ସମାଜବାଦୀ ପାର୍ଟିରେ ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି

1 min read

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ମିଶିଲେ ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି । ଉତ୍ତରପ୍ରଦେଶ ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂ ସପାରେ ଯୋଗଦାନ କରିଛନ୍ତି  । ଧର୍ମେନ୍ଦ୍ରଙ୍କ ଉଚ୍ଚତାକୁ ନେଇ ସେ ସର୍ବଦା ପରିଚିତ  । ଏବେ ରାଜନୀତିରେ ଯୋଗଦେବା ଖବର ଆହୁରି  ଚର୍ଚ୍ଚା ପାଲଟିଛି । ତାଙ୍କ ଉଚ୍ଚତା  ୮ ଫୁଟ ୧ ଇଞ୍ଚ ।

ବିଶ୍ୱର ସବୁଠାରୁ ଲମ୍ବା ବା ଡେଙ୍ଗା ବ୍ୟକ୍ତିଙ୍କଠାରୁ ସେ ୧୧ ସେଣ୍ଟିମିଟର କମ୍ । ଦଳରେ ତାଙ୍କ ମିଶ୍ରଣ ନେଇ ସୂଚନା ଦେଇଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ଉତ୍ତମ ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ଧର୍ମେନ୍ଦ୍ର କହିଛନ୍ତି- ତାଙ୍କ ଉଚ୍ଚତା ଯୋଗୁ ସେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସମାଜବାଦୀ ପାର୍ଟିରେ ସାମିଲ ହୋଇ ସେ ଗର୍ବିତ । ତାଙ୍କ ସହ ଲୋକେ ଫଟୋ ଉଠାଉଥିବାବେଳେ ସେ ନିଜକୁ ସେଲିବ୍ରିଟି ବୋଲି ଭାବନ୍ତି । ତେଣୁ ସପାରେ ତାଙ୍କ ଯୋଗଦାନ ଭୋଟ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି  ।

Leave a Reply