spot_img
Home Blog Page 4711

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ବିସିସିଆଇ, ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ମିତାଲି

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ ପାଇଁ ବିସିସିଆଇ ଦଳ ଘୋଷଣା କରିଛି । ଭାରତୀୟ କ୍ରିକେଟ ବୋର୍ଡ ଗୁରୁବାର ୧୫ ଜଣିଆ ଦଳ ଘୋଷଣା କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଖେଳିବ ଚଳିତ ବିଶ୍ୱକପ । ମିତାଲି ରାଜଙ୍କ ବ୍ୟତୀତ ଝୁଲଣ ଗୋସ୍ୱାମୀ, ହରମନପ୍ରୀତ କୌରଙ୍କ ପରି ଖେଳାଳି ଏହି ଟିମରେ ସାମିଲ ଅଛନ୍ତି । ତେବେ ଏହି ବିଶ୍ୱକପ ଅଧିନାୟକ ମିତାଲି ରାଜ ଓ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ପାଇଁ ଶେଷ ବିଶ୍ୱକପ । ତେଣୁ ଏହି ବିଶ୍ୱକପକୁ ଜିତାଇ ନିଜର ସୁବର୍ଣ୍ଣ ଯାତ୍ରାକୁ ଶେଷ କରିବାକୁ ଚେଷ୍ଟା କରିବେ ମିତାଲି ରାଜ ଏବଂ ଝୁଲଣ ଗୋସ୍ୱାମୀ ।

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ ଫେବ୍ରୁଆରୀରୁ ୫ ଟିକିଆ ଦିନିକିଆ ସିରିଜ ଖେଳିବ । ତେବେ ଭାରତ, ପାକିସ୍ତାନ ବିପକ୍ଷରେ ମାର୍ଚ୍ଚ ୬ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ୨୦୨୨ରେ ହେବାକୁ ଥିବା ମହିଳା ବିଶ୍ୱକପରେ ମୋଟ ୮ଟି ଦେଶ ଭାଗ ନେବେ । ଏହି ବିଶ୍ୱକପରେ ଫାଇନାଲ ସମେତ ମୋଟ ୩୧ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଟିମ୍ ସମସ୍ତ ଟିମ୍ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଟପ୍-୪ରେ ରହିଥିବା ଦଳ ସେମିଫାଇନାଲକୁ ଯିବେ ।

ବିଶ୍ୱକପ ପାଇ ଚୟନ ହୋଇଥିବା ଦଳ:

ମିତାଲି ରାଜ (ଅଧିନାୟକ), ହରମନପ୍ରୀତ କୌର(ଉପ ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ ଯାଦବ

ଷ୍ଟାଣ୍ଡବାଇ ଖେଳାଳି: ଏସ୍‌ ମେଘନା, ଏକତା ବିଷ୍ଟ, ସିମରନ ଦିଲ ବାହାଦୂର

ଜିଲ୍ଲାପାଳଙ୍କ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି

ଭଦ୍ରକ: ନିର୍ବାଚନ ପାଖଉଛି, ଅସହିଷ୍ଣୁ ହେଉଛି ବିଜେପି । ଆଜି ଭଦ୍ରକ ଜିଲ୍ଲାପାଳ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି । ଶୋଭାଯାତ୍ରାରେ ଆସି ବିଜେପି କର୍ମୀ ପ୍ରଥମେ ପୋଲିସ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ ଫାଟକରେ ପୋଲିସ ସହ ଧସ୍ତା ଧସ୍ତି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ବିଜେପି କର୍ମୀ ।

BJP Workers Vandalised Chairs In Bhadrak Collector Office

ଜିଲ୍ଲାପାଳଙ୍କ ଗାଡ଼ିକୁ ଭାଙ୍ଗିବା ସହ କାର୍ଯ୍ୟାଳୟ ଭିତରେ ପଶି ଚେୟାର ଭଙ୍ଗାରୁଜା କରିଛନ୍ତି ବିଜେପିର ଉଭ୍ରାନ୍ତ କର୍ମୀ । ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ଗୁଣ୍ଡାଗିରିକୁ ସାଧାରଣରେ ନାପସନ୍ଦ କରାଯାଇଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ ବରିଷ୍ଠ ନେତା ମନମୋହନ ସାମଲଙ୍କ ଉପସ୍ଥିତରେ କର୍ମୀ ଏଭଳି କାଣ୍ଡ ଘଟାଇଛନ୍ତି ।

ବୁଲ୍ଲିବାଈ ଆପ୍ ମାମଲାରେ ପୋଲିସକୁ ବଡ଼ ସଫଳତା, ଆସାମରୁ ଗିରଫ ହେଲା ବୁଲ୍ଲିବାଈ ଆପ୍ କ୍ରିଏଟର୍ସ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବୁଲ୍ଲିବାଈ ଆପ୍ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କ ଆପତ୍ତିଜନକ ଫଟୋ ଅପଲୋଡ କରାଯାଉଥିଲା । ତେବେ ଏହି ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । Githubରେ ବୁଲ୍ଲିବାଈ ଆପ୍ ତିଆରି କରିଥିବା ଲୋକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହି ଆପରେ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରିବା ସହ ତାଙ୍କୁ ନିଲାମୀ ମଧ୍ୟ କରାଯାଉଥିଲା । ଏହି ଘଟଣାରେ ପୂର୍ବରୁ ପୋଲିସ ତିନି ଜଣଙ୍କୁ ଗିରଫ କରିସାରିଛି ।

ଦିଲ୍ଲୀ ପୋଲିସକୁ ଇନପୁଟ୍ ମିଳିବା ପରେ ଦିଲ୍ଲୀ ପୋଲିସ ଆସାମରେ ପହଞ୍ଚିଥିଲା । ଆସାମରୁ ବୁଲ୍ଳିବୁଈ କ୍ରିଏଟର୍ସକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ଯାହାକୁ ଗିରଫ କରିଛି ତା’ର ନାଁ ହେଉଛି ନିରୋଜ ବିଷ୍ଣୋଇ । ସେ ୨୧ ବର୍ଷର ଅଟେ । ଏହା ପୂର୍ବରୁ ଏହି ମାମଲାରେ ମୁମ୍ବାଇ ପୋଲିସ ତିନିଜଣଙ୍କୁ ଗିରଫ କରିଥିଲା ।

ବୁଲ୍ଲିବାଈ ହେଉଛି ଏକ ଆପ୍ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ୟ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା । ସୁଲ୍ଲି ଡିଲ୍ ଆପ୍ Githubରେ ଲଞ୍ଚ ହୋଇଥିଲା ଆଉ ଏବେ ବୁଲ୍ଳିବାଈ ଆପ୍ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା ।

ମାଲିକକୁ ବଞ୍ଚାଇବାକୁ ଭିଡ଼ି ଗଲା କୁକୁର, ଜୀବନ ବଞ୍ଚାଇ ଦୌଡ଼ିଲେ ଅପହରଣକାରୀ

ଭୋପାଲ: ଯଦି ପଚରା ଯାଏ ମଣିଷର ସବୁଠାରୁ ବିଶ୍ବାସ ଯୋଗ୍ୟ ସାଥୀ କିଏ, ତେବେ ଉତ୍ତର କ’ଣ ଆସିବ ? ନିଃସନ୍ଦେହରେ ଉତ୍ତର ମିଳିବ କୁକୁର । ଆଜ୍ଞା ହଁ, ଆଜିର ଦିନରେ ଯେତେବେଳେ ରକ୍ତ ସମ୍ପର୍କୀୟ ନିଜର ହେଉ ନାହାନ୍ତି ସେତେବେଳେ କୁକୁର ହେଉଛି ଏମିତି ଏକ ପ୍ରାଣୀ ଯିଏ ନିଜ ମାଲିକ ପାଇଁ ଜୀବନ ଦେବାକୁ ପଛାଇ ନଥାଏ । ଏମିତିରେ ବି ସବୁ ପାଳିତ ପଶୁ ଓ ପକ୍ଷୀ ମାଲିକଙ୍କ ପ୍ରତି ପ୍ରଗାଢ଼ ବିଶ୍ବାସ ଦେଖାଇଥାନ୍ତି । କୁକୁର ଏମିତି ଏକ ଜୀବ ଯିଏ ମାଲିକ ପାଇଁ ଜୀବନ ଦେବାକୁ ବି ପଛାଇ ନଥାଏ । ଯାହାର ପ୍ରମାଣ ସମୟେ ସମୟେ ଦେଖିବାକୁ ମିଳିଥାଏ । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଛି । ପାଳିତ କୁକୁର ମାଲିକକୁ କେବଳ ଅପହରଣକାରୀଙ୍କ କବଳରୁ ବଞ୍ଚାଇ ନାହିଁ, ସେମାନଙ୍କୁ ଘଟଣାସ୍ଥଳ ଛାଡ଼ି ପଳାଇବାକୁ ବାଧ୍ୟ କରିଛି । କୁକୁରର ଏହି ବାହାଦୁରୀ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯିଏ ଏହି ଭିଡିଓ ଦେଖୁଛି, କୁକୁରଟିକୁ ପ୍ରଶଂସା ନକରି ରହିପାରୁନାହାନ୍ତି ।

ଘଟଣା ଗ୍ବାଲିୟରର ଥାଟିପୁର ଥାନା ଅନ୍ତର୍ଗତ ଅଶୋକ କଲୋନୀର । ନିତୀନ ନାମକ ବ୍ୟକ୍ତି ଘରେ ଏକଲା ଥିବା ବେଳେ ଏକ ଭ୍ୟାନରେ ୪ରୁ ୫ ଜଣ ଦୁବୃର୍ତ୍ତ ଆସି ତାଙ୍କୁ ମାରପିଟ କରିଥିଲେ । ଏହାପରେ ସେମାନେ ନିତୀନଙ୍କୁ ଜୋରଜବରଦସ୍ତ ଭ୍ୟାନରେ ପୂରାଇ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏହା ଘରେ ଥିବା କୁକୁର ନଜରରେ ପଡି ଯାଇଥିଲା ।

ଜର୍ମାନ ଶେଫର୍ଡ ପ୍ରଜାତୀର କୁକୁରଟି ସଙ୍ଗେ ସଙ୍ଗେ ବୁଝି ଯାଇଥିଲା କ’ଣ ଘଟୁଛି । କାଳ ବିଳମ୍ବ ନକରି କୁକୁରଟି ଦୁବୃର୍ତ୍ତଙ୍କ ଉପରକୁ ଝାମ୍ପ ମାରିଥିଲା । କୁକୁରଟି ଜୋରେ ଭୁକିବା ସହ ଦୁବୃର୍ତ୍ତଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ଯାହା ଦେଖି ଅପହରଣକାରୀଙ୍କ ବୁଦ୍ଧି ଗୁଡ଼ମ୍ ହୋଇଯାଇଥିଲା । ସେମାନେ ନିତୀନଙ୍କୁ ଅପହରଣ କରିବେ କ’ଣ ନିଜ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । କୁକୁରଟି ମଧ୍ୟ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଆକ୍ରମଣ କରି ଚାଲିଥିଲା । ଶେଷରେ ଅପହରଣକାରୀ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ ।

କୁକୁରଟି ଅପହରଣକାରୀଙ୍କୁ ଆକ୍ରମଣ କରିବାର ପୂରା ଭିଡିଓ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା । ପରେ ନୀତିନଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଅଭିଯୁକ୍ତମାନଙ୍କୁ ପୋଲିସ ଧରିନେବ ବୋଲି କହିଛି ।

ଏବେ ଅପହରଣ ଘଟଣା ଯେତିକି ଚର୍ଚ୍ଚାରେ ନାହିଁ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି କୁକୁରର ବାହାଦୁରୀ । ସବୁଠି ନିତୀନଙ୍କ କୁକୁରର ଚର୍ଚ୍ଚା । କୁକୁରଟି ନିତୀନଙ୍କୁ ଅପହରଣକାରୀଙ୍କଠାରୁ ବଞ୍ଚାଇ ପୁଣି ଥରେ ପ୍ରମାଣିତ କରିଛି ଏହି ସ୍ବାର୍ଥପର ଦୁନିଆରେ ଯଦି କେହି ବିଶ୍ବସ୍ତ ବନ୍ଧୁ ଅଛନ୍ତି ତ କେବଳ ସେ । ଟିକିଏ ଭଲ ପାଇବା ଯଦି ଆମେ କୌଣସି ଜୀବନକୁ ଦେବା ସେ ଏହାର ଋଣ ଶୁଝିବାକୁ ଜୀବନକୁ ବି ବାଜି ଲଗାଇବାକୁ ପଛାଇବ ନାହିଁ ।

ରାଜଧାନୀର ଆଉ ୪ ସ୍ଥାନକୁ କୋଭିଡ୍ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଆଉ ୪ଟି ସ୍ଥାନକୁ କୋଭିଡ୍ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କରାଯାଇଛି କଣ୍ଟେନମେଣ୍ଟ ଜୋନ୍ । ବିଏମସି ଦକ୍ଷିଣ ପଶ୍ଚିମ ଜୋନ ପକ୍ଷରୁ ନିଆଯାଇଛି ଏ ପଦକ୍ଷେପ । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଜୋନାଲ ଡେ଼ପୁଟି କମିଶନର ରବି ନାରାୟଣ ଜେଠୀ ।

ଏଥିସହ ପଢ଼ନ୍ତୁ: ୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ଗତକାଲି ବିଏମସି ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିଲା । ଘୋଷଣାର ୭ ଦିନ ଯାଏ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ବୋଲି ବିଏମସି କହିଛି । ବୁଧବାର ବିଏମସି ଅଞ୍ଚଳରୁ ମୋଟ ୩୪୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ବିଏମସି ଅଞ୍ଚଳରେ ମୋଟ ୧ ଲକ୍ଷ ୨୪ ହଜାର ୪୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୧୦୩୭ଟି ସକ୍ରିୟ ମାମଲା ରହିଛି ।

କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ୱାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ୍ ପାଣିର ସୁବିଧା ପାଇ ପାରିଛନ୍ତି । ଏହାଦ୍ୱାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନ୍‌ରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ସାରା ସହର ପାଇଁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରାଯିବ । ଡିସେମ୍ବର ୨୦୨୩ ସୁଦ୍ଧା ପୁରା ସହରକୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ 5T ଆଭିମୁଖ୍ୟରେ ଆରମ୍ଭ ହୋଇଥିବା ଆମର ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ଏହି କାର୍ଯ୍ୟକ୍ରମ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ଜାତୀୟ ନୀତିରେ ମଧ୍ୟ ଅନୁସୃତ ହୋଇଛି ଏବଂ ଅମୃତ ୨.୦ରେ ସାମିଲ ମଧ୍ୟ ହୋଇଛି ।

CM Naveen Patnaik Inaugurates Drink From Tap Project In Cuttack

ଏହାସହିତ ମୁଖ୍ୟମନ୍ତ୍ରୀ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଲ ପିଇବା ପାଣି ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବାରେ ଆମର ଉଦ୍ୟମ ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ କଟକ ସହରର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି । ୨୦୨୨ରେ କଟକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ ଏବଂ କଟକ ସହରର ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

 

୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ବିଭିନ୍ନ ରାଜ୍ୟରେ ସଂକ୍ରମଣ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢ଼ାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ଏ ସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି ।

Booster Dose To Elderly Person And Health Worker From 10th January

ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ । ୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ୍ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଥିଲେ, ସେଇ ଟିକା ହିଁ ନେବେ । ଓମିକ୍ରନ୍ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ୍ ବ୍ୟବହାର ନେଇ ଡିସିଜିଆଇ ଅନୁମୋଦନ ଦେଇଛନ୍ତି । ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଟିକାକରଣ । ଗତକାଲି ୧୧୨୫ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଇଥିଲା । ଗୋଟିଏ ଦିନରେ ୮୦ ହଜାରରୁ ଅଧିକ କିଶୋର ଟିକା ନେଇଛନ୍ତି । ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ ସେନେଇ ଏଯାଏ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନି । ଯେଉଁମାନେ ୨ ଡୋଡ୍ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ୍ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟକୁ ଦେଖି ବୁଷ୍ଟର ଡୋଜ୍ ନେଇପାରିବେ ।

Booster Dose To Elderly Person And Health Worker From 10th January

ତେବେ ଏବେ ଯାଏ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ କୋଭିଡ୍ ଟିକା ନେଇ ନାହାନ୍ତି । ଏ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

୮୪ ବର୍ଷର ବୃଦ୍ଧ ପ୍ରଶାସନକୁ ଚକମା ଦେଇ ୧୧ଥର କେମିତି ନେଲେ କୋଭିଡ୍ ଟିକା ?

ପାଟଣା: କରୋନା କବଚ, କୋଭିଡ୍ ଟିକା । ଯାହାକୁ ନେବାକୁ ଡରୁଛନ୍ତି ଲୋକେ । ଟିକା ନେବାକୁ ଡରି କିଏ ଗଛ ଉପରେ ଚଢ଼ିଲାଣି ତ ଆଉ କିଏ ଇଞ୍ଜେକ୍ସନ୍ ଦେଖି ଦୌଡ଼ି ପଳାଇଲାଣି । ଏମିତି ଅନେକ ଦୃଶ୍ୟ ଆପଣ ପୂର୍ବରୁ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । ଏବେ ଦେଖି ନିଅନ୍ତୁ ଏହି ୮୪ ବର୍ଷୀୟ ବୃଦ୍ଧଙ୍କୁ । ଘର ବିହାରର ମାଧେପୁରାରେ । ନାମ ବ୍ରହ୍ମଦେବ ମଣ୍ଡଳ ।

Bihar 84 Years Old Man Claims Has Administrated Covid Vaccine 11 Times

ଗୋଟିଏ ଆଧାର କାର୍ଡ ଓ ଆଉ ଗୋଟିଏ ମୋବାଇଲ୍ ନମ୍ବରରେ ସେ ୧୧ ଥର  କୋଭିଡ୍ ଟିକା ନେଇ ସାରିଲେଣି ବ୍ରହ୍ମଦେବ । ଟିକା ନେବା ପରେ ତାଙ୍କୁ ଅନେକ ଫାଇଦା ହୋଇଥିବା କହୁଛନ୍ତି ବ୍ରହ୍ମଦେବ । ଥଣ୍ଡା, ଜର ଛାଡ଼ିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଛି । ଯେଉଁଥିପାଇଁ ବାରମ୍ବାର କୋଭିଡ୍ ଟିକା ନେଉଥିବା ଦାବି କରିଛନ୍ତି ବ୍ରହ୍ମଦେବ । ନିକଟରେ ସେ ୧୨ତମ କୋଭିଡ୍ ଟିକା ନେବାକୁ ଯାଇଥିଲେ । ଟିକାକରଣ ବନ୍ଦ ଥିବାରୁ ଭ୍ୟାକ୍ସିନ୍ ନେଇପାରି ନଥିଲେ ।

Bihar 84 Years Old Man Claims Has Administrated Covid Vaccine 11 Times

ସରକାରଙ୍କ ନିୟମ ଅନୁଯାୟୀ ଜଣେ କୋଭିଡ୍ ଟିକାର ୨ଟି ଡୋଜ୍ ନେବେ । ଏବେ ବହୁରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଅଧିକ ବୟସ୍କ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ନେଇ ପାରିବେ । ତେବେ ବ୍ରହ୍ମଦେବ କିଭଳି ୧୧ ଥର କୋଭିଡ୍ ଟିକା ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଅଭିଯୋଗ ଆସିବା ପରେ ବ୍ରହ୍ମଦେବଙ୍କ ଦାବିର ଯାଞ୍ଚ କରାଯାଉଥିବା କହିଛନ୍ତି ମାଧେପୁରା ଡକ୍ଟର ଅମରେନ୍ଦ୍ର ପ୍ରତାପ ସାହି ।

ବଲାଙ୍ଗିରର ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ, ହୃଦଘାତ ଯୋଗୁ ସ୍ୱାସ୍ଥ୍ୟାବସ୍ଥା ଥିଲା ଗୁରୁତର

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ ୨୨ ତାରିଖରେ ହୃତଘାତ୍ ଯୋଗୁ ମହିଳା ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗିରରେ ୨ ଦିନ ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ । ଗତ ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସାଧିନ ଅବସ୍ଥାରେ କୋଭିଡ୍ ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଏଥିସହ ପଢ଼ନ୍ତୁ: ପୁଣି ବଢ଼ିଲା କୋଭିଡ୍ ସଂକ୍ରମଣ, ରାଜ୍ୟରୁ ଆଉ ୧୮୯୭ ଆକ୍ରାନ୍ତ ଚିହ୍ନଟ

ମୃତ୍ୟୁ ପରେ ଜଣାପଡ଼ିଲା ଓମିକ୍ରନ୍ ଆକ୍ରାନ୍ତ

୨୭ ତାରିଖରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ତାରିଖରେ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ଓ ବଲାଙ୍ଗି ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ନେହାଙ୍ଗିନୀ ସାହୁ ସୂଚନା ଦେଇଛନ୍ତି । ବୁର୍ଲାରେ ମୃତ୍ୟୁ ପରେ ତାଙ୍କ ଶବକୁ ନିଜ ଗାଁ ଡୁଙ୍ଗୁରିପାଲିକୁ ଆଣି ସତ୍କାର କରିଥିଲେ ପରିବାର ଲୋକ । ଶବ ସତ୍କାରରେ ଶହ ଶହ ଲୋକ ସହ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଫଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଏବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଡୁଙ୍ଗୁରିପାଲି ଗାଁକୁ ଯାଇ ସ୍ୱାବ୍ ସଂଗ୍ରହ କରୁଛି । ବଲାଙ୍ଗି ଭୀମଭୋଇ ମେଡିକାଲରେ ମହିଳା ଜଣଙ୍କ ଚିକିତ୍ସିତ ହୋଇଥିବାରୁ ସେହି ୱାର୍ଡରେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ମୃତ୍ୟୁବରଣ କରିଥିବା ୫୫ ବର୍ଷିଅ ମହିଳା ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ । ରିପୋର୍ଟ ଅନୁସାରେ, ରାଜ୍ୟରେ ଏଯାବତ୍ ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୦ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

ବେତନଟୀରୁ ୨ଟି କଲରାପତରିଆ ଛାଲ ଜବତ, ୨ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।

STF Seized Two Leopard Skin In Betanati

ମାମଲାରେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ାର ଗୋରା ବିନ୍ଧାଣୀଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କଲରାପତରିଆ ଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏଯାବତ୍ ୨୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ମୋଟ ୫୪ ଜଣ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।