spot_img
Home Blog Page 49

ରାସ୍ତା କଡ଼ରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା, ଦୁର୍ଗନ୍ଧରେ ଫାଟି ପଡୁଛି ନାକ

ନନ୍ଦିଘୋଷ ବ୍ୟୁରୋ : ରାସ୍ତା କଡ଼ରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା । ମୁକୁଳା ପଡ଼ିଛି ଡ୍ରେନ । ଦୁର୍ଗନ୍ଧରେ ଫାଟି ପଡୁଛି ନାକ । ହେଲେ ସଫା ହେବାର ନାଁ ନାହିଁ ।… ଏ ହେଉଛି ଅନୁଗୋଳ ପୌରାଞ୍ଚଳ ଶିମିଳିପଡ଼ା ସ୍ଥିତ ୧ ନମ୍ବର ୱାର୍ଡର ଦୃଶ୍ୟ । ମରାମତି ଅଭାବରୁ ଏଠାକାର ଗଳିକନ୍ଦି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ରାସ୍ତାର ଦୁରାବସ୍ଥା ପାଇଁ ଅନେକ ସମୟରେ ଘଟୁଛି ଛୋଟବଡ଼ ଦୁର୍ଘଟଣା । କେବଳ ରାସ୍ତା ନୁହେଁ, ଅଳିଆ ଆବର୍ଜନାରେ ଡ୍ରେନ ସବୁ ପୋତି ହୋଇଗଲାଣି । ଫଳରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ଏବଂ ମଇଳା ପାଣି ଲୋକଙ୍କ ଘରେ ପଶୁଛି । ଖାଲି ସେତିକି ନୁହେଁ ୱାର୍ଡରେ ଆଲୋକୀକରଣ ବ୍ୟବସ୍ଥା ବି ନାହିଁ । ସନ୍ଧ୍ୟା ହେଲେ ଚୋରି, ଛିନତାଇ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଯାହା ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ସମସ୍ୟା ସଂପର୍କରେ ସ୍ଥାନୀୟ ‘ଏମ୍.ଆର୍ ସୋସାଇଟି’ ପକ୍ଷରୁ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଦାବି ପତ୍ର ଦିଆଯାଇଛି । ହେଲେ ଫଳ ଶୂନ । ସେପଟେ ସଫେଇ ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ।…

ନର୍କଯନ୍ତ୍ରଣା ଭୋଗୁଥିବା ୧୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ କେବେ ମିଳୁଛି ମୌଳିକ ସୁବିଧା ? ତାହା ଦେଖିବାକୁ ବାକି ରହିଲା ।

 

 

କନ୍ଦାଉଛି ଦରଦାମ୍, ହାଣ୍ଡିଶାଳରେ ମହଙ୍ଗାମାଡ଼

ନନ୍ଦିଘୋଷ ବ୍ୟୁରୋ :  ଉପରମୁହାଁ ଦରଦାମ୍ । ମହଙ୍ଗା ମାଡ଼ରେ କଲବଲ ଖାଉଟି । ଚିନି, ତେଲ, ଡାଲି, ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢିଥିବା ବେଳେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି । ବଜାରକୁ ୫ ଶହ ଟଙ୍କା ଧରି ଗଲେ ବି ବ୍ୟାଗ ଭରୁନି । ପନିପରିବା କିଣିବା ତ ଦୂରର କଥା, ଦାମ୍ ଶୁଣିଲେ ବି ଡର ଲାଗୁଛି । ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇପଡ଼ିଲାଣି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।…

ବଜାର ଦର ବୃଦ୍ଧିର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । କେବଳ ଖାଉଟି ନୁହଁନ୍ତି, ବ୍ୟବସାୟୀ ମାନେ ମଧ୍ୟ ଦରବୃଦ୍ଧି ଯୋଗୁଁ ଚିନ୍ତାରେ ପଡିଯାଇଛନ୍ତି । ଅସାଧୁ ବ୍ୟବସାୟୀଙ୍କ କଳାବଜାରୀ,  ଯୋଗାଣ ଶୃଙ୍ଖଳାରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । …

ମହଙ୍ଗା ମାଡ଼ରୁ ଲୋକଙ୍କୁ କେବେ ମିଳିବ ଆଶ୍ୱସ୍ତି ? ଦରବୃଦ୍ଧି ପଛର ପ୍ରକୃତ କାରଣ ଖୋଜିବା ସହ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରି ଦର ନିୟନ୍ତ୍ରଣ କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ପିଡିଏସ ଚାଉଳ ପାଇଁ ହନ୍ତସନ୍ତ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ :  ପିଡିଏସ ଚାଉଳ ପାଇଁ ହନ୍ତସନ୍ତ ହିତାଧିକାରୀ । ତିନି ମାସ ହେଲା ମିଳୁନି ରାସନ । ସରକାରଙ୍କ ଗରିବ ଖାଉଟି କଲ୍ୟାଣ ଯୋଜନାରୁ ବଞ୍ଚିତ ହଜାର ହଜାର ପରିବାର ।… ପୁରୀ ଜିଲ୍ଲା ଗୋପ ବ୍ଲକ ଅନର୍ଗତ ସୁତନ, ତରକୋର ଓ ଡଭାର ପଞ୍ଚାୟତରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗତ ଜାନୁଆରୀ ମାସରେ ତରକୋର ପଞ୍ଚାୟତ ଡିଲରଙ୍କ ମୃତ୍ୟୁ ପରେ, ରାସନ ସାମଗ୍ରୀ ବଣ୍ଟନ ପାଇଁ ନିକଟସ୍ଥ ସୁତନ ପଞ୍ଚାୟତ ଡ଼ିଲର ରବି ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ହେଲେ ଗତ ଜୁନ ମାସରେ ରବି ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା ।

ଏନେଇ ଗୋପ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ପୁରୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଉପ ଜିଲ୍ଲାପାଳ ବଡ଼ତରା ଗ୍ରାମପଞ୍ଚାୟତ ଡିଲର ଗିରିଧାରୀ ପ୍ରଧାନଙ୍କୁ ଦୁଇ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତ କରିଥିଲେ । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସର କୋଟା ଚାଉଳ ଡିଲରଙ୍କୁ ଦିଆ ନଯିବା ଦ୍ବାରା ସୁତନ ଓ ତରକୋର ପଞ୍ଚାୟତର ୧୧ ଶହ ୫୮ରୁ ଊର୍ଦ୍ଧ୍ବ ପରିବାର ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି । ସେହିଭଳି ଡଭାର ପଞ୍ଚାୟତ ଡିଲର ଗୌତମ ପଣ୍ଡା ଗତ ମେ’ ମାସରେ ଡିଲରସିପରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ । ପରେ ରାହାଙ୍ଗରଡ଼ା ପଞ୍ଚାୟତ ଡିଲରଙ୍କୁ ଯୋଗାଣ ବିଭାଗ ଟ୍ୟାଗ କରିଥିଲେ । ହେଲେ ଚାଉଳ ଉଠାଣ ପାଇଁ ଉପଜିଲ୍ଲାପାଳ ଅନୁମତି ଦେଇ ନଥିବାରୁ ପାଖାପାଖି ୭୮୩ ଜଣ ହିତାଧିକାରୀଙ୍କୁ ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ମିଳିନି ।…

ଗୋପ ବ୍ଲକର ବାକି ୨୮ଟି ପଞ୍ଚାୟତବାସୀ ରାସନ ପାଇଛନ୍ତି । ହେଲେ ସୁତନ, ତରକୋର ଓ ଡଭାର ପଞ୍ଚାୟତର ଅଢେଇ ହଜାରରୁ ଉର୍ଦ୍ଧ୍ଵ ପରିବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ଅଛନ୍ତି । ଭାତ ମୁଠେ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଦଶ ଦିନ ମଧ୍ୟରେ ହିତାଧିକାରୀ ମାନେ ଚାଉଳ ପାଇବେ କହିଛନ୍ତି ବିଡିଓ ।… 

ପ୍ରଶାସନିକ ଅବହେଳାରୁ ହନ୍ତସନ୍ତ ହେଉଛନ୍ତି ଲୋକେ ।  ତୁରନ୍ତ ଉଚ୍ଚପଦସ୍ତ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବାକୁ ଦାବି ହୋଇଛି । 

ତେଜିଲା MMDR ପଲିଟିକ୍ସ

ନନ୍ଦିଘୋଷ ବ୍ୟୁରୋ :  ତେଜିଲା MMDR ପଲିଟିକ୍ସ । କଳିଙ୍ଗ ଷ୍ଟାଡିୟମରେ ଖୋଲା ବିତର୍କ ଡାକନ୍ତୁ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କଲେ ପିସିସି ସଭାପତି ଭକ୍ତଚରଣ ଦାସ । ଏହାସହ  ବିଜେପି ରାଜ୍ୟ ସଭାପତିଙ୍କୁ ପିସିସି ସଭାପତି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । MMDR ଉପରେ କଳିଙ୍ଗ ଷ୍ଟାଡିୟମରେ ଖୋଲା ବିତର୍କ ଡାକନ୍ତୁ ରାଜ୍ୟ ସରକାର । କେନ୍ଦ୍ର ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ନିମନ୍ତ୍ରଣ ଦିଅନ୍ତୁ ।

ରାଜ୍ୟର କଣ କ୍ଷତି ହେଉଛି ଆମେ ପ୍ରମାଣ ସହ କହିବୁ ବୋଲି କହିଛନ୍ତି ଭକ୍ତ । ବିତର୍କ ରାଜ୍ୟ ସରକାର ଆୟୋଜନ କରନ୍ତୁ । MMDR ବିଲ ପାସ ବେଳେ କାହିଁକି ବିଜେପି ସାଂସଦମାନେ ଚୁପ ବସିଲେ ? ଯେତେବେଳେ କି ଓଡିଶା ନିଜ ଖଣି ସ୍ୱାଧୀନତା ହରାଉଛି ସେତେବେଳେ ବିଜେପି ଚୁପ କାହିଁକି ରହିଲା ? ବକେୟା ୧ ଲକ୍ଷ କୋଟି କାହିଁକି ଓଡିଶା ଆଦାୟ କଲା ନାହିଁ ? ବାର୍ଷିକ ରାଜସ୍ୱ କ୍ଷତି କିଏ ଭରଣା କରିବ ?  ଡବଲ ଇଞ୍ଜନ ସରକାର କଣ ଓଡିଶାକୁ ବିକ୍ରି କରିଦେବା ପାଇଁ କି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।

ବ୍ରିକ୍ସ ସମ୍ମିଳନୀ ପୂର୍ବରୁ CJP ପଦଯାତ୍ରା ରୋକିବାକୁ ଆବେଦନ ସୁପ୍ରିମକୋର୍ଟରେ ନାକଚ

ବ୍ରିକ୍ସ ସମ୍ମିଳନୀ ପୂର୍ବରୁ CJP ପଦଯାତ୍ରା ରୋକିବାକୁ ଆବେଦନ ସୁପ୍ରିମକୋର୍ଟରେ ନାକଚ ନାକଚ

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ ଲୁଟିୟନ୍ସରେ ହେବାକୁ ଥିବା ସିଜେପି ପଦଯାତ୍ରାକୁ ୧୨ ଓ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପର୍ଯ୍ୟନ୍ତ ରୋକ ଲଗାଇବାକୁ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ନାକଚ । ସିଜେଆ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହାର ବିଚାର କରି କହିଛନ୍ତି ଏହା କୌଣସି ଠୋକ ପ୍ରମାଣ ନୁହେଁ, ଯାହାକୁ ଆଧାର କରି କୌଣସି ଅପ୍ରିତିକର ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇପାରିବ । ଆଗକୁ ସେ କହିଛନ୍ତି, ଅଧିକାରୀମାନେ ଆଇନଗତ ସ୍ଥିତି ବଜାଇ ରଖିବା ସହ ଏହା ନିଶ୍ଚିତ କରିବେ ସବୁ ପକ୍ଷ ଶାନ୍ତିପୂର୍ଣ୍ଣ ଓ ଉତ୍ତାଦାୟିତ୍ବ ବହନ କରିବେ ।

ସୁପ୍ରିମକୋର୍ଟ ସିଜେପି କିମ୍ବା ଅନ୍ୟ ପ୍ରସ୍ତାବିତ ବିରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ମନା କରିବା ସହ ଆୟୋଜକଙ୍କୁ କୋର୍ଟକୁ ଡକାଯିବା ନେଇ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବେଞ୍ଚ କହିଛନ୍ତି, ଆବେଦନକାରୀଙ୍କ ଦ୍ବାରା ଉଠା ଯାଇଥିବା ପ୍ରସଙ୍ଗକୁ କୋର୍ଟ ଦ୍ବାରା ବିରୋଧ ପ୍ରଦର୍ଶନରେ ହିଂସା ଓ ସମ୍ବଦ୍ଧିତ ମାମଲାର ଯାଞ୍ଚ ପାଇଁ ଗଠିତ ହାଇ ପାଓ୍ବର କମିଟି ଆଗରେ ରଖାଯାଇପାରିବ ।

ସିଜେଆଇ କହିଛନ୍ତି, ଆପଣ ଯାହା ବି ପ୍ରସଙ୍ଗ ଉଠାଉଛନ୍ତି, ଆମେ କମିଟିକୁ ସେ ସବୁ ପ୍ରସଙ୍ଗର ସମାଧାନ କରିବାକୁ କହିଛୁ । ଆମର ଭରସା ଅଛି କମିଟି ତା’ କାମ କରିବ । ତେଣୁ ନିଜ ପ୍ରସଙ୍ଗକୁ ନେଇ କମିଟି ପାଖକୁ ଯିବାର ଆବଶ୍ୟକତା ରହିଛି ।

ନେପାଳ ବିଭୀଷିକା ପରେ ମିଳୁଥିବା ହିନ୍ଦୁଙ୍କ ଶବକୁ କାହିଁକି ଦିଆଯାଉଛି କବର, କାରଣ କ’ଣ ?

