ପେନାଲ୍ଟି କର୍ଣ୍ଣର ଗୋଲରେ ଜିତିଲା ମାଲେସିଆ, ବିଜୟ ଦେଲେ ଅଖିମୁଲ୍ଲାହ

1 min read
Hockey Men's Junior World Cup Malaysia Beat South Africa

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ପୁରୁଷ ଜୁନିଅର ହକି ବିଶ୍ୱକପ୍ । ଘମାଘୋଟ୍ ଲଢ଼େଇ ଭିତରେ ଦକ୍ଷିଣ ଆଫ୍ରିକାକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ମାଲେସିଆ । ୩-୪ ଗୋଲରେ ଦଳ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ୍ ଜିତିଛି । ଉଭୟ ଦଳ ୩ଟି ଲେଖାଏଁ ଗୋଲ କରି ସମାନ ସ୍ଥିତିରେ ଥିବା ବେଳେ ମାଲେସିଆ ପକ୍ଷରୁ ମ୍ୟାଚର ୫୬ ମିନିଟରେ ପେନାଲ୍ଟି କର୍ଣ୍ଣର ଗୋଲ୍ କରି ଦଳକୁ ଜିତାଇଥିଲେ ଅଧିୟାନକ ଅନୁଆର ଅଖିମୁଲ୍ଲାହ ।

Hockey Men's Junior World Cup Malaysia Beat South Africa

ମାଲେସିଆ ପକ୍ଷରୁ ମ୍ୟାଚର ୨୯ ମିନିଟରେ ଖଲିଦ ମହମ୍ମଦ ଗୋଟିଏ ଗୋଲ୍ କରିଥିବା ବେଳେ ୪୧ ମିନିଟରେ କମାରୁଦ୍ଦିନ ଦ୍ୱିତୀୟ ଗୋଲ୍ ଓ ୪୯ ମିନିଟରେ ସାମସୁଲ୍ ସମୀର ତୃତୀୟ ଗୋଲ୍ ଦେଇଥିଲେ । ସେହିଭଳି ଦକ୍ଷିଣ ଆଫ୍ରକା ପକ୍ଷରୁ ମ୍ୟାଚର ୩୪ ମିନିଟରେ ମୋର୍ଗାନ ଗଏ ପ୍ରଥମ ଗୋଲ୍, ୪୮ ଓ ୫୪ ମିନିଟରେ କାମ୍ପବେଲ ଜରେଡ ୨ଟି ଗୋଲ୍ କରିଥିଲେ ।

Hockey Men's Junior World Cup Malaysia Beat South Africa

ମାଲେସିଆ ଦଳ ଚଳିତ ବିଶ୍ୱକପରେ ୩ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି । ଆଉ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ଅନ୍ୟପଟେ ବେଲଜିୟମ-ଚିଲେ ମଧ୍ୟରେ ମୁକାବିଲା ଜାରି ରହିଛି । ସନ୍ଧ୍ୟା ୭ଟା ୩୦ରେ ପୁଲ ବିରେ ଭାରତକୁ ଭେଟିବ ପୋଲାଣ୍ଡ । ଚଳିତ ବିଶ୍ୱକପରେ ଭାରତ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ବିଜୟ ଓ ଅନ୍ୟଟିରେ ପରାଜିତ ହୋଇଛି ।

Leave a Reply