ସଭାରେ ଟଳିପଡ଼ିଲେ ମୁଖ୍ୟ ବକ୍ତା, ଚାଲିଗଲା ପ୍ରାଣ

ସୋରୋ: ମୃତ୍ୟୁ ଏମିତି ବି ଆସେ । ଯାହା କଳ୍ପନା କରିବା ମୁସକିଲ । ସଭାରେ ଭାଷଣ ଦେବା ବେଳେ ଟଳିପଡିଲେ ମୁଖ୍ୟ ବକ୍ତା । ବାଲେଶ୍ୱର ଜିଲ୍ଲା ସୋର ଲକ୍ଷ୍ମୀନାରାୟଣ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ବେଳେ ଘଟିଛି ଏ ଅଭାବନୀୟ ଘଟଣା । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଲୋଚନ ମହାକୁଡ଼ଙ୍କ ଏଭଳି ଅକାଳ ବିୟୋଗ ଘଟିଛି । ଏଭଳି ବିୟୋଗ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  । ସଭାରେ ହିଁ ବସିଥିବାବେଳେ ପରଲୋକ ଘଟିବା ଅକଳ୍ପନୀୟ  ।

ସୂଚନା ମୁତାବକ ସୋରୋ ଠାରେ ଏକ ବ୍ୟବସାୟୀକ ସଂଗଠନ ପକ୍ଷରୁ ସଭାକାର୍ଯ୍ୟ ଚାଲୁଥିଲା  । ସେଠାରେ ମୁଖ୍ୟବକ୍ତା ଭାବେ ଯାଇଥିଲେ ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଲୋଚନ ମହାକୁଡ଼  । ମଞ୍ଚରେ ବସିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପଦ୍ମଲୋଚନ । ସଭାରେ ଉପସ୍ଥିତ ସୋର ବିଧାୟକ ପର୍ଶୁରାମ ଧଡ଼ା ତାଙ୍କୁ କାର ଯୋଗେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି  ।

ସ୍ୱର୍ଗତ ପଦ୍ମଲୋଚନ ବେଳାଭୂମି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଥିଲେ । ଏହା ବାଦ ସେ ଏକାଧାରରେ ଜଣେ ସାହିତ୍ୟିକ, ନାଟ୍ୟକାର, ଯାତ୍ରା ଗବେଶକ, ସମାଜସେବୀ ଥିଲେ । ସେହିପରି ଏକାଧିକ ନାଟକର ସେ ରଚୟିତା ଥିଲେ । ପଦ୍ମଲୋଚନଙ୍କ ଆକସ୍ପିକ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି  ଉପସ୍ଥିତ ଲୋକେ  ।

Leave a Reply