ନେପାଳ ବିଭୀଷିକା ପରେ ମିଳୁଥିବା ହିନ୍ଦୁଙ୍କ ଶବକୁ କାହିଁକି ଦିଆଯାଉଛି କବର, କାରଣ କ’ଣ ?

ନନ୍ଦିଘୋଷ ବ୍ୟୁରୋ: ନେପାଳ ଜଳ ତାଣ୍ଡବ ଶହ ଶହ ଲୋକଙ୍କ ଜୀବନ ନେଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ଭୋଟେକାଶୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗଉଛି, ମୃତକଙ୍କ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୩୫ ଶବ ଉଦ୍ଧାର କରାଯାଇଛି । ହେଲେ ଏଗୁଡିକ ମଧ୍ୟରୁ ମାତ୍ର ୨୦ ଶବ ଚିହ୍ନଟ କରାଯାଇପାରିଛି । ବହୁ ସଂଖ୍ୟାରେ ହିନ୍ଦୁଙ୍କ ଶବ ପ୍ରଳୟଙ୍କାରୀ ବନ୍ୟାରେ ପ୍ରବାହିତ ହୋଇ ବହୁ ଦୂରକୁ ଚାଲିଯାଇଛି । ଏମିତିରେ ନେପାଳ ସରକାରଙ୍କ ପାଖରେ ବଡ଼ ଚ୍ୟାଲେଞ୍ଜ ହେଲା ଏହି ଶବୁ ଶବକୁ ସୁରକ୍ଷିତ ରଖିବା ସହ ଚିହ୍ନଟ କରିବା ।

ଚିତବନରେ ନଦୀ କୂଳରୁ ୨୬୪ ଶବ ଉଦ୍ଧାର କରାଯାଇଥିବା ବେଳେ ଏଥିରୁ ମାତ୍ର ୪ଟି ଚିହ୍ନଟ ହୋଇପାରିଛି । ବାକି ଶବ ହସ୍ପିଟାଲ ଓ ଅସ୍ଥାୟୀ ସେଲଟରରେ ରଖାଯାଇଥିଲା । ଶବ ସଂଖ୍ୟା ବଢ଼ିବା ଓ ଏହା ଖରାପ ହେବା କାରଣରୁ ପ୍ରଶାସନ ଏୟାର ଟାଇଟ ବ୍ୟାଗରେ ରଖି କବର ଦେବାକୁ ନିଷ୍ପତ୍ତି ନେଇଛି । ହେଲେ ପ୍ରଶ୍ନ ଉଠୁଛି ବିପର୍ଯ୍ୟୟ ପରେ ଅଜ୍ଞାତ ଶବକୁ କବର ଦିଆଯିବା ନେଇ ଅନ୍ତରାଷ୍ଟ୍ରୀୟ ନିୟମ ରହିଛି କି ? ଏହାସହ ହିନ୍ଦୁଙ୍କ ଶବକୁ କବର ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ?

ତେବେ ଆସନ୍ତୁ ଜାଣିବା ବିପର୍ଯ୍ୟୟ ସମୟରେ ଶବକୁ କବର ଦିଆଯିବାକୁ ନେଇ ରହିଥିବା ନିୟମ ସମ୍ପର୍କରେ…

୧. ଶବକୁ କାହିଁକି କବର କବର ଦିଆଯାଉଛି ?

ସରକାରୀ ସୂତ୍ର ଅନୁସାରେ, ବହୁ ସଂଖ୍ୟାରେ ଶବ ଉଦ୍ଧାର ହେଉଥିବାରୁ ଏହାକୁ ଅଧିକ ଦିନ ଧରି ହସ୍ପିଟାଲରେ କି ଖୋଲା ସ୍ଥାନରେ ରଖିବା କଷ୍ଟକର । ଏହାଦ୍ବାରା ଶବ ଖରାପ ହେବା ସହ ଦୁର୍ଗନ୍ଧ ବଢ଼ିପାରେ । ନେପାଳ ଡିଆଇଜିଙ୍କ ଅନୁସାରେ ଶବଗୁଡିକୁ ଏୟାର ଟାଇଟ ବ୍ୟାଗରେ ରଖି କବର ଦିଆଯାଉଛି । ସମସ୍ତ ଶବର ସୂଚନା ରଖାଯାଉଛି । ଏହାଦ୍ବାରା ଚିହ୍ନଟ ପରେ କବରରୁ ବାହାର କରି ପରିଜନଙ୍କୁ ହସ୍ତାନ୍ତର କରାଯାଇପାରିବ ।

୨. ଅଚିହ୍ନା ଶବ କବର ଦେବାକୁ ଅନ୍ତରାଷ୍ଟ୍ରୀୟ ନିୟମ ରହିଛି କି ?

