କରୋନାର କେବେ ବି ଅନ୍ତ ହେବ ନାହିଁ, ଭାଇରସର ଗୋଟିଏ ପରେ ଗୋଟି ଭାରିଆଣ୍ଟ ଆସିବ: ବିଜୟ ମହାପାତ୍ର

1 min read

ଭୁବନେଶ୍ୱର: ସାରା ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । କିଛି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଏବେ ୧୦ ହଜାର ତଳେ ଦୈନିକ ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କି କୋଭିଡ-୧୯ର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ ତା’ର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତା’ର ସବ-ଭ୍ୟାରିଏଣ୍ଟ ଆସିଲା । ଏହା ପରେ ଏବେ ଓମିକ୍ରନ ଏବଂ ତା’ର ସବ ଭ୍ୟାରିଏଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭ୍ୟାରିଆଣ୍ଟ ଆସିଥିବ ଆମେ ଜାଣି ନଥିବା । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭ୍ୟାରିଏଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାଣ୍ଡେମିକ ବା କୌଣସି ଭ୍ୟାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

 

Leave a Reply