ସୁସ୍ଥ ହେଲେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସିଚାର୍ଜ ହୋଇଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୧୭ ତାରିଖରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୧୦ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ମେଡିକାଲରୁ ଡିସିଚାର୍ଜ ହୋଇଛନ୍ତି । ତାଙ୍କର ୨୪ ଘଣ୍ଟାରେ ଦୁଇ ଥର ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଆହୁରି ସପ୍ତାହେ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସେପଟେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୮ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଓ ବାକି ୧୦ ଜଣଙ୍କ ଓମିକ୍ରନ ରିପୋର୍ଟ ନେଗେଟିଭ ଆସିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ ଆହୁରି କହିଛନ୍ତି, ‘ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର ଏବେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟେଷ୍ଟ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଓ ସଂକ୍ରମଣ ବଢ଼ିଲେ ଏହିଭଳି କଟକଣା ଆବଶ୍ୟକ ପଡ଼ିବ ।’

Leave a Reply