୧୦ ବର୍ଷ ହେଲା କରୁଥିଲା ଗଞ୍ଜେଇ କାରବାର, ଅର୍ଜିଥିବା ୨ କୋଟିରୁ ଅଧିକ ସମ୍ପତ୍ତି ଜବତ

Police Seized Property Worth 2 Crores Of Ganja Mafia At Angul

ଅନୁଗୁଳ: ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳ ଗାଁର ଗଞ୍ଜେଇ ବେପାରୀ ପିଣ୍ଟୁ ସାହୁଙ୍କୁ ସମ୍ପତ୍ତି ଜବତ କରିଛି ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିଣ୍ଟୁ ଘରେ ଏସଡିପିଓଙ୍କ ନେତୃତ୍ୱରେ ରେଡ୍ କରିଥିଲା ପୋଲିସ ।

Police Seized Property Worth 2 Crores Of Ganja Mafia At Angul

ରେଡ୍ ବେଳେ ପିଣ୍ଟୁ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଏଥିସହ ମିଳିଥିବା ୬ଟି ପାସବୁକକୁ ଫ୍ରିଜ୍ ପାଇଁ ପଦକ୍ଷେପ ନିଆଯାଇଛି । ପିଣ୍ଟୁ ଘରୁ ବିପୁଳ ସୁନା, ଏକ ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ମିନି ଟ୍ରକ୍ ସମେତ ପିକଅପ ଭ୍ୟାନ୍, କାର , ଟେଣ୍ଟ ହାଉସ୍ ସାମଗ୍ରୀ, ଜମି ପଟ୍ଟା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଜବତ କରିଛି ପୋଲିସ । ଜବତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Police Seized Property Worth 2 Crores Of Ganja Mafia At Angul

ପିଣ୍ଟୁ ୧୦ ବର୍ଷରୁ ଅଧିକ ଦିନ ହେଲା ଗଞ୍ଜେଇ କାରାବାରରେ ସମ୍ପୃକ୍ତ ରହିଥିଲା । ଗତ ଜୁଲାଇ ମାସରେ ରାଜସ୍ଥାନ ପୋଲିସ ଅନୁଗୁଳରେ ପିଣ୍ଟୁର ସନ୍ଧାନ କରିଥିଲା । ସେବେଠୁ ଏଯାଏଁ ସେ ଫେରାର ଅଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲେ ମଧ୍ୟ ଏଯାଏଁ ସେ ଧରା ପଡ଼ିନାହିଁ । ଗଞ୍ଜେଇ କାରବାର କରି ଅମାପ ସମ୍ପତ୍ତି ଠୁଳ କରିଥିଲା ପିଣ୍ଟୁ ।

Leave a Reply