spot_img
Home Blog Page 4665

ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ବଞ୍ଚି ଥାଉ ଥାଉ ଶିଶୁ ପୁତ୍ର ମୃତ ଘୋଷଣା ଅଭିଯୋଗ । ଆଜି ଶେଷରେ ଆଖି ବୁଜିଲା ନବଜାତ ଶିଶୁ ପୁତ୍ର । ମୟୂରଭଞ୍ଜ କରଞ୍ଜିଆ ହସ୍ପିଟାଲରେ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସମୟ ପୂର୍ବରୁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଶିଶୁ ପୁତ୍ରର ଓଜନ ମାତ୍ର ଆଠଶହ ଗ୍ରାମ ଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ଗତକାଲି ଶିଶୁ ପୁତ୍ର ଜନ୍ମ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶିଶୁ ପୁତ୍ରକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେଇଥିଲେ । କିନ୍ତୁ ମଶାଣିରେ ଶେଷକୃତ୍ୟ ପୂର୍ବରୁ ଚେଇଁ ଉଠିଥିଲା ଶିଶୁ । ଏହାପରେ ପରିବାର ଲୋକ ପୁଣି ଥରେ ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଏହି ଘଟଣାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

 

ଉଚ୍ଛେଦ ହେଲା ବେଆଇନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାଣ

କୋଣାର୍କ:ଦୀର୍ଘ ଦିନ ଧରି ଦ୍ୱିତୀୟ କୋଣାର୍କକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଉଚ୍ଛେଦ ହେଲା କୋଣାର୍କ ଚନ୍ଦ୍ରଭାଗା ନିକଟରେ ନିର୍ମାଣାଧୀନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ବେଆଇନ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ପରେ ମୂର୍ତ୍ତି ସ୍ଥାନାନ୍ତରିତ କରାଯିବା ସହ ପିଣ୍ଡି ଭଙ୍ଗାଯାଇଛି । ଗୋପ ତହସିଲଦାର ଏସ.କେ ସାଗିର, ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର, ଏନଏସି ନୋଡାଲ ଅଫିସର ଭାଗୀରଥି ବରାଳଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି । ସମସ୍ତ ମୂର୍ତ୍ତିକୁ ସୁରକ୍ଷିତ ଭାବେ ନିକଟରେ ଥିବା ମହାବୀର ମନ୍ଦିରରେ ରଖାଯାଇଛି । ମୂର୍ତ୍ତି ରହିଥିବା ପିଣ୍ଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଛି ।

ସୂଚନା ଅନୁସାରେ ଓମ୍ ବାବାଙ୍କ ମୁଖ୍ୟ ସହଯୋଗୀ ମୁକେଶ ଜୈନ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୀର୍ଘ ୩ ମାସରୁ ଅଧିକ ହେବ ଭବ୍ୟ ସୂର୍ଯ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ । ଦ୍ୱିତୀୟ କୋଣାର୍କକୁ ଜନ ଅସନ୍ତୋଷ ବଢ଼ିବା ପରେ ନିର୍ମାଣଧୀନ ଦ୍ୱିତୀୟ କୋଣାର୍କକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ ।

୪ ଝିଅ ପରେ ହୋଇଥିବା ପୁଅ ମେଡିକାଲରୁ ଚୋରି

ପାଟନା: ୪ଟି ଝିଅ ପରେ ଘରକୁ ଆସିଥିଲା ଶିଶୁପୁତ୍ର । ପୁଅ ଜନ୍ମ ହୋଇଥିବାରୁ ପରିବାର ଲୋକଙ୍କ ଖୁସି କହିଲେ ନସରେ । ହେଲେ ଏହି ଖୁସି ବେଶି ସମୟ ରହିଲା ନାହିଁ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏସଏନସିୟୁରୁ ଚୋରି ହୋଇଗଲା ନବଜାତ ଶିଶୁପୁତ୍ର । ଏବେ ପିଲା ପାଇଁ କାନ୍ଦି କାନ୍ଦି ପୂରା ପରିବାରର ହାଲ ବେହାଲ ।

ଘଟଣାଟି ଘଟିଛି ବିହାରର ସ୍ବାମୀ ସଦର ହସ୍ପିଟାଲରେ । ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଏକ ନବଜାତ ଶିଶୁପୁତ୍ର ଚୋରି ହେବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ପୋଲିସ ପିଲାଟିକୁ ଖୋଜିବାରେ ଲାଗିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳାକୁ ସ୍ବୀକାର କରିବା ବଦଳରେ ପରିବାର ଲୋକଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି ।

ଅଭିଯୋଗ ଅନୁସାରେ, ମହାରାଜଗଞ୍ଜ ଥାନା ଅଞ୍ଚଳର ଗୌର ଗାଁର ମିଷ୍ଟର ଅଲ୍ଲିଙ୍କ ପତ୍ନୀ ଅଫସାନା ୪ଟି ଝିଅ ପରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।  ପିଲାଟିକୁ ହସ୍ପିଟାଲର ଏସଏନସିୟୁ ଓ୍ବାର୍ଡରେ ରଖାଯାଇଥିଲା । ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଜଣାପଡିଲା ଶିଶୁପୁତ୍ର ଏସଏନସିୟୁ ଓ୍ବାର୍ଡରେ ନାହିଁ ।

ଏହି ଖବର ଜାଣିବା ