spot_img
Home Blog Page 4829

ମୁମ୍ବାଇ ଟେଷ୍ଟ: ନ୍ୟୁଜିଲାଣ୍ଡ ଆଗରେ ୫୪୦ ରନର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ଆଗରେ ୫୪୦ ରନର ବିଜୟ ଲକ୍ଷ୍ୟ ରହିଛି । ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ୱାଲ ୧୫୦ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ଏକାକୀ ୧୦ ଓ୍ୱିକେଟ ଅକ୍ତିଆର କରିଥିଲେ । ୩୨୫ ରନରେ ଅଲଆଉଟ ହେବା ପରେ ଭାରତ ନ୍ୟୁଜିଲାଣ୍ଡକୁ ୬୨ ରନରେ ଅଲଆଉଟ କରିଥିଲା । ଯାହାଫଳରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିବା ପୂର୍ବରୁ ୨୬୩ ରନର ଲିଡ୍ ରଖିଥିଲା ।

ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ୨୭୬ ରନ କରି ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୬୨ ରନ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ୪ଟି ଓ୍ବିକେଟ ନେଇଥିବା ବେଳେ ରଚିନ ରବିନ୍ଦ୍ର ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବଡ଼ ସ୍କୋର ଚେସ୍ କରିବାକୁ ହେବ । ଅନ୍ୟପକ୍ଷରେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୧୦ ଓ୍ୱିକେଟ ହାସଲ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ସମୟରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ୱିକେଟ ବିନିମୟରେ ୩୩ ରନ କରିଛି ।

PLGA ସପ୍ତାହରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ବାଲଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲାଗିଲା ମାଓ ବିରୋଧୀ ପୋଷ୍ଟର । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ମାଓ ବିରୋଧୀ ପୋଷ୍ଟର ଜାରି କରାଯାଇଛି । ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ପୋଷ୍ଟର ଜାରି କରିଥିବା ଜଣାପଡ଼ିଛି । ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହିନୀ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ଏହାକୁ ତୀବ୍ର ବିରୋଧ କରିଛି ।

Poster Against Maoist Put In Belghar Area Kandhamal

ଏହି ସପ୍ତାହ ପାଳନ କଲେ ଜନତାଙ୍କ ଲାଭ କଣ ? ଯଦି ଜନତାଙ୍କ ଲାଭ ନାହିଁ, ତେବେ କ’ଣ ପାଇଁ ଜନତା ପାଳିବେ ପିଏଲଜିଏ ସପ୍ତାହ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରାଯାଇଛି । ଅନ୍ୟପଟେ ମାଓବାଦୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେବାସହ କାଗଜ ବାଘ ମାଓବାଦୀଙ୍କୁ ଭୟ ନକରି ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ଅଞ୍ଚଳବାସୀଙ୍କୁ ନିର୍ଦ୍ଦେଶ ଦେଇଛି ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ।

କୋଭିଡ୍ ନିୟମ ମାନିଲେନି କଲେଜ କର୍ତ୍ତୃପକ୍ଷ, ରେଡ୍ ପାଇଁ ଯାଇ ଖାଲି ହାତରେ ଫେରିଲା ପୋଲିସ

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପାଠପଢ଼ା ଯାଏ, ଅନ୍ୟକୁ ଭଲ ମଣିଷ ହେବାର ଉପଦେଶ ଦିଆଯାଏ । ଯଦି ଖୋଦ୍ ଶିକ୍ଷାନୁଷ୍ଠାନ ବାଟ ହୁଡ଼େ ତେବେ କଣ ହେବ ? ଏ ପ୍ରଶ୍ନ ଉଠିଛି କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲ୍ ମନୋଭାବକୁ ନେଇ । କିଛିଦିନ ତଳେ ଢେଙ୍କାନାଳ ଟାଉନ୍ ଥାନା ୨ ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏକାଧିକ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ବାହାରିଥିଲେ । ଏହାପରେ ଉକ୍ତ ଅଞ୍ଚଳକୁ ୧୦ ତାରିଖ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।

Midnight Class In Corona Containment Zone Dhenkanal

ପ୍ରଶାସନର ଘୋଷଣା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ ପାଠପଢ଼ା ତ ଦୂର କଥା, ବାହାର ଲୋକଙ୍କ ପ୍ରବେଶ ନିଷେଧ । କିନ୍ତୁ ଏଠି ସବୁ ନିୟମକୁ ମୋଡ଼ି ମକଚି କୋଭିଡ୍ କଟକଣାର ମଜାକ ଉଡ଼ାଇଛନ୍ତି କଲେଜ କର୍ତ୍ତୃପକ୍ଷ । କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷାନୁଷ୍ଠାନରେ ରାତି ଅଧିଆ ଚାଲିଛି ପାଠପଢ଼ା । ୫୬ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ନିଟକରେ ସାଇକୃପା କଲେଜକୁ ସିଲ୍ କରାଯାଇଥିଲା । ସେହି ସାଇକୃପା କଲେଜର ୧୦୦ ମିଟର ଦୂରରେ ଥିବା ବିଟ୍ ଉଚ୍ଚ ମାଧ୍ୟମିକ ବିଜ୍ଞାନ କଲେଜ ଏବେ କଣ୍ଟେନମେଣ୍ଟ ଜୋନରେ କୋଭିଡ୍ କଟକଣା ଉଲ୍ଲଂଘନ କରିଛି ।

Midnight Class In Corona Containment Zone Dhenkanal

କଣ୍ଟେନମେଣ୍ଟ ଜୋନରେ ଥାଇ ରାତି ୧୨ଟାରେ ହେଉଛି କ୍ଲାସ । ଏନେଇ ଖବର ପାଇବା ପରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି କର୍ତ୍ତୃପକ୍ଷ ପଳାଇ ଯାଇଥିଲେ । ପୋଲିସ ଦୀର୍ଘ ସମୟ ଧରି କବାଟ ବାଡ଼େଇବା ପରେ ମଧ୍ୟ କେହି ଖୋଲି ନଥିଲେ, ଫଳରେ ପୋଲିସ ଫେରି ଯାଇଥିଲା । ଏନେଇ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି ହେବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ । ଦେଖିବାର କଥା ପ୍ରଶାସନ କେଉଁଭଳି କାର୍ଯ୍ୟାନୁଷ୍ଠାନ ନେଉଛି ।

କଂଗ୍ରେସକୁ ଲାଗିପାରେ ବଡ଼ ଝଟକା; ନୂଆ ଦଳ ଗଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ଜାମ୍ମୁ କାଶ୍ମୀର: ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଖୁବ୍ ଶୀଘ୍ର କଂଗ୍ରେସରୁ ୨୦ ଜଣ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ ଓ କାଶ୍ମୀରରେ ଆଜାଦ ବିଭିନ୍ନ ବୈଠକ ଜାରି ରଖିଥିବା ବେଳେ ସେ ଏକ ନୂଆ ଦଳ ଗଠନ କରିବେ ବୋଲି ଆଲୋଚନା ଚାଲିଛି । ସେପଟେ ନୂଆ ଦଳ ଗଠନ ଲାଗି ଯୋଜନା ନାହିଁ ବୋଲି ଆଜାଦ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ଉପରୁ ରାଜ୍ୟପାହ୍ୟା ମାନ୍ୟତା ପରଠାରୁ ନୀରବ ଥିବା ଆଜାଦ ଏବେ ବେଶ୍ ସକ୍ରିୟ ହୋଇଛନ୍ତି । ଗତ ଚାରି ଦଶନ୍ଧି ଧରି ଏପରିକି ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଅମଳରୁ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଆଜାଦ କହିଛନ୍ତି ବର୍ତ୍ତମାନ ସମାଲୋଚନାର କୌଣସି ସ୍ଥାନ ନାହିଁ । ଆଜିକାଲି ନେତୃତ୍ବକୁ କେହି ଚାଲେଞ୍ଜ ଦେଇପାରିବେ ନାହିଁ ।

ବିଭିନ୍ନ ବିଷୟରେ ପ୍ରଶ୍ନ କରିବା ଲାଗି ଇନ୍ଦିରା ଓ ରାଜୀବ ଗୁଲାବ ନବୀ ଆଜାଦଙ୍କୁ ପ୍ରଶୟ ଦେଇଥିଲେ । ମାତ୍ର ବର୍ତ୍ତମାନ ସେହି ଅବସ୍ଥା ନାହିଁ । ସେମାନେ ସମାଲୋଚନାକୁ ବିରୋଧ ନ କରି ଏହାକୁ ସକାରାତ୍ମକ ଦୃଷ୍ଟିରେ ବିବେଚନା କରୁଥିଲେ । ମାତ୍ର ଏବେ ତାହା ବଦଳିଯାଇଛି ବୋଲି କହିଛନ୍ତି ଆଜାଦ । ସେ କହିଛନ୍ତି ଅତୀତରେ ଯୁବ କଂଗ୍ରେସରେ ସାଧାରଣ ସମ୍ପାଦକ ଲାଗି ଇନ୍ଦିରା ଦୁଇ ଜଣଙ୍କ ନାଁ ସୁପାରିସ କରିଥିଲେ । ମାତ୍ର ସେ ତାହା ଅଗ୍ରାହ୍ୟ କରିଥିଲେ ମଧ୍ୟ ଇନ୍ଦିରା ଏହାକୁ ଅଲଗା ଅର୍ଥରେ ଧରି ନଥିଲେ । ଆଜାଦ କହିଛନ୍ତି ସେ ରାଜନୀତି ଛାଡିବେ ନାହିଁ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ସେ ରହିବେ ବୋଲି କହିଛନ୍ତି ଗୁଲାବ ନବୀ ଆଜାଦ।

କଳିଙ୍ଗରେ ଖେଳାଯିବ FIH ପ୍ରୋ ଲିଗ୍ ହକି; ଭାରତ ଖେଳିବ ୮ ମ୍ୟାଚ

ଭୁବନେଶ୍ୱର: କଳିଙ୍ଗରେ ଖେଳାଯିବ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଆସନ୍ତା ବର୍ଷ ଫେବ୍ରୁଆରୀରେ ହକିପ୍ରେମୀ ଦେଖିବାକୁ ପାଇବେ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଫେବ୍ରୁଆରୀରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପୁରୁଷ ପ୍ରୋ ଲିଗ୍ ହକି । ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ ଟିମ୍ ଇଣ୍ଡିଆ । ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକି ୨୦୨୧-୨୨ ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇ ୨୦୨୨ ଜୁନରେ ଶେଷ ହେବ । କଳିଙ୍ଗ ଷ୍ଟାଡିୟମରେ ଭାରତ ସ୍ପେନ୍, ଜର୍ମାନି, ଆର୍ଜେଣ୍ଟିନା ଓ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବ ।

ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିରେ ଭାରତ ଘରୋଇ ପର୍ଯ୍ୟାୟ ମ୍ୟାଚ ୨୬ ଫେବ୍ରୁଆରୀରୁ କଳିଙ୍ଗରେ ଖେଳିବ । ଭାରତ ୨୬ ଓ ୨୭ ଫେବ୍ରୁଆରୀରେ ସ୍ପେନ ସହ ଖେଳିବ। ସେହିପରି ୧୨ ଓ ୧୩ ମାର୍ଚ୍ଚରେ ଜର୍ମାନିକୁ ଭେଟିବ ଭାରତ । ୧୯ ଓ ୨୦ ମାର୍ଚ୍ଚରେ ଆର୍ଜେଣ୍ଟିନାକୁ ଭେଟିବ ଇଣ୍ଡିଆ ଏବଂ ୨ ଓ ୩ ଏପ୍ରିଲରେ ଇଂଲଣ୍ଡକୁ ଭେଟିବ ବ୍ଲୁ ବ୍ରିଗେଡ । ତେବେ ଏହା ପ୍ରଥମ ଥର ନୁହେଁ ଗତବର୍ଷ ମଧ୍ୟ ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିର ୬ଟି ମ୍ୟାଚ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ।

 

ଧାନ ବିଲରେ ଟ୍ରାକ୍ଟର ଓଲଟି ଚାଷୀ ଦମ୍ପତି ମୃତ

ରାଉରକେଲା: ଧାନ ବିଲରେ ଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ । ଯେଉଁ ବିଲକୁ ପୁଞ୍ଜି କରି ଜୀବନ ଜିଉଁଥିଲେ, ସେହି କ୍ଷେତରେ ହିଁ ଶେଷରେ ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧାନ ବିଲରେ ଟ୍ରାକ୍ଟର ଓଲଟି ଦମ୍ପତି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

Tractor Over Turned In Paddy Field, Couple Killed In Sundargarh

ସକାଳେ ଧାନ ଆଣିବାକୁ ଟ୍ରାକ୍ଟର ନେଇ ବିଲକୁ ଯାଇଥିଲେ ସ୍ୱାମୀ, ସ୍ତ୍ରୀ । ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଧାନ ବିଲରେ ହିଁ ଟ୍ରାକ୍ଟରରେ ଚାପି ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ । ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ପହଞ୍ଚିବା ସହ ତଦନ୍ତ କରୁଛି ।

ୟୁକ୍ରେନ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବାଇଡେନ-ପୁଟିନ୍ ଆଲୋଚନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ବର୍ଡରରେ ଲଗାତର ଜାରି ରହିଛି ଉତ୍ତେଜନା । ଋଷ ଲଗାତର ଭାବରେ ୟୁକ୍ରେନ ସୀମାରେ ଅଧିକ ସଂଖ୍ୟକ ସେନା ଠୁଳ କରୁଛି । ଆମେରିକା ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଆସନ୍ତା ଜାନୁଆରୀ ମାସରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଆଲୋଚନା କରିବାକୁ ଯାଉଛନ୍ତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଭର୍ଚ୍ୟୁଆଲରେ ମିଟିଂରେ ଆଲୋଚନା କରିବେ । ଏନେଇ ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭବନର ମୁଖପାତ୍ର ଦିମିତ୍ରୀ ପେସକେଭ ।

ୟୁକ୍ରେନକୁ NATO ମିଲିଟ୍ରୀ ଅଲାୟନ୍ସରେ ସାମିଲ ନ କରିବା ପାଇଁ ଋଷ ଲଗାତର ଭାବରେ ଆମେରିକା ଉପରେ ଚାପ ସୃଷ୍ଟି କରୁଛି। କିନ୍ତୁ NATOର ମହାସଚିବ ଜେନ୍ସ୍ ଷ୍ଟୋଲ୍ଟେନବର୍ଗ ସିଧାସଳଖ ଭାବରେ କହିଛନ୍ତି କି ଏହି ଆଲୟନ୍ସରେ କାହାକୁ ସାମିଲ କରାଯିବ, କାହାକୁ କରାଯିବ ନାହିଁ ସେଥିରେ ଋଷର କିଛି ଭୂମିକା ନାହିଁ । ତେବେ ଏପରି ସ୍ଥିତିରେ ଆମେରିକା ଗୁଇନ୍ଦା ସୂଚନା ଦେଇଛି କି ଋଷ ୟୁକ୍ରେନ ସୀମାରେ ୭୦ ହଜାର ସୈନିକ ଠୁଳ କରିଛି ଏବଂ ଆସନ୍ତା ଜାନୁଆରୀରେ ଆକ୍ରମଣ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ବିଭାଗ ।

ଋଷ ଆମ ଉପରେ ଆକ୍ରମଣ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ୟୁକ୍ରେନ ସରକାର । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ୍ କହିଛନ୍ତି କି ଆମ ସୀମା ନିକଟରେ ଋଷ ୯୪ ହଜାର ୩୦୦ ସୈନିକ ଠୁଳ କରିଛି ଏବଂ ଜାନୁଆରୀରେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ କହିଛନ୍ତି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ । ୨୦୨୨ ଜାନୁଆରୀରେ ଋଷ ଆମ ଉପରେ ଆକ୍ରମଣ କରିପାରେ । ତେବେ ଏପରି ସ୍ଥିତିରେ ବାଇଡେନ ଓ ପୁଟିନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ଏବଂ ଏହି ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନାର ସମାଧାନର ସୂତ୍ର ଏହି ଆଲୋଚନାରୁ ବାହାରିବ ବୋଲି ମଧ୍ୟ ଆଶା କରାଯାଉଛି ।

ଆଉ ୬ ଘଣ୍ଟା ମଧ୍ୟରେ ଅବପାତ ରୂପରେ ପୁରୀ ପହଞ୍ଚିବ ‘ଜୱାଦ’

ଭୁବନେଶ୍ୱର: ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି ।

ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, ‘ଜୱାଦ’ ଆହୁରି ଦୁର୍ବଳ ହୋଇ ଅବପାତ ରୂପରେ ଆଗାମୀ ୬ ଘଣ୍ଟା ମଧ୍ୟରେ ପୁରୀ ଉପକୂଳ ପହଞ୍ଚିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇଯିବ । ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇ ମଧ୍ୟରାତ୍ରିରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ଏଥିସହ ପଢ଼ନ୍ତୁ: ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’, କିଛି ଘଣ୍ଟାରେ ନେବ ଅବପାତର ରୂପ

‘ଜୱାଦ’ ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।

ଦେଶରେ ଓମିକ୍ରନର ପଞ୍ଚମ ଆକ୍ରାନ୍ତ ଚିହ୍ନଟ; ଦିଲ୍ଲୀରେ ପ୍ରଥମ ମାମଲା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ସଂକ୍ରମଣ । ବେଙ୍ଗାଲୁରୁ, ଗୁଜୁରାଟ ଓ ମୁମ୍ବାଇ ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛି । ଦିଲ୍ଲୀରେ ଓମିକ୍ରନ୍ ମାମଲା ନେଇ ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ । ସେ କହିଛନ୍ତି କି ବିଦେଶରୁ ଫେରିଥିବା ୧୨ ଜଣଙ୍କର ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣ ସାମାନ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କଠାରେ ଓମିକ୍ରନ୍ ଚିହ୍ନଟ କରାଯାଇଛି । ଓମିକ୍ରନ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଆଫ୍ରିକା ଦେଶ ତାଞ୍ଜିନିଆରୁ ଫେରିଥିଲେ ।

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ସହ ବର୍ତ୍ତମାନ ଦେଶରେ ମୋଟ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କର୍ଣ୍ଣାଟକ, ଗୁଜୁରାଟ ଓ ମୁମ୍ବାଇରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି କି ଏପର୍ଯ୍ୟନ୍ତ ବିଦେଶରୁ ମୋଟ ୧୭ ଜଣ ବ୍ୟକ୍ତି ଦିଲ୍ଲୀ ଫେରିଛନ୍ତି ଏବଂ ସେମାନେ କରୋନାରେ ଆକ୍ରନ୍ତ ମଧ୍ୟ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ଏବେ ଦିଲ୍ଲୀର ଏଲଏନଜିପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବାତ୍ୟା ଟଳିଲା, ବର୍ଷା କଲା କଲବଲ; ବୁଡ଼ିଲା ହେକ୍ଟର ହେକ୍ଟର ଧାନ

ଭୁବନେଶ୍ୱର: ଜମିରେ ବତୁରି ଯାଉଛି ଫସଲ । ଉଜୁଡି ଯାଉଛି ସ୍ୱପ୍ନ, ଭାଙ୍ଗିଯାଉଛି ଚାଷୀର ମନ । ସାମୁଦ୍ରିକ ଝଡ଼ ‘ଜୱାଦ’ ବାତ୍ୟା ନ ହୋଇ ଯେତିକି ଆଶ୍ୱସ୍ତି ଦେଇଛି ତାଠୁ ଅଧିକ ଚିନ୍ତା ବଢ଼ାଇଛି ଲଗାଣ ବର୍ଷା । ଦକ୍ଷିଣରୁ ଉତ୍ତର ଓଡ଼ିଶା ପୁଣି ଉପକୂଳ ସବୁଠୁ ସମାନ ଚିତ୍ର । ଅମଳ ପରେ ଘରକୁ ଅଣାଯିବାକୁ ଥିବା ଫସଲ ଏବେ ପାଣି ସରସର ହୋଇ ନଷ୍ଟ ହେବାକୁ ବସିଲାଣି । ଆଉ ଆଣ୍ଠୁଏ କାଦୁଅ ଭିତରୁ କିଛିଟା ପାଇବା ଆଶାରେ ଫସଲକୁ ଛାଣୁଛି ହତାସ ଚାଷୀ ।

Paddy Crop Damaged In Cyclone Rain

ବର୍ଷା ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲ୍ଲାର ଚାଷୀ  । ପାଣିରେ ଭାସୁଛି କୃଷକର ପରିଶ୍ରମ । ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି ।   ନିମାପଡ଼ା, ଗୋପ ଓ ପିପିଲି ବ୍ଲକରେ ଧାନ ସହ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୁରୀ ସମେତ ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଖରିଫ ଧାନ ପାଣିରେ ବତୁରି ନଷ୍ଟ ହେବାକୁ ବସିଲାଣି ।
ସେପଟେ ଗଞ୍ଜାମ ଜିଲ୍ଲା ଆସିକାରେ ଧାନ କଟା ସରିଥିଲେ ମଧ୍ୟ ବେଙ୍ଗଳା ନହୋଇ ପଡ଼ି ରହିଛି । ବର୍ଷା ଦାଉରୁ ଏହାକୁ ବଞ୍ଚାଇବାକୁ ଜମିରେ ପାଲ ପକାଇ ସାଇତି ରଖିଛନ୍ତି ଚାଷୀ ।

Paddy Crop Damaged In Cyclone Rain

ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି । ସେପଟେ ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଏସଆରସି ।