ବିଦା ହେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା !

1 min read

ନୂଆାଦିଲ୍ଲୀ: ବଢ଼ିଲା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଅଡୁଆ । ଲଖିମପୁର ଖେରି ଚାଷୀ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପରେ ପ୍ରଶ୍ନଘେରରେ କେନ୍ଦ୍ରମନ୍ତ୍ରୀ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଅନେକ ପ୍ରଶ୍ନ । ପୁଅ ବିରୋଧରେ ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି ମିଡିଆ ଆଗରେ ବାହାଦୂରୀ ମାରିଥିଲେ ଅଜୟ ମିଶ୍ରା । ଆଜି SIT ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ବେଳେ ଏଥିରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏହାଛଡ଼ା ଲଖିମପୁରରେ ସେଦିନ ଘଟିଥିବା ଘଟଣା ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

ହିଂସା ଦିନ ଚାଷୀଙ୍କୁ ଦଳି ଦେଇଥିବା ଗାଡ଼ିରେ ଆଶିଷ ଉପସ୍ଥିତ ଥିଲେ ବୋଲି ତଦନ୍ତକାରୀ ଟିମ୍ ଦର୍ଶାଇଛି ।  ମାମଲାର ତଦନ୍ତ କରୁଥିବା ଏସଆଇଟି ପକ୍ଷରୁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ଏହା ଦର୍ଶାଯାଇଛି । ଏବେ କେନ୍ଦ୍ରମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଟେନିଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply