ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଆସିଲା ଏସଓପି

SOP For Primary School Reopen Odisha

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା । ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ ପାଠ ପଢ଼ି ପାରିବେ । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଯିବେ ଛାତ୍ରଛାତ୍ରୀ । ତେବେ ଶ୍ରେଣୀଗୃହ ପାଠପଢ଼ା ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ । ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରିବା ନେଇ ଏସଓପି ଜାରି ହୋଇଛି । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ଗୋଟିଏ ଛାତ୍ର ଗୋଟିଏ ବେଞ୍ଚ ଆଧାରରେ ଚାଲିବ କ୍ଲାସ ।

SOP For Primary School Reopen Odisha

ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ ।  ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ଏସଓପିରେ କୁହାଯାଇଛି ।

ସ୍କୁଲରେ ହାଥଧୁଆ ବ୍ୟବସ୍ଥା ରହିବା ସହ ଡିଜିଟାଲ ଥର୍ମୋମିଟର ରହିବ । କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ ।

Leave a Reply