spot_img
Home Blog Page 4847

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁରରେ ଗୁଳିମାଡ଼, ମେଡିକାଲରେ ପରିବା ବେପାରୀ

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଶାଳିଆବନ୍ଧ ସାହିରେ ଗୁଳିକାଣ୍ଡ । ଗୁଳିମାଡ଼ରେ ସଚିନ ଚୌଧୁରୀ ଓରଫ ରିଙ୍କୁ ନାମକ ଯୁବକ ଆହତ । ସଚିନ ରଣ୍ଢା ଠାରେ ପରିବା ବ୍ୟବସାୟୀ କରୁଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସଚିନଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ ବୁଧବାର ଶାଳିଆ ବନ୍ଧ ସାହିରେ ବିଏମ୍‌ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା । ଉକ୍ତ ସ୍ଥାନରେ ପୁଲିସ ମୁତୟନ ଥିଲେ ଏବଂ ଲୋକଙ୍କ ଭିଡ଼ ବି ଲାଗିଥିଲା । ପୁଲିସ ମୁତୟନ ଥାଇ ମଧ୍ୟ ଗୁଳିକାଣ୍ଡ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଶିବ ପାଳ ନାମକ ଜଣେ ଯୁବକ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ସଚିନ୍ ।

ଆଇପିଏଲରେ ଟଙ୍କା ବର୍ଷା; ବର୍ଷକରେ ୪୦ ଗୁଣ ବଢ଼ିଲା ନିଲାମ ମୂଲ୍ୟ

ନୂଆଦିଲ୍ଲୀ: ଆଇପିଏଲରେ ହେଉଛି ଟଙ୍କା ବର୍ଷା । ମାଲାମାଲ ହେଉଛନ୍ତି ଖେଳାଳି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ଏହି ମେଗା ଅକ୍ସନ ପୂର୍ବରୁ ଗତକାଲି ସବୁ ଟିମ୍ ସେମାନଙ୍କ ରିଟେନ୍ ଲିଷ୍ଟ ଜାରି କରିଛନ୍ତି । କିଛି ଟିମ୍ ବଡ଼ ବଡ଼ ଖେଳାଳିଙ୍କୁ ଆଗାମୀ ସିଜିନ ପାଇଁ ନ ରଖିଥିବା ବେଳେ କିଛି ଟିମ୍ ନୂଆ ଖେଳାଳିଙ୍କୁ ଆସନ୍ତା ସିଜିନ ପାଇଁ ଦଳରେ ରଖିଛନ୍ତି । ଯଦି ଆମେ କୋଲକାତା ନାଇଟ ରାଇଡର୍ସ କଥା କହିବା ତାହାଲେ ଆଗାମୀ ସିଜିନ ପାଇଁ ଚାରି ଜଣ ଖେଳାଳିଙ୍କୁ ଦଳରେ ରଖିଛି । ସେମାନେ ହେଉଛନ୍ତି ଆଣ୍ଡ୍ରେ ରସଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର ଏବଂ ସୁନୀଲ ନାରାୟଣ ।

କୋଲକାତା ନାଇଟ ରାଇଡର୍ସ ଭେଙ୍କଟେଶ ଆୟରଙ୍କୁ ୮ କୋଟି ଟଙ୍କାରେ ଦଳରେ ରିଟେନ କରିଛି । ଗତ ସିଜିନରେ ଭେଙ୍କଟେଶ ଆୟରଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଥିଲେ କେକେଆର । ତେବେ ଗୋଟିଏ ବର୍ଷ ମଧ୍ୟରେ ଆୟରଙ୍କ ନିଲାମ ମୂଲ୍ୟ  ୨୦ ଲକ୍ଷରୁ ବଢ଼ି ୮ କୋଟିରେ ପହଞ୍ଚିଛି । ଅର୍ଥାତ ଗୋଟିଏ ବର୍ଷରେ ଆୟରଙ୍କ ନିଲାମି ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଭେଙ୍କଟେଶ ଆୟର ଆଇପିଏଲ-୨୦୨୧ର ୟୁଏଇ ଲେଗରେ ଦମଦାର ପ୍ରଦର୍ଶନ କରିଥିଲେ । କେକେଆରକୁ ଫାଇନାଲରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ତୁଲାଇଥିଲେ ଆୟର । ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିଲେ ଆୟର । ୟୁଏଇ ଲେଗରେ ଆୟର ୧୦ଟି ମ୍ୟାଚରେ ୩୭୦ ରନ କରିଥିଲେ ।

