୨୦ ବର୍ଷରେ ୬୨ରୁ ୨୯କୁ ଖସିବା ପ୍ରକୃତ ବିକାଶ

ଭୁବନେଶ୍ବର: ୨୦ ବର୍ଷ ତଳେ ରାଜ୍ୟରେ ଦାରିଦ୍ର୍ୟ ହାର ଥିଲା ୬୨ ପ୍ରତିଶତ । ଏବେ ଏହା ଖସି ୨୯ ପ୍ରତିଶତରେ ପହଞ୍ଚିଛି । ଏ ହେଉଛି ବିକାଶ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ଏହି ରିପୋର୍ଟ ନୀତି ଆୟୋଗ । କରୋନା ସମୟରେ ରାଜ୍ୟରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ବଡ଼ ଉପଲବ୍ଧି ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ ।

ଏହାସହ କେନ୍ଦ୍ରୀୟ ଅନୁଦାନ କମିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ । ସେ କହିଛନ୍ତି, ‘ଓଡ଼ିଶା ନିଜସ୍ୱ ପାଣ୍ଠିରୁ ବିପର୍ଯ୍ୟୟ ମିକବିଲା କରୁଛି । କେନ୍ଦ୍ରରୁ ସହାୟତା ମିଳୁନି । କେନ୍ଦ୍ର ଅନୁଦାନ କାଟି ଦେଉଛି, ନହେଲେ ଅଂଶଧନ କମାଇ ଦେଉଛି। ଯାହା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି ।’

ଓଡ଼ିଶାକୁ ଫୋକସ ଷ୍ଟେଟ୍‌ ମାନ୍ୟତା ମିଳିନାହିଁ କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବି ମିଳିଲା ନାହିଁ । ତଥାପି ନବୀନ ପଟ୍ଟନାୟକ ଯେଉଁ ବିକାଶମୂଳକ କାମ କରୁଛନ୍ତି, ତାହା ଜାତୀୟସ୍ତରରେ ପ୍ରଭାବ ପକାଉଛି । କାରଣ ତାଙ୍କ ବ୍ୟକ୍ତିତ୍ୱ ସେହିପରି ବୋଲି ସେ କହିଛନ୍ତି ।

ରାଜ୍ୟର ବିକାଶ ପାଇଁ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ଆଗମୀ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଆହୁରି ୧୦ ପ୍ରତିଶତ ତଳକୁ ଖସିବ । ଏଥିପାଇଁ କାମ ଚାଲିଥିବା ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ।

Leave a Reply