ଏସିଆନ ଚମ୍ପିଆନ୍ସ ଟ୍ରଫି ହକି; ଜାପାନ ବିପକ୍ଷରେ ଭାରତର ବଡ଼ ବିଜୟ

1 min read

ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ଜାପାନକୁ ୬-୦ରେ ହରାଇଲା ଭାରତ । ରବିବାର ଭାରତ ଶେଷ ଲିଗ୍ ମ୍ୟାଚରେ ଜାପାନକୁ ଭେଟିଥିଲା । ଏହି ମ୍ୟାଚରେ ଜାପାନକୁ ୬-୦ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୧୦ତମ ମିନିଟରେ ହରମନପ୍ରୀତଙ୍କ ଷ୍ଟିକରୁ ଆସିଥିଲା ପ୍ରଥମ ଗୋଲ । ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତି । ଏହି ଗୋଲ ସହ ଭାରତ ପ୍ରଥମ କ୍ୱାଟରରେ ୧-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟରରେ ମଧ୍ୟ ଜାପାନ ଉପରେ ଭାରି ପଡ଼ିଥିଲା ଇଣ୍ଡିଆ ।  ଦ୍ୱିତୀୟ କ୍ୱାଟରରେ ଦିଲପ୍ରୀତ ସିଂହଙ୍କ ଷ୍ଟିକରୁ ଆସିଥିଲା ଦ୍ୱିତୀୟ ଗୋଲ । ଏହି ଗୋଲ ଫଳରେ ଭାରତ ୨-୦ରେ ଆଗୁଆ ରହିଥିଲା । ସେହିପରି ତୃତୀୟ କ୍ୱାଟରରେ ଜରମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ତୃତୀୟ ଗୋଲ । ତୃତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାଟର ଆରମ୍ଭରୁ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତ । ଶେଷ କ୍ୱାଟରରେ ଭାରତ ତିନୋଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ଶେଷ କ୍ୱାଟରରେ ସୁମିତ କୁମାର, ହରମନପ୍ରୀତ ସିଂ ଓ ଶମସେର ସିଂ ଗୋଲ ସ୍କୋର କରିଥିଲେ । ଏଥି ସହ ଏହି ମ୍ୟାଚକୁ ଭାରତ ୬-୦ରେ ନିଜ ନାମରେ କରିଥିଲା ।

ଏହି ବିଜୟ ସହ ଭାରତ ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ସାଉଥ କୋରିଆ, ତୃତୀୟ ସ୍ଥାନରେ ରହିଛି ଜାପାନ ଓ ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ । ଆସନ୍ତା ୨୧ ଡିସେମ୍ବରରେ ଭାରତ ସେମିଫାଇନାଲ ଖେଳିବ ।

Leave a Reply