ଭେଙ୍କଟେଶ ଆୟରଙ୍କ ଏହି ପ୍ରଦର୍ଶନ ଫଳରେ ତାଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ସୁଯୋଗ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ କାରଣରୁ ବୋଲିଂ କରିପାରୁ ନାହାନ୍ତି ଏବଂ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି । ଯାହାର ଫାଇଦା ମିଳିଛି ଭେଙ୍କଟେଶ ଆୟରଙ୍କୁ । ଯାହା ଫଳରେ ଆୟରଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା ।

ଭେଙ୍କଟେଶ ଆୟରଙ୍କ ବ୍ୟତୀତ ଆଉ କିଛି ଖେଳାଳି ଏମିତି ଅଛନ୍ତି ଯାହାଙ୍କ ଉପରେ ଚଳିତ ଆଇପିଏଲରେ ଟଙ୍କା ବର୍ଷା ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅବଦୁଲ ସମଦ । ତାଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୪ କୋଟିରେ ରିଟେନ କରିଛି । ଯାହାଙ୍କୁ ହାଇଦ୍ରାବାଦ ଗତ ସିଜିନରେ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସେହିପରି ଭାବରେ ପଞ୍ଜାବର ଅର୍ଶଦୀପ ସିଂହ ୨୦ ଲକ୍ଷ ଟଙ୍କାରୁ ୪ କୋଟିରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକୋଡ ୨୦ ଲକ୍ଷ ଟଙ୍କାରୁ ୬ କୋଟି ଟଙ୍କାରେ ପହଞ୍ଚିଛନ୍ତି ।

ଫିଲ୍ମର ପ୍ରମୋସନ୍ ପାଇଁ ଚରଖା ଚଳାଇଲେ ସଲମାନ

ଅହମଦାବାଦ : ବଲିଉଡ ଷ୍ଟାର୍ ଫିଲ୍ମ କରିବା ପରେ ଏହାର ପ୍ରମୋସନ୍ ପାଇଁ ଭିନ୍ନ ଭିନ୍ନ ରିଏଲିଟି ସୋରେ ଯୋଗ ଦେଇଥାନ୍ତି । ବିଭିନ୍ନ ଡ୍ୟାନ୍ସ ସୋ, ମ୍ୟୁଜିକ୍ ସୋ, କମେଡି ସୋ ଆଦିରେ ଷ୍ଟାରମାନଙ୍କୁ ନିଜ ଫିଲ୍ମ ପ୍ରମୋସନ କରିଥିବା ଦେଖିଥିବେ । ମାତ୍ର ଫ୍ଲିଲ୍ମ ପ୍ରମୋସନ ପାଇଁ ଷ୍ଟାର୍ ଚରଖା ଚଳାଉଥିବା କଥା ଶୁଣିଛନ୍ତି କି ? ନିଜ ଫିଲ୍ମ ପାଇଁ ଏଭଳି ଏକ ୟୁନିକ୍ ପ୍ରମୋସନ କରିଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ୍ ।

ନିକଟରେ ରିଲିଜ୍ ହୋଇଥିବା ତାଙ୍କ ନୂଆ ଫିଲ୍ମ ‘ଅନ୍ତିମ’ ରିଲିଜ୍ ହୋଇଥିବା ବେଳେ ଧିରେ ଧିରେ ଏହା ଲୋକଙ୍କୁ ପସନ୍ଦ ଆସୁଥିବାର ଦେଖାଯାଉଛି । ଏହି ଫିଲ୍ମକୁ ସଲମାନଙ୍କ ପ୍ରଶଂସକ ମଧ୍ୟ ପ୍ରଶଂସା କରିଥିବା ଦେଖାଯାଉଛି । ଏହି ଫିଲ୍ମର ପ୍ରମୋସନ ପାଇଁ ସଲମାନ ଅହମଦାବାଦସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ପହଁଞ୍ଚିଥିଲେ । କେବଳ ଏତିକି ନୁହେଁ ଏଠାରେ ଗାନ୍ଧୀଙ୍କ ଚରଖା ମଧ୍ୟ ଟାଣିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର ୟୁନିକ୍ ଲୁକ୍ ଆଉ ୟୁନିକ୍ ଡ୍ୟାନ୍ସ ପାଇଁ ସେ ସବୁବେଳେ ଚର୍ଚ୍ଚାରେ । ବଲିଉଡରେ ଦବଙ୍ଗ, ଦବଙ୍ଗ-୨, ଟାଇଗର ଜିନ୍ଦା ହେ, ବଜରଙ୍ଗୀ ଭାଇଜାନ୍, କିକ୍ ଭଳି ଅନେକ ହିଟ୍ ଚଳଚ୍ଚିତ୍ର ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏବେ ତାଙ୍କ ଅଭିନିତ ଚଳଚ୍ଚିତ୍ର ‘ଅନ୍ତିମ’ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଦିଦିଙ୍କ କଟାକ୍ଷ, ‘ବିଦେଶରେ ରହିଲେ କେମିତି କାମ ହେବ‘

