NSA ଅଜିତ୍ ଡୋଭାଲଙ୍କ ବାସଭବନରେ ପଶିଗଲେ ଅଜଣା ବ୍ୟକ୍ତି, କହିଲେ ମୋ ଦେହରେ ଲାଗିଛି ଚିପ୍

1 min read

ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଅନଧିକାର ପ୍ରବେଶ ଉଦ୍ୟମ । ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛି ଦିଲ୍ଲୀ ପୋଲିସ । ଆଜି ଏକ କାରରେ ଜଣେ ବ୍ୟକ୍ତି ଡୋଭାଲଙ୍କ କ୍ୟାମ୍ପସରେ ପଶିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ନିରାପତ୍ତା କର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ । କିଛି ସମୟ ଯୁକ୍ତିତର୍କ ପରେ ଏହି ବ୍ୟକ୍ତିଙ୍କୁ କବଜା କରିଥିଲା ପୋଲିସ । ଏହି ବ୍ୟକ୍ତିଙ୍କ ନାମ ଶାନ୍ତନୁ ରେଡ୍ଡୀ ଏବଂ ତାଙ୍କ ଘର କର୍ଣ୍ଣାଟକରେ । ତାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ଜେରା ଚାଲିଛି । ଏହି ବ୍ୟକ୍ତିଜଣଙ୍କ କହିଥିଲେ- ତାଙ୍କ ଦେହରେ ଏକ ଚିପ୍ ଖଞ୍ଜାଯାଇଛି ଏବଂ ତାଙ୍କୁ ବାହାରୁ ନିୟନ୍ତ୍ରଣ କରାଯାଉଛି । ତେବେ ବ୍ୟକ୍ତି ଜଣଙ୍କ ଏଭଳି ବୟାନ ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା । କିନ୍ତୁ ଯାଞ୍ଚରେ ସେଭଳି କିଛି ଚିପ୍ ତାଙ୍କ ଦେହରୁ ମିଳିନଥିଲା । ତେବେ ଯେଉଁ ବ୍ୟକ୍ତି ଅଜିତ୍ ଡୋଭାଲଙ୍କ ଘରକୁ ଅନଧିକାର ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ସେ ଜଣେ ମାନସିକ ବିକୃତ ଥିବା ପୋଲିସ ଅନୁମାନ କରୁଛି ।

Leave a Reply