୪୬୪୯ ପଞ୍ଚାୟତରେ ମିଶନଶକ୍ତି ସଦସ୍ୟଙ୍କୁ ବ୍ୟାଙ୍କ କରେସପଣ୍ଡେଟ ନିଯୁକ୍ତି ଦିଆଯିବ

1 min read

ଭୁବନେଶ୍ୱର: ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ବ୍ୟାଙ୍କ ସୁବିଧା ନଥିବା ୪୬୪୯ଟି ପଞ୍ଚାୟତରେ ମିଶନଶକ୍ତି ଗୋଷ୍ଠୀର ସଦସ୍ୟଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦିଆଯିବ । ୨୦ଟି ବିଭାଗର ସମୀକ୍ଷା କରି ଏ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବା ସହ ଆବଶ୍ୟକ ସ୍ଥଳେ ପାରିଶ୍ରାମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦୋଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ମିଶନଶକ୍ତି ଗୋଷ୍ଠୀଙ୍କୁ ୧୨ ଶହ କୋଟି ଟଙ୍କାର କାମ ଦିଆଯାଇଛି ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ମହିଳାମାନଙ୍କୁ ସରକାରୀ କାମ ଯୋଗାଇ ଦେବା ମହିଳା ସଶକ୍ତିକରଣର ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁବିଭାଗ ମାନେ ମହିଳା ଆର୍ଥିକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ । ଆବଶ୍ୟକସ୍ଥଳେ ମିଶନ ଶକ୍ତି ମା ମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ସବୁ ବିଭାଗ ମାନେ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ମାନେ ଭଲ ପ୍ରଦର୍ଶନ କରିଛନ୍ତି । ବୈଠକକୁ ୫ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିବା ବେଳେ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମିଶନ ଶକ୍ତି ବିଭାଗ କମିଶନର ସୁଜାତା କାର୍ତ୍ତିକେୟନ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave a Reply