spot_img
Home Blog Page 50

ସୁପ୍ରିମକୋର୍ଟରେ ରାଜନୈତିକ ଦଳଙ୍କୁ ଡୋନେସନ ମାମଲାର ଶୁଣାଣି ଆଜି

ନନ୍ଦିଘୋଷ ବ୍ୟୁରୋ :  ରାଜନୈତିକ ଦଳଙ୍କୁ  ୨ ହଜାର ଟଙ୍କାରୁ କମ୍ ନଗଦ ଅର୍ଥ ଡୋନେସନ ପ୍ରସଙ୍ଗ। ଆୟକର ଆଇନରେ ରହିଥିବା ବ୍ୟବସ୍ଥାକୁ ଚାଲେଞ୍ଜ କରି ଆଗତ ଏକ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ରାଜନୈତିକ ଦଳ ୨ ହଜାର ଟଙ୍କାରୁ କମ ଡୋନେସନ ଗ୍ରହଣ କରିବା ନେଇ ଆୟକର ଆଇନରେ ଥିବା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟା ମାମଲାର କରିବେ ଶୁଣାଣି। ପିଟିସନରେ ଦର୍ଶାଯାଇଛି- ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତାର ଅଭାବ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରହୁନାହିଁ। ପାଣ୍ଠି ସମ୍ପର୍କରେ ବି ସ୍ପଷ୍ଟ ସୂଚନା ରହୁନାହିଁ।

ଦଳଗୁଡିକୁ କିଏ ପାଣ୍ଠି ଦେଲା, କାହିଁକି ଦେଲା ସେ ସମ୍ପର୍କରେ ସୂଚନା ମିଳୁନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଗତବର୍ଷ ନଭେମ୍ବର ୨୪ରେ ଆୟକର ଆଇନ-୧୯୬୧ର ଧାରା ୧୩-ଏରେ ରହିଥିବା ବ୍ୟବସ୍ଥାକୁ ହଟାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ସୁପ୍ରିମକୋର୍ଟ। ଏହା ଅସାମ୍ବିଧାନିକ ବୋଲି ପିଟିସନରେ ଦର୍ଶାଯାଇଥିଲା। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ ୨ ହଜାର ଟଙ୍କାରୁ ଅଧିକ ଡୋନେସନକୁ କୌଣସି ଦଳ ଗ୍ରହଣ କରିପାରିବେ ନାହିଁ। ଏହି ଅର୍ଥକୁ ପେୟି ଚେକ୍ ବ୍ୟାଙ୍କ ଡ୍ରାଫ୍ଟ, ଇସିଏସ ବା ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ଦିଆଯିବା ବ୍ୟବସ୍ଥା ରହିଛି। …

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ :  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଲଘୁଚାପ । ପ୍ରବଳ ବର୍ଷା ନେଇ ସାରା ରାଜ୍ୟ କୁ ଆଲର୍ଟ। ପ୍ରଭାବ ରେ ଆସନ୍ତା ସେପ୍ଟେମ୍ବର ୩ ଯାଏ ବର୍ଷା ଜାରି ରହିବ l ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୦ ଜିଲ୍ଲା କୁ ଅରେଞ୍ଜ ଓ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ଘଣ୍ଟା ରେ ଅତି ପ୍ରବଳ ରୁ ଭୀଷଣ ବର୍ଷା ନେଇ ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି  l ଏହି ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି l ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲା  ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ , ଦେବଗଡ, ସମ୍ବଲପୁର,ଝାରସୁଗୁଡ଼ା , ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା  ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି l

ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି l ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲା ରାଜଘାଟ ରେ ସର୍ବାଧିକ ୧୫୬.୨ ମିଲି ମିଟର ବର୍ଷା ରେକର୍ଡ ହୋଇଛି…।

