spot_img
Home Blog Page 4811

ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର

କଟକ: ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଂକଟାପର୍ଣ୍ଣ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସପ୍ତାହରେ ତିନି ଥର ଡାଏଲିସସ କରାଯାଉଛି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।

Senior Actor Mihir Das Health Condition Critical

ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ୍ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ।

ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଦେହାନ୍ତ

ଭବାନୀପାଟଣା: କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ପରଲୋକ ଘଟିଛି । ନ୍ୟୁଜ ୭ର ଜିଲ୍ଲା ପ୍ରିତିନିଧି ମହମ୍ମଦ ଅସଲମ୍ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ ବ୍ରେନ୍ ହାମରେଜ୍ ଯୋଗୁଁ ଗୁରୁତର ଥିଲେ । ଗତକାଲି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରା ଯାଇଥିଲା ।

Kalahandi Senior Journalist Mahammad Ashlam Passes Away

ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ଓ ଆଜି ସନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଜଣେ କର୍ତ୍ତବ୍ୟ ନିଷ୍ଠା ସାମ୍ବାଦିକ ଭାବରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଗଣମାଧ୍ୟମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ଥିବାବେଳ ତାଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି ।

ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି । ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳୀମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ । ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀଗଣ ଓ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ଆଦିର ସୁବନ୍ଦୋବସ୍ତ ହୋଇଛି ।

ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରୀ ୨୦୨୨ରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରୋତ୍ତୋଳନ ଫେଡେରେସନ, ଓଡ଼ିଶା ଭାରୋତ୍ତୋଳନ ସଙ୍ଘ, କିଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆତଙ୍କ । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଓମିକ୍ରନ୍ ଆତଙ୍କ ମଧ୍ୟରେ ଯଦି ଆପଣ ବିଦେଶ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତେବେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିବ ନାହିଁ । କାହିଁକି ନା ଓମିକ୍ରନ୍ ଆତଙ୍କ ଫଳରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି ଡିଜିସିଏ । ଡାଏରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏସନ ଗୁରୁବାର ଏନେଇ ସୂଚନା ଦେଇଛି ।

ଟ୍ୱିଟ୍ କରି ଡିଜିସିଏ କହିଛି କି ସମସ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉପରେ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ଟ୍ୱିଟରେ ଡିଜିସିଏ ଦର୍ଶାଇଛି ଯେ ଏହି ପ୍ରତିବନ୍ଧକ ସମସ୍ତ କାର୍ଗୋ-ବିମାନ ଏବଂ ସ୍ୱତନ୍ତ୍ର ଅନୁମୋଦିତ ବିମାନ ପାଇଁ ନୁହେଁ । ଡିଜିସିଏ କହିଛି କି କୋଭିଡ-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ୨୬ ନଭେମ୍ବର ୨୦୨୧ରେ ଜାରି ହୋଇଥିବା ସର୍କୁଲାରରେ କିଛି ପରିବର୍ତ୍ତନ କରାଯାଇଛି ।

ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ଡିଜିସିଏ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ କହୁଯାଉଛି କି ଏହି ଭାରିଆଣ୍ଟ ଦୁଇ ଡୋଜ୍ ଟିକା ନେଇଥିଲେ ମଧ୍ୟ ଲୋକମାନେ ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି । ଏହା ପୂର୍ବରୁ ୧୫ ନଭେମ୍ବରରେ ବିମାନ ମନ୍ତ୍ରଣାଳୟ କହିଥିଲା କି ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବ । କିନ୍ତୁ ଏବେ ଭାରତରେ ଓମିକ୍ରନ ଚିହ୍ନଟ ହେବା ପରେ ବିମାନ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଛି ।

ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ସ୍ଥାପିତ ହେବ । ନିର୍ମିତ ହେବାକୁଥିବା କାରଖାନା ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପରେ ପ୍ରାୟ ୨୨୦୦ କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୧୫୦୦ ଲୋକଙ୍କୁ ଏବଂ ଅପରେସନ୍ ବା କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ୩୨୫ ଜଣ ନିଯୁକ୍ତି ପାଇବେ । ଭାରତର ଏକ ବିଶ୍ୱସ୍ତ ରାସାୟନିକ ପଦାର୍ଥ ଏବଂ ସାର ଉତ୍ପାଦନକାରୀ ଦୀପକ ଫର୍ଟିଲାଇଜର୍ସ ଏବଂ ପେଟ୍ରୋକେମିକାଲ୍ସ କର୍ପୋରେସନ୍ ଲିମିଟେଡର ଶତପ୍ରତିଶତ ସହାୟକ କମ୍ପାନୀ ସ୍ମାର୍ଟକେମ୍ ଟେକ୍ନୋଲୋଜି ଲିମିଟେଡ୍ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

Global Scale Technical Ammonium Nitrate Complex Ground Breaking Naveen Patnaik

ଗୁରୁବାର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଆମୋନିଅମ୍ ନାଇଟ୍ରେଟ୍ (TAN) କମ୍ପ୍ଲେକ୍ସ ନିମନ୍ତେ ଓଡ଼ିଶାର ଶିଳ୍ପ, ଶକ୍ତି,ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଏହି ଶିଳ୍ପର ମୁଖ୍ୟ ତଥା ପରିଚାଳକ ନିର୍ଦ୍ଦେଶକ ଶୈଳେଶ ମେହେତାଙ୍କ ଉପସ୍ଥିତିରେ ଶିଳାନ୍ୟାସ ହୋଇଛି । ଗୋପାଳପୁରର ଟାଟା ଷ୍ଟିଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଏହି ପ୍ରକଳ୍ପ ୨୨୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବ ଏବଂ ଏହାର କ୍ଷମତା 377 KTPA ହେବ । ଏହି କାରଖାନାର କାସାଲେରୁ ସର୍ବୋତ୍ତମ ଶ୍ରେଣୀର ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯିବ । ଯାହା ସର୍ବନିମ୍ନ ସମ୍ଭାବ୍ୟ ନିର୍ଗମନ ସହିତ ଏହା ସବୁଠାରୁ ଉଦ୍ଭିଦ ଜଗତ ପ୍ରକୃତି ରହିତ, ସୁରକ୍ଷିତ ନେଇ ନିଶ୍ଚିତ କରିବ ।

ଅଗଷ୍ଟ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ସମାପ୍ତ ହେବ ବୋଲି ଆଶା କରାଯାଉଛି । ୫୦ ପ୍ରତିଶତ ଇଞ୍ଜିନିୟରିଂ କାମ ସରିଯାଇଛି ଏବଂ ଜାନୁଆରୀ ୨୦୨୨ରୁ ପାଇଲିଂ କାମ ଆରମ୍ଭ ହେବ । ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଏହା ପ୍ରମୁଖ ଖଣିଜ ହବ୍ ଏବଂ ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ ତେଣୁ ରପ୍ତାନି ଦିଗରେ ସୁଯୋଗ ହେବ । ଟେକ୍ନିକାଲ ଆମୋନିୟମ୍ ନାଇଟ୍ରେଟ୍, ଏକ ଆନ୍ତର୍ଜାତୀୟ ସାମଗ୍ରୀ ହୋଇଥିବାରୁ ଏହି ପ୍ରକଳ୍ପ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ଓଡ଼ିଶାକୁ ମାନଚିତ୍ରରେ ରଖିବା ଦିଗରେ ସହାୟକ ହେବ । ପ୍ରକଳ୍ପ ସମାପ୍ତି ଏବଂ କାର୍ଯ୍ୟ ଆରମ୍ଭରେ, ଓଡ଼ିଶା ସମଗ୍ର ପୂର୍ବାଞ୍ଚଳ ଅଞ୍ଚଳ ପାଇଁ TANର ଏକ ପ୍ରମୁଖ ଉତ୍ସ ଭାବେ ଉଭା ହେବ । ଯାହାକି ଆଗାମି ଭବିଷ୍ୟତରେ ଖଣି ଏବଂ ଭିତ୍ତିଭୂମି ଅଭିବୃଦ୍ଧିର ପୂର୍ବାନୁମାନ କରାଯାଇଛି ।

ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ତଡ଼ିଲା ବିସିସିଆଇ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ଫଳରେ ଭାରତୀୟ କ୍ରିକେଟ ଦଳରେ ପରିବର୍ତ୍ତନ ହୋଇଛି । ଟି-୨୦ ବିଶ୍ୱକପ ପରେ ଆଉ ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ୱ କରିବେ ନାହିଁ ବୋଲି ଘୋଷଣା କରିଥିଲେ ବିରାଟ କୋହଲି । ଟି-୨୦ରେ ଅଧିନାୟକତ୍ୱ ପଦ ଛାଡିବା ପରେ ଏବେ ଦିନିକିଆରୁ ତାଙ୍କଠାରୁ ଅଧିନାୟକ ପଦ ଛଡାଇ ନେଇଛି ବିସିସିଆଇ । କାହିଁକି ନା ଦିନିକିଆରେ ଅଧିନାୟକ ପଦ ଛାଡିବାକୁ ଚାହୁଁ ନଥିଲେ ବିରାଟ କୋହଲି । କିନ୍ତୁ ଦିନିକିଆରୁ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେବା ପାଇଁ ବିସିସିଆଇ ବିରାଟଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ ବିରାଟ କୋହଲି ପୂର୍ବରୁ ଟି-୨୦ରୁ କ୍ୟାପଟେନସିପ୍ ଛାଡି ସାରିଥିଲେ । ଟି-୨୦ ପରେ ଦିନିକିଆରୁ ବିରାଟ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେବା ପାଇଁ ତାଙ୍କୁ ୪୮ ଘଣ୍ଟାର ସମୟ ଦିଆଯାଇଥିଲା । ବିସିସିଆଇର ଚୟନ କମିଟି ୪୮ ଘଣ୍ଟା ଅପେକ୍ଷା କରିଥିଲେ କିନ୍ତୁ ବିରାଟ କୌଣସି ଉତ୍ତର ଦେଇନଥିଲେ । ଯାହା ଫଳରେ ବିସିସିଆଇ ବାଧ୍ୟ ହୋଇ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆରେ ଅଧିନାୟକତ୍ୱ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।

୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ନିଷ୍ପତି ନେଇଛି । ବିସିସିଆଇର ଏପରି ନିଷ୍ପତି ଉପରେ ବର୍ତ୍ତମାନ ସୁଦ୍ଧା ବିରାଟ କୌଣସି ବୟାନ ଦେଇ ନାହାନ୍ତି । ରିପୋର୍ଟ ଅନୁସାରେ ଆଗାମୀ ୨୦୨୩ରେ ହେବାକୁ ଥିବା ବିଶ୍ୱକପରେ ଅଧିନାୟକତ୍ୱ କରିବାକୁ ଚାହୁଁଥିଲେ ବିରାଟ । କିନ୍ତୁ ବିସିସିଆଇ ବିରାଟଙ୍କୁ ଆଉ ସୁଯୋଗ ଦେଲେ ନାହିଁ ।

ଦିଲ୍ଲୀରେ ପହଞ୍ଚିଲା CDS ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ଦିଲ୍ଲୀ ପାଲମ ଏୟାରବେସରେ ପହଞ୍ଚିଲା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତଙ୍କ ପାର୍ଥିବ ଶରୀର । ସିଡିଏସ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ଓ ଏହି ଦୁର୍ଘଟଣାରେ ସହିଦ ହୋଇଥିବା ୧୧ ଜଣ ସେନା ଅଧିକାରୀଙ୍କ ପାର୍ଥିବ ଶରୀର ଦିଲ୍ଲୀରେ ପହଞ୍ଚିଛି । ଅନ୍ତିମ ଦର୍ଶନ କରିବା ପାଇଁ ଦିଲ୍ଲୀର ପାଲମ ଏୟାରବେସରେ ସହିଦ ହୋଇଥିବା ସେନା ଅଧିକାରୀଙ୍କ ପରିବାର ମଧ୍ୟ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟା ୮.୩୦ରୁ ବିପିନ ରାଓ୍ୱତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA  ଅଜିତ ଡେଭାଲ ଏବଂ ତିନି ସେନାର ମୁଖ୍ୟ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗ ଦେବେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଶେଷ ହେବା ପରେ ପରିବାରଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବ ।

ଜେନେରାଲ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ୧୦ ଡିସେମ୍ବର ଅର୍ଥାତ ଶୁକ୍ରବାର ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଶୁକ୍ରବାର ଦିନ ୧୧ ରୁ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଲୋକ ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ । ସେହିପରି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ସେନା ଅଧିକାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ଅନ୍ତିମ ଦର୍ଶନ କରିବେ । ଏହା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ବିପିନ୍ ରାଓ୍ୱତଙ୍କ ଅନ୍ତିମ ସଂସ୍କାର କରାଯିବ ।

ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ଲୋକସଭା ବାଚସ୍ପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସଂସଦରେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ପ୍ରଶଂସା । ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମିଳା ବିଷୋୟୀଙ୍କୁ ପ୍ରଶଂସା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉ ଥିବାରୁ ପ୍ରମିଳାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଅଧିକ ପାଠ ପଢ଼ିନଥିଲେ ମଧ୍ୟ ତାଙ୍କର ଦକ୍ଷତା ଉଚ୍ଚକୋଟିର ।

 Lok Sabha Speaker Om Birla Praised Aska MP Pramila Bisoi

ଲକଡାଉନ୍ ସମୟରେ ଚାକିରି ହରାଇଥିବା ବ୍ୟକ୍ତିଙ୍କ ପ୍ରସଙ୍ଗରେ ଆଜି ଲୋକସଭାରେ ମନ୍ତ୍ରୀଙ୍କୁ ଓଡ଼ିଆରେ ପ୍ରଶ୍ନ ପଚାରିଥିଲେ ପ୍ରମିଳା ବିଷୋୟୀ । ପ୍ରମିଳା ନିଜର ବକ୍ତବ୍ୟ ଓଡ଼ିଆରେ ରଖିବାକୁ ନେଇ ଇଚ୍ଛା ପ୍ରକାଶ କରିଥିବା ବାଚସ୍ପତି କହିଥିଲେ । ପ୍ରମିଳାଙ୍କ ଭଳି ମହିଳା ସାଂସଦଙ୍କ ପାଇଁ ଭାରତୀୟ ଗଣତନ୍ତ୍ରର ଶୋଭା ବଢୁଛି ବୋଲି ଓମ୍ ବିର୍ଲା କହିଥିଲେ ।

ଡିମ୍ପଲ ଓ ସୁମିତ୍ ମାମଲାରେ ଆସିଲା କୋର୍ଟଙ୍କ ନୂଆ ଆଦେଶ

ବ୍ରହ୍ମପୁର: ଅତିଥି ଭବନ ପରେ ଭଡ଼ା ଘରେ ଏକାଠି ରହିବେ ଡିମ୍ପଲ ଓ ସୁମିତ୍ । ବ୍ରହ୍ମପୁର ଡିମ୍ପଲ ଓ ସୁମିତ୍ ମାମଲାରେ ନୂଆ ଆଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୧୭ ତାରିଖ ଯାଏ ସ୍ୱାମୀ, ସ୍ତ୍ରୀ ଉଭୟ ଭଡ଼ା ଘରେ ଏକାଠି ରହିବେ । ଆସିକାରେ ଭଡ଼ାଘରେ ଡିମ୍ପଲ ଏବଂ ସୁମିତ ରହିବେ । ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ । ଉଭୟଙ୍କୁ ପରିବାର ଲୋକେ ଭେଟି ପାରିବେ । ପୋଲିସ ଏବଂ ସୁରକ୍ଷା ଅଧିକାରୀ SDJM କୋର୍ଟଙ୍କ ନିକଟରେ ସପ୍ତାହିକ ରିପୋର୍ଟ ଦେବେ ।

 Brahmapur SDJM Court Directs Dimple And Sumit To Stay In Rented House

ନିଜ ଶାଶୂ ଘରକୁ ଯିବା ଦାବିରେ ଘର ଆଗରେ ୧୧ ଦିନ ଧରି ଧାରଣାରେ ବସିଥଲେ ଡିମ୍ପଲ । ଶେଷରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସିକା ପୋଲିସ ହେପାଜତରେ ଚିନିକଳ ଅତିଥି ଭବନରେ ସାତ ଦିନ କାଟିଥିଲେ ପତି, ପତ୍ନୀ । ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆସିକା ଥାନା ଅଧିକାରୀ । ଏହା ପରେ ଆଉ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଡିମ୍ପଲ-ସୁମିତ ଘଟଣା; SDJM କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗିଲୋଟିନରେ ଗୃହୀତ ହେଲା ସବୁ ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ୱର: ଆଜି ବିଧାନସଭାରେ ସବୁ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ବିଶୃଙ୍ଖଳା ଯୋଗୁ ଗିଲୋଟିନ ଦ୍ୱାରା ଖର୍ଚ୍ଚ ଦାବି ଗୃହୀତ ହୋଇଛି । ପୂର୍ବାହ୍ନ ଅଧିବେଶନରେ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଜଡିଏସ୍ ରାୱତଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ସବୁ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

 Odisha Assembly Adjourned As Opposition Rocks

ଓଡ଼ିଶା ବିଧାନସଭାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କୁ ଶ୍ରଦ୍ଧାଞ୍ଜଳି । ଦଳମତ ନିର୍ବିଶେଷରେ ସମସ୍ତେ ସିଡିଏସଙ୍କ ସ୍ମୃତିଚାରଣ ସହ ଶୋକ ପ୍ରକାଶ କରିଥିଲେ । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ଦେଶସେବାରେ ବିପିନ ରାୱତଙ୍କ ଅବଦାନ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରି ସହିଦଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯିବା ସହ ସହିଦଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି । ଅପରାହ୍ଣ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖା ଯାଇଛି ।

 Odisha Assembly Adjourned As Opposition Rocks

ଅନ୍ୟପଟେ ବିଧାନସଭାରେ ପଶିଛି କରୋନା । ବିଧାନସଭା  ସଚିବ ଓ ଅନ୍ୟଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ । ବାଚସ୍ପତି, ସଂସଦୀୟ ବ୍ୟାପାର ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ୬ ଜଣଙ୍କର ଆଜି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆଗକୁ ସମସ୍ତ ବିଧାୟକଙ୍କୁ ବୁଷ୍ଟର ଡୋଜ୍‌  ଦେବା ପାଇଁ ଆରଏମଆରସି ସହ ଆଲୋଚନା କରାଯିବ । ଏହାସହ ଗୃହ ସ୍ୱଭାବିକ ଭାବେ ଚାଲିବା ପାଇଁ ଆଲୋଚନା ଜାରି ରହିଥିବା ବାଚସ୍ପତି କହିଛନ୍ତି ।

Odisha Assembly Adjourned As Opposition Rocks (1)

ଆଜି ସିଡିଏସ୍‌ ଜେନେରାଲ ରାୱତ ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହ ଅପରାହ୍ନ ୪ଟା ଯାଏ ମୁଲତବି ରହିଲା । କିନ୍ତୁ ବିରୋଧୀଙ୍କ ଅସହଯୋଗ ଯୋଗୁ ବିଧାନସଭା ଶୀତ ଅଧିବେଶନର ଗତ ୭ଦିନ ଧୋଇଯାଇଛି । ଲୋକଙ୍କ ସମସ୍ୟା ନଉଠାଇ ରାଜନୈତିକ ଫାଇଦା ପାଇଁ ବିରୋଧୀ ପ୍ରତ୍ୟେକ ଦିନ ଜାଣିଶୁଣି ଗୃହକୁ ବନ୍ଦ କରୁଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶାରେ ଅସନ୍ତୋଷର ସ୍ୱର ଉଠିଛି ।