ଆଇସିସି ଅଣ୍ଡର-୧୯ ବିଶ୍ବକପର ତାରିଖ ଘୋଷଣା; ୧୫ଜାନୁଆରୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପରେ ଜାନୁଆରୀ ମାସରେ ହେବାକୁ ଯାଉଛି ଆଉ ଏକ ଆଇସିସି ଇଭେଣ୍ଟ । ଜାନୁଆରୀରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ବକପର ତାରିଖ ଘୋଷଣା କରିଛି ଆଇସିସି । ୨୦୨୨ରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଅଣ୍ଡର-୧୯ ବିଶ୍ବକପ । ଅଣ୍ଡର-୧୯ ବିଶ୍ବକପରେ ଭାରତ ଗ୍ରୁ-ବିରେ ରହିଛି । ଏହି ଗ୍ରୁପରେ ଭାରତ ସହିତ ଦକ୍ଷିଣ ଆଫ୍ରିକା, ଆର୍ୟଲାଣ୍ଡ ଏବଂ ନୂଆ କରି ପଦାର୍ପଣ କରିଥିବା ଉଗାଣ୍ଡା ରହିଛି । ଟିମ୍ ଇଣ୍ଡିଆର ଗ୍ରୁପ ମ୍ୟାଚ ଜାନୁଆରୀରୁ ଆରମ୍ଭ ହେବ । ୧୫ ଜାନୁଆରୀରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚ ୧୯ ଜାନୁଆରୀରେ ଆର୍ୟଲାଣ୍ଡ ସହ ହେଉଥିବା ବେଳେ ଶେଷ ଗ୍ରୁପ୍ ମ୍ୟାଚ ୨୨ ଜାନୁଆରୀରେ ଉଗାଣ୍ଡା ସହ ଖେଳିବ ।

ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ ଏବଂ ମୋଟ ୪୮ ମ୍ୟାଚ ଖେଳାଯିବ । ଗତ ସଂସ୍କରଣର ଚମ୍ପିଆନ ବାଂଲାଦେଶ, ଇଂଲଣ୍ଡ, କାନାଡା ଏବଂ ୟୁଏଇ ଗ୍ରୁପ-ଏରେ ସ୍ଥାନ ପାଇଛନ୍ତି । ଗ୍ରୁପ୍-ସିରେ ପାକିସ୍ତାନ, ଆଫଗାନିସ୍ତାନ, ଜିମ୍ବାଓ୍ବେ ଏବଂ ପପୁଆ ନ୍ୟୁ ଗିନି ସ୍ଥାନ ପାଇଛନ୍ତି । ସେହିପରି ଭାବରେ ଗ୍ରୁପ୍-ଡିରେ ଓ୍ବେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ,ଶ୍ରୀଲାଙ୍କ ଓ ସ୍କଟଲାଣ୍ଡ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି । ତେବେ କ୍ବାରେଣ୍ଟାଇନ କାରଣରୁ ନ୍ୟୁଜିଲାଣ୍ଡ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି । ଅନ୍ୟପକ୍ଷରେ ଆୟୋଜନ କରୁଥିବା ଚାରି ଦେଶ ଆଣ୍ଟିଗୁଆ & ବାରବୁଡା, ଗୁଆନା, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ଓ ଟ୍ରିନିଦାଦ୍ ଆଣ୍ଡ ଟବାଗୋ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ।

ପ୍ରତ୍ୟେକ ଗ୍ରୁପ୍ରୁ ଦୁଇଟି ଟିମ୍ ସୁପର ଲିଗ୍ ପାଇଁ ଯିବେ । ଯେତେବେଳେ କି ଅନ୍ୟ ଟିମ୍ ପ୍ଲେଟ୍ ବର୍ଗରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ୨ ଫେବୃଆରୀ ଖେଳାଯିବ ସେହିପରି ଭାବରେ ଫାଇନାଲ ୫ ଫେବୃଆରୀ ଭିଭିଆନ ରିଚାର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

 

Leave a Reply