କିଏ ହେବ ବିଜେପିର ବିକଳ୍ପ ? ପୁଣି ଆରମ୍ଭ ହେଲା ଆଞ୍ଚଳିକ ଦଳଙ୍କ କସରତ

Who Will Be Alternative Of BJP In Centre, 2024 General Elections

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଏକାଠି ହେଉଛନ୍ତି ଆଞ୍ଚଳିକ ଦଳ । ବିକଳ୍ପ ଶକ୍ତି ସୃଷ୍ଟି ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଚଳାଇଛନ୍ତି ଜୋରଦାର ପ୍ରୟାସ । ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କେସିଆର୍ ଭେଟିବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଜାତୀୟ ସ୍ତରରେ ସମ୍ଭାବ୍ୟ ସମୀକରଣ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ । ୨୦୨୪ ପୂର୍ବରୁ ଏକାଠି ହେଉଛନ୍ତି ବିରୋଧୀ । କେନ୍ଦ୍ର ବିରୋଧରେ ବିକଳ୍ପ ରାଜନୈତିକ ଶକ୍ତି ସୃଷ୍ଟି ପାଇଁ ଚାଲିଛି ଉଦ୍ୟମ । ଏଥିପାଇଁ ବିରୋଧୀ ଅଣ୍ଟା ଭିଡ଼ି ଥିବା ବେଳେ ସମଦୂରତା କଥା ଦୋହରାଇଛି ବିଜେଡି ।

 Who Will Be Alternative Of BJP In Centre, 2024 General Elections

ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚା ଧିରେ ଧିରେ ଦାନା ବାନ୍ଧିଛି । କିଛିଦିନ ତଳେ ୩୭ଟି ଆଞ୍ଚଳିକ ଦଳଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଚିଠି ଲେଖି ବିକଳ୍ପ ଶକ୍ତି ଗଠନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭେଟିବା ପରେ ଏ ଚର୍ଚ୍ଚା ଜୋର୍ ଧରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଞ୍ଚଳିକ ଦଳ ଏକାଠି ହେବା ବିଜେପିକୁ ଚିନ୍ତାରେ ପକାଇଛି ।

 Who Will Be Alternative Of BJP In Centre, 2024 General Elections

ଓଡ଼ିଶା ରାଜନୈତିକ ପାଣିପାଗରେ ଜାତୀୟ ସ୍ତରରେ ଏହି ନୂଆ ସମୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଧୂଳିସାତ କରିବା ଓ ରାଜ୍ୟଗୁଡ଼ିକର କ୍ଷମତା କମାଇବା ସହ ଦେଶର ସମ୍ପତ୍ତି ବିକ୍ରି କରୁଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ର ବିରୋଧରେ ଏକାଠି ହେବାକୁ କଂଗ୍ରେସ ଆହ୍ୱାନ ଦେଇଛି । ଅନ୍ୟପଟେ ୨୦୧୪ରୁ କେନ୍ଦ୍ର ବିରୋଧରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିବା ବିଜେପି କହିଛି ।

 Who Will Be Alternative Of BJP In Centre, 2024 General Elections

ସାରା ଦେଶରେ ଏବେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ଜାତୀୟ ସ୍ତରରେ ନୂଆ ସମୀକରଣ ନେଇ ବିଜେଡିର ମତ ମଧ୍ୟ ସ୍ପଷ୍ଟ। ଦଳ ସମଦୂରତା କଥା ଦୋହରାଇଛି । ରାଜନୈତିକ ସମୀକ୍ଷକମାନେ କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି । ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧର ଆଞ୍ଚଳିକ ଦଳଗୁଡ଼ିକ ବିକଳ୍ପ ରାଜନୈତିକ ଶକ୍ତି ଛିଡ଼ା କରିବାରେ କେତେ ସଫଳ ହେଉଛନ୍ତି ତା’ ଉପରେ ପୂରା ଦେଶର ନଜର ।

Leave a Reply