ଦିଲ୍ଲୀରେ ପାଳନ ହେଲା ୭୩ତମ ସାଧାରଣତନ୍ତ୍ର ଦିବସ, ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

1 min read

ନୂଆଦିଲ୍ଲୀ: ସାରା ଦେଶରେ ପାଳିତ ହେଉଛି ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଧୁମଧାମରେ ପାଳନ ହୋଇଛି ୭୩ତମ ଜନରାଜ୍ୟ ଦିବସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇଛି ଦେଶର ସୌର୍ଯ୍ୟ । ପ୍ରଥମ ଥର ଫ୍ଲାଇ ପାଷ୍ଟ କରିଛନ୍ତି ବାୟୁସେନାର ୭୫ଟି ବିମାନ । ଏତେ ସଂଖ୍ୟକ ଯୁଦ୍ଧବିମାନ ରାଜଧାନୀ ଆକାଶରେ ଫ୍ଲାଇ ପାଷ୍ଟ କରିବାର ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ଏଥିସହ ରାଜପଥରେ ପ୍ରଦର୍ଶିତ ହୋଇଛି ୭୫ ମିଟର ଦୀର୍ଘ ୧୦ ସ୍କ୍ରଲ ।

ଏହି କାର୍ଯ୍ୟକ୍ରମରେ ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ ୭୫ଟି ବାୟୁସେନା ବିମାନ ଫ୍ଲାଇପାଷ୍ଟ କରିଛନ୍ତି । ଫ୍ଲାଇପାଷ୍ଟରେ ରାଫେଲ, ସୁଖୋଇ, ଜାଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚି, ଡାକୋଟା ଭଳି ପୁରୁଣା ଓ ଅତ୍ୟାଧୁନିକ ବିମାନ ସେମାନଙ୍କ ଦମ୍ ଦେଖାଇଛନ୍ତି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ଏହି ଦିନକୁ ପାଳନ କରିଆସୁଛି ।

Leave a Reply