ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ଚତୁର୍ଥ ଦିନରେ ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ନାମାଙ୍କନ ଦାଖଲ ପାଇଁ ସମୟସୀମା ସରି ଆସୁଥିବାବେଳେ ତାଲିକା ବଢିବାରେ ଲାଗିଛି । ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲର ଶେଷ ଦିନ । ଆଜିକୁ ମିଶାଇ ଆଶାୟୀଙ୍କ ହାତରେ ରହିଛି ମାତ୍ର ଦୁଇ ଦିନ । ଏହି ଦୁଇ ଦିନରେ ସମସ୍ତ ଆଶାୟୀ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରତିଦିନ ନାମାଙ୍କନ ଦାଖଲର ସଂଖ୍ୟା ବଢୁଥିବା ବେଳେ, ଆଜି ଚତୁର୍ଥ ଦିନରେ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଗାଁ’ର କମାଣ୍ଡ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ଯୁବପୀଢି । ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଡାକ୍ତର, ଇଂଜିନିଅର, ଯୁବପ୍ରତିଭା ଓ ପୂର୍ବତନ ବିଧାୟକ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ରହିଥିବାବେଳେ ସବୁ ଦଳର ଫୋକସରେ ରହିଛି ଜିଲ୍ଲା ପରିଷଦ ଆସନ । ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଚିହ୍ନରେ ହେଉଥିବାରୁ ଅଧିକ ସିଟରେ ବିଜୟ ଲାଭ କରି ଦବଦବା ଜାହିର କରିବାକୁ ସବୁ ଦଳ ଲକ୍ଷ୍ୟ ରଖିଛନ୍ତି । ପ୍ରାୟ ସବୁ ଦଳର ପ୍ରାର୍ଥୀ ଚୟନ ସରିଥିବା ବେଳେ ଅନେକ ସ୍ଥାନରେ ଏକାଧିକ ଆଶାୟୀ ଚିନ୍ତା ବଡାଉଛନ୍ତି ।

Leave a Reply