ବୁଷ୍ଟର ଡୋଜ ପାଇଁ ଶନିବାର ଆସିବ ଟାଇମଲାଇନ୍‌

ଭୁବନେଶ୍ୱର: ଆସନ୍ତା ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏଥିପାଇଁ କେତେକ ଗାଇଡଲାଇନ୍‌ ଆଣିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ବୁଷ୍ଟର ଡୋଜ ନେବା ପାଇଁ ଆସନ୍ତାକାଲି ଅର୍ଥାତ ସ୍ୱତନ୍ତ୍ର ଟାଇମଲାଇନ୍‌ ପ୍ରକାଶ ପାଇବ । ଏଥିସହ ପଞ୍ଜିକରଣ ଆସନ୍ତାକାଲି ସଂଧ୍ୟାରୁ ଆରମ୍ଭ ହେବ । ଯେଉଁମାନେ ଦୁଇଟି ଯାକ ଡୋଜ ନେଇସାରିଛନ୍ତି ସେମାନେ ପଞ୍ଜିକରଣ ନକଲେ ମଧ୍ୟ ଚଳିବ । ଟିକାକରଣ କେନ୍ଦ୍ରରେ ପହଞ୍ଚି ସେମାନେ ଟିକା ନେଇପାରିବେ ।

୧୦ ତାରିଖରୁ ୬୦ ବର୍ଷରୁ ବୟସରୁ ଅଧିକ ବ୍ୟକ୍ତି ଏବଂ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି ମାନେ ଟିକା ନେବେ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି । ରାଜ୍ୟ ମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର । ଦେଶରେ ୧୫୦ କୋଟିରୁ ଅଧିକ ଡୋଜ ଦିଆସରିଥିବା ବେଳେ ବୁଷ୍ଟର ଡୋଜର ପ୍ରକ୍ରିୟା ମଧ୍ୟ ସୁରୁଖରୁରେ ଶେଷ ହେବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି ।

Leave a Reply