ । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ହେଲା ଚଢ଼ାଉ ଚାଲିଛି । ସୋମନାଥ ଭୁଜବଳଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Khordha Police To Freeze Property Of Drug's Mafia

ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣଚନ୍ଦ୍ର ଧଳାଜହର ବେପାର କରି କୋଟି କୋଟି ଟଙ୍କା ବେଆଇନ୍ ଭାବେ ଆୟ କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଆକଳନ କରିବା ପାଇଁ ତହସିଲଦାର ପହଞ୍ଚିଛନ୍ତି । ଉଭୟ ଭୁଜବଳ ବାପ ପୁଅଙ୍କ ନାଁରେ ୧୨ଟି କେସ ରହିଛି । ଉଭୟ ଏବେ ପୁରୀ ଜେଲରେ ଅଛନ୍ତି । ବେଆଇନ୍ ସମ୍ପତ୍ତି ହୋଇଥିଲେ ଅଚଳ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

Leave a Reply