କଟକରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

କଟକ: ଆଜି ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସମ୍ବିଧାନ ପ୍ରଣେତାଙ୍କୁ ସ୍ମରଣ କରିବା ସହିତ ସମ୍ବିଧାନକୁ ସମ୍ମାନ ଜଣାଇବାକୁ ମତ ରଖିଥିଲେ ମନ୍ତ୍ରୀ । ବିଗତ ୨ ବର୍ଷ ହେବ କରୋନା ସହିତ ସମସ୍ତେ ଲଢେଇ କରୁଛୁ । ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ କରୋନାର ସ୍ଥିତି ଏବେ ଭଲରେ ରହିଛି । ସାଧାରଣତନ୍ତ୍ର ଦିବସ ଅବସରରେ ୩୨ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ଡିସିପି ପ୍ରତୀକ ସିଂହ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply