ସରଗରମ ପଞ୍ଚାୟତ: ବିଜେପି ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରୁ ସହର  । ଛକ ଛକରେ ପୋଷ୍ଟର ଲଢେଇ  । ରଣାଙ୍ଗନରେ ବିଜେଡି ବନାମ ବିଜେପି  । ସେପଟେ ଭୋଟକୁ ହାତରେ କେଇଟି ଦିନ ଥିବାବେଳେ  ରାଜ୍ୟ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି । ବିଜେପି ନିର୍ବାଚନୀ ଇସ୍ତାହାରରେ ୧୫ଟି ପ୍ରସଙ୍ଗ ଉତଥାପନ କରିଛି  ।

ବିଜେପିକୁ ପଞ୍ଚାୟତ ନିର୍ବାଚନରେ ବିଜୟୀ କଲେ ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ । କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ । ମହିଳା ଶସକ୍ତିକରଣ ଓ ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ବଜାରରେ ବିକ୍ରି କରାଯିବ  । ଗାଁ ଗଣ୍ଡାରେ ଥିବା ନାଳ ନର୍ଦ୍ଦମାର ସ୍ଥିତି ସୁଧାରିବା ସହିତ ରୋସନ କାର୍ଡରୁ ବଞ୍ଚିତ ହୋଇଥିବା ସାଧାରଣ ଲୋକଙ୍କୁ ରେସନକାର୍ଡ ଯୋଗାଇଦିଆଯିବ  ।

ଷ୍ଟ୍ରିଟ୍‌ ଲାଇଟ ଲଗାଇବା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସୁଧାର ଆସିବ  । ସେହିପରି ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ପହଁଚାଯିବ  । ସେହିପରି ମହିଳାମାନଙ୍କ  ପାଇଁ ଗଠନ କରାଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ଭଳି ରାଜ୍ୟର ବେକାର ଯୁବକ ମାନଙ୍କୁ କର୍ମନିଯୁକ୍ତ କରିବା ପାଇଁ ସଂୟ ସହାୟକ ଗୋଷ୍ଠୀ ଗଢିବ ବିଜେପି  । ଯୁବକ ମାନଙ୍କୁ ତାଲିମ ସହ କର୍ମନିଯୁକ୍ତି ଯୋଗାଇବାରେ ସହାୟକ ହେବ ବୋଲି ଇସ୍ତାହାରରେ ପ୍ରକାଶ ପାଇଛି  ।

ଇସ୍ତାହାରରେ ବିଜେପି ପ୍ରକାଶ କରିଛି,  ଓଡିଶାରେ ବାରମ୍ବାର ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପ୍ରତିବର୍ଷ ଆସୁଛି  । ଜଗତସିଂହପୁରର ଆରମ୍ଭ କରି ମୟୁରଭଞ୍ଜ ପର୍ଯ୍ୟନ୍ତ ସାଧାରଣ ଲୋକ ଅତ୍ୟାବଶକୀୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥକୁ ହ଼ଡପ କରାଯାଉଛି  । ତେଣୁ ବିଜେପି ଏହି ଅର୍ଥକୁ ସୁପରିଚାଳନା କରିବା ସହିତ ସାଧାରଣ ଲୋକଙ୍କ ପାଖରେ ପହଁଚାଇବ ବୋଲି ଇସ୍ତାହାରରେ ପ୍ରକାଶ କରିଛି ବିଜେପି  ।

 

 

 

Leave a Reply