୨୨ ଘଣ୍ଟାର ମାରାଥନ୍ ରେଡ୍, ବନ୍ଧାହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

1 min read

ଭୁବନେଶ୍ୱର: ୧୧ଟି ସ୍ଥାନରେ ୨୨ ଘଣ୍ଟାର ମାରାଥନ ରେଡ୍ । ବନ୍ଧାହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏବେ ସୁଦ୍ଧା  ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ ।

Vigilance Arrested Additional SP Trinath Mishra In DA Case

ରେଡ୍ ବେଳେ BMW କାର ସମେତ ୩ଟି କାର ଠାବ ହୋଇଛି । ୨୨ ଲକ୍ଷ ଟଙ୍କାର ବାଇକ୍ ସମେତ ୩ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨ଟି ବିଦେଶୀ ପୋଷା କୁକର କୁକୁର ମଧ୍ୟ ରଖିଥିଲେ ତ୍ରିନାଥ । ଭିଜିଲାନ୍ସ ଅଧକେଜିରୁ ଅଧିକ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି । ଆୟ ଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ରେଡ୍ ବେଳେ ମିଳିଛି । ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି ।

ଗତ ଦେଢ଼ ମାସ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଭିଜିଲାନ୍ସ ୩୧ଟି ମାମଲା ରୁଜୁ କରିଥିବା ବେଳେ ୨୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ଫିଡବ୍ୟାକ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି  । ମୋ ସରକାରରୁ ମିଳୁଥିବା ମତାମତ, ତଥ୍ୟ ଭିଜିଲାନ୍ସକୁ ସହାୟତା କରୁଛି ।

Leave a Reply