ନିଶ୍ଚିତ ଭାବେ, ହେଲେ ସର୍ତ୍ତ ଅନୁସାରେ ଏପରି କରାଯାଇ ପାରିବ । ICRC, WHO ଓ IFRC ଗାଇଡଲାଇନ ଅନୁସାରେ ଅଚିହ୍ନା ଶବବୁ ଅସ୍ଥାୟୀ ଭାବେ କବର ଦିଆଯାଇପାରିବ । ଯଦି ପରେ ଏହାକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର କିଛି ବି ସମ୍ଭାବନା ରହିଥିବ ଏପରି କରାଯାଇପାରିବ ।

ICRC ଗାଇଡ଼ଲାଇନ ଅନୁସାରେ ଅଧିକ ସଂଖ୍ୟାରେ ମୃତ୍ୟୁ ଘଟିବା ଓ ସମ୍ବଳ ସୀମିତ କାରଣରୁ ସାମୂହିକ କବର ଦିଆଯାଇପାରିବ, ହେଲେ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ପରେ ଚିହ୍ନଟ କରାଯାଇ ପାରିବା ଭଳି କରିବାକୁ ପଡ଼ିବ ।

୩. କବର ଦେବା ସମୟରେ କ’ଣ ଗୁରୁତ୍ବପୂର୍ଣ୍ଣ ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏମିତି ସ୍ଥିତିରେ ପ୍ରତି ଶବର ଏକ ନିର୍ଦ୍ଦିଷ୍ଟ ପରିଚୟ ରହିବା ଦରକାର । ଶବ ଓ ଏହାର ବ୍ୟାଗରେ ଓ୍ବାରପ୍ରୁଫ ଟ୍ୟାଗ ରହିବା ଜରୁରୀ । କବର ସ୍ଥାନରେ ବି ସେହି ଟ୍ୟାଗ ରହିବା ଆବଶ୍ୟକ । ICRC ଅନୁସାରେ କବର ସ୍ଥାନର ନକ୍ସା ଓ ରେକର୍ଡ ପ୍ରସ୍ତୁତ ହେବା ଦରକାର । ଏହାସହ GPS ଲୋକେସନ ରହିବା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ସାମାନ୍ୟ ଗାଇଡଲାଇନରେ କବରର ଗଭୀରତା ୧.୫ରୁ ୩ ମିଟର ରହିବା ଆବଶ୍ୟକ । କବର ସ୍ଥାନକୁ ପାଣିଠାରୁ ଦୂରରେ ରଖାଯିବା ଆବଶ୍ୟକ । ଅର୍ଥାତ ଭବିଷ୍ୟତରେ ଏହାକୁ ଯେପରି ଖୋଜି ଚିହ୍ନଟ କରାଯାଇପାରିବ ସେଥିପାଇଁ ସମ୍ପୂର୍ଣ୍ଣ ସୂଚନା ରହିବା ଆବଶ୍ୟକ ।

୪. ତୁରନ୍ତ ଶକବୁ କବର ଦିଆଯିବା ଜରୁରୀ କି ?

WHO ଅନୁସାରେ କେବଳ ମହାମାରୀ ଡରରେ ଶବକୁ ସାମୂହିକ ଭାବେ କବର ଦେବା ଉଚିତ ନୁହେଁ । ପ୍ରଥମେ ଫଟୋ, ଡ୍ରେସ, ଶବ ପାଖରୁ ମିଳିଥିବା ଜିନିଷ ଓ ପରିଚୟକୁ ନେଇ ସମସ୍ତ ସୂଚନା ରଖଯିବା ଦରକାର । ଏହାପରେ ଅସ୍ଥାୟୀ ଭାବେ ଶବକୁ ସୁରକ୍ଷିତ ରଖାଯାଇପାରେ । ନେପାଳ ଫୋରେନ୍ସିକ ଏକ୍ସପର୍ଟଙ୍କ ଅନୁସାରେ ପରିଚୟ ପାଇଁ ପ୍ରଥମେ ମୁହଁ ଓ ଶାରୀରିକ ପରିଚୟ, ପରେ ଫିଙ୍ଗରପ୍ରିଣ୍ଟ ଓ ଦାନ୍ତର ରେକର୍ଡ ରଖାଯାଇପାରିବ । ଶେଷରେ DNA ସାମ୍ପୁଲ ବି ରଖାଯାଇପାରିବ । ନେପାଳରେ ଉଦ୍ଧାର ହେଉଥିବା ଶବର ଡିଏନଏ ସାମ୍ପୁଲ ନିଆଯିବା ସହ ନମ୍ବର ଟ୍ୟାଗ ଲଗାଯାଉଛି । ଯଦି ପରେ କୌଣସି ଶବର ପରିଚୟ ମିଳିବ ଏହାକୁ କବରରୁ ବାହାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ସହାୟକ ହେବ ।

୫. ବନ୍ୟାରେ ଶବ ଚିହ୍ନଟ ଏତେ କଷ୍ଟକର କାହିଁକି ?

ଭୋଟେକାଶୀ ଭଳି ବନ୍ୟାରେ ଶବ ବହୁ ଦୂରକୁ ପ୍ରବାହିତ ହୋଇ ଚାଲିଯାଇଥାଏ । ଏହାସହ ପାଣିରେ ଦୀର୍ଘ ସମୟ ପଡି ରହିବା କରଣରୁ କ୍ଷତବିକ୍ଷତ ହୋଇଯାଇଥାଏ । ନେପାଳ ପୋଲିସ ଅନୁସାରେ ଉଦ୍ଧାର ଶବରୁ ୨୧୧ କ୍ଷତବିକ୍ଷତ ଅବସ୍ଥାରେ ରହିଛି । ଏମିତି ସ୍ଥିତିରେ କେବଳ ମୁହଁ ଦେଖି ଚିହ୍ନଟ କରିବା କଷ୍ଟକର । ଏଥିପାଇଁ ଡିଏନଏ, ଫିଙ୍ଗରଫ୍ରିଣ୍ଟ ଓ ଦାନ୍ତର ରେକର୍ଡ ବହୁତ ଗୁରୁତ୍ବ ବହନ କରିଥାଏ । INTERPOL ବି ବଡ଼ ଦୁର୍ଘଟଣାରେ ଶବ ଚିହ୍ନଟ ପାଇଁ ଏହି ବୈଜ୍ଞାନିକ ଟେକ୍ନୋଲଜିର ବ୍ୟବହାର କରିଥାଏ । ଏଥିରେ ଡିଭିଆଇ ସିଷ୍ଟମରେ ଶବର ଯାଞ୍ଚ, ପରିବାରରୁ ମିଳିଥିବା ସୂଚନା ଓ ପରେ ଦାନ୍ତକୁ ମେଳ କରାଯାଇଥାଏ ।

ଏଥିପାଇଁ ନେପାଳରେ ଅଚିହ୍ନା ଶବକୁ କବର ଦିଆଯିବା କୌଣସି ନିୟମର ଉଲ୍ଲଂଘନ ନୁହେଁ । ଗୁରୁତ୍ବପୂର୍ଣ୍ଣ କଥା ହେଲା, କ’ଣ ପ୍ରତି ଶବର ଡିଏନଏ, ଫିଙ୍ଗରପ୍ରିଣ୍ଟ ଡାଟା, କବରର ପ୍ରକୃତ ଲୋକେସନ ଓ ପୂରା ରେକର୍ଡ ସୁରକ୍ଷିତ ରଖାଯାଉଛି । ଏହାଦ୍ବାରା ଭବିଷ୍ୟତରେ ଲୋକଙ୍କୁ ସେମାନଙ୍କ ନିଖୋଜ ପରିଜନଙ୍କୁ ଚିହ୍ନଟ କରିବା ଓ ଶବ ପାଇବାରେ ସହାୟକ ହୋଇପାରିବ ।

୭ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ :  କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳ ଷ୍ଟେସନ ବାହାରୁ ୭ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ । ଜଣେ ବୟସ୍କ ବ୍ୟକ୍ତି ଅପହରଣ କରିଥିବା ସିସିଟିଭି ଫୁଟେଜରେ ସାମ୍ନାକୁ ଆସିଛି। ଅପହରଣକାରୀ ନାବାଳିକାକୁ ନେଇ କେଉଁଠି ଲୁଚାଇ ରଖିଛି ତାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ। ସିସିଟିଭି  ଫୁଟେଜ ସହ ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। ହେଲେ ଏପର୍ଯ୍ୟନ୍ତ ନାବାଳିକା ଓ ଅପହରଣକାରୀର ଟେର୍ ମିଳୁନି।

ରେଳଷ୍ଟେସନ, ଜିଆରପି ଓ  ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ କଟକ ଡିସିପି କହିଛନ୍ତି ଯେ, ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଜି.ଆର.ପି ଓ ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇଛି।

ବିଏମସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ

ନନ୍ଦିଘୋଷ ବ୍ୟୁରୋ :  ବିଏମସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ବିଏମସି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ବିଏମସି କମିଶନର, ସମସ୍ତ କର୍ପୋରେଟରଙ୍କ ସମେତ ମହାନଗର ନିଗମ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ କିଭଳି ଆହୁରି ଅଧିକ ସୁଦୃଢ କରାଯିବ ସେନେଇ ଆହ୍ୱାନ ଦେଇଛନ୍ତି ମେୟର।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ବିଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିବା ବେଳେ, ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନେପାଳ ପ୍ରଳୟରୁ ଅଳ୍ପକେ ବର୍ତ୍ତି ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି ଓଡ଼ିଶାର ଝିଅ କୁଲସୁମ ନିଗାର

ନନ୍ଦିଘୋଷ ବ୍ୟୁରୋ :  ନେପାଳ ପ୍ରଳୟରୁ ଅଳ୍ପକେ ବର୍ତ୍ତି ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି ଓଡ଼ିଶାର ଝିଅ କୁଲସୁମ ନିଗାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ୨୩ ନମ୍ବର ୱାର୍ଡ ନାଥ ସାହିରେ ଥିବା ବାସଭବନରେ ପହଞ୍ଚିବା ପରେ ନନ୍ଦିଘୋଷ ଟିଭି ଆଗରେ ବଖାଣିଛନ୍ତି ପ୍ରଳୟ ସମୟର ଭୟାନକ ଅନୁଭୂତି। ନେଟୱର୍କ ନଥିବାରୁ ପ୍ରଥମେ ପ୍ରଳୟ ସମ୍ପର୍କରେ କିଛି ସୂଚନା ମିଳିନଥିଲା। ସେମାନେ ରହୁଥିବା ସ୍ଥାନଠାରୁ ଦୁର୍ଘଟଣା ସ୍ଥଳ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିଲା।

ପରେ ମୋବାଇଲ ନେଟୱର୍କ ଆସିବା ପରେ ସ୍ଥିତିର ଗମ୍ଭୀରତା ଜାଣି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ନେପାଳ ପୋଲିସ ଓ ପ୍ରଶାସନ ସେମାନଙ୍କ ସହ ଯୋଗାଯୋଗ କରି ସହାୟତା ଯୋଗାଇଥିଲା। ସୁରକ୍ଷିତ ଘରକୁ ଫେରିଥିବାରୁ ସେ ଓଡ଼ିଶା ସରକାର ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇବା ସହ ଏବେ ବି ସେଠାରେ ଫସି ରହିଥିବା ଅନ୍ୟ ଲୋକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରିଛନ୍ତି।

ଏଣିକି ‘ଓ୍ବାନ ନେସନ, ଓ୍ବାନ ଟାଇମ’ ସିଷ୍ଟମରେ ଚାଲିବ ପୂରା ଦେଶର ଘଡ଼ି, ସାଧାରଣ ଲୋକଙ୍କ ଉପରେ ପଡିବ କି ପ୍ରଭାବ ?

ଏଣିକି ‘ଓ୍ବାନ ନେସନ, ଓ୍ବାନ ଟାଇମ’ ସିଷ୍ଟମରେ ଚାଲିବ ପୂରା ଦେଶର ଘଡ଼ି, ସାଧାରଣ ଲୋକଙ୍କ ଉପରେ ପଡିବ କି ପ୍ରଭାବ ?

ନନ୍ଦିଘୋଷ ବ୍ୟୁରୋ: ଓ୍ବାନ ନେସନ ଓ୍ବାନ ଇଲେକ୍ସନ, ଓ୍ବାନ ନେସନ ଓ୍ବାନ ଟ୍ୟାକ୍ସ ପରି ଏବେ ଭାରତରେ ଓ୍ବାନ ନେସନ ଓ୍ବାନ ଟାଇମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାର ସମୟ ସିଷ୍ଟମକୁ ବଦଳାଇବାକୁ ଏକ ନୋଟିଫିକେଶନ ଜାରି କରିଛନ୍ତି । ଦେଶରେ ନିର୍ଭୁଲ ଓ ଗୋଟିଏ ଟାଇମ ଷ୍ଟାଣ୍ଡାର୍ଡକୁ ଦୃଢ଼ କରିବା ଏହାର ଉଦ୍ଦେଶ । ଅର୍ଥାତ ଏହାଦ୍ବାରା ସାରା ଭାରତରେ ଗୋଟିଏ ପ୍ରକାରର ସମୟ ରହିବ ।

୨୭ ଅଗଷ୍ଟରେ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ବାରା ଜାରି ଏହି ନୋଟିଫିକେଶନ IST ରୁଲ୍ସ ୨୦୨୬ରେ ଏକାଧିକ ତଥ୍ୟ ଦିଆଯାଇଛି । ଗଜଟେରେ ଆସିବାର ୧୮୦ ଦିନ ପରେ ଏହି ନିୟମ ଲାଗୁ ହେବ । ଏହାପରେ କୋର୍ଟ, ସରକାରୀ, ବେପାର ଓ ଅଫିସ କାମରେ କେବଳ ଏହି IST ମାନ୍ୟ ହେବ ।

ଓ୍ବାନ ନେସନ, ଓ୍ବାନ ଟାଇମର ଆବଶ୍ୟକତା କାହିଁକି ?

