spot_img
Home Blog Page 4848

ବନ୍ଧାହେଲେ ବଙ୍ଗୋମୁଣ୍ଡା ଥାନା ବାବୁ: ବାଡ଼ ହୋଇ କ୍ଷେତ ଖାଉଥିଲେ, ଧରିଥିଲା ଭିଜିଲାନ୍ସ

ବଲାଙ୍ଗୀର: ଫସିଗଲେ ଥାନା ବାବୁ । ବେହିସାବୀ ଭାବେ ବେଆଇନ ଟଙ୍କା ଗୋଟାଉଥିଲେ  । କିନ୍ତୁ ହିସାବ ଦେଇ ପାରୁନଥିଲେ  । ଶେଷରେ ବନ୍ଧା ହେଲେ ପୋଲିସ ବାବୁ  । ଦାଦନ ଦଲାଲଙ୍କ ଠାରୁ  ମୋଟା ଅଙ୍କର ଚାନ୍ଦା ଆଦାୟ କରି ବେଆଇନ ଟଙ୍କା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବାସଭବନକୁ ନେଉଥିବା ବେଳେ ମାଡି ବସିଥିଲା ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର । ଏକ ମାରୁତି କାରରେ ଥିବା ବଙ୍ଗୋମୁଣ୍ଡ ଥାନା ଅଧିକାରୀ ବିନୋଦ ବିହାରୀ ନାଏକ କାବୁ କରିବା ସହ ତାଙ୍କ ନିକଟରୁ ୨ଲକ୍ଷ,୬ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।

ଏନେଇ ବିନୋଦଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ ଭିଜିଲାନ୍ସର ଚାରୋଟି ଟିମ । ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ଟିମ ବିନୋଦଙ୍କ କୁଚିଣ୍ଡା ବାସଭବନ, ଦେଓଗଡ଼ ପୈତୃକ ଘର, ବଙ୍ଗୋମୁଣ୍ଡା ଥାନା ଓ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି । ବିନୋଦ ବିହାରୀ ନାଏକଙ୍କ ବଙ୍ଗୋମୁଣ୍ଡା ଥାନା ବାସଭବନରୁ ଭିଜିଲାନ୍ସ ବିଭାଗ ଚଢଉ କରି ୩ଲକ୍ଷ, ୮୦ହଜାର ୯୨୦ ଟଙ୍କା ଜବତ କରାଯାଇଥିବା ବେଳେ କୁଚିଣ୍ଡା ଓ ଦେଓଗଡ଼ ଘରୁ ୪ଟି ପ୍ଲଟ ସମେତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ କିଛି ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ମୋଟ ୫ଲକ୍ଷ, ୮୬ହଜାର ନଗଦ ଟଙ୍କା ତାଙ୍କ ନିକଟରୁ ଭିଜିଲାନ୍ସ ଜବତ କରିଥିବା ବେଳେ ଏବେ ଆୟବହିର୍ଭୁତର ଖାନତଲାସୀ ଆରମ୍ଭ ହୋଇଛି । ଥାନାଧିକାରୀ ନାଏକ କାରରେ ଆୟବହିର୍ଭୁତ ଲକ୍ଷାଧିକ ଟଙ୍କା ଧରି ନିଜ ଘରକୁ ଯାଉଥିବା ଖବର ପାଇଁ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ବରଗଡ ଟୋଲଗେଟ୍ ଠାରେ ଚଢଉ କରି ଲକ୍ଷାଧିକ ଟଙ୍କା ଜବତ ସହ ବିନୋଦ ବିହାରୀଙ୍କୁ ଅଟକ ରଖିଥିଲା । ଟଙ୍କାର ହିସାବ ଦେଇ ନପାରିବାରୁ ବଙ୍ଗୋମୁଣ୍ଡା ଥାନାଧିକାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ ଅଫିସରେ ରଖାଯାଇଥିବା ନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।

ଜୁନିଅର ହକି ବିଶ୍ୱକପ୍: ପ୍ରଥମ କ୍ୱାର୍ଟର ଫାଇନାଲରେ ଜର୍ମାନୀ, ଦ୍ୱିତୀୟରେ ଆର୍ଜେଣ୍ଟିନା ବିଜୟୀ

ଭୁବନେଶ୍ବର: ଜୁନିଅର ହକି ବିଶ୍ୱକପରେ ଆରମ୍ଭ ହୋଇ ଯାଇଛି ଅସଲ ଲଢ଼େଇ । ଆଜି ହକି ବିଶ୍ବକପରେ କ୍ବାଟର ଫାଇନାଲ ଖେଳାଯାଉଛି । ପ୍ରଥମ କ୍ବାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଏବଂ ଜର୍ମାନୀ । ତେବେ ପ୍ରଥମ ମ୍ୟାଚରୁ ହିଁ ଦେଖିବାକୁ ମିଳିଥିଲା ରୋମାଞ୍ଚକ ମୁକାବିଲା । ପ୍ରଥମ କ୍ବାଟର ଫାଇନାଲରେ ସୁଟ୍ ଆଉଟରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟର ୫ ମିନିଟରେ ଜର୍ମାନୀର କୁଟର କ୍ରିଷ୍ଟୋଫର ଗୋଲ ସ୍କୋର କରି ଜର୍ମାନୀକୁ ୧-୦ରେ ଆଗୁଆ କରିଥିଲା ।

ଏହାର ୬ ମିନିଟ ପରେ ଅର୍ଥାତ ୧୧ତମ ମିନିଟରେ ସ୍ପେନର ଆବାଜାଓ ଇଗ୍ନାସିଓ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ଏହା ପରେ ୫୯ତମ ମିନିଟରେ ସ୍ପେନ ତରଫରୁ ହୋଇଥିଲା ଦ୍ୱିତୀୟ ଗୋଲ  । ଏହି ଗୋଲ ସହ ସ୍ପେନ ୨-୧ରେ ଆଗୁଆ ରହିଥିଲା । ତେବେ ମ୍ୟାଚର ଶେଷ ମିନିଟରେ ଜର୍ମାନୀ ଆଉ ଏକ ଗୋଲ ସ୍କୋର କରି ମ୍ୟାଚକୁ ଡ୍ର କରିଥିଲା । ମ୍ୟାଚ ଡ୍ର ହେବା ପରେ ସୁଟ୍ ଆଉଟରେ ୩-୧ରେ ବିଜୟ ଲାଭ କରିଥିଲା ଜର୍ମାନୀ । ଏହି ବିଜୟ ସହ ଚଳିତ ବିଶ୍ୱକପରେ ଜର୍ମାନୀ ପ୍ରଥମ ଟିମ୍ ଭାବରେ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

ସେହିପରି ଭାବରେ ଆଜିର ଦ୍ୱିତୀୟ କ୍ବାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା । ଏହି ମ୍ୟାଚର ଆରମ୍ଭରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ମ୍ୟାଚର ୨୪ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ କ୍ରୁଗର ଜୋକ୍ବିନ୍ ପ୍ରଥମ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ । ଏହାର ଗୋଟିଏ ମିନିଟ ପରେ ଅର୍ଥାତ ୨୫ତମ ମିନିଟରେ ନେଦରଲାଣ୍ଡ୍ସ ପକ୍ଷରୁ ବୁକେନ୍ସ ମିଲ୍ସ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ତେବେ ମ୍ୟାଚର ୫୯ ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଅଗୋଷ୍ଟିନି ଫ୍ରାନ୍କୋ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଦ୍ବିତୀୟ ଟିମ୍ ଭାବରେ ଜୁନିଅର ବିଶ୍ବକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ନେଦରଲାଣ୍ଡ୍ସ ।

 

ଟିମ୍ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବାକୁ ଯାଉଛି ମେଗା ଅକ୍ସନ । ତେବେ ଏହି ମେଗା ଅକ୍ସନ ପୂର୍ବରୁ ଗତକାଲି ସମସ୍ତ ଟିମ୍ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଛି । ତେବେ ଏହି ଲିଷ୍ଟରେ କିଛି ବଡ଼ ଖେଳାଳିଙ୍କ ନାଁ ରହିଛି ଯେଉଁମାନଙ୍କୁ ଟିମ୍ ରିଟେନ କରିଛି । ଅନ୍ୟପକ୍ଷରେ କିଛି ଏମିତି ଖେଳାଳି ମଧ୍ୟ ଅଛନ୍ତି ଯାହାକୁ ଦଳରେ ଆଉ ନରଖିବାକୁ ନିଷ୍ପତି ନେଇଛି ଟିମ୍ ମ୍ୟାନେଜମେଣ୍ଟ । ସେଥି ମଧ୍ୟରୁ ଜଣେ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ସିଜିନ ୧୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ  ହାର୍ଦ୍ଦିକଙ୍କୁ ରିଟେନ କରିନାହିଁ । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା, ଜଶପ୍ରୀତ ବୁମ୍ରା, ସୂର୍ଯକୁମାର ଯାଦବ ଓ  କାଏରନ ପୋଲାର୍ଡଙ୍କୁ ରିଟେନ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲରେ ଏକ ଟିମରେ ଯୋଗ ଦେଇପାରନ୍ତି ।

ଟିମ୍ ଇଣ୍ଡିଆରୁ ବାହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦେଇଛି ବଡ଼ ଝଟକା । ହାର୍ଦ୍ଦିକ ଅଲରାଉଣ୍ଡର ଭାବରେ ଭାରତୀୟ ଟିମରେ ଏବଂ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିଲେ । କିନ୍ତୁ ଆଘାତ କାରଣରୁ ଆଉ ବୋଲିଂ କରିପାରିନଥିଲେ ପାଣ୍ଡ୍ୟା । ସର୍ଜରୀ ହେବା ପରେ ବ୍ୟାଟିଂରେ ମଧ୍ୟ କିଛି କମାଲ କରିପାରିନଥିଲେ ପାଣ୍ଡ୍ୟା । ୨୦୨୧ରେ ହୋଇଥିବା ଆଇପିଏଲରେ ୧୨ଟି ମ୍ୟାଚ ଖେଳି ମାତ୍ର ୧୨୭ ରନ କରିପାରିଥିଲେ ପାଣ୍ଡ୍ୟା । ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ହୋଇଥିଲେ ହାର୍ଦ୍ଦିକ । ମୁମ୍ବାଇ ପକ୍ଷରୁ ୭ଟି ସିଜିନ୍ ଖେଳି ୧୪୭୬ ରନ କରିଥିବାବେଳେ ୪୨ ଓ୍ବିକେଟ ଅକ୍ତିଆର କରିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ସିଜିନରେ ନୂଆ କରି ହେଉଥିବା ଟିମ୍ ଅହମଦାବାଦରେ ସାମିଲ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କାହିଁକି ନା ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟର ଅଟନ୍ତି । ଏଥିସହ ସେ ଘରୋଇ କ୍ରିକେଟ ମଧ୍ୟ ସେ ବରୋଦା ଟିମରୁ ଖେଳନ୍ତି । ତେଣୁ ଆଗାମୀ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ଅହମଦାବାଦ ଫ୍ରାଞ୍ଚାଇଜରୁ ଖେଳି ପାରନ୍ତି । ଅନ୍ୟପକ୍ଷରେ ହାର୍ଦ୍ଦିକ ଏବେ ବି ଖେଳିବା ପାଇଁ ଫିଟ୍‌ ହୋଇ ନାହାନ୍ତି । ଫିଟ୍‌ ହେବା ପାଇଁ ବିସିସିଆଇକୁ ଆଉ କିଛି ଦିନ ସମୟ ମାଗିଛନ୍ତି ହାର୍ଦ୍ଦିକ । ଯେ ପର୍ଯ୍ୟନ୍ତ ପାଣ୍ଡ୍ୟା ଫିଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଦଳରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ କହିଛି ।

ବିଦେଶକୁ ଉଡ଼ିବନି ବିମାନ, ଭୟ ବଢାଉଛି ଓମିକ୍ରନ୍ ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ: ଡିସେମ୍ବର ୧୫ରୁ ବିଦେଶକୁ ଭାରତରୁ ଉଡ଼ିବ ନାହିଁ ବିମାନ  ।  ଏହି ନିଷ୍ପତି ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ  । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାଇରସ ଭୟ ବଢାଇଥିବାବେଳେ ଅନେକ ଦେଶକୁ ମଧ୍ୟ ଏହି ଭୁତାଣୁ ବ୍ୟାପିବାରେ ଲାଗିଛି  । ତେଣୁ ଏହି ପ୍ରରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କେବଳ ବାଣିଜ୍ୟିକ ବିଦେଶକୁ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଇଛନ୍ତି  ।

କୋଭିଡ଼ ଭୂତାଣୁର ଏହି ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ରଚିଛି  । ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇ ଏବେ ଅନେକ ଦେଶକୁ ବ୍ୟାପିବାରେ ଲାଗିଛି  ।  ଏପରି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ  ଭାରତକୁ ଶହ ଶହ ପ୍ରବାସୀ ଏବଂ ବିଦେଶ ଯାତ୍ରୀ ପ୍ରବେଶ କରୁଛନ୍ତି  । ସେମାନଙ୍କ ଠାରେ କୋଭିଡ ଭୂତାଣୁ ଥିବା ମଧ୍ୟ ଚିହ୍ନଟ ହେଉଛନ୍ତି   ।

ତେବେ ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି  । ତେବେ ଆସନ୍ତା ୧୫ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲାଗିଛି । ଏହା କେବଳ ସାମାନ୍ୟ କଟକଣା  । ସବୁଦିନ ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ  । ଏହା ସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିଛି  ।

 

ଏମ୍‌ଏସପି ବୃଦ୍ଧି ଦାବି: ଲୋୟର ପିଏମଜିରେ ଗର୍ଜିଲେ ଅନ୍ନଦାତା

0

ଭୁବନେଶ୍ୱର: ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ହେଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟକରନ୍ତୁ କେନ୍ଦ୍ର ସରକାର । ଏହି ଦାବି ନେଇ ଆଜି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ରାଜ୍ୟର ଭାତହାଣ୍ଡୀ ବୋଲାଉଥିବା ବରଗଡ଼ ଜିଲ୍ଲାର ଚାଷୀ । ଏମାନଙ୍କ ସହ ସାମିଲ ହୋଇଛନ୍ତି କଟକ ଜିଲ୍ଲାର ଚାଷୀ ସଂଗଠନ । ସ୍ୱାମୀନାଥନ୍ କମିଟି ରିପୋର୍ଟ ଆଧାରରେ ଧାନର ଉତ୍ପାଦନ ଖର୍ଚ୍ଚ ମଧ୍ୟ ଧାର୍ଯ୍ୟ କରିବା ସହ ଉତ୍ପାଦନ ମୂଲ୍ୟର ଦେଢ ଗୁଣା ଏମଏସପି ଧାର୍ଯ୍ୟ କରିବାକୁ ଦାବି କରାଯାଇଛି । ଚାଷୀମାନେ ଓଡ଼ିଶାରେ ବାରମ୍ବାର ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଧାନ ପୂର୍ବ ଭାରତର ପ୍ରମୁଖ ଫସଲ ହୋଇଥିବାରୁ ଚାଷୀମାନେ ଉଚ୍ଚିତ ମୂଲ୍ୟ ପାଇବା ଆବଶ୍ୟକ ।

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନରେ ମୃତ ଚାଷୀଙ୍କୁ କ୍ଷତିପୂରଣ ଦାବି ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେ କହିଛନ୍ତି, ଚାଷୀ ଆନ୍ଦୋଳନ ବେଳେ କେତେଜଣ ଚାଷୀଙ୍କ ମୃତ୍ୟୁ ହୋଇଛି, ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ତେଣୁ କାହାକୁ ବି ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସଂସଦର ଶୀତକାଳୀନ ଅଧିବେଶନରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଏହା କହିଛନ୍ତି କୃଷିମନ୍ତ୍ରୀ । ସରକାରଙ୍କ ପାଖରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ ନେଇ କଣ ତଥ୍ୟ ଅଛି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି କି ? ଏନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଏଥିସହ ଚାଷୀଙ୍କ ସହ ସରକାରଙ୍କ ୧୧ ରାଉଣ୍ଡ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନଥିବା ଗୃହକୁ ଜଣାଇଛନ୍ତି । ଚାଷୀ ଆନ୍ଦୋଳନ ବେଳେ ୭ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକ ସଂଗଠନ ଦାବି କରୁଛନ୍ତି । ସେହିପରି ଚାଷୀଙ୍କ ବିରୋଧରେ କେତେ ମାମଲା ରହିଛି ସେନେଇ ମଧ୍ୟ କେନ୍ଦ୍ର ପାଖରେ ତଥ୍ୟ ନଥିବା କୃଷି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ।

ଏଥିସହିତ ପଢ଼ନ୍ତୁ: ଅପାରଗଙ୍କ ବିରୋଧରେ ୫-ଟି ଛାଟ: ଚାରି ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ସାଙ୍ଗଙ୍କୁ ୧୫ ପ୍ରତିଶତ ଡିସକାଉଣ୍ଟ୍ ଦେଲେ ସଲମାନ,ଫିଲ୍ମ ପାଇଁ ନେବେ କମ୍ ଫିସ୍

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ ଭାଇଜାନ ସଲମାନ ଖାନ। ନିକଟରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମ ‘ଅନ୍ତିମ’କୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ ବଲିଉଡ୍ ଭାଇଜାନ । ତେବେ ଏହି ଫିଲ୍ମ ପରେ ଖୁବଶୀଘ୍ର ସଲମାନ ଖାନ ତାଙ୍କ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ସାଜିଦ୍ ନାଡିଆଡଓ୍ବାଲ । ତେବେ ଏହି ଫିଲ୍ମରେ ସଲମାନ ତାଙ୍କ ଫିସ୍ କମ୍ କରିଛନ୍ତି । ଏହି ଫିଲ୍ମ ପାଇଁ ସଲମାନ ଖାନ ୧୨୫ କୋଟି ଟଙ୍କା ଫିସ୍ ନେବେ ।

ସଲମାନ ଖାନ ‘କଭି ଇଦ୍, କଭି ଦିଓ୍ବାଲୀ’ର ସୁଟିଂ ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଯାଉଛି । ଏକ ରିପୋର୍ଟ ଅନୁସାରେ ଯେତେବେଳେ ସୁପରଷ୍ଟାର ସଲମାନ ପ୍ରଯୋଜକ ସାଜିଦ୍ ନାଡିଆଡଓ୍ବାଲଙ୍କ ପାଖକୁ ଫିଲ୍ମ ସୁଟିଂର ତାରିଖ ଆଲୋଚନା ପାଇଁ ଯାଇଥିଲେ । ସେହି ସମୟରେ ପ୍ରଯୋଜକ ସଲମାନଙ୍କୁ ତାଙ୍କ ଫିସ୍ କମାଇବାକୁ ଅନୁରୋଧ କରିଥିଲେ । କାହିଁକି ନା କରୋନା ପାଇଁ ଫିଲ୍ମ ବଜାର ଖରାପ ସ୍ଥିତିରେ ଗତି କରୁଛି ।

ସାଜିଦ୍ କରିଥିବା ଏହି ଅନୁରୋଧକୁ ସଲମାନ ଖାନ ମାନିଥିଲେ। ଯାହା ଫଳରେ ସଲମାନ ତାଙ୍କ ଫିସ୍ କମ୍ କରିବାର ନିଷ୍ପତି ନେଇଥିଲେ । ସଲମାନ ତାଙ୍କ ଫିସରୁ ୧୫ ପ୍ରତିଶତ କମ୍ କରିଛନ୍ତି । ସୂଚନା ଅନୁସାରେ ଫିଲ୍ମ ରିଲିଜ୍ ହେବା ପରେ ସଲମାନ ଲାଭର କିଛି ଅଂଶ ପାଇବେ । ସଲମାନ ଖାନଙ୍କ ବ୍ୟାନର ‘ସଲମାନ ଖାନ ଫିଲ୍ମସ (ଏସକେଏଫ) ଏହି ଫିଲ୍ମରେ ମଧ୍ୟ ସାମିଲ ହୋଇଛି । କରୋନା ମହାମାରୀ ପୂର୍ବରୁ ‘କଭି ଇଦ୍ କଭି ଦିଓ୍ବାଲୀ ‘ପାଇଁ ଦସ୍ତଖତ କରିଥିଲେ ସଲମାନ । ସେତେବେଳେ ସଲମାନ ଏହି ଫିଲ୍ମ ପାଇଁ ୧୫୦ କୋଟି ଟଙ୍କା ନେବା ପାଇଁ ଚୁକ୍ତି କରିଥିଲେ ।

ବୁଧବାର କର୍ମକ୍ଷେତ୍ରରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ସମୁଦାୟ ୧୨ ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶି ଗ୍ରହମାନଙ୍କ ଉପରେ ନିର୍ଭରଶୀଳ । ଗ୍ରହ ନକ୍ଷତ୍ରର ଚଳନରେ ରାଶିଫଳ ଆକଳନ କରାଯାଏ । ଆଜି ବୁଧବାର ହୋଇଥିବାରୁ ଏହିଦିନ ଲୋକେ ଭଗବାନ ଗଣେଷଙ୍କୁ ପୂଜା କରନ୍ତି ତେଣୁ ଏହି ଦିନଟିକୁ ଗଣେଷ ଭଗବାନଙ୍କୁ ସମର୍ପି ଦିଆଯାଏ ।
ମେଷ ରାଶି : ମେଷ ରାଶିର ବ୍ୟକ୍ତି ଆତ୍ମସଂଯତ ରଖିବା ସହ କଥାବାର୍ତ୍ତାରେ ମଧ୍ୟ ସଂଯମତା ରକ୍ଷା କରନ୍ତୁ । କିଛି କଠିନ ପରିସ୍ଥିତି ଆସିବାର ସମ୍ଭାବନା ରହିଛି ଏଥିସହ ବାପାଙ୍କ ସାହଯ୍ୟ ମିଳିପାରେ । ସଙ୍ଗୀତରେ ରୁଚି ବଢ଼ିବା ସହ କୈାଣସି ବନ୍ଧୁ ସାହାଯ୍ୟରେ ଚାକିରି ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି ।
ବୃଷ ରାଶି : ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ । ଅର୍ଥ ବୃଦ୍ଧି ହେବାର ସମ୍ଭାବନା ରହିଛି । ମନ ଅଶାନ୍ତ ରହିବା ସହ ଆତ୍ମବିଶ୍ୱାସ କମ୍ ରହିପାରେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ପୋଷାକପତ୍ର ଉପହାରରେ ମିଳିବାର ସମ୍ଭାବନା ରହିଛି । ଶରୀରର ଯତ୍ନ ନେବା ସହ ମା’ଙ୍କଠୁ ଧନପ୍ରାପ୍ତିର ସୁଯୋଗ ରହିଛି ।
ମିଥୁନ ରାଶି : ଆତ୍ମବିଶ୍ୱାସରେ ଅଭାବ କାରଣରୁ ମନ ଅଶାନ୍ତ ରହିବ । ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଯାନବାହନ ସଜାଡିବାରେ ଅର୍ଥ ଖର୍ଚ୍ଚ ହୋଇପାରେ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ରହିପାରେ । ଭାଇମାନଙ୍କ ସହଯୋଗ ମିଳିବ ।
କର୍କଟ ରାଶି : ପରିବାରର ସହଯୋଗ ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ସୁଧାର ଆସିପାରେ । ମନରେ ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବା ସହ କୈାଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି ।
ସିଂହ ରାଶି : ଭରପୁର ଆତ୍ମବିଶ୍ୱାସ ରହିବା ସହ କଳା ଏବଂ ସଙ୍ଗୀତରେ ରୁଚି ବଢ଼ିପାରେ । କର୍ମକ୍ଷେତ୍ରରେ ଅଧିକ ଲାଭ ମିଳିବାର ସୁଯୋଗ ରହିଛି । ଶରୀରର ଯତ୍ନ ନେବା ସହ ଆତ୍ମସଂଯ ରୁହନ୍ତୁ । ଅଧିକ କ୍ରୋଧ ପ୍ରକାଶ କରିପାରନ୍ତି । ପରିବାରର ସହଯୋଗ ରହିବ ।
କନ୍ୟା ରାଶି : ମନ ପ୍ରସନ୍ନ ରହିବ । ମନ ମୁତାବକ କାର୍ଯ୍ୟରେ ଧ୍ୟାନ ଦେବେ । ବ୍ୟବସାୟରେ ଉନ୍ନତି ହୋଇପାରେ । ପରିବାରର ସହଯୋଗ ରହିବ । ନିଜ ଭାବନାରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରନ୍ତୁ ।
ତୁଳା ରାଶି : ପାରିବାରିକ ଜୀବନରେ ସୁଖଶାନ୍ତି ରହିବ । ସନ୍ତାନ ସୁଖ ମିଳିନପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଭରପୁର ଆତ୍ମବିଶ୍ୱାସ ରହିବା ସହ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ଏଥିସହ ବ୍ୟବସାୟରେ ଉନ୍ନତି ହୋଇପାରେ ।
ବିଛା ରାଶି : ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ । ଚାକିରିରେ ପଦୋନ୍ନତି ମିଳିପାରେ । ମନରେ ନିରାଶଭାବ ଏବଂ ଅସନ୍ତୋଷ ରହିପାରେ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଚାକିରି ଯୋଗୁଁ ବିଦେଶ ଯାତ୍ରା କରିପାରନ୍ତି ।
ଧନୁ ରାଶି : ଆତ୍ମସଂଯମତା ରକ୍ଷା କରନ୍ତୁ । ଅଯଥା କଥାରେ କ୍ରୋଧ କରନ୍ତୁ ନାହିଁ । ଖର୍ଚ୍ଚ ଅଧିକ ହୋଇପାରେ । ଚାକିରି ପାଇଁ ସ୍ଥାନ ପରିବର୍ତ୍ତନ କରିପାରନ୍ତି । ଧୈର୍ଯ୍ୟଶକ୍ତି କମ୍ ରହିବା ସହ ଜୀବନସାଥୀଙ୍କ ସହଯୋଗ ମିଳିବ ।
ମକର ରାଶି : ଧୈର୍ଯ୍ୟହୀନ ହେବେ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ମନ ଅଶାନ୍ତ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବନ୍ଧୁଙ୍କ ସହଯୋଗ ମିଳିପାରେ । ଚାକିରିରେ ପଦୋନ୍ନତି ହୋଇପାରେ ।
କୁମ୍ଭ ରାଶି : ଆତ୍ମବିଶ୍ୱାସରେ ମନୋବଳ କମ୍ ରହିବ । ପରିବାର ସହ କୈାଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ପରିଶ୍ରମ ଅଧିକ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ । ଆୟରେ ବୃଦ୍ଧି ହେବ ମାତ୍ର, ପରିବାରଠୁ ଦୂରରେ ରହିବାକୁ ପଡ଼ିପାରେ । ମାନସିକ ଶାନ୍ତି ବଜାୟ ରହିବ ।

ଅପାରଗଙ୍କ ବିରୋଧରେ ୫-ଟି ଛାଟ: ଚାରି ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଚାରି ଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସରର ଦେଲେ ରାଜ୍ୟ ସରକାର । ଅପରାଗତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କାଉନସିଲ୍ ଅଫ୍ ସ୍ପୋର୍ଟସ ଏହି ଚାରି ଜଣ ପ୍ରଶିକ୍ଷକ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ । ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ କୋଚ୍ ମନୋଜ କୁମାର ଦାସଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ ନେଇ ଏକ ଅନୁଧ୍ୟାନ କମିଟି ଗଠନ ହୋଇଥିଲା । ଆଉ ଏହି କମିଟି ରିପୋର୍ଟ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ପରାଦର୍ଶିତା ନେଇ ଆକଳନ କରାଯିବ ବୋଲି ଉଲ୍ଲେଖ ଥିଲା । ଆଜି ଗ୍ରହଣ କରାଯାଇଥିବା କୋଚ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏହି ଆଧାରରେ ନିଆଯାଇଛି ।

ପ୍ରଭାକର ଗଜପତି ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଶଙ୍କର ଅଧିକାରୀ ଦେଉଗଡ଼ ଜିଲ୍ଲାର କାର୍ଯ୍ୟରତ ଥିଲେ । ମନୋଜ ଦାସ ଭଦ୍ରକର କାର୍ଯ୍ୟରତ ଥିଲେ ଏବଂ ଜନାର୍ଦ୍ଦନ ବଢ଼େଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭଗରେ କାର୍ଯ୍ୟରତ ଥିଲେ। ପୂର୍ବରୁ ମାଲକାନଗିରି ରେ ଥିବା ବେଳେ ଜନାର୍ଦ୍ଦନ ବଢ଼େଇ ଥରେ ନିଲମ୍ୱିତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କା ଜବତ

ପୁଣି ବଢ଼ିଲା ଗ୍ୟାସ୍ ଦର; କମର୍ସିଆଲ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ପେଟ୍ରୋଲିୟମ କମ୍ପାନୀ ସାଧାରଣ ଲୋକଙ୍କୁ ଦେଇଛି ଏକ ବଡ଼ ଝଟକା । ଦେଶରେ କମର୍ସିଆଲ ସିଲିଣ୍ଡର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ଫଳରେ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହୋଇପାରେ । ଆଜି ଏଲପିଜି ସିଲିଣ୍ଡରରେ ୧୦୦ ଟଙ୍କା ବୃଦ୍ଧି ପରେ ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨୧୦୧ ଟଙ୍କା ରହିଛି । ଗତ ମାସରେ ଏହାର ମୂଲ୍ୟ ୨୦୦୦.୫୦ ଟଙ୍କା ଥିଲା । ଯଦିଓ ଘରୋଇ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଦର ବୃଦ୍ଧି ହୋଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି ।

ବାସ୍ତବରେ ଘରେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପୂର୍ବରୁ ହିଁ ଅଧିକ ରହିଛି । ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧିକୁ ନେଇ କିଛି ରାଜନେତା କହିଛନ୍ତି କି ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସସାଇଜ୍ ଟ୍ୟାକ୍ସ ହ୍ରାସ କରିବା ଫଳରେ ପେଟ୍ରୋଲ-ଡିଜେଲ ଦର କମିଥିଲା । ତେବେ ବର୍ତ୍ତମାନ ନରେନ୍ଦ୍ର ମୋଦି ଏଲପିଜି ଦର ହ୍ରାସକୁ ନେଇ କିଛି ପଦକ୍ଷେପ ନେବା ଦରକାର । ଯାହା ଦ୍ବାରା ଏଲପିଜି ମୂଲ୍ୟ ହ୍ରାସ ହେବ । ତେବେ ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ, ପଞ୍ଜାବ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଏଲପିଜି ଗ୍ୟାସ ଦର କମ୍ ହେବ ବୋଲି ସାଧରଣ ଲୋକ ଆଶା କରିଥିଲେ । କିନ୍ତୁ ଦର କମ୍ କରିବା ପରିବର୍ତ୍ତେ ବୃଦ୍ଧି ହୋଇଛି ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତର ଭାବରେ ବୃଦ୍ଧି ହେଉଛି ।  ଗତ ମାସରେ ୨୬୬ ଟଙ୍କା ବୃଦ୍ଧି ପାଇଥିଲା । ତେବେ ଆଜି ବୃଦ୍ଧି ପାଇଥିବା ଦର ସହ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୧୦୧ ଟଙ୍କା ହୋଇଛି । ସେହିପରି ଭାବରେ କୋଲାକାତାରେ ୨୧୭୭, ମୁମ୍ବାଇରେ ୨୦୫୧ ଏବଂ ଚେନ୍ନାଇରେ ୨୨୩୪ ଟଙ୍କା ରହିଛି ।

ଅନ୍ନଦାତାଙ୍କୁ ଅଣଦେଖା: ଆନ୍ଦୋଳନରେ ମୃତ ଚାଷୀଙ୍କୁ ସହାୟତା ଦେବାର ପ୍ରଶ୍ନ ଉଠୁନି କହିଲେ କୃଷି ମନ୍ତ୍ରୀ

0

ନୂଆଦିଲ୍ଲୀ: ଆଇନ୍ ପ୍ରତ୍ୟାହାର କଲେ, ଏବେବି ଅନ୍ନଦାତାଙ୍କୁ ଅଣଦେଖା। ଚାଷୀ ଆନ୍ଦୋଳନ ବେଳେ କେତେଜଣ ଚାଷୀଙ୍କ ମୃତ୍ୟୁ ହୋଇଛି, ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ତେଣୁ କାହାକୁ ବି ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସଂସଦର ଶୀତକାଳୀନ ଅଧିବେଶନରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଏହା କହିଛନ୍ତି କୃଷିମନ୍ତ୍ରୀ । ସରକାରଙ୍କ ପାଖରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ ନେଇ କଣ ତଥ୍ୟ ଅଛି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି କି ? ଏନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଏଥିସହ ଚାଷୀଙ୍କ ସହ ସରକାରଙ୍କ ୧୧ ରାଉଣ୍ଡ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନଥିବା ଗୃହକୁ ଜଣାଇଛନ୍ତି । ଚାଷୀ ଆନ୍ଦୋଳନ ବେଳେ ୭ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକ ସଂଗଠନ ଦାବି କରୁଛନ୍ତି । ସେହିପରି ଚାଷୀଙ୍କ ବିରୋଧରେ କେତେ ମାମଲା ରହିଛି ସେନେଇ ମଧ୍ୟ କେନ୍ଦ୍ର ପାଖରେ ତଥ୍ୟ ନଥିବା କୃଷି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ।

ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୋକିବାରେ ରହିଛି ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର