ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ: ୨୦ ଜଣଙ୍କ ପ୍ରାଣହାନୀ, ବହୁ ସଂଖ୍ୟାରେ ନିଖୋଜ

A policeman carries an old man on his back to evacuate him from a flooded area at Rajampet in Kadapa district. Photo: PTI

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସିଛନ୍ତି । ତିରୁମାଲା ପର୍ବତକୁ ଯାଇଥିବା ଘାଟି ରାସ୍ତା ଓ ବିଭିନ୍ନ ପଥକୁ ବନ୍ଦ କରିଦିଆଯାଇଛି । ତିରୁପତି ଅନ୍ତର୍ଗତ ସ୍ବର୍ଣ୍ଣମୁଖୀ ନଦୀରେ ପ୍ରବଳ ବନ୍ୟା ଆସିବା ଯୋଗୁ ହଜାର ହଜାର ଲୋକ ଜଳବନ୍ଦୀ ରହିଛନ୍ତି ।

ଅନେକ ଜଳଭଣ୍ଡାର ବନ୍ୟାଜଳରେ ଉଛୁଳୁଛି । ରାଜ୍ୟ ପରିବହନ ବିଭାଗର ୧୨ଟି ବସ୍ ବିଭିନ୍ନ ସ୍ଥାନରେ ଫସିଛି । ଅନନ୍ତପୁର ଜିଲ୍ଲାର କାଦିରି ସହରରେ ଘର ଭୁଶୁଡ଼ି ୩ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ତାକମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି ।

ଲଗାଣ ବର୍ଷା ଯୋଗୁ ଚେୟେରୁ ନଦୀରେ ବଡ଼ ବନ୍ୟା ଆସିଥିଲା । ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ବାହିନୀକୁ ମୁତୟନ କରାଯାଇଛି । ବନ୍ୟା ଯୋଗୁ ଅଧିକାଂଶ ରାସ୍ତା ଧୋଇହୋଇଯାଇଛି । ରାୟଲସୀମା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚିତ୍ତୋର, କଡପା, କର୍ଣ୍ଣଲ ଓ ଅନନ୍ତପୁର ଜିଲ୍ଲୀ ବି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଜଳ ପ୍ଲାବିତ ହୋଇଥଇବାରୁ କଡପା ବିମାନ ବନ୍ଦରକୁ ଆସନ୍ତା ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି । ସେପଟେ ତାମିଲନାଡୁ ଓ କେରଳରେ ବଢଛି ବନ୍ୟା ବିପଦ ।

Leave a Reply