୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ୧୫ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଚାଲିଛି ଟିକାକରଣ । ସକାଳ ୮ରୁ ଆରମ୍ଭ ହୋଇଥିବା ଟିକାକରଣ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯାଉଛି ।

ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦିଆଯାଉଛି । ସେଥିମଧ୍ୟରୁ କିଛି ଟିକାକେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ ।

Leave a Reply