ନେପାଳ ବିଭୀଷିକାର ଛାତିଥରା ଚିତ୍ର ଆସୁଛି ପଦାକୁ

ନନ୍ଦିଘୋଷ ବ୍ୟୁରୋ :  ନେପାଳ ବିଭୀଷିକାର ଛାତିଥରା ଚିତ୍ର ଆସୁଛି ପଦାକୁ। ଧ୍ବଂସାବେଶେଷ ତଳେ ଥିବା ଲୋକମାନଙ୍କୁ ବାହାର କରିବା ଲାଗି ଚାଲିଛି ମେଗା ରେସ୍କ୍ୟୁ ଅପରେସନ। ବର୍ତ୍ତମାନ ସୁଦ୍ଧା ୭୮୮ ଲୋକଙ୍କ ମୃତଦେହ ମିଳିଥିବା ବେଳେ ଶତାଧିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ହେଲିକପ୍ଟର ଜରିଆରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅପର ତ୍ରିଳୂଳୀ ଜଳ ବିଦ୍ୟୁତ ପ୍ରକଳ୍ପ ଟନେଲରେ ୧୦୦ରୁ ଅଧିକ ମୃତ ଆଶଙ୍କା କରାଯାଇଛି।

ଟନେଲରେ ଉଦ୍ଧାର କାର୍ଯ୍ୟ ଲାଗି ଟିମ ପଠାଇଛନ୍ତି ଚୀନ ଓ ଭାରତ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାସୁୱା ଓ ନୂଆକୋଟରେ ଅନେକ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ନେପାଳ ଆର୍ମୀ, ସଶସ୍ତ୍ର ବାହିନୀ, ପୋଲିସର ୮୨ଟି ଟିମ ନିୟୋଜିତ ଅଛନ୍ତି। ଚିହ୍ନଟ ମୃତଦେହଗୁଡିକୁ ପରିବାରଙ୍କୁ ହସ୍ତାନ୍ତର କରାଯାଉଥିବାବେଳେ ଅଚିହ୍ନା ଶବଗୁଡିକର ସତ୍କାର କରାଯାଉଛି।

ତେବେ ସେମାନଙ୍କର ଡିଏନଏ ସଂଗ୍ରହ କରି ରଖାଯାଉଛି।  ରିଲିଫ ଶିବିରରେ ପହଞ୍ଚି ମୃତ ବ୍ୟକ୍ତିମାନଙ୍କ ଫଟୋ ଦେଖି ଚିହ୍ନିବାରେ ଲାଗିଛନ୍ତି ଶୋକାକୁଳ ଜନତା। ପଞ୍ଚମ ଦିନରେ ଜାରି ରହିଛି ରେସ୍କ୍ୟୁ ଅପରେସନ। ବର୍ତ୍ତମାନ ସୁଦ୍ଧା ୧୦୮ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୭୫ ଭାରତୀୟ ନିଖୋଜ ରହିଛନ୍ତି। ସେହିପରି ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ୧୨୮ ନିଖୋଜ ଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଚୀନ ପଟେ ୯୦୦ ଭାରତୀୟ ସୁରକ୍ଷିତ ଥିବା କୁହାଯାଇଛି।

ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ଗଣତି ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ :  କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି  ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ୟ୍ୟରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୨ମାସ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ଦାନ ହୁଣ୍ଡି ଖୋଲାଯାଇଥିଲା। ଗତଥର ଦାନ  ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ହଜାର ଟଙ୍କା, ୬୨୩ କେଜି ୧୩ଶହ ଗ୍ରାମ ରୂପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା। ଏହାସହିତ  ୟୁପିଆଇ ସ୍କାନରରେ  3ଲକ୍ଷ ୯୭ ହଜାର ୨୩୧ଟଙ୍କା ବାହାରିଥିଲା।

ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଚଳିତ ଥର ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗଣତି ଟଙ୍କା ଜମା କରାଯିବ। ଏଥିପାଇଁ ବ୍ୟାଙ୍କର କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ରହିଛନ୍ତି। ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୩ଶହ ଜଣ ମହିଳା ସାମିଲ ହୋଇଛନ୍ତି। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିର ର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି…।

ଆଜି ଓ ଆସନ୍ତାକାଲି ହେବ ରତ୍ନଭଣ୍ଡାର ଗଣତିମଣତି

ନନ୍ଦିଘୋଷ ବ୍ୟୁରୋ :  ଆଜି ଓ ଆସନ୍ତାକାଲି ହେବ ରତ୍ନଭଣ୍ଡାର ଗଣତିମଣତି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଚାଲିବ ପ୍ରକ୍ରିୟା। ଆଜି ଓ ଆସନ୍ତାକାଲି ଭିତର କାଠ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନେ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପୂର୍ବରୁ ଶ୍ରୀମନ୍ଦିରରେ ପ୍ରଥମେ ଚଳନ୍ତି ଓ ପରେ ବାହାର ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଶେଷ ପରେ ଭିତର ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ କରାଯାଇଥିଲା।

ସ୍ନାନ ଯାତ୍ରା ଓ ରଥଯାତ୍ରା ବେଳେ ଭିତର ରତ୍ନ ଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ବନ୍ଦ ରହିଥିବା ବେଳେ, ମହାପ୍ରଭୁଙ୍କ ୯ ଗୋଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ଓ ମାପ ପରେ ଥ୍ରୀଡି ଗ୍ରାଫି ଓ ଭିଡିଓଗ୍ରାଫି ସହ ରତ୍ନ ବିଶାରଦଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଉଛି।

ଦେଓମାଳିରେ ପର୍ଯ୍ୟଟକଙ୍କୁ ପଥର ମାଡ଼, ମୋବାଇଲ ଓ ଟଙ୍କା ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ବୁଲିବାକୁ ଆସିଥିବା ପାଞ୍ଚ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ।ଦୁର୍ବୃତ୍ତ ମାନେ ପଥର ଫିଙ୍ଗି ଆକ୍ରମଣ କରିବା ସହ ସେମାନଙ୍କ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ କୋଟିଆ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୫ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇ ସନ୍ଧ୍ୟା ସମୟରେ ଦେଓମାଳି ଶୃଙ୍ଗରୁ ଓହ୍ଲାଉଥିଲେ। ହେଲେ ଓହ୍ଲାଉଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ପଛରୁ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ସେମାନେ ଆହତ ହେବା ସହ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୨ ଟି ମୋବାଇଲ ସହ ୭ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିବା ଜଣାପଡ଼ିଛି। ତେବେ ଶିଖରରୁ ବହୁ କଷ୍ଟରେ ତଳକୁ ଆସିବା ପରେ ବି ସେମାନଙ୍କୁ ଫାଷ୍ଟଏଡ୍ ସୁବିଧା ମିଳିନଥିଲା। ପରେ ସେଠାରୁ ୩୦ କିମି ଦୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁନ୍ଦୁଲିରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ ଛାତ୍ରଛାତ୍ରୀ। ଅନ୍ୟପଟେ ଦେଓମାଳି ବୁଲିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସେଠାରେ ସାମାନ୍ୟ ଫାଷ୍ଟଏଡ୍ ସୁବିଧା କିମ୍ବା ପୋଲିସ ପେଟ୍ରୋଲିଂ କରି ସାଧାରଣ ଜୀବନକୁ ସୁରକ୍ଷା ଦେଇପାରୁନଥିବା ଯୋଗୁଁ ପର୍ଯ୍ୟଟକ ବୁଲିବାକୁ ମୁଁହ ଫେରାଉଥିବା ନେଇ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।

ଭାରତ-ବାଂଲାଦେଶ ସୀମାରେ ବଡ଼ ସୁନା ଜବତ, ୨୪ କୋଟିର ସୁନା ସହ ମହିଳା ଗିରଫ

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ସୀମାରୁ ବିପୁଳ ପରିମାଣର ସୁନା ଜବତ କରି ଚୋରା ଚାଲାଣ ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ସୂଚନା ପାଇବା ପରେ ବିଏସଏଫ ଯବାନମାନେ ନଦିଆ ଜିଲ୍ଲାର ବାଣପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଦୀର୍ଘ ସମୟ ଧରି ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ପରେ ମହିଳାଙ୍କୁ କାବୁ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ମୋଟ ୧୫ କିଲୋ ୬୦୭ ଗ୍ରାମ ସୁନା ଜବତ କରାଯାଇଛି।ଜବତ ହୋଇଥିବା ସୁନାର ଆନୁମାନିକ ବଜାର ମୂଲ୍ୟ ୨୪ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏହି ଚୋରା ଚାଲାଣରେ ଆଉ କିଏ କିଏ ସାମିଲ ଅଛନ୍ତି, ସୁନା କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ କରିବାକୁ ଯୋଜନା ଥିଲା, ସେନେଇ ତଦନ୍ତ ଜାରି ରହିଛି।

