ହତ୍ୟାକାରୀ ସ୍ୱାମୀ, ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ

ଭଦ୍ରକ: ସ୍ୱାମୀ ସାଜିଲା ସଇତାନ୍ । ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ । ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଅର୍ଥାତ ରବିବାର ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ  ହତ୍ୟା କରିଥିବା ଅଭିଯୋଗ ହୋଇଛି  ।

ସୂଚନା ମୁତାବକ ସ୍ୱାମୀଙ୍କ ନାମ  କହ୍ନେଇ ବେହେରା । ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା । ସ୍ତ୍ରୀକୁ ହତ୍ୟା ପରେ ନିଜ ପୁଅକୁ ମଧ୍ୟ ମାରିବାକୁ ଉଦ୍ୟମ କରୁଥିଲା ସଇତାନ୍ ବାପା । ଏହି ସମୟରେ ଚିତ୍କାର ଶୁଣି ଗାଁ ଲୋକ ଘରର କବାଟ ଭାଙ୍ଗି ନାବାଳକ ପୁଅକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply