ବିଜେଡିର ପ୍ରସ୍ତାବକୁ ମୋଟର ଚାଳକ ମହାସଂଘର କୃତଜ୍ଞତା

ଭୁବନେଶ୍ୱର: ବିଜେଡ଼ିର ପ୍ରସ୍ତାବକୁ ଡ୍ରାଇଭର ମହାସଂଘର ଭୂୟସୀ ପ୍ରଶଂସା  । ହଜାର ହଜାର ଡ୍ରାଇଭର ଭୋଗୁଥିବା ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲା ବିଜେଡି  ।ପୂରଣ ହେବାକୁ ଯାଉଛି ଡ୍ରାଇଭରଙ୍କ ଦୀର୍ଘ ଦିନର ଦାବି । ଜାତୀୟ ରାଜପଥରେ ଗାଡ଼ି ଚଳାଉଥିବାବେଳେ ଡ୍ରାଇଭର ଭୋଗୁଥିବା ଅସୁବିଧା ଦୂର କରିବାକୁ ଦାବି  । ରବିବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଏ ନେଇ ଦାବି ଜଣାଇଛନ୍ତି ବିଜେଡ଼ି ସଂସଦୀୟ ଦଳ   । ରାଜ୍ୟ ଡ୍ରାଇଭର ମହାସଂଘର ଦୀର୍ଘ ଦିନର ଦାବି ପୂରଣ ହେବା ଦିଗରେ ପଦକ୍ଷେପ ଗ୍ରହଣ କରିଛି ବିଜେଡ଼ି ।

ଜାତୀୟ ରାଜପଥ କଡ଼ରେ ଡ଼୍ରାଇଭର ମାନଙ୍କ ପାଇଁ ବିଶ୍ରାମ ସ୍ଥାନ, ଖାଦ୍ୟପେୟର ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରିବାକୁ ବିଜେଡ଼ି ସାଂସଦ ସୁବାସ ସିଂ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି  । ରାଜ୍ୟ ସରକାର ରାଜ୍ୟ ରାଜପଥ ଗୁଡ଼ିକରେ ଡ୍ରାଇଭରଙ୍କ ସୁବିଧା ନେଇ ବିଭିନ୍ନ କାର୍ଯ୍ୟମାନ ଗ୍ରହଣ କରିଛନ୍ତି  । ଯେମିତିକି ରାଜ୍ୟ ରାଜପଥ କଡ଼ରେ ଯାତ୍ରୀମାନଙ୍କ  ବିଶ୍ରାନ ପାଇଁ ରାଜ୍ୟ ସରକାର  ପଥପ୍ରାନ୍ତ ବିଶ୍ରାମ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି  । ସେହିପରି କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ଢାଞ୍ଚାରେ ଜାତୀୟ ରାଜପଥ କଡ଼ରେ ଡ଼୍ରାଇଭର ମାନଙ୍କ ପାଇଁ ବିଶ୍ରାମ ସ୍ଥାନ କରିବାର ଆବଶ୍ୟକତା ରହିଥିବା କୁହାଯାଇଛି  ।

ତେବେ କେନ୍ଦ୍ର ସଡ଼କ ପରିବାହନ ମନ୍ତ୍ରୀ ନୀତିକ ଗଡ଼କାରୀ ଓଡ଼ିଶାର କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ବିଜେଡି ସାଂସଦମାନେ ଦେଇଥିବା ପ୍ରସ୍ତାବକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ ବିଭାଗୀୟ ମନତ୍ରୀ  । ଏପରିକି ଉକ୍ତ ଦାବିକୁ ନେଇ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡ଼ିର ଏଭଳି ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ମୋଟର ଚାଳକ ମହାସଂଘ ।

Leave a Reply