ଏବେ ଭାରତରେ IST ପାଳନ କରାଯାଉଛି । ହେଲେ କିଛି ସ୍ଥାନ, ଯେପରି ମୋବାଇଲ, ରେଲଓ୍ବେ, ସରକାରୀ କାର୍ଯ୍ୟାଳୟ ଓ କମ୍ପ୍ୟୁଟରରେ ସମୟ ଭିନ୍ନ ଭିନ୍ନ ସର୍ଭରରୁ ଆସିଥାଏ । କେତେବେଳେ ଗୁଗଲରୁ ତ ଆଉ କେତେ ବେଳେ ବିଦେଶୀ ସର୍ଭରରୁ । ଏହାଦ୍ବାରା ସମୟରେ ସାମାନ୍ୟ ତାରତମ୍ୟ ଦେଖିବାକୁ ମିଳିଥାଏ । ସରକାର ଏହି ତାରତମ୍ୟ ଦୂର କରିବାକୁ ଚାହୁଁଛନ୍ତି । ଦେଶର ସବୁ ଘଣ୍ଟା, ମୋବାଇଲ, କମ୍ପ୍ୟୁଟର ନେଟଓ୍ବର୍କ ଓ ଡିଜିଟାଲ ଡିଭାଇସ୍ ଗୋଟିଏ ସମୟ ଦେଖାଇବା ଏହାର ଉଦ୍ଦେଶ୍ୟ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଇବର ଅପରାଧ, ଆତଙ୍କବାଦୀ ଗତିବିଧି ଯାଞ୍ଚ ସମୟରେ ଭିନ୍ନ ଭିନ୍ନ ଡିଭାଇସରେ କିଛି ସେକେଣ୍ଡର ଅନ୍ତର ଯୋଗୁଁ ଘଟଣାର ସଠିକ ସମୟ ମ୍ୟାଚ କରିବାରେ ସମସ୍ୟା ଦେଖାଦେଉଛି । ଏହି ନିୟମ ଆସିବା ପରେ ଗୋଟିଏ ସମୟ ହେବା ଦ୍ବାରା ବ୍ୟାଙ୍କିଂ ନେଣଦେଣ, ସେୟର ବଜାର, ରେଲଓ୍ବେ ଓ ଉଡ଼ାଜାହାଜ ଚଳାଚଳ ପରିଚାଳନା ସହଜ ହୋଇପାରିବ ।

ବଦଳି ଯିବ କି ଘଡିର ସମୟ ?

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ, ଏହି ନିୟମ ଲାଗୁ ହେବା ପରେ ଭାରତର ବିଭିନ୍ନ ସ୍ଥାନରେ ଘଡିରେ ସମୟ ବଦଳି ଯିବ । ହେଲେ, ଏହା ବିଲକୁଲ ନୁହେଁ । ଆପଣଙ୍କ ଘଡିରେ ଏବେ ଯେଉଁ ସମୟ ରହିଛି, ତାହା ହିଁ ରହିବ । କେବଳ ଡିଜିଟାଲ ଘଡି, ମୋବାଇଲ ନେଟଓ୍ବର୍କରେ ଭାରତକୁ ନିଜର ସରକାରୀ ସମୟ ସହ ଯୋଡ଼ାଯିବ  । ଏହାଦ୍ବାରା ପୂରା ଦେଶରେ ନାନୋ ସେକେଣ୍ଡ ପର୍ଯ୍ୟନ୍ତ ସମୟ ସମାନ ରହିପାରିବ ।

୧୮୦ ଦିନର ସମୟ କାହିଁକି ?

ନିୟମ ଲାଗୁ ହେବା ପୂର୍ବରୁ ୧୮୦ ଦିନ ସମୟ ଦିଆଯାଇଛି । କମ୍ପାନୀ ଓ ବିଭିନ୍ନ ସଂସ୍ଥା ସେମାନଙ୍କ ବର୍ତ୍ତମାନର ସିଷ୍ଟମ ଯାଞ୍ଚ କରିବା ଏହାର ଉଦ୍ଦେଶ୍ୟ । ଏହି ସମୟ ମଧ୍ୟରେ ସେମାନେ ଆବଶ୍ୟକ ପରିବର୍ତ୍ତନ କରିବା ସହ ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇପାରିବେ ।