ଆର୍ୟଲାଣ୍ଡକୁ ହରାଇ ସୁପର ଲିଗ ଷ୍ଟେଜରେ ପହଞ୍ଚିଲା ଟିମ୍ ଇଣ୍ଡିଆ

1 min read

ତ୍ରିନିଦାଦ: ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ବିଶ୍ୱକପରେ ଲଗାତର ଭାବରେ ଦୁଇଟି ମ୍ୟାଚକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ବୁଧବାର ଗ୍ରୁପ୍ ବି’ରେ ଖେଳାଯାଇଥିବା ମୁକାବିଲାରେ ଭାରତ ଆୟାରଲାଣ୍ଡକୁ ୧୭୪ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ସୁପର୍ ଲିଗ୍ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତୀୟ ଦଳର ଦୁଇ ଓପନର ହରନୁର ସିଂ ଓ ଅଙ୍ଗକ୍ରିଶ୍ ରଘୁବଂଶୀଙ୍କ ଦମଦାର ପାରି ପଳରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରିଛି । ଅଣ୍ଡର-୧୯ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ତା’ର ଶେଷ ମ୍ୟାଚ ୟୁଗାଣ୍ଡା ସହ ଖେଳିବ ।

ତ୍ରିନିଦାଦରେ ଆୟୋଜିତ ଭାରତ-ଆୟାରଲାଣ୍ଡ ମୁକାବିଲାରେ ଟସ୍ ହାରି ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ଭାରତ ୩୦୭ ରନ୍ କରିଥିଲା । ଦଳ ପକ୍ଷରୁ ହରନୁର ସିଂ ଓ ଅଙ୍ଗକ୍ରିଶ ରଘୁବଂଶୀଙ୍କ ଦମଦାର ଅର୍ଦ୍ଧଶତକ ଲଗାଇଥିଲେ । ଶେଷରେ ରାଜବର୍ଦ୍ଧନ ହାଙ୍ଗରଗେକର ୧୭ ବଲରୁ ୫ ଛକା ସହ ୩୯ କରି ଅପରାଜେୟ ରହିଥିଲେ । ଯାହା ଫଳରେ ଭାରତର ସ୍କୋର ୩୦୦ ରନ ଟପିଥିଲା ।

୩୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆର୍ୟଲାଣ୍ଡ ୩୯ ଓଭରରେ ମାତ୍ର ୧୩୩ ରନ କରିପାରିଥିଲା । ଆର୍ୟଲାଣ୍ଡ ପକ୍ଷରୁ ସ୍କଟ ମ୍ୟାକବେଥ ସର୍ବାଧିକ ୩୨ ରନ କରିଥିଲେ । ଭାରତ ପକ୍ଷରୁ କୌଶଳ ତାମ୍ବେ, ଅନିଶ୍ୱର ଗୌତମ ଓ ଗର୍ବ ସାଙ୍ଗବାନ ୨ଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଅର୍ଦ୍ଧଶତକ ଫଳରେ ହରନୁର ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

 

Leave a Reply