ମୁମ୍ବାଇ: ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ମମତା ବାନାର୍ଜୀ । ୨୦୨୪ରେ ଦିଲ୍ଲୀରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି । ଶରଦ ପାଓ୍ବାରଙ୍କୁ ଭେଟି କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଥିବା କହିଛନ୍ତି ମମତା । ତେବେ ମହାରାଷ୍ଟ୍ରର ଗସ୍ତରେ ଥିବା ମମତା ବାନାର୍ଜୀ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମମତା । ସେ କହିଛନ୍ତି କି ଯଦି କେହି କିଛି ନ କରି କେବଳ ବିଦେଶରେ ରହିବେ ତେବେ କାମ କିପରି ହେବ । ଦିଦି କହିଥିଲେ କି ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍ କଷ୍ଟ । ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ ।

 

ମମତା ବାନାର୍ଜୀଙ୍କୁ ଯେତେବେଳେ ପଚରା ଯାଇଥିଲା କି କାହିଁକି ଆପଣ କଂଗ୍ରେସ ସହ ଲଢ଼େଇ କରୁଛନ୍ତି ? ଏହାର ଜବାବରେ ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢ଼େଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ । ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢ଼େଇ ଜାରି ରଖିବାକୁ ହେବ । ସେ ଆହୁରି କହିଥିଲେ କି ଆମେ ମହାରାଷ୍ଟ୍ରକୁ ଆସିବୁ ନାହିଁ । ଯେଉଁଠାରେ ଆଞ୍ଚଳିକ ଦଳ ଭଲ କାମ କରୁଛନ୍ତି ଆମେ ସେଠାକୁ ଯିବୁ ନାହିଁ । ବରଂ ଆମେ ଆଞ୍ଚଳିକ ଦଳର କାର୍ଯ୍ୟକୁ ଅଧିକ ପ୍ରେତ୍ସାହନ ଦେବୁ । ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । କାହିଁକି ନା ଆମେ ଆସିବା ପରେ କେନ୍ଦ୍ରରେ ପ୍ରତିଯୋଗିତା ବଢ଼ିବ ।


କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି କି ଏକ ଏକ୍ସପର୍ଟ କମିଟି ଗଠନ କରିବା ପାଇଁ ଆମେ କଂଗ୍ରେସକୁ କହିଥିଲୁ । ଯେଉଁ କମିଟି ଆମକୁ ମାର୍ଗଦର୍ଶନ ଦେଇଥାନ୍ତା । କିନ୍ତୁ କଂଗ୍ରେସ ଆମ କଥାକୁ ଧ୍ୟାନ ଦେଲା ନାହିଁ । ଆମେ ଚାହୁଁଛୁ କି ସମଗ୍ର ଭାରତରେ ଏକ ସିଭିଲ ସୋସାଇଟି ଗଠନ କରାଯାଉ । ସେ ଆହୁରି କହିଥିଲେ କି ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଏନ୍ତି ତେବେ କେନ୍ଦ୍ରରେ ବିଜେପିକୁ ନିଶ୍ଚିତ ଭାବରେ ହଟା ଯାଇପାରିବ । କଂଗ୍ରେସ ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ ଦିଦି । ଏହି ପାର୍ଟି ଯିବା ପୂର୍ବରୁ ସବୁ କିଛି ବିକିଦେବ ବୋଲି ମମତା ବାନାର୍ଜୀ କହିଛନ୍ତି ।

ଲୋଭନୀୟ ସ୍କିମ୍ ଦେଖାଇ ୩୦ କୋଟି ଠକେଇ, ତନାଘନା କରୁଛି EOW

ଭୁବନେଶ୍ୱର: ଆରୁସ୍କା ଡିଲ ମଲ୍ଟି ଟ୍ରେଡ ପ୍ରାଇଭେଟ ଲିମିଟେଡ ନାମରେ 30 କୋଟି ଠକେଇ ଅଭିଯୋଗ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କଲେ ଜମାକାରୀ ।  ସଂସ୍ଥା ମୁଖ୍ୟ ଶରତ ନାୟକ, ପ୍ରଭାତ ରଞ୍ଜନ ଦାଶ, ପ୍ରଶାନ୍ତ ମହାଳିକ ଓ ବିଶିକେଶନ ବେହେରାଙ୍କ ନାମରେ ଅଭିଯୋଗ ହୋଇଛି । ୨୦୧୯ରେ ସଂପୃକ୍ତ ସଂସ୍ଥା ଖୋଲି ବିଭିନ୍ନ ପ୍ରକାର ପ୍ରଡକ୍ଟ ବିକ୍ରି କରିବା ପାଇଁ ଫ୍ରାଞ୍ଚାଇଜ ଦେବା ଓ ଚେନ୍ ଷିଷ୍ଟମ ଭଳି ଜମାକାରୀମାନଙ୍କୁ ଲୋଭ ଦେଖାଇ ସଂସ୍ଥାରେ ନିଯୋଜିତ କରିଥିଲା ।

ଏପରିକି ଲୋକମାନେ ଟାର୍ଗେଟ୍ ଆମାଉଣ୍ଟର ସାମଗ୍ରୀ ବିକ୍ରି କଲେ ମୋଟା ଅଙ୍କର କମିଶନ ମିଳିବ ବୋଲି କମ୍ପାନୀ ଜମାକାରୀ ଓ ଫ୍ରାଞ୍ଚାଇଜ ନେଉଥିବା ଲୋକଙ୍କୁ ଲୋଭ ଦେଖାଉଥିଲା । ଟଙ୍କା ଲୋଭରେ ଭଦ୍ରକ, ବାଲେଶ୍ୱର, ରାଇରଙ୍ଗପୁର, କେନ୍ଧୁଝର. ଧାମ ନଗର, ଚାନ୍ଦବାଲି ସମେତ ଉପକୂଳ ଓଡିଶାର ପାଖାପାଖି ୩୦ କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି ।

ଏପରିକି ଜଣେ କର୍ମଚାରୀ ଆର୍ମିରୁ ଅବସର ନେଇ ନିଜର ସମସ୍ତ ପୁଞ୍ଜିକୁ ବିନିଯୋଗ କରି ଠକେଇ ଶିକାର ହୋଇଛନ୍ତି । ସେପଟେ ସଂପୃକ୍ତ ସଂସ୍ଥାର ମୁଖ୍ୟ ମୁଖ୍ୟ ଶରତ ନାୟକ ଏକ କାର୍ଯ୍ୟକ୍ରମରେ ଖଣ୍ଡା ବୁଲାଇବା ସହ, କୋଟିପତି ହେବାର ସ୍ବପ୍ନ ଦେଖାଉଥିଲେ । ୨ ଜଣ ନୂଆ କମ୍ପାନୀ ଖୋଲିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜମାକାରୀ କହିଛନ୍ତି । ଇଓଡବ୍ଳୁରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି ।

ଜୁନିଅର ହକି ବିଶ୍ବକପ: ତୃତୀୟ ଦଳ ଭାବରେ ସେମିରେ ଫ୍ରାନ୍ସ

ଭୁବନେଶ୍ବର: ବୁଧବାର ପୁରୁଷ ଜୁନିଅର ହକି ବିଶ୍ବକପରେ ଖେଳାଯାଉଛି ଅସଲ ଲଢ଼େଇ । ସେମି ଫାଇନାଲ ଖେଳିବା ପାଇଁ ବୁଧବାର ଖେଳାଯାଉଛି କ୍ବାଟର ଫାଇନାଲ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ବାଟର ଫାଇନାଲରେ ଜର୍ମାନୀ ବାଜି ମାରିଥିବା ବେଳେ ଦ୍ବିତୀୟ କ୍ବାଟର ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ଦ୍ବିତୀୟ ଟିମ୍ ଭାବରେ ସେମିରେ ନିଜ ସ୍ଥାନ ପକ୍କା କରିଥିଲା ଆର୍ଜେଣ୍ଟିନା । ତେବେ ବୁଧବାର ଖେଳାଯାଇଥିବା ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ଓ ଫ୍ରାନ୍ସ । ଏହି ମ୍ୟାଚକୁ ୪-୦ ଗୋଲରେ ନିଜ ନାମରେ କରିଛି ଫ୍ରାନ୍ସ ।

ତୃତୀୟ କ୍ବାଟର ଫାଇନାଲ ଆରମ୍ଭରୁ ମାଲେସିଆ ଉପରେ ଭାରି ପଡ଼ିଥିଲା ଫ୍ରାନ୍ସ । ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଫ୍ରାନ୍ସ । ଯାହା ଫଳରେ ମ୍ୟାଚର କୌଣସି ବି ସମୟରେ ଗୋଲ କରିବାର ସୁଯୋଗ ମାଲେସିଆକୁ ଦେଇନଥିଲା ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ କ୍ଲିମେଣ୍ଟ ତିମୋଥେଙ୍କ ହ୍ୟାଟ୍ରିକ ଫଳରେ ଏହି ମ୍ୟାଚକୁ ୪-୦ରେ ନିଜ ନାମରେ କରିଥିଲା ଫ୍ରାନ୍ସ । ଏହି ବିଜୟ ସହ ତୃତୀୟ ଟିମ୍ ଭାବରେ ଜୁନିଅର ହକି ବିଶ୍ବକପରେ ନିଜ ସ୍ଥାନ ପକ୍କା କରିଛି ଫ୍ରାନ୍ସ ।

ଅନ୍ୟପଟେ ମଙ୍ଗଳବାର ଶେଷ କ୍ବାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ବେଲଜିୟମ । ଏହି ମ୍ୟାଚକୁ ଜିତି ଭାରତ ଚତୁର୍ଥ ଟିମ୍ ଭାବରେ ହକି ବିଶ୍ବକପ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

 

ରାଜ୍ୟ ଅତିରିକ୍ତ ବଜେଟରେ ୧୯ହଜାର ୮୩୩କୋଟିର ପାଣ୍ଠି ବରାଦ

ଭୁବନେଶ୍ୱର: ବିଧାନସଭରେ ଆଗତ ହେଲା ୨୦୨୧-୨୨ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍  । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଛନ୍ତି ବଜେଟ  । ଚଳିତ ଅତିରିକ୍ତ ବଜେଟରେ  ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଛି  ।  ଏଥର ୫ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର  । ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି  । ଏଥିରେ ରାଜ୍ୟ ସରକାର ପ୍ରଶାସନିକ ବ୍ୟୟ ବରାଦ ୪୫୭୭ କୋଟି ରଖିଥିବାବେଳେ  କାର୍ଯ୍ୟକ୍ରମ ବ୍ୟୟ ରଖିଛନ୍ତି ୧୩ ୫୬୮ କୋଟି  ।

ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ସରକାର ବଜେଟରେ ୧୬୮୨ କୋଟି ବରାଦ କରିଛନ୍ତି  ।  ଚଳିତ ବଜେଟରେ ଏଥର  ଫୋକସରେ ରହିଛି ପଞ୍ଚାୟତରାଜ ଓ ଶକ୍ତି ବିଭାଗ  । ଅତିରିକ୍ତ ବଜେଟରେ ରାସ୍ତା ଓ ସେତୁ ମରାମତି ରକ୍ଷଣାବେକ୍ଷଣ ପାଇଁ ୨୪୧.୩୫ କୋଟି ବରାଦ ହୋଇଛି  । ସେହିଭଳି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳ ସେଚନ ପାଇଁ ୨୧୪୭ କୋଟି ବରାଦ କରିଛନ୍ତି  । ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମକୁ ସରକାର ଅଗ୍ରାଧିକାର ଦେଇ ୫୮୪.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି  । କୋଭିଡକୁ ଆଖି ଆଗରେ ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜନସ୍ୱାସ୍ଥ୍ୟ ପାଇଁ ଭଣ୍ଡାର ଖୋଲିଛନ୍ତି  ।

