କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ତପସ୍ୱିନୀ, ସଖୀ ସୁରକ୍ଷା କେନ୍ଦ୍ରକୁ ନଯାଇ ପୁଣି ବସିଲେ ଧାରଣାରେ

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ବ୍ରହ୍ମପୁର: ଶ୍ୱଶୁର ଘର ଆଗରୁ ଉଠିବେ, ସଖୀ ସୁରକ୍ଷା କେନ୍ଦ୍ରରେ ରହିବେ ତପସ୍ୱିନୀ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ହେଲେ କୋର୍ଟଙ୍କ ଏହି ନିର୍ଦ୍ଦେଶର ଅବମାନନା କରାଯାଇଛି । କୋର୍ଟରେ ଧସେଇ ପଶି ଡିମ୍ପଲଙ୍କୁ ଟାଣିଟାଣି ଆଣିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ରାଜରାସ୍ତାରେ ଚଲାଇ ନେବା ସହ ଅଟୋରେ ପୁଣି ଧାରଣାସ୍ଥଳକୁ ଡିମ୍ପଲଙ୍କୁ ନେଇଛନ୍ତି ପ୍ରମିଳା । ରାଜରାସ୍ତାରେ ଡିମ୍ପଲଙ୍କୁ ଟାଣିଟାଣି ନେବା ବେଳେ ସହରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି ।

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ଆସନ୍ତା ୨୯ ତାରିଖ ଯାଏଁ ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ସଖୀ ସୁରକ୍ଷା କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତପସ୍ୱିନୀଙ୍କ ସୁରକ୍ଷା ଦାୟିତ୍ୱ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ଦିଆଯାଇଛି । ପରବର୍ତ୍ତୀ ଶୁଣାଣି ଦିନ ତପସ୍ୱିନୀଙ୍କୁ ନେଇ କୋର୍ଟରେ ହାଜର କରିବ ସଖୀ ସୁରକ୍ଷା କେନ୍ଦ୍ର । ଏସଡିଜେଏମ୍ ଦାୟିତ୍ୱରେ  ଥିବା ଟ୍ରାନ୍ସପୋର୍ଟ ଜଜ୍ ସଂଗ୍ରାମ କୁମାର ମିଶ୍ର ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କୋର୍ଟରେ ହାଜର ହେଲେନି ସୁମିତ୍, ନ୍ୟାୟ ମିଳିବା ଯାଏଁ ଘର ବାହାରେ ବସି ରହିବେ କହିଲେ ଡିମ୍ପଲ

୬ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ ଓରଫ୍ ଡିମ୍ପଲ । ମାର୍ଗଶୀର ମାସ ପ୍ରଥମ ଗୁରୁବାର ମାଣ ବି ଶ୍ୱଶୁର ଘର ଆଗରେ ବସାଇଥିଲେ । ଦୁଇଦିନ ତଳେ ତପସ୍ୱିନୀ ଦାଖଲ କରିଥିବା ପିଟିସନରେ ତ୍ରୁଟି ଥିବାରୁ ଆଜି ନୂଆ ପିଟିସନ୍ ଦାଖଲ କରିଥିଲେ । ଶୁଣାଣି ବେଳେ କୋର୍ଟକୁ ଆସିନଥିଲେ ସ୍ୱାମୀ ଡାକ୍ତର ସୁମିତ୍ ସାହୁ । ଶ୍ୱଶୁର ପ୍ରମୋଦ ସାହୁ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ ।

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ଗତକାଲି ତପସ୍ୱିନୀ କଥାବାର୍ତ୍ତାର ୨ଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏପରକି ମାର୍ଗଶୀର ମାସର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘରକୁ ଯିବାର ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ । ଯୁବତୀ ଜଣକ ବାହା ହେବା ପାଇଁ ଜିଦରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ୍ ଓ ତାଙ୍କ ବାପା ତପସ୍ୱିନୀଙ୍କ ସହ ବାହାଘର ହୋଇଥିବା ନେଇ ସ୍ୱୀକାର କରିଛନ୍ତି ।

Leave a Reply