୯ ଦିନ ପରେ ବନ୍ଦ ସର୍ଚ୍ଚ ଅପରେସନ, ଓସେନ୍ ଓ୍ବିନରର ୨୨ ନାବିକଙ୍କ ପତ୍ତା ନାହିଁ

ନନ୍ଦିଘୋଷ ଟିଭି; ଗଭୀର ସମୁଦ୍ରରେ ପଣ୍ୟବାହୀ ଜାହାଜ ‘ଓସେନ୍ ଓ୍ବିନର’ ବୁଡ଼ିବା ଘଟଣାକୁ ପୂରିଲା ୯ ଦିନ। ଏହାରି ମଧ୍ୟରେ ସର୍ଚ୍ଚ ଅପରେସନ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏବେ ବି ଜାହାଜରେ ଥିବା ୨୪ ଜଣଙ୍କ ମଧ୍ୟରୁ ୨୨ ଜଣ କ୍ରିଉ ସଦସ୍ୟଙ୍କ କୌଣସି ପତ୍ତା ମିଳୁନି। ଘଟଣା ପରେ ମାତ୍ର ୨ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଦୁଇ ନାବିକଙ୍କ ବୟାନ ଅନୁସାରେ, ଜାହାଜ ବୁଡ଼ିବା ସମୟରେ ମାତ୍ର ୧୦ ଜଣ ନାବିକ ବାହାରକୁ ଆସି ସମୁଦ୍ରକୁ ଡେଇଁ ପଡ଼ିଥିଲେ। ହେଲେ ଅନ୍ୟ ୧୪ ଜଣ ଜାହାଜ ଭିତରେ ହିଁ ରହିଯାଇଥିଲେ। ସେହିପରି ସମୁଦ୍ରକୁ ଡେଇଁଥିବା ୧୦ ଜଣଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୮ ଜଣ ଜାହାଜ ବୁଡ଼ିବା ସମୟରେ ସୃଷ୍ଟି ହୋଇଥିବା ଭଉଁରୀରେ ଫସି ଯାଇଥିବା ସୂଚନା ମିଳିଛି।

ଉଦ୍ଧାର କାର୍ଯ୍ୟରେ କୋଷ୍ଟଗାର୍ଡର ତିନୋଟି ଜାହାଜ ନିୟୋଜିତ ହୋଇଥିବା ବେଳେ ପରେ ଚୀନର ଦୁଇଟି ଜାହାଜ ଏବଂ ଭାରତୀୟ ନୌସେନାର ଏୟାରକ୍ରାଫ୍ଟ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ତେବେ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ ଭାରତୀୟ ନୌସେନା ଓ ଚୀନର ଦୁଇଟି ଜାହାଜ ସର୍ଚ୍ଚ ଅପରେସନରୁ ଓହରି ଯାଇଥିବା ସୂଚନା ମିଳିଛି।

ଦୀର୍ଘ ୯ ଦିନ ଧରି ୨୨ ଜଣ ନାବିକଙ୍କ କୌଣସି ପତ୍ତା ନ ମିଳିବାରୁ ସେମାନଙ୍କୁ ଜୀବିତ ଅବସ୍ଥାରେ ପାଇବା ନେଇ ଆଶା କ୍ଷୀଣ ହୋଇଛି। ଯଦି ସେମାନେ ମୃତ୍ୟୁବରଣ କରିଥାନ୍ତି, ତେବେ ଦୀର୍ଘ ୯ ଦିନ ପରେ ସେମାନଙ୍କ ମୃତଦେହ ମିଳିବା ମଧ୍ୟ କଷ୍ଟକର ବୋଲି ଆଶଙ୍କା କରାଯାଉଛି। ଗତ ୨୦ ତାରିଖରେ ୭୨ ହଜାର ମେଟ୍ରିକ ଟନ୍ ଲୁହାପଥର ନେଇ ଯାତ୍ରା କରିଥିବା ପଣ୍ୟବାହୀ ଜାହାଜ ‘ଓସେନ୍ ଓ୍ବିନର’ ଗତ ୨୧ ତାରିଖ ସନ୍ଧ୍ୟାରେ ପାରାଦ୍ଵୀପ ଠାରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂର ଗଭୀର ସମୁଦ୍ରରେ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବୁଡ଼ିଯାଇଥିଲା।

