spot_img
Home Blog Page 4747

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ NGTର ପ୍ରଶଂସା

0

ନୂଆଦିଲ୍ଲୀ:  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ପ୍ରଶଂସା । NGT ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓଏସପିସିବିର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ଅଟେ । ଗ୍ରାମାଞ୍ଚଳ ଓ ଶିଳ୍ପାନୁଷ୍ଠାନରେ ପ୍ରଦୂଷଣର ପ୍ରଭାବକୁ ନିୟନ୍ତ୍ରଣ କରିବା, ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ NGT ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା । ଏହାକୁ ପ୍ରଶଂସା କରିବା ସହ ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ କହିଛି NGT ।

ଏଥିସହିତ ପଢ଼ନ୍ତୁ: କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ସମ୍ପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ପୃଥିବୀରେ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଯେ,  ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ  । ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ବାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ । ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ । ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ । ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।

ନୂଆ ଭାରିଆଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଥିଲେ । ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନେ ଯୋଗ ଦେଇଥିଲେ ।

‘ନିର୍ବାଚନ ଘୁଞ୍ଚାଇବା ନେଇ କୌଣସି ଯୋଜନା ନାହିଁ’

ନୂଆଦିଲ୍ଲୀ: କରୋନା ସଙ୍କଟରେ ବି ଟଳିବନି ବିଧାନସଭା ନିର୍ବାଚନ । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ନିର୍ବାଚଳ ଘୁଞ୍ଚାଇବାକୁ କୌଣସି ଯୋଜନା ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ ଆୟୋଗ । ୫ରାଜ୍ୟରେ କରୋନା ସ୍ଥିତିକୁ ନେଇ ମାନସ ମନ୍ଥନ କରାଯିବା ପରେ ଟିକାକରଣ ଓ ସଂକ୍ରମଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ECI କହିଛନ୍ତି ।

ଆଜି ବୈଠକରେ ଟିକାକରଣକୁ ନେଇ ଆୟୋଗଙ୍କ ନିକଟରେ ରିପୋର୍ଟ ରଖିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ନିର୍ବାଚନୀ ରାଜ୍ୟ ମଧ୍ୟରୁ ଉତ୍ତରାଖଣ୍ଡ ଓ ଗୋଆରେ ପାଖାପାଖି ଶହେ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ଉତ୍ତରପ୍ରଦେଶରେ ୮୫ ପ୍ରତିଶତ, ମଣିପୁର ଓ ପଞ୍ଜାବରେ ୮୦ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ରିପୋର୍ଟ ଦିଆଯାଇଥିଲା । ତେବେ ନିର୍ବାଚନୀ ରାଜ୍ୟରେ ଟିକାକରଣ ଜୋରଦାର କରିବାକୁ କେନ୍ଦ୍ରକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ସ୍ବାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ଆଉ ଏକ ବୈଠକ ବସିବ । ୨୦୨୨ରେ ଉତ୍ତରପ୍ରଦେଶ, ମଣିପୁର, ଇତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । କରୋନା ନୂଆ ଭାରିଆଣ୍ଟକୁ ନେଇ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ରାଜେନୖତିକ ରାଲି, ସଭାସମିତି ଯୋଗୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

୬ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । ରାଉସାପାଟଣା ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ପରେ ବିଲ୍ଡିଂକୁ ନଯିବାକୁ ପରାମର୍ଶ ଦେଇଛି ପ୍ରଶାସନ । କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବ୍ୟବସ୍ଥା ହୋଇଛି ।

ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ। ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ । କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ। ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଏଥିସହିତ ପଢ଼ନ୍ତୁ: ସୁସ୍ଥ ହେଲେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ

ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲା ୩୬ଟି ମୋବାଇଲ: ସିସିଟିଭରେ କଏଦ ହେଲା ଦୃଶ୍ୟ

ଝାରସୁଗୁଡ଼ା: ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଞ୍ଚଗାଁ ଛକରେ ଥିବା ଥୟନାଥ ମେହେର (ବାବୁଲୁ)ଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ଭାଙ୍ଗି ଜଣେ ଚୋର ଗତ ୨୨ ତାରିଖ ରାତିରେ ୩୬ଟି ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା । ତେବେ ଏହି ଚୋରିର ସମସ୍ତ ଘଟଣା ସିସିଟିଭି କଏଦ ହୋଇଥିଲା । ପୋଲିସ ଥୟନାଥଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଭିତ୍ତିକରି ଚୋରକୁ ଚିଖିଲାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୬ ଦିନରେ ଧରିବାକୁ ସଫଳ ହୋଇଛି ।

ଏହାସହ ଅଭିଯୁକ୍ତଠାରୁ ଚୋରୀ ହୋଇଥିବା ସମସ୍ତ ୩୬ଟି ମୋବାଇଲକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଚିଖଲାପାଲି ଗାଁର ସଞ୍ଜୟ ବାରିକ ଓ ସେ ଚୋରୀ କରିଥିବା ସମସ୍ତ ମୋବାଇଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

‘ଜଓ୍ୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା: ୫୦୭କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ‘ଜୱାଦ’ ଦ୍ବାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।

୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।

ସବୁଦିନିଆ ଫସଲ କ୍ଷତି ପାଇଁ ଇନ୍‌ପୁଟ୍ ସବ୍‌ସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ। ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି ଜାଲି ବାକ୍ସ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ ।

ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ । କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ । ଏହା DBT ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ । ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ ।

୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ କ୍ରପ କଟିଂ ଏକ୍ସପେରିମେଣ୍ଟ ମଧ୍ୟ ଶୀଘ୍ର ଶେଷ କରାଯିବ । ବାତ୍ୟା ‘ଜୱାଦ’ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।

ରାଜଧାନୀରେ ଅଭିନବ ଉପାୟରେ ଚୋରି: ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନା ଚେନ୍ କାଟିନେଉଥିଲେ

ଭୁବନେଶ୍ୱର: ରାଜଧାନୀରେ ଏକ ଅଭିନବ ଉପାୟରେ ଲୁଟିଥିବା ଚୋରକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନାଚେନ୍ କାଟିନେଇଥିବା ଜଣେ ଧୃତ ବାରିକକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ଭରତପୁର ଲେନ୍‌ – ୪ର ନାରାୟଣ ଡାକୁଆ । ପୁଲିସ୍ ତା’ଠାରୁ ୧୨ ଗ୍ରାମର ଏକ ସୁନା ଚେନ୍‌ ଜବତ କରିଛି ।

ପୁଲିସ୍ ସୂଚନାନୁଯାୟୀ , ନାରାୟଣ ଡୁମୁଡୁମା ଫେଜ୍ – ୨ରେ ଥିବା ଏସ୍‌ଆର୍‌କେ ସେଲୁନ୍‌ରେ କାମ କରେ | ଗତ ୨୫ ତାରିଖରେ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଚୁଟି କାଟିବାକୁ ଉକ୍ତ ସେଲୁନ୍‌କୁ ଯାଇଥିଲେ । ସୌମ୍ୟଙ୍କ ଚୁଟି କାଟୁ କାଟୁ ଅତି ଚତୁରତାର ସହ ତାଙ୍କ ବେକରୁ ୧୨ ଗ୍ରାମର ସୁନା ଚେନ୍‌ଟିକୁ କାଟି ନେଇଥିଲା ନାରାୟଣ । ପରେ ଏନେଇ ସୌମ୍ୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରାରେ ପୁଲିସ ଘଟଣାର ତଦନ୍ତ କରି ନାରାୟଣକୁ ଗିରଫ କରିବା ସହ ତା ’ ପାଖରୁ ଚୋରି ସୁନାଚେନ୍ ଜବତ କରିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ବଢ଼ୁଛି ଅପରାଧ,ଶିଥିଳ ପଡ଼ିଛି ତଦନ୍ତ: ୩ହଜାରରୁ ଊର୍ଦ୍ଧ୍ୱ ମାମଲାର ହୋଇପାରିନି ତଦନ୍ତ

ବୟସ ୨ ବର୍ଷ, ଦିନକୁ ଦରକାର ୪୦ ସିଗାରେଟ୍

ନନ୍ଦିଘୋଷ ବ୍ୟୁରୋ: ବୟସ ଦୁଇ ବର୍ଷ, ଦିନକୁ ସିଗାରେଟ ଟାଣୁଛି ୪୦  । ୧୮ ମାସରୁ ଆରମ୍ଭ କରିଥିଲେ ସିଗାରେଟ ଟଣା  । ଯେବେ ସିଗାରେଟ ମିଳୁ ନଥିଲା, ମୁଣ୍ଡ ପିଟୁଥିଲେ  । ନିଜକୁ ନିଜେ ଆଘାତ ଦେଉଥିଲେ  । ଏମିତିକି ସିଗାରେଟ ବିନା ପାଗଳପ୍ରାୟ ହୋଇଯାଉଥିଲେ  । ଶେଷରେ ମାଆ ବାପା ବି ବାଧ୍ୟ ହୋଇ ସିଗାରେଟ ଦେଉଥିଲେ  ।

