ଭାରତକୁ ବଡ଼ ଝଟକା, ବୋଲିଂ କରିବା ସମୟରେ ଆହତ ହେଲେ ବୁମ୍ରା

1 min read

ସେଞ୍ଚୁରିୟନ: ଡିସେମ୍ବର ୨୬ରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି । ସେଞ୍ଚୁରିୟନଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ପଡ଼ିଆ ବାହାରକୁ ଯାଇଛନ୍ତି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ବୋଲିଂ କରିବା ସମୟରେ ପାଦରେ ଆଘତ ଲାଗିଥିଲା । ଯାହା ଫଳରେ ବୁମ୍ରାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା ।

ଯଶପ୍ରୀତ ବୁମ୍ରା ୧୧ତମ ଓଭର ବୋଲିଂ କରୁଥିବା ସମୟରେ ତାଙ୍କ ପାଦରେ ଆଘାତ ଲାଗିଥିଲା । ଯାହାଫଳରେ ବୁମ୍ରା ପଡ଼ିଆ ବାହାରକୁ ଯାଇଥିଲେ । ଯଶପ୍ରୀତ ବୁମ୍ରା ଆଘାତକୁ ନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି । ବିସିସିଆଇ କହିଛି କି ବୁମ୍ରାଙ୍କ ଡାହାଣ ପାଦରେ ଆଘାତ ଲାଗିଛି । ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମ୍ ତାଙ୍କୁ ପରୀକ୍ଷା କରୁଛି । ବୁମ୍ରାଙ୍କ ସ୍ଥାନରେ ଶ୍ରେୟାସ ଆୟର ଫିଲ୍ଡିଂ କରିବାକୁ ଆସିଛନ୍ତି ବୋଲି ବିସିସିଆଇ ଟ୍ୱିଟ କରି କହିଛି । ଯଦି ବୁମ୍ରା ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିବ । କାହିଁକି ନା ଆଜି ବୁମ୍ରା ତାଙ୍କ ପ୍ରଥମ ଓଭରରେ ହିଁ ଓ୍ୱିକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

 

Leave a Reply