spot_img
Home Blog Page 4883

ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ DSWO, ମିଳିଲା ୨ ଶହରୁ ଅଧିକ ଶାଢ଼ି

ବରଗଡ଼: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସକାଳୁ ସକାଳୁ ଭିଜିଲାନ୍ସର ୧୦ ଜଣିଆ ଟିମ୍ ବରଗଡ଼ ଅତିରିକ୍ତ DSWOଙ୍କ ବାସଭବନରେ ଚଢ଼ାଉ କରିଛି । ବରଗଡ଼ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରା ସାହୁଙ୍କୁ ବରପାଲି ସ୍ଥିତ ବାସ ଭବନରେ ରେଡ୍ କରୁଛି ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ।

Bargarh Additional DSWO Chandra Sahoo In Vigilance Net

ଚନ୍ଦ୍ରା ସାହୁଙ୍କ ବରପାଲି ଡାକବଙ୍ଗଳା ପଡ଼ା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିବା ବେଳେ ଅଫିସରେ ରେଡ୍ କରିବ ଭିଜିଲାନ୍ସ । ଚଢ଼ାଉ ହେବ ବୋଲି ସୂଚନା ମିଳିଛି ।ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ କାଗଜ ପତ୍ର ଯାଞ୍ଚ ଚାଳିଛି । ଚନ୍ଦ୍ରା ସାହୁଙ୍କ ଘରୁ ଭିଜିଲାନ୍ସ ଏବେ ସୁଦ୍ଧା ୨ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରିଛି । ବରପାଲି, ବରଗଡ଼ରେ ଥିବା ଦୁଇଟି ପ୍ଲଟ, ଦୁଇଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରିଛି ଭିଜିଲାନ୍ସ ।

Bargarh Additional DSWO Chandra Sahoo In Vigilance Net

ଲକ୍ଷାଧିକ ସୁନା ଅଳଙ୍କାର, ବହୁ ଜମିବାଡ଼ି କାଗଜପତ୍ର ସହିତ ଘରୁ ୨ ଶହରୁ ଅଧିକ ଦାମିକିଆ ଶାଢି ମିଳିଛି । ସମ୍ବଲପୁର ଏବଂ ବରଗଡ଼ ଭିଜିଲାନ୍ସର ୧୦ ଜଣିଆ ଟିମ୍ ରେଡ୍ କରୁଛନ୍ତି । ବ୍ୟାଙ୍କ ଲକର ସହ ଚନ୍ଦ୍ରା ସାହୁଙ୍କ ଅଫିସରେ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

କ୍ରିକେଟ ଜଗତରେ ୧୩୭ ବର୍ଷ ପୁରୁଣା ଏହି ରେକର୍ଡ, ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିନାହାଁନ୍ତି

ନୂଆଦିଲ୍ଲୀ: କେମିତି ଦଳର ସ୍କୋରକୁ ଅଧିକରୁ ଅଧିକ କରାଯିବ ତାହାର ଦାୟିତ୍ୱ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ରହି ଥାଏ। ସବୁବେଳେ ଟପ୍ ଅର୍ଡର ଏବଂ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭଲ ସ୍କୋର କରିବା ପାଇଁ ଚେଷ୍ଟା କରିଥାନ୍ତି। ଆମେ ମଧ୍ୟ ଦେଖିଛେ ଟପ୍‌ ଅର୍ଡର ଏବଂ ମିଡିଲ ଅର୍ଡରେ ଆସିଥିବା ବ୍ୟାଟ୍ସମ୍ୟାନ୍‌ ସବୁବେଳେ ରେକର୍ଡ ସ୍କୋର କରିଥାନ୍ତି। ହେଲେ ଜଣେ ବ୍ୟାଟ୍ସମ୍ୟାନ୍‌ ଲୋୟର ଅର୍ଡରେ ଆସି ଏମିତି କିଛି ରେକର୍ଡ ସ୍କୋର କରିବା ଅସମ୍ଭବ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ୧୩୭ ବର୍ଷ ପୂର୍ବେ ଜଣେ ବ୍ୟାଟ୍ସମ୍ୟାନ୍‌। ୧୦ ନମ୍ବର ସ୍ଥାନରେ ଆସି ଟିମ୍‌ ପାଇଁ ସଂଗ୍ରହ କରିଥିଲେ ୧୧୭ ରନ୍‌। ଯାହାର ରେକର୍ଡ ୧୩୭ ବର୍ଷ ପରେ ମଧ୍ୟ କେହି ଭାଙ୍ଗିପାରୁନାହାଁନ୍ତି।