ଦୁଇ ଦିନିଆ ରିମାଣ୍ଡରେ ପ୍ରକାଶ ପାଶୱାନ, ଖୋଲିବ କି ଅପରାଧୀକ ରାକେଟର ଗୁମର?

ନନ୍ଦିଘୋଷ ଟିଭି; ନିଲମ୍ବିତ ବିଜେପି ଯୁବନେତା ପ୍ରକାଶ ପାଶୱାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ। ଅପରାଧୀକ କାର୍ଯ୍ୟକଳାପରେ ଜଡ଼ିତ ବହୁ ଅପରାଧୀଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଥିବା ସୂଚନା ମିଳିଛି। ବନ୍ଧୁକ ଚୋରା କାରବାର ଓ ଅପରାଧ ଘଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଆଉ ୫ ଜଣ ଅପରାଧୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଫେରାର ଥିବା ଏହି ୫ ଅପରାଧୀଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆନ୍ତଃରାଜ୍ୟ ବନ୍ଧୁକ ଚୋରା କାରବାର, ଅସ୍ତ୍ରଶସ୍ତ୍ର ରଖି ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର, ଦାଦାବଟି ଆଦାୟ ଓ ବାଲି ଚୋରା କାରବାର ସହ ପ୍ରକାଶ ପାଶୱାନଙ୍କ କିମ୍ବା ଅନ୍ୟ ଅପରାଧୀଙ୍କ ସମ୍ପର୍କ କ’ଣ ରହିଛି, ସେନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି।

ସେହିପରି ୪ଟି ବନ୍ଧୁକ ସହ ଗିରଫ ହୋଇଥିବା ଅପରାଧୀମାନେ କାହାକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ କି ନାହିଁ, ସେନେଇ ମଧ୍ୟ ତନାଘନା ଚାଲିଛି। ଜବତ ହୋଇଥିବା ୪ଟି ବନ୍ଧୁକ ଓ ୧୧ଟି ଗୁଳି ଅପରାଧୀମାନେ କେଉଁଠୁ ଆଣିଥିଲେ, ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ। ଗିରଫ ଅପରାଧୀଙ୍କ ସହ ପ୍ରକାଶ ପାଶୱାନଙ୍କ କି ସମ୍ପର୍କ ରହିଛି, ସେନେଇ ରଘୁନାଥପାଲ୍ଲି ଥାନା ପୋଲିସ ତନାଘନା ଚଳାଇଛି।

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଏଏସଆଇ

ନନ୍ଦିଘୋଷ ଟିଭି; ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଲହୁଣୀପଡ଼ା ଥାନାର ଏଏସଆଇ ମଦନ ମୋହନ ପ୍ରଧାନ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଛି ରାଉରକେଲା ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଦର୍ଜିଂ ଅଞ୍ଚଳର ଏକ ଢାବାରେ ବେଆଇନ ମଦ ବିକ୍ରି ମାମଲାରେ ଢାବା ମାଲିକଙ୍କୁ ଗିରଫ ନ କରିବା ପାଇଁ ଏଏସଆଇ ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏହି ଲାଞ୍ଚ ଟଙ୍କା ଏକ ଚା’ ଦୋକାନୀଙ୍କ ମାଧ୍ୟମରେ ଦେବାକୁ ଢାବା ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଏସଆଇ।

ଅଭିଯୋଗ ପାଇବା ପରେ ରାଉରକେଲା ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଚା’ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଏଏସଆଇ ମଦନ ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ବର୍ତ୍ତମାନ ଏଏସଆଇ ମଦନ ମୋହନ ପ୍ରଧାନଙ୍କ ମହୁଲଢିଆସ୍ଥିତ ଘର ସମେତ ଅନ୍ୟ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।