ଇଣ୍ଡୋନେସିଆର ଏହି ପିଲାଟିର ନାଁ ଅର୍ଦ୍ଦି ରିଜାଲ ।  ସୁମାତ୍ରାରେ ରହିଆସନ୍ତି ସପରିବାର  । ମାତ୍ର ଶୈଶବ ସମୟରେ ବନିଯାଇଥିଲା ବଡ଼ ନିଶାଡ଼ୀ  । ଏମିତିକି ଦିନକୁ ଦରକାର ହେଉଥିଲା ୪୦ ସିଗାରେଟ  । ସାତ ବର୍ଷ ତଳେ ଯେବେ ସିଗାରେଟ ଛାଡ଼ିବାର ପ୍ରୟାସ ପରିବାର ଲୋକେ ଆରମ୍ଭ କରିଥିଲେ, ସେବେ ବିଗିଡ଼ି ଯାଇଥିଲା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା  । ଦେଖିଲେ ବି ଚିହ୍ନିବା ହେଉଥିଲା କଷ୍ଟକର..

୨୦୧୦ ମସିହାରେ ଦୁନିଆ ବ୍ୟାପୀ ଭାଇରାଲ ହୋଇଥିଲା ଅର୍ଦ୍ଦିର ଏକ ଫଟୋ  । ଯେଉଁଥିରେ ଅର୍ଦ୍ଦି ସିଗାରେଟ ଟାଣି ଧୁଆଁ ଛାଡ଼ୁଥିବା ଫଟୋ ଭାଇରାଲ ହୋଇଥିଲା  । ସାତ ବର୍ଷ ତଳେ ସିଗାରେଟ ଟାଣୁଥିବା ଅର୍ଦ୍ଦି ଏବଂ ସେଦିନର ନିଶାଡ଼ି ଅର୍ଦ୍ଦିକୁ ଚିହ୍ନି ହେଉନାହିଁ  । ୨୦୧୭ ମସିହାରେ ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅର୍ଦ୍ଦି କହିଥିଲେ, ମୁଁ ସିଗାରେଟ ନଟାଣିଲେ ମୋ ମୁହଁର ରଙ୍ଗ ବଦଳିଯାଉଥିଲା  । ସବୁକିଛି ସ୍ୱାଦହୀନ ଲାଗୁଥିଲା  । କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ଠିକ ଅଛି, ସିଗାରେଟ ଛାଡ଼ି ବହୁତ ଖୁସ…

ସୂଚନା ମୁତାବକ ଅର୍ଦ୍ଦି ମାତ୍ର ୧୮ ମାସ ବୟସରୁ ସିଗାରେଟ ଟାଣିବା ଆରମ୍ଭ କରିଥିଲେ  । ଦିନେ ଅର୍ଦ୍ଦିଙ୍କ ପିତା ସିଗାରେଟକୁ ତାଙ୍କ ମୁହ୍ଁରେ ଲଗାଇଦେଇଥିଲେ  । ଏବଂ ଶିଶୁ ଅର୍ଦ୍ଦି ଟାଣିବା ଆରମ୍ଭ କରିଥିଲା  । ଏହାପରେ ପ୍ରତିଦିନ ସିଗାରେଟ ମାଗୁଥିଲେ ଅର୍ଦ୍ଦି  । ଏମିତିକି ଦିନକୁ ୪୦ଟି ସିଗାରେଟ ଟାଣିବାରେ ଅଭ୍ୟସ୍ତ ହୋଇଯାଇଥିଲେ ସେଦିନର ଅର୍ଦ୍ଦି ରିଜାଲ  ।

ଧର୍ମସଭାରେ ଗାନ୍ଧୀକୁ ଅପଶବ୍ଦ, ଗଡସେଙ୍କୁ ପ୍ରଶଂସା

ରାୟପୁର: ହରିଦ୍ୱାର ଧର୍ମସଭା ପରେ ରାୟପୁର ଧର୍ମସଭାରେ ବିବାଦ । ରବିବାର ଛତିଶଗଡ଼ ରାୟପୁରରେ ମଧ୍ୟ ଚାଲିଥିଲା ଧର୍ମସଭା । ଦେଶର ଅନେକ ସ୍ଥାନରୁ ଆସିଥାନ୍ତି ସନ୍ଥ ଓ ସାଧୁ  ।  ମହାରାଷ୍ଟ୍ରରୁ ଆସିଥିବା ମହାରାଜ କାଳୀଚରଣ ଉପସ୍ଥିତ ଶ୍ରୋତାଙ୍କୁ ସମ୍ବୋଧନ ଦେଉଥାନ୍ତି  । ଏହି ସମୟରେ ଉପୁଜେ ଅପ୍ରିତୀକର ପରିସ୍ଥିତି  । କାରଣ ମହାରାଜ କାଳୀଚରଣ ଏମିତି କିଛି ବୟାନ ଦେଇଥିଲେ  । ଯାହା ସଭାସ୍ଥଳୀକୁ ଉତ୍ତେଜିତ କରିଦେଇଥିଲା  । ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ନେଇ ଅଶୋଭନୀୟ ମନ୍ତବ୍ୟ ଦେବା ସହ ଗାନ୍ଧିଜୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ  ।

ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିଲେ  । ଏମିତିକି ମଞ୍ଚରେ ନାଥୁରାମଙ୍କ ନାମ ଉଚ୍ଚାରଣ କରି ପ୍ରଣାମ ଜଣାଇଥିଲେ ।  ସେପଟେ ଧର୍ମସଭାକୁ ଆସିଥିବା ମହନ୍ତ ରାମସୁନ୍ଦର ଦାସ ମହାରାଜ କାଳୀଚରଣଙ୍କ ବୟାନକୁ ନିନ୍ଦା କରିବା ସହ ମଞ୍ଚ ଛାଡ଼ି ଚାଲିଛାଯାଇଥିଲେ  । ଭାରତ ପାକିସ୍ତାନ ଭାଗବଣ୍ଟାକୁ ନେଇ ସଭାରେ ମନ୍ତବ୍ୟ ଦେଇଥିଲେ ମହାରାଜ କାଲୀଚରଣ  ।  ଏଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରିବା ସହ ଖରାପ ଶବ୍ଦ ବ୍ୟବହାର କରିଥିଲେ  । ନାଥୁରାମ ଗଡସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ଏହାପରେ  ଆହୁରି ଉତ୍ତେଜିତ ଭାଷଣ ଦେଇଥିଲେ କାଳୀଚରଣ  । ସେ କହିଥିଲେ ପୋଲିସ, ପ୍ରଶାସନ ଆମ ସପକ୍ଷରେ ନାହାଁନ୍ତି  । କାହିଁକି ନା ସେ ଜଣଙ୍କର ଚାକର  । ହିନ୍ଦୁଙ୍କ ପୋଲିସ ପ୍ରଶାସନ ସମର୍ଥନ କରେନାହିଁ  ।

ସେହିପରି ସେ କହିଥିଲେ ଯିଏ ହିନ୍ଦୁଙ୍କ ହିତରେ କଥା କହିବ, କାର୍ଯ୍ୟ କରିବ ସେ ହିଁ ରାଜ କରିବ  । ଇସଲାମର ଏକମାତ୍ର ଲକ୍ଷ୍ୟ ରାଜନୀତି କରିବା , ଆମ ଦେଶକୁ କବ୍ଜା କରିବା  । ବର୍ତ୍ତମାନ ଯଦି ଦେଖିବା ଏହି ଲୋକମାନେ ଏବେ ଦୁଇଟି ଦେଶରେ ଶାସନରେ ଅଛନ୍ତି ବୋଲି କହିଥିଲେ ମହାରାଜ କାଳୀଚରଣ  ।  ସୂଚନା ମୁତାବକ ଉକ୍ତ  ଧର୍ମସଭାକୁ ଆୟୋଜନ କରିଥିଲେ ଏନସିପିର ଜଣେ ନେତା  । ଏଠାରେ ସମସ୍ତ ଦଳର ନେତୃତ୍ୱ ମଧ୍ୟ ଉପସ୍ଥିତ ରହିଥିଲେ  । ତେବେ ମହାରାଜ କାଳୀଚରଣଙ୍କ ବୟାନ ପରେ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏନେଇ କାଳୀଚରଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି  ।

ରାଜଧାନୀରେ ବଢ଼ୁଛି ଅପରାଧ,ଶିଥିଳ ପଡ଼ିଛି ତଦନ୍ତ: ୩ହଜାରରୁ ଊର୍ଦ୍ଧ୍ୱ ମାମଲାର ହୋଇପାରିନି ତଦନ୍ତ

ଭୁବନେଶ୍ୱର: ଲୁଟେରା ଓ ଠକଙ୍କ କବଜାରେ ରାଜଧାନୀ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ଲୋଭ ଦେଖା ଠକ ଲଗାଉଛି ଚୂନା । ତଦନ୍ତରେ ଶିଥିଳ ପଡିଛି ପୋଲିସ । ପୋଲିସର ବାର୍ଷିକ ରିପୋର୍ଟ ଅନୁସାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚୋରି, ଠକେଇ ବଢିଛି । ୨୦୧୯ରେ ୮୨୨୯ଟି ମାମଲା, ୨୦୨୦ରେ ୭୬୭୪ଟି ମାମଲା ଓ ୨୦୨୧ରେ ନଭେମ୍ବର ୩୦ ତାରଖ ସୁଦ୍ଧା ୨୨ଟି ଥାନାରେ ୮ ହଜାର ୪୭୩ଟି ମାମଲା ରୁଜୁ ହୋଇଛି । ୫୩୯୮ଟି ମାମଲାର ତଦନ୍ତ ଶେଷ ହୋଇଛି ।

ମୋକଦ୍ଦମା ଭିତରେ ରହିଛି ହତ୍ୟା, ଦୁଷ୍କର୍ମ, ଲୁଟ ଓ ଡକାୟିତି ଭଳି ମାମଲା । ୩୨ ହତ୍ୟାକାଣ୍ଡରୁ ୯ଟି, ୧୦୮ଟି ଦୁର୍ଷ୍କମ ମାମଲାରୁ ୭୭ଟି, ୫୪୭ଟି ଛିନତାଇରୁ ୩୯୩ଟି, ୪୨୬ଟି ସିନ୍ଧି ଚୋରୀରୁ ୨୮୩ଟି ୧୮୮୦ ଚୋରି ମାମଲାରୁ ୧୩୫୫ଟି ଓ ଅନ୍ୟାନ୍ୟ ୪୦୭୫ଟି ମାମଲାରୁ ୨୫୫୩ଟି କେସର ତଦନ୍ତ ଶେଷ କରିଛି ପୋଲିସ । ଜଟଣୀ ଥାନାରେ ସର୍ବାଧିକ ୪ ଟି ହତ୍ୟା ଓ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ମହିଳା ଥାନାରେ ସର୍ବାଧିକ ୧୯ଟି ଦୁର୍ଷ୍କମ ମାମଲା ରୁଜୁ ହୋଇଛି ।
ସେପଟେ ରାଜଧାନୀରେ ଅପମୃତ୍ୟୁ ମାମଲାକୁ ନେଇ ରିପୋର୍ଟ ପ୍ରକାଶ କରିଛି ପୋଲିସ । ୨୦୧୯ରେ ୧୪୮୩ ଓ ୨୦୨୦ରେ ୧୫୮୩ ଅପ ମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । ଚିଳିତ ବର୍ଷ ୨୨ ଟି ଥାନାରେ ନଭେମ୍ବର ୩୧ ତାରିଖ ସୁଦ୍ଧା ୧୫୫୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେ ମଧ୍ୟରୁ ୫୫୯ ଟି ମାମଲାର ତଦନ୍ତ ଶେଷ ହୋଇଛି । ଖଣ୍ଡଗିରି ଥାନାରେ ସର୍ବାଧିକ ୬୮ ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ୧୫୫୪ଟି ଅପମୃତ୍ୟୁ ମାମଲାରୁ ୨୭୭ଟି ମାମଲା ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମହିଳା ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି । ବିଷ ପ୍ରକ୍ରିୟା ଦ୍ଵାରା ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା, ଫାଶୀ ଲଗାଇ ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ପାଣିରେ ବୁଡି ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ଖଣ୍ଡଗିରି ଥାନାରେ ସର୍ବାଧିକ ୫୬ ଜଣ ବିଷ ପ୍ରକ୍ରିୟା ଦ୍ଵାରା, ଜଟଣୀ ଥାନାରେ ୧୪ ଜଣ ଫାଶୀ ଲଗାଇ ଓ ବାଲିଅନ୍ତା ଥାନାରେ ସର୍ବାଧିକ ୮ ଜଣ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ।

ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ନୂତନ ପ୍ରଣିତ ଆଇନ୍ ଅନୁସାରେ ନିୟମ ଉଲଙ୍ଘନକାରୀ ମାନଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହ ଉଚିତ ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି ବକେୟା ମୋକଦ୍ଦମାଗୁଡିକର ତଦନ୍ତ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରି କୋର୍ଟରେ ଦାଖଲ କରିବାକୁ ଉଦ୍ୟମ ଜାରି ରହିଛି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।