ଓ୍ୱାଲଟର ରିଡ, ଇଂଲଣ୍ଡର ସେହି ୧୦ମ ସ୍ଥାନରେ ଆସି ରେକର୍ଡ କରିଥିବା ବ୍ୟାଟ୍ସମ୍ୟାନ୍‌। ୱାଲ୍ଟରଙ୍କ ଏହି ରେକର୍ଡ ହେଉଛି ସବୁଠାରୁ ଅନନ୍ୟ ରେକର୍ଡ। ଟେଷ୍ଟ କ୍ରିକେଟରେ ଦଶମ ସ୍ଥାନରେ ଆସି ୧୧୭ ରନ୍‌ ମାରି ରେକର୍ଡ କରିଥିଲେ। ଆଜି ହେଉଛି ସେହି ମହାନ୍‌ ରେକର୍ଡଧାରି କ୍ରିକେଟର ଓ୍ୱାଲ୍ଟରଙ୍କ ଜନ୍ମଦିନ।

ଅଗଷ୍ଟ ୧୮୮୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲ ଟେଷ୍ଟରେ ୱାଲ୍ଟର ରିଡ ୧୦ ମସ୍ଥାନରେ ଆସି ୧୧୭ ରନ କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ତାଙ୍କର ୧୧୭ ରନ୍‌ର ରେକର୍ଡକୁ କେହି ମଧ୍ୟ ଭାଙ୍ଗିପାରିନାହାନ୍ତି। ଓ୍ୱାଲ୍ଟର ରିଡ୍‌ଙ୍କ ତଳେ ୧୦୪  ରନ୍‌ କରି ରହିଛନ୍ତି ଅଷ୍ଟ୍ରେଲିଆର ରେଗି ଡଫ୍, ଦକ୍ଷିଣ ଆଫ୍ରିକାର ପ୍ୟାଟ୍ ସିମକାଂସ କରିଛନ୍ତି ୧୦୮ ରନ୍‌, ବାଂଲାଦେଶର ଅବୁଲ ହାସନ କରିଛନ୍ତି ୧୧୩ ରନ୍‌। ହେଲେ ଓ୍ୱାଲ୍ଟର ରିଡଙ୍କ ୧୧୭ ରକୁ କେହି ମଧ୍ୟ ଭାଙ୍ଗିବାକୁ ସଫଳ ହୋଇନାହାନ୍ତି।

ୱାଲ୍ଟର ରିଡ ପ୍ରଥମରୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆସୁଥିଲେ। ଏହାପରେ ପଞ୍ଚମ ଏବଂ ତାପରେ ଷଷ୍ଠ ସ୍ଥାନରେ ଆସିଥିଲେ ବ୍ୟାଟିଂ କରିବା ପାଇଁ। ହେଲେ ଅଷ୍ଟ୍ରେଲିଆ ବିପକ୍ଷୟରେ ଓବାଲ ଟେଷ୍ଟରେ ଇଂଲଣ୍ଡର କ୍ୟାପ୍‌ଟେନ୍‌ ଲର୍ଡ ହେରିସ୍‌ ତାଙ୍କୁ ସେହି ଇନିଂସରେ ୧୦ମ ସ୍ଥାନରେ ଆସିବା ପାଇଁ କହିଥିଲେ।

ଏହାପରେ ରିଡ ତାଙ୍କ ଅଧିନାୟକଙ୍କ ରଣନୀତିକୁ ସଫଳ କରିବାକୁ ଚେଷ୍ଟା କରିଥିଲେ ଏବଂ ୧୧୭ ରନ୍‌ର ସ୍କୋର କରିଥିଲେ। ଏହି ଇନିଂସରେ ରିଡ ୧୫୫ଟି ବଲ ଖେଳି ୨୦ଟି ଚୌକା ମାରିଥିଲେ। ସେହି ଇନିଂସରେ ଅଷ୍ଟ୍ରେଲିଆର ୫୫୧ ରନ୍‌ କରିଥିବା ବେଳେ ଜବାବରେ ଇଂଲଣ୍ଡ ୩୪୬ ରନ୍ ସ୍କୋର କରିଥିଲା। ହେଲେ ଇଂଲଣ୍ଡ ଫଲୋଅନକୁ ବଞ୍ଚାଇ ପାରିନଥିଲା।

ୱାଲ୍ଟର ରିଡ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଟେଷ୍ଟ କ୍ୟାରିୟରର ଏକମାତ୍ର ଶତକ ରିଥିଲେ।  ମୋଟ ଉପରେ ରିଡ ୧୮୮୨ରୁ ୧୮୯୩ ମଧ୍ୟରେ ୧୮ ଟି ଟେଷ୍ଟ ଖେଳିଥିଲେ। ତେବେ ୧୯୦୭ ମସିହାରେ ଓ୍ୱାଲଟରଙ୍କ ନିଧନ ହୋଇଥିଲା।

‘ଶିଶୁ ସଂକ୍ରମଣ’ ଲହରକୁ ରୋକିବା ପାଇଁ ୫ ବର୍ଷର ଛୁଆଙ୍କୁ କୋଭିଡ୍ ଟିକା

ଜେରୁସେଲମ: ଶିଶଙ୍କୁ କରୋନା ସଂକ୍ରମଣ ଭୟ । ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ଟିକାକରଣ । ଇସ୍ରାଏଲରେ ୫ ବର୍ଷରୁ ୧୧ ବର୍ଷ ବୟସର ଛୁଆଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ ହୋଇଛି । କରୋନାର ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଥିବା ବେଳେ ଛୁଆଙ୍କୁ ଟିକା ଦେବା ଆରମ୍ଭ କରିଛି ଇସ୍ରାଏଲ୍ ।

ଇସ୍ରାଏଲରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ବୁଷ୍ଟର ଡୋଜକୁ ମଧ୍ୟ ଗୁରୁତ୍ୱ ଦିଆଯାଇ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ଟ କହିଛନ୍ତି, ନିକଟରେ ଚିହ୍ନଟ ସଂକ୍ରମଣ ମାମଲା ମଧ୍ୟରୁ ୧୧ ବର୍ଷରୁ କମ୍ ବୟସର ୫୦ ପ୍ରତିଶତ ଶିଶୁ କୋଭିଡ୍ ପଜିଟିଭ୍ ବାହାରିଛନ୍ତି ।

Israel Vaccinates Children As Young As 5 To Combat 'Children's Wave' Of Covid

ପୂର୍ବରୁ ଇସ୍ରାଏଲରେ ୧୧ରୁ ୧୭ ବର୍ଷ ଛୁଆଙ୍କୁ ଫାଇଜର ଟିକା ଦିଆଯାଉଥିବା ବେଳେ ଏବେ ୫ରୁ ୧୧ ବର୍ଷର ଶିଶୁଙ୍କୁ ଟିକାକରଣ ସୋମବାର ଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଠାରୁ ବିଧିବଦ୍ଧ ଭାବେ ୫ରୁ ୧୧ ବର୍ଷର ଛୁଆଙ୍କୁ ଟିକା ଦେବା ଆରମ୍ଭ ହେବାକୁ ଥିବାବେଳେ ସୋମବାର ଠାରୁ ଟିକାକରଣ ଆରମ୍ଭ ହୋଇଯାଇଛି । ପୂର୍ବରୁ ୫ରୁ ୧୧ ବର୍ଷର ଛୁଆଙ୍କୁ ଆମେରିକା ଟିକା ଦେବା ଆରମ୍ଭ କରି ସାରିଛି ।

ଗତବର୍ଷ ଇସ୍ରାଏଲ୍ ପ୍ରଥମ ଦେଶ ଭାବେ କରୋନା ଭୂତାଣୁ ବିରୋଧରେ ଟିକାକରଣ ଆରମ୍ଭ କରିଥିଲା । ଫାଇଜର ମିଲିଅନ୍ ଡୋଜ୍ ଟିକା ଉପଲବ୍ଧ କରାଇଛି । ଇସ୍ରାଏଲରେ ୯ ମିଲିୟନ ଲୋକଙ୍କୁ ମଧ୍ୟରୁ ୫.୭ ମିଲିୟନର ଅଧିକ ଲୋକଙ୍କୁ କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ୍ ଦିଆ ସରିଛି ।

ଏଥିସହ ପଢ଼ନ୍ତୁ: ୧୬ ଜିଲ୍ଲାରୁ ୨୧୨ କୋଭିଡ୍ ସଂକ୍ରମିତ ଚିହ୍ନଟ, କେନ୍ଦୁଝର କୋଭିଡ୍ ମୁକ୍ତ

୧୬ ଜିଲ୍ଲାରୁ ୨୧୨ କୋଭିଡ୍ ସଂକ୍ରମିତ ଚିହ୍ନଟ, କେନ୍ଦୁଝର କୋଭିଡ୍ ମୁକ୍ତ

ଭୁବନେଶ୍ୱର: କମୁଛି କରୋନା ସଂକ୍ରମଣ, କୋଭିଡ୍ ମୁକ୍ତ ହେଉଛି ଜିଲ୍ଲା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ଆଉ ୨୧୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ଶହେ ତଳକୁ ଖସିଥିବା ବେଳେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୩ ଜଣ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୯ ଜଣ, ସମ୍ବଲପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ଜଣେ, ୩୯ ଜଣ ଏବଂ ଷ୍ଟେଟପୁଲରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଏବେ କେନ୍ଦୁଝରରେ କେହି କରୋନା ସଂକ୍ରମିତ ନାହାଁନ୍ତି । କେନ୍ଦୁଝର ଜିଲ୍ଲା ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ ରହିଛି । ଏତଦବ୍ୟତୀତ ଆଜି ରାଜ୍ୟର ୧୪ ଜିଲ୍ଲାରୁ ଗୋଟିଏ ବି କରୋନା ସଂକ୍ରମିତ ମାମଲା ଆସିନାହିଁ । ଏଯାବତ୍ ରାଜ୍ୟରେ ୧୦ ଲକ୍ଷ ୪୭ ହଜାର ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ଲକ୍ଷ ୩୬ ହଜାର ୭୪୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୧୯୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ମଦ ଖୋଜିବାକୁ ଯାଇ କନିଆ ଘରେ ପଶିଗଲା ପୋଲିସ୍‌, ମୁଖ୍ୟମନ୍ତ୍ରୀ ନିତୀଶ କହିଲେ ସୂଚନା ଆଧାରରେ ହେଉଛି ରେଡ୍‌

ବିହାର: ମଦକୁ ବନ୍ଦ କରିବା ପାଇଁ ପୋଲିସ୍‌କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ପୋଲିସ୍‌ର କଡ଼ା କାର୍ଯ୍ୟାନୁଷ୍ଠାନ। ବିହାରରେ ମଦ ନିଷେଧାଦଶ ପାଇଁ ପୋଲିସ୍‌କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କଡ଼ା ନିର୍ଦ୍ଦେଶ। ଆଉ ଏହାପରେ ଏବେ ଏବେ ଆକ୍ସନ ମୋଡରେ ବିହାର ପୋଲିସ୍‌। ସବୁ କାମକ ଛାଡ଼ି ବିହାର ପୋଲିସ୍‌ ଏବେ ଘରେ ଘରେ ପଶି ମଦ ଖୋଜୁଛି। ପରିସ୍ଥିତି ଏପରି ହୋଇଛି ଯେ ବିବାହ ସମୟରେ ଘରେ ମଦ ଖୋଜିବାକୁ ପଶିଯାଉଛି ପୋଲିସ୍‌। ପଚାରିଲେ ପୋଲିସ୍‌ ବାବୁ କହୁଛନ୍ତି ଆମକୁ ଗୁପ୍ତ ତଥ୍ୟ ମିଳିଛି ଏଠାରେ ମଦକୁ ଲୁଚାଯାଇଛି ବୋଲି।

ଏହା ଆମେ କହୁନୁ ଏହା ଏକ ଭାଇରାଲ ହୋଇଥିବା ଭିଡିଓ କହୁଛି। ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପାଟନାର ରାମକୃଷ୍ଣନଗର ଅଞ୍ଚଳରେ ଏକ ବିବାହରେ ୨ ଜଣ ପୋଲିସ ମଦ ଖୋଜିବା ପାଇଁ ପହଞ୍ଚିଥିଲେ। ଏହା ପରେ ବିବାହକୁ ଯାଇ ସେଠାରେ ଥିବା ସବୁ ଘରକୁ ଯାଞ୍ଚ କରିଥିଲେ।

ସବୁଠାରୁ ବଡ଼ କଥା ହେଉଛି ବିବାହରେ କନିଆଙ୍କ ରୁମରେ ପଶିଯାଇଥିଲା ପୋଲିସ୍‌। ଆଉ ସେହି ସମୟରେ ତାଙ୍କ ସହ କେହି ମହିଳା ପୋଲିସ୍‌ ମଧ୍ୟ ନଥିଲେ। ସେଠାରେ ଏମିତି ପରିସ୍ଥିତି ହୋଇଥିଲା ଯେ ବିବାହକୁ ଆସିଥିବା ଲୋକେ ବହୁତ ଡରିଯାଥିଲେ। ତେବେ ପୋଲିସ୍‌ର ଏଭଳି କାର୍ଯ୍ୟ ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଯଦି ଦେଖିବା ୨ ଦିନ ମଧ୍ୟରେ ପୋଲିସ୍‌ ଏମିତି ଅନକେ ବାହାଘରେ ଯାଇ ମଦ ଖୋଜିବା ବାହାନାରେ ରେଡ କରିଛି।

ବିବାହରେ ମଦକୁ ଆଳ କରି ପୋଲିସର ରେଡକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ନୀତୀଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିହାର ପୋଲିସ୍, ମଦ ମାଫିଆ ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି।  ସେମାନେ ନିଜେ ଏହି ମଦକୁ ଅର୍ଡର କରୁଛନ୍ତି ଏବଂ ବିକ୍ରି ମଧ୍ୟ କରୁଛନ୍ତି। ସାଧାରଣ ଲୋକଙ୍କ ହଇରାଣ କରିବା ଇଏ କେମିତି ଆଇନ୍‌ ବୋଲି ନିତିଶଙ୍କୁ ପ୍ରଶ୍ନ କରିଛନ୍ତି ।

ବାହାର ରାଜ୍ୟକୁ ଚାଲାଣ ବେଳେ ୧୭ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

କଣ୍ଟାବାଞ୍ଜି: କାମ ବଦଳରେ ଅଧିକ ଟଙ୍କାର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ ବେଳେ ଧରିଲା ପୋଲିସ । ନୂଆପଡ଼ି ଜିଲ୍ଲାର ସିନାପାଲ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି । ଶ୍ରମିକଙ୍କୁ ନେଉଥିବା ଦଲାଲକୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୋଲିସ । ଦଲାଲ ଜଣଙ୍କ ଶ୍ରମିକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନରେ ବାହାର ରାଜ୍ୟକୁ ନେବା ନେଇ ପୋଲିସ ସୂଚନା ପାଇଥିଲା ।

Kantabanji Police Rescued 17 Migrant Labourers

ଦନ୍ଦରା ଗାଁ ନିକଟରେ କଣ୍ଟାବାଞ୍ଜି ପୋଲିସ ଚଢ଼ାଉ କରି ଗୋଟିଏ ବୋଲେରୋ ଓ ଅଟୋରେ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୮ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି । ଦଲାଲ ଜଣକ ବେଆଇନ୍ ଭାବେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଏହି ଶ୍ରମିକ ମାନଙ୍କୁ ଦାଦନ ଖଟାଇବାକୁ ବାହାର ରାଜ୍ୟକୁ ନେଇ ଯାଉଥିଲା । ପୋଲିସର ତଦନ୍ତ ଜାରି ରହିଛି ।

ଅମାନୁଷିକ ଭାବେ ଚାଲାଣ ବେଳେ ଗୋରୁ ବୋଝେଇ ୫ ଗାଡ଼ି ଜବତ

ଭଦ୍ରକ: ଥମୁନି ଗୋ-ଚାଲାଣ । ଅମାନୁଷିକ, ଅତି ନିର୍ଦ୍ଦୟ ଭାବେ ଗାଈଗୋରୁଙ୍କୁ ଗାଡ଼ିରେ ଲଦି ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ୫ଟି ପିକଅପ୍ ଭ୍ୟାନରେ ଶହେରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ ବେଳେ ଧରିଛି ଭଣ୍ଡାରିପୋଖରୀ ପୋଲିସ । ୧୬ ନମ୍ବର ଜାତୀୟ ରାଜପଥରେ ଚେକିଂ ବେଳେ ଯାଞ୍ଚ ପାଇଁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ପୋଲିସ । ଗୋରୁ ବୋଝେଇ ଗାଡ଼ି ଗୁଡ଼ିକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ଜଣେ ହେଲପର ସୁଲତାନ ଖାଁକୁ ଗିରଫ କରିଛି ।

Bhandaripokhari Police Seized 5 Cattle Laden Pick Up VAN

୫ଟି ପିକଅପ୍ ଭ୍ୟାନରେ ୧୧୦ରୁ ଅଧିକ ଗାଈଙ୍କୁ କୋଲକାତାର ମଇତାପୁର ନିଆଯାଉଥିଲା । ଗୋଟିଏ ପିକଅପରେ ୨୦ରୁ ଅଧିକ ଗୋରୁଙ୍କୁ ଲଦାଲଦି କରି ଛିଡ଼ା କରାଯାଇଥିଲା । ୩ରୁ ୪ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହାତ ହୋଇଥିବା ଜଣାପଡ଼ିଛି । ପୋଲିସ ଗୋରୁଭର୍ତ୍ତି ଗାଡ଼ିକୁ ଜବତ କରିବା ସହ ସେଥିରୁ ଗାଈଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ବୁର୍ଲା ଭୀମସାରରେ ୨୨ ଛାତ୍ରୀ କରୋନା ପଜିଟିଭ୍

ସମ୍ବଲପୁର: ପୁଣି କ୍ୟାମ୍ପସରେ କରୋନା ଆତଙ୍କ । ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମିତ ହୋଇଥିବା ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଥରରେ ୨୨ ଜଣା ଛାତ୍ରୀ କୋଭିଡ୍ ସଂକ୍ରମିତ ହେବା ପରେ ଆଜି ଛାତ୍ରଙ୍କ କରୋନା ଟେଷ୍ଟ କରାଯିବ ।

Burla VIMSAR 22 Students Tested Positive For Corona

ନଭେମ୍ୱର ୨୨ ତାରିଖ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ୩୧ ହଜାର ୮୬୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୧ ହଜାର ୫୭୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ଜିଲ୍ଲାରେ ୫୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଅନ୍ୟପଟେ କୋଭିଡରେ ସଂକ୍ରମିତ ହୋଇ ଜିଲ୍ଲାରେ ୨୪୦ ଜଣ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଅପରାହ୍ଣରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଅପରାହ୍ଣରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅପରାହ୍ଣ ୫ଟା ୩୦ରେ ବସିବ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଅନୁମୋଦନ ମିଳିପାରେ ।

ଏଥିସହ ପଢ଼ନ୍ତୁ: ଆଜି ରାୟଗଡ଼ାରେ ବଣ୍ଟନ ହେବ ସ୍ମାର୍ଟ BSKY କାର୍ଡ

ବିଧାନସଭାର ଆସନ୍ତା ଶୀତ ଅଧିବେଶନର ପ୍ରଥମ ଦିନ ଡିସେମ୍ବର ୧ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । କ୍ୟାବିନେଟ୍ ବୈଠକରେ ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଲିପାରେ ଅନୁମୋଦନ ।

ଆଜି ରାୟଗଡ଼ାରେ ବଣ୍ଟନ ହେବ ସ୍ମାର୍ଟ BSKY କାର୍ଡ

ରାୟଗଡ଼ା: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ ରାୟଗଡ଼ା ଜିଲ୍ଲା । ଆଜି ରାୟଗଡ଼ା ଜିଲ୍ଲାରେ BSKY ହେଲଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ହେଲଥ କାର୍ଡର ଶୁଭାରମ୍ଭ କରିବେ ନବୀନ । ହେଲଥ କାର୍ଡର ଲାଭ ପାଇବେ ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାରର ୮ ଲକ୍ଷ ୩୪ ହଜାର ୫୭୦ ଜଣ ହିତାଧିକାରୀ ।

People Of Rayagada To Get BSKY Smart Health Card Today

କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଜିସିଡି ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।