ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ; ଡେଲଟାଠାରୁ ଅଧିକ ସଂକ୍ରାମକ

1 min read

କେପଟାଉନ: ଦକ୍ଷିଣ ଆଫ୍ରିକାରେ ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ସ୍ପଷ୍ଟ କଲେ ବୈଜ୍ଞାନିକ । ଡେଲଟା ଭାରିଆଣ୍ଟଠୁ ମଧ୍ୟ ଏହା ସାଂଘାତିକ ହୋଇପାରେ  । ଦକ୍ଷିଣ ଆଫ୍ରିକାରେ ଅଧିକାଂଶ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି  । ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାଇରସ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ B.1.1.529 ରହିଛି  ।

ଦକ୍ଷିଣ ଆଫ୍ରିକାରେ ଏବେ ପ୍ରତେକ ଦିନ ୧୨ ଶହରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏହି ନୂଆ ଷ୍ଟ୍ରେନ୍‌ ପାଇଁ ସତର୍କ ହୋଇଛନ୍ତି ଭାରତ ସରକାର । ସବୁ ବିମାନବନ୍ଦରରେ ସ୍କ୍ରିନିଂ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଅନୁସାରେ ନିୟମ ପାଳନ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧ କରାଯିବ । ଏଥିସହ ଟେଷ୍ଟିଂ ଏବଂ ଟ୍ରାକିଂକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

 

Leave a Reply