ଜନସ୍ୱାସ୍ଥ୍ୟରେ ସରକାର ଖର୍ଚ୍ଚ କରିବେ ୨୦୩୮ କୋଟି  । ଏଥିରୁ BSKYରେ ୪୯୮.୫୧ କୋଟି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ ୧୭୬. ୨୬ କୋଟି  । ସେହିପରି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶକୁ ଅତିରିକ୍ତ ବଜେଟରେ ବେଶ ଗୁରୁତ୍ୱ ଦିଆଯାଇଛି  । ଏଥିପାଇଁ ୨୫୩.୦୨ କୋଟି ବରାଦ କରାଯାଇଛି  । ଆଦିବାସୀ ବିକାଶ ପାଇଁ ୧୭୪.୫୧ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶରେ ୧୩ଶହ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖି ପାଣ୍ଠି ବରାଦ କରିଛନ୍ତି  । ସେହିପରି କୃଷକ କଲ୍ୟାଣକୁ ମଧ୍ୟ ଫୋକସ କରି ୨୧ ଶହ ୪୭ କୋଟି ବରାଦ କରାୟାଇଛି  ।

 

ଚକୋଲେଟ୍ ଦେଖାଇ ଦୁଷ୍କର୍ମ କଲା ୧୨ ବର୍ଷର ନାବାଳକ

ପୁନେ : ମହାରାଷ୍ଟ୍ରର ପୁନେରେ ଜଣେ ୪ ବର୍ଷର ନିରୀହ ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ସମୟରେ ଜଣେ ୧୨ ବର୍ଷୀୟ ନାବାଳକ ପିଲାଟି ଘରେ ଏକା ଥିବା ସମୟରେ ପ୍ରବେଶ କରିଥିଲା । ଚକୋଲେଟର ଲୋଭ ଦେଖାଇ ନାବାଳକ ପିଲାଟିକୁ ନିଜ ଘରକୁ ନେଇଯାଇଥିଲା । ପିଲାଟିକୁ ଅପହରଣ କରିବା ପରେ ନିଜ ଘରେ ହିଁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଘଟଣା ପରେ ପୀଡ଼ିତାଙ୍କ ମା’ ପୁନେସ୍ଥିତ ପିମ୍ପରୀ ଚିଂଚୱଡ଼ ଥାନାରେ ଅଭିଯୋଗ କରଥିଲେ । ପୋଲିସ ଘଟଣାରେ ଥିବା ଅଭିଯୁକ୍ତର ବୟସ ଶୁଣି ତାଜୁବ ହୋଇଯାଇଥିଲା । କାରଣ ସେ ନାବାଳକ ହୋଇଥିବା ବେଳେ ପିଲାଟିକୁ କେବଳ ୧୨ ବର୍ଷ ।

ପୋଲିସ ସୂଚନାନୁସାରେ ଘଟଣାର ଅଭିଯୁକ୍ତ ପୀଡ଼ିତାଙ୍କ ପଡ଼ୋଶୀ ହୋଇଥିବା ବେଳେ ସେ ନିଜ ପରିବାର ସହ ବାସ କରୁଥିଲା । ଝିଅ ଏତେ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଝିଅର ମା’ ପଡ଼ୋଶୀଙ୍କ ଘରେ ଝିଅକୁ ଦେଖିବାକୁ ପାଇଲେ । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

ଡରାଉଛି ‘ଜୱାଦ’: ପ୍ରସ୍ତୁତ ରହିବେ ୧୦୮ଟି ଓଡ୍ରାଫ ଟିମ୍,  ୨ଶହ ଫାୟାର ଟିମ୍ 

ଭୁବନେଶ୍ୱର: ବାତ୍ୟା ‘ଜୱାଦ’କୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ  । ମୁଖ୍ୟ ଶାସନ ସଚିବ ସୁରଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ସରକାର ବାତ୍ୟାକୁ ନେଇ ଯଥେଷ୍ଟ ସଚେତନ ଥିବାବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଉଦ୍ଧାରକାରୀ ଦଳ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଆସନ୍ତା ୪ ତାରିଖ ସୁଦ୍ଧା ବାତ୍ୟା ଜୱାଦର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ହେବା ନେଇ ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ସେହିପରି ବାତ୍ୟା ପାଇଁ  ପ୍ରସ୍ତୁତ ରହିବେ 108 ଟି ଓଡ୍ରାଫ ଟିମ୍,  200 ଟି ଫାୟାର ଟିମ୍  ।

ଜୱାଦ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବାକୁ ଥିବାବେଳେ ଉପକୂଳର ସମସ୍ତ ଜିଲ୍ଲାବାସୀ ମଧ୍ୟ ସଜାଗ ରହିବାକୁ କୁହାଯାଇଛି  । ଏହା ସହିତ ନୟାଗଡ଼ ଓ ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି  । ରାଜ୍ୟ ସରକାର  ଜିରୋ କାଜୁଆଲିଟର ଆହ୍ୱାନ ନେଇ ପ୍ରତିଟି ବାତ୍ୟାକୁ ମୁକାବିଲା କରି ଆସିଛନ୍ତି  । ଆଗୁଆ ପ୍ରସ୍ତୁତି ହିଁ ଓଡ଼ିଶାରେ ବାତ୍ୟାକୁ ମୁକାବିଲା କରିବାରେ ସକ୍ଷମ ସାଜେ  ।

ATM ଲୁଟେରାଙ୍କୁ ଖୋଜି ଖୋଜି ଏନକାଉଣ୍ଟର, ୪ ଗିରଫ

ଭଦ୍ରକ:  ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ୪ ଜଣଙ୍କୁ ଗିରଫ  । ଏଟିଏମରେ ଅପଲୋଡ଼ ହେଉଥିବା ସମୟରେ 28 ଲକ୍ଷ ଟଙ୍କା ଲୁଟ ଘଟଣାର ସଂଶ୍ଳିଷ୍ଠ ରହିଛନ୍ତି ଏହି ଡକାୟତ । ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ଭଡା ଘରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ଏନକାଉଣ୍ଟର ବେଳେ ଅଭିଯୁକ୍ତଙ୍କ ପାଲଟା ଆକ୍ରମଣେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା , କନେଷ୍ଟବଳ ଶ୍ରୀକାନ୍ତ ଜେନା ଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ତେବେ ଏନକାଉଣ୍ଟରର ଶିକାର ହୋଇଥିବା ଦୁଇ ଅପରାଧୀ ହେଉଛନ୍ତି ସୋର ଅଞ୍ଚଳର ପ୍ରହ୍ଲାଦ ଦାସ , ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ।  ସେହିପରି ଗିରଫ 4 ଜଣ ହେଲେ , ବାଲେଶ୍ୱର ର ପପୁ ମଲ୍ଲିକ , ସଂକୁରୁ , ଆଶିଷ ମଲ୍ଲିକ , ବିହାର ର ଆଲୋକ କୁମାର । ନଭେମ୍ବର ୨୬ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା , ଲଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉଥିବା ବେଳେ ବେଳେ 28 ଲକ୍ଷ ଟଙ୍କା ଲୁଟ ହୋଇଥିଲା । ତେବେ ଲୁଟରେ ସମ୍ପୃକ୍ତ ଥିବା 6 ଅପରାଧୀଙ୍କ ମଧ୍ୟ ରୁ ଦୁଇ ଜଣ ଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ 4 ଜଣ ଅପରାଧୀ ଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କ ନିକଟ ରୁ 3 ବାଇକ , 3 ବନ୍ଧୁକ , ଦୁଇ ଖଣ୍ଡା , 4 ମ୍ୟାଗଜିନ , 15 ଜୀବନ୍ତ ଗୁଳି , ଖଣ୍ଡା ଓ 4.50 ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗ୍ୟାଙ୍ଗ ବହୁ ଲୁଟ ରେ ଜଡିତ ଥିବା ସୂଚନା ମିଳିଛି ଓ ଗ୍ୟାଙ୍ଗ ସହ ବିହାର ଲିଙ୍କ ର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀ ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏମାନେ ମଧ୍ଯ ଆରଡିଛକ ମେଡ଼ିସିନ ଷ୍ଟୋର ଲୁଟ ରେ ସାମିଲ ଥିଲେ । ଭଦ୍ରକ ଜିଲ୍ଲା ରେ 7 ଟି କେଶ , ସୋର ଥାନା ରେ 15 କେଶ , ସିମୁଳିଆ ରେ 3 ଓ କେଉଁଝର ରେ 4 କେଶ ରେ ସାମିଲ ଥିଲେ ।