ଦିଲ୍ଲରେ କମୁନି ବାୟୁ ପ୍ରଦୂଷଣ; ୪୦୦ରେ ପହଞ୍ଚିଲା AQI

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରେ ପୁଣି ଥରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀରେ ଏବେବି କମିନି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ବାୟୁ ପ୍ରଦୂଷଣ ଏତେ ବଢ଼ି ଯାଇଛି କି ରାଜଧାନୀବାସୀ ନିଶ୍ବାସ ନେବା କଷ୍ଟ ହୋଇଯାଇଛି । ଦିଲ୍ଲୀ ଏନସିଆର ବାୟୁ ଗୁଣବତ୍ତା ୪୦୦ ପହଞ୍ଚିଛି । ଯାହା ଗମ୍ଭୀର ଶ୍ରେଣୀରେ ରହିଛି । ସେହିପରି ଭାବରେ ବାୟୁରେ ଧୂଳିକଣା ମାତ୍ରା ୨୫୮ ପର୍ଯ୍ୟନ୍ତ ପହଞ୍ଚିସାରିଛି । ଯାହାକି ସାଧାରଣତଃ ୨୫୦ରେ ରହିଥାଏ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ବଢ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବୈଠକ ଡାକିଥିଲେ ଏବଂ କହିଥିଲେ କି ଏବେ ବି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବହୁତ ଖରାପ ସ୍ତରରେ ରହିଛି । ସେ ଆହୁରି କହିଛନ୍ତି କି ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ ଟ୍ରକକୁ ଦିଲ୍ଲୀରେ ପ୍ରବେଶ କରିବା ନେଇ କଟକଣା ଜାରି କରିଛନ୍ତି । ଏହି ସମୟରେ ମଧ୍ୟରେ ସ୍କୁଲ ସବୁ ବନ୍ଦ ରହିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏହା ସହତି କିଛି ସରକାର ଅଫିସର କର୍ମଚାରୀ ଓ୍ବାର୍କ ଫର୍ମ ହୋମ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇି । ଏହା ପୂର୍ବରୁ ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ରଖିଥିଲେ । କିନ୍ତୁ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିବା ପରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିଲା । ତେବେ ଏବେ ପୁଣି ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ପରେ ପୁଣି ଥରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।

 

Leave a Reply