ରାଜପଥରେ ନୌସେନା ବ୍ୟାଣ୍ଡ ବଜାଇଲା ‘ମୋନିକା ଓ ମାଇ ଡାର୍ଲିଂ’, ବିରୋଧୀ ଖପ୍ପା କିନ୍ତୁ ରବିନା ଖୁସ୍

3 min read

ନୂଆଦିଲ୍ଲୀ : ରାଜପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ରିହରସେଲ୍ ଚାଲିଛି । ତିନି ସେନାର ବ୍ୟାଣ୍ଡ୍ ଅନ୍ତିମ ପ୍ରଦର୍ଶନ ପାଇଁ ପ୍ରତିଦିନ ପ୍ରାକ୍ଟିସ କରୁଛନ୍ତି । ଏହାମଧ୍ୟରେ ନୌସେନା ବ୍ୟାଣ୍ଡ୍ ବଲିଉଡ୍ ଧୁନ୍ ବଜାଇଲା ତ’ ସୈନିକ ଏହି ଧୁନ୍ ଉପରେ ନାଚିବା ଆରମ୍ଭ କରିଥିଲେ । ଭିଡିଓକୁ ମାଇଗଭ୍ ଇଣ୍ଡିଆ ଆପରେ ଆଧିକାରିକ ଭାବେ ସେୟାର କରାଯାଇଥିଲା । ନୌସେନା ବ୍ୟାଣ୍ଡ୍ ୧୯୭୦ ଦଶକର ଲୋକପ୍ରିୟ ଗୀତ ମୋନିକା ଓ ମାଇଁ ଡାର୍ଲିଂର ଧୁନ୍ ବଜାଇଥିଲା । ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ । ନୌସେନା ବ୍ୟାଣ୍ଡ ସମର୍ଥନରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଥିବା ବେଳେ ବିରୋଧରେ ଅଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ।

ମାଇଗଭ୍ ଇଣ୍ଡିଆ ଆପରେ ଏହି ଭିଡିଓକୁ ସେୟାର କରି ଲେଖାଯାଇଥିଲା ଯେ,ଏହି ଭିଡିଓ ନିଶ୍ଚୟ ଆପଣଙ୍କୁ ରୋମାଂଚିତ କରିବ । ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ନିଜ ଇ-ଆସନକୁ ସୁରକ୍ଷିତ କରନ୍ତି । ତେବେ ଆମ୍ ଆଦାମୀ ପାର୍ଟି,ତୃଣମୂଳ କଂଗ୍ରେସକୁ ଏହି ଭିଡିଓ ପସନ୍ଦ ଆସିନାହିଁ । ତୃଣମୂଳର ମହୁଆ ମୋଇତ୍ରା ଟ୍ୱିଟ୍ କରିଛନ୍ତି ଯେ ,ଏହି ଭିଡିଓ ଦେଖି ରୋମାଂଚିତ ହେଉନାହିଁ ଓଲଟା ବାନ୍ତି ଆସୁଛି । ସମ୍ମାନ ଚୁଲିକୁ ଯାଉ,ସେନାର ବୁଦ୍ଧି ଉପରେ ମୋଦି-ଶାହା କବଜା କରିଛନ୍ତି ।

ଆମ୍ ଆଦମୀ ପାର୍ଟିର ସୋସିଆଲ ମିଡିଆ ସହିତ ଜଡିତ କପିଲ ଟ୍ପିଟ୍ କରିଛନ୍ତି ଯେ, ସିନେମା ହଲରେ ଜାତୀୟ ସଂଗୀତ,ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋନିକା ଓ ମାଇ ଡାର୍ଲିଂ..ଦେଶରେ ତମସାକରଣର ଦୈନିକ ଫାର୍ସ ଚାଲିଛି ।

ତେବେ ଏହି ଭିଡିଓକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଛି ।
ଭିଡିଓକୁ ସମର୍ଥନ କରୁଥିବା ବ୍ୟକ୍ତି କହୁଛନ୍ତି ଯେ, ସୈନିକଙ୍କର ମଧ୍ୟ ରିଲାକ୍ସ କରିବାର ଅଧିକାର ରହିଛି । ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୭୦ ଦଶକର ଏହ ଗୀତକୁ ବ୍ୟାଣ୍ଡ୍ ବଜାଉଥିବା ଦେଖି ଖୁସି ଲାଗିଲା । ସେମାନଙ୍କୁ ଏହା କରିବାକୁ ଦିଅ,ସେମାନେ ମଧ୍ୟ ମଣିଷ ।ନିନ୍ଦୁକ ମାନେ ଦଉଡି ଦିଅନ୍ତୁ । ଆମ ପିଲା ମଧ୍ୟ ବେଳେ ବେଳେ ରିଲାକ୍ସ କରିବାର ଆବଶ୍ୟକତା ରହିଛି ।

ଏହା ଭିତରେ ଏମିତି କିଛି ବ୍ୟକ୍ତି ମଧ୍ୟ ଟ୍ୱିଟ୍ କରିଛନ୍ତି ଯେଉଁମାନଙ୍କ ନାମ ମୋନିକା । ଜଣେ ମୋନିକା ଟ୍ୱିଟ୍ କରିଛନ୍ତି ଯେ, ଜଣେ ଗର୍ବିତ ମୋନିକା ଭାବେ ମୁଁ ଏହି ସମ୍ମାନକୁ ଗ୍ରହଣ କରୁଛି ।

୧୯୭୧ରେ ଆସିଥିଲା ମୋନିକା ମାଇ ଡାର୍ଲିଂ
୧୯୭୧ ମସିହାରେ ସଂଗୀତ ନିର୍ଦ୍ଦେଶକ ଏସଡି ବର୍ମନଙ୍କ ନିର୍ଦ୍ଦେଶନାରେ ଏହି ଗୀତ ଆସିଥିଲା । ପ୍ରଖ୍ୟାତ ଅଭିନେତ୍ରୀ ତଥା ସଲମାନ ଖାନଙ୍କ ସାବତ ମା’ ହେଲେନ୍ ଏହି ଗୀତରେ ନୃତ୍ୟ କରଥିଲେ ।

Leave a Reply