spot_img
Home Blog Page 4830

ଟ୍ରେନ୍ ରହଣି ଦାବିରେ ରେଳରୋକ

ଜୟପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ରେଳରୋକ । ଟ୍ରେନ୍ ରହଣି ଦାବିରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକ । ବାରମ୍ବାର ଲିଖିତ ଦାବି ପ୍ରଦାନ କରିବା ପରେ ମଧ୍ୟ ପାସେଞ୍ଜର ଟ୍ରେନ୍ ରହୁନାହିଁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଲକ୍ଷ୍ମୀପୁର ଗସ୍ତ ସମୟରେ ଦାବିପତ୍ର ଦିଆଯାଇଥିଲା । ଆଲୋଚନା ପାଇଁ ବିଶାଖାପାଟଣା ଡିଆରଏମ୍ ମଧ୍ୟ ୬ ଜଣିଆ ପ୍ରତିନିଧି ଦଳକୁ ଡକାଇଥିଲେ । ଟ୍ରେନ୍ ରହଣି ପାଇଁ ସକାଶେ ୨୦ ଦିନ ସମୟ ମାଗିଥିଲେ ଡିଆରଏମ୍ ।

Rail Roka In Laxmipur Demanding Train Stoppage

ଡିଆରଏମଙ୍କ ପ୍ରତିଶ୍ରୁତି ମୁତାବକ ୨୦ ଦିନ ପରେ ବି ଟ୍ରେନ୍ ଲକ୍ଷ୍ମୀପୁର ଷ୍ଟେସନରେ ରହୁନାହିଁ । ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ଲକ୍ଷ୍ମୀପୁର ବିକାଶ ପରିଷଦ । କୋହଲା ପାଗରେ ଝିପି ଝିପି ବର୍ଷାରେ ଟ୍ରାକ୍ ଉପରେ ବସି ରହିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରେଳରୋକ ପାଇଁ ଚେତାବନୀ ଦେଇଛନ୍ତି । ଷ୍ଟେସନରେ ପୋଲିସ ମୁତୟନ ହୋଇଛନ୍ତି ।

ଫାୟାରିଂରେ ୧୩ ଜଣଙ୍କ ମୃତ୍ୟୁ, ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କୋହିମା: ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ହିଂସା । ଗୁଳିମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ । ଫାୟାରିଂରେ ୧୩ ଜଣଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳି ଦେଇଛନ୍ତି । ନାଗାଲାଣ୍ଡ ଜିଲ୍ଲାର ମୋନ ଜିଲ୍ଲାର ଓଟିଙ୍ଗରେ ଏଭଳି ହିଂସା ଘଟିଛି । ହିଂସା ପରେ ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନୋଫିୟୋ ରିୟୋ ।

ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ହିଂସାରେ ଆହାତ ଲୋକଙ୍କ ସୁସ୍ଥତା କାମନା କରିଛନ୍ତି । ହିଂସାକୁ ନିନ୍ଦା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଜଣାଇଛନ୍ତି ସମବେଦନା । ଦେଶର ଆଇନ୍ ଅନୁସାରେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିବା ସହ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଛନ୍ତି ।

ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ମୋନ ଜିଲ୍ଲାର ଓଟିଙ୍ଗର ତିରୁ ଗାଁରେ ଏହି ହିଂସା ହୋଇଛି । ଫାୟାରିଂରେ ମୃତ୍ୟୁବରଣ କରିଥିବା ଲୋକ ଏକ ମିନି ପିକଅପରେ ଗାଁକୁ ଫେରୁଥିଲେ । ଘରକୁ ନ ଫେରିବାରୁ ଗ୍ରାମବାସୀ ଖୋଜିବା ଆରମ୍ଭ କରିଥିଲେ, ଆଉ ମୃତଦେହ ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’, କିଛି ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବା ଜୱାଦ ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ ।

ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ମଧ୍ୟାହ୍ନରେ ଅବପାତ ରୂପରେ ପୁରୀ ଉପକୂଳରେ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଯାଇ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ଆଜି ସନ୍ଧ୍ୟା ଯାଏ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନର ବେଗ ୭୦ କିଲୋମିଟର ରହିପାରେ ।

ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅବପାତ ପ୍ରଭାବରେ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

କେବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦିଲ୍ଲୀ ପାଇଁ ବଢ଼ୁଛି ଓମିକ୍ରନ ବିପଦ ! ୧୫ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟ ବଢ଼ିବାରେ ଲାଗିଛି । ଦେଶରେ କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ର ପରେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଡରାଉଛି ଓମିକ୍ରନ । ସୂଚନା ଅନୁସାରେ, ହାଇ ରିସ୍କ ଦେଶରୁ ଦିଲ୍ଲୀକୁ ୧୫ ଯାତ୍ରୀ ଏଲଏନଜେପି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ନମୁନା ଜିନୋମ ସିକ୍ୱୋଏନ୍ସି ପାଇଁ ପଠାଯାଇଛି । ୪ରୁ ୫ ଦିନ ମଧ୍ୟରେ ରିପୋର୍ଟ ଆସିଯିବ ।

୧୫ ସନ୍ଦିଗ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୯ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଯେତେବେଳେ କି ଅନ୍ୟ ୬ ଜଣଙ୍କ ଠାରେ ଜର ସହ ଗଳାରେ କଷ୍ଟ ଅନୁଭବ ଲକ୍ଷଣ ରହିଛି । ଶୁକ୍ରବାର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୧୨ ଜଣ ଭର୍ତ୍ତି ହୋଇଥିଲେ । ୟୁକେରୁ ଫେରିଥିବା ୩ ଜଣ ଭର୍ତ୍ତି ହେବା ପରେ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସାୱାନା, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ହଂକଂ ଓ ଇସ୍ରାଏଲକୁ କେନ୍ଦ୍ର ସରକାର ହାଇ ରିସ୍କ ଦେଶ ତାଲିକାରେ ରଖିଛନ୍ତି । ଏହି ଦେଶରୁ ଫେରୁଥିବା ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏବେ ଯାଏ ଭାରତରେ ଓମିକ୍ରନର ୪ଟି ମାମଲା ମିଳିଛି । କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏ ମାମଲା ଆସିଛି ।

୬ ଜିଲ୍ଲାରେ ୩ ଘଣ୍ଟା ଧରି ପ୍ରବଳ ବର୍ଷିବ, ଜାରି ହେଲା ଅରେଞ୍ଜ ମେସେଜ୍

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିବା ବେଳେ ପ୍ରଭାବ ଲାଗି ରହିଛି । ଶନିବାର ସନ୍ଧ୍ୟାରୁ ରାଜ୍ୟର ଉପକୂଳିଆ ଅଞ୍ଚଳରେ ଆରମ୍ଭ ହୋଇଥିବା ବର୍ଷା ରବିବାର ବି ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ମେସେଜ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ:‘ଜୱାଦ’ ଦୁର୍ବଳ, ପ୍ରବଳ ବର୍ଷା ସହ କଟକ ଓ ଭୁବନେଶ୍ୱରରେ ଘଣ୍ଟାପ୍ରତି ୪୦ କିମି ବେଗରେ ପବନ

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଅରେଞ୍ଜ ମେସେଜ ଦିଆଯାଇଛି । ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହେବ । ଦୃଶ୍ୟମାନ କ୍ଷମତା କମିଯିବା ସହ ଟ୍ରାଫିକ୍ ସମସ୍ୟା ଉପୁଯିବ ।

ଏଥିସହ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

ଗଭୀର ଅବପାତ ଏବେ ପୁରୀ ଠାରୁ ୨୭୦ କିମି ଦୂରରେ । ଗୋପାଳପୁରଠୁ ୨୦୦ କିମି ଓ ପାରାଦୀପ ଠାରୁ ୩୬୦ କିମି ଦୂରରେ ରହିଛି ‘ଜୱାଦ’ । କିଛି ସମୟ ପରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟରେ ପହଞ୍ଚିବ ।

https://youtu.be/euFvthP4fWU

‘ଜୱାଦ’ ଦୁର୍ବଳ, ପ୍ରବଳ ବର୍ଷା ସହ କଟକ ଓ ଭୁବନେଶ୍ୱରରେ ଘଣ୍ଟାପ୍ରତି ୪୦ କିମି ବେଗରେ ପବନ

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ।

ପ୍ରଭାବରେ ଅଣ୍ଡରପାସ ନିକଟ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ । ବର୍ଷା ଯୋଗୁଁ ବେଶୀ ଦୂର ଦେଖାଯିବ ନାହିଁ । ଗଛ ମଧ୍ୟ ଭାଙ୍ଗିପାରେ । ରାତିରୁ ଟ୍ୱିନସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସକାଳ ୭ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୨ କିଲୋମିଟର ରେକର୍ଡ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’

ଭୁବନେଶ୍ୱର: ଟଳିଗଲା ବିପଦ । ବାତ୍ୟା ନୁହେଁ ଆଜି ଅବପାତ ହୋଇ ପୁରୀ ଉପକୂଳ ଛୁଇଁବ ‘ଜୱାଦ’ । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ଗଭୀର ଅବପାତ । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣରେ ୨୦୦ କିଲୋମିଟର, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୨୭୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୩୬୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ ।

ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇ ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଅବପାତ ପ୍ରଭାବରେ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

କେବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭାରତରେ ତୃତୀୟ ଲହର ଭାବେ ଏଣ୍ଟ୍ରି କରିବ ଓମିକ୍ରନ, ଦୈନିକ ଦେଢଲକ୍ଷ ମାମଲା

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଭାରତରେ ତୃତୀୟ ଲହର ଭାବେ ଉଭା ହେବାକୁ ଯାଉଛି  । ୨୦୨୨ର ପ୍ରଥମ ସପ୍ତାହରେ ଅର୍ଥାତ ଫେବୃଆରୀ ମାସରେ ଏହା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି  । ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି  । ପ୍ରଫେସର ମଣୀନ୍ଦ୍ର ଆନାଲିସିସ କରିବା ସହ ଏ ଓମିକ୍ରନର ଭୟଙ୍କର ରୂପକୁ ନେଇ ତଥ୍ୟ ହସ୍ତଗତ କରିଛନ୍ତି  ।

ପ୍ରଫେସର ଅଗ୍ରୱାଲଙ୍କ ତଥ୍ୟ ଅନୁଯାୟୀ- ନାଇଟ କର୍ଫ୍ୟୁ, ଜନଗହଳି ଉପରେ ପ୍ରତିବନ୍ଧକ ନଲଗାଇଲେ ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିବ । ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ଉପୁଜିଛି, ତାହା ଅତ୍ୟନ୍ତ ଉଦବେଗଜନକ ରହିଛି  । ବର୍ତ୍ତମାନ ପ୍ରରିପେକ୍ଷୀରେ ବିଭନ୍ନ ଦେଶର ମାମଲାକୁ ନେଇ କେସ ଷ୍ଟଡ଼ି କରିଛନ୍ତି ମଣୀନ୍ଦ୍ର  । ତେବେ ତାଙ୍କ ଆକଳନରେ ଉଲ୍ଲେଖ ରହିଛି ଫେବୃଆରୀ ମାସରେ ପିକରେ ପହଁଚିବ କୋଭିଡ଼ ମାମଲା  । ଦୈନିକ ଦେଢ ଲକ୍ଷ କୋଭିଡ ମାମଲା ଦେଶରେ ଚିହ୍ନଟ ହେବା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି  ।

ପ୍ରଥମ ପାଇକ ବିଦ୍ରୋହକୁ ନେଇ ଅସନ୍ତୋଷର ନିଆଁ, ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡ଼ି-କଂଗ୍ରେସର କୁତ୍ସାରଟନା

ଭୁବନେଶ୍ୱର: ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ତେଜୁଛି ଅସନ୍ତୋଷର ନିଆଁ । ଦଳ ମତ ନିର୍ବିଶେଷରେ ସବୁ ଦଳର ନେତା କେନ୍ଦ୍ରମନ୍ତ୍ରୀଙ୍କ ଏପରି ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ପ୍ରୀତିନେଇ ପ୍ରଶ୍ନ ଉଠାଇଛନ୍ତି ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହୁଥିବା କେନ୍ଦ୍ରମନ୍ତ୍ରୀମାନେ ଏବେ କାହିଁକି ଚୁପ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କହିଛନ୍ତି । ସେହିପରି ବିଜେଡି ମଧ୍ୟ କେନ୍ଦ୍ରର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି । ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ଦାବି କରିଥିଲେ ।

ଶ୍ରୀମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ, ଖୋଲାଯିବ ଲୁହାଭାର

ପୁରୀ: ଗତ ୨୦୧୯ ମସିହା ଫନି ବାତ୍ୟାରେ ଲୁହା ଭାରା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା ଶ୍ରୀମନ୍ଦିରର । ସେହି ଆଧାରରେ ବିମଳା ମନ୍ଦିର ଓ କିଛି ପାର୍ଶ୍ୱ ମନ୍ଦିରରୁ ଲୁହା ଭାରା ଖୋଲିବାକୁ ନିଷ୍ପତି ହୋଇଛି । ଝଡ଼ ବତାସ ସମୟରେ ଯଦି ପ୍ରତିକୂଳ ପରିସ୍ଥିତି ଆସିବ ସେବାୟତ ମାନେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି  ।

ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ମହାପ୍ରଭୁଙ୍କ ନୀତି ସେହି ଜାଗାରେ ସ୍ଥଗିତ ରଖାଯିବ  । ପରବର୍ତୀ ସମୟରେ ନୀତିରେ ସୁଧାର ଆସିଲେ ନୀତିକୁ ଶୃଙ୍ଖଳିତ ରଖାଯିବ  । ସିଂହଦ୍ୱାର ସମ୍ମୁଖରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି  । ତେବେ ଆଜିର ନୀତିକାନ୍ତି ଶୃଙ୍ଖଳିତ ଅଛି । ସମୁଦ୍ର କୂଳରେ ଦିଗବାରେଣୀ ଖୁଣ୍ଟି ଠାରୁ ଲାଇଟ ହାଉସ ବେଳା ଭୂମି ପର୍ଯ୍ୟନ୍ତ ରେଡ ଫ୍ଲାଗ ଲଗାଇ ଦିଆଯାଇଛି  ।

ସମୁଦ୍ର କୂଳକୁ ସାଧାରଣ ଲୋକଙ୍କ ଅନୁମତି ନଥିବାବେଳେ  ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି  । ପୂର୍ବରୁ ଜାତୀୟ ପାଣିପାଗ ବିଭାଗରକ ସୂଚନା ମୁତାବକ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଛି  । ବିଶେଷକରି କୋଣାର୍କ, ବ୍ରହ୍ମଗିରି, ଗୋପ, ନିମାପଡ଼ା, ସତ୍ୟବାଦୀ, ଅସ୍ତରଙ୍ଗ ଓ ପୁରୀରେ ପ୍ରଶାସନ ସଜାଗ ହୋଇ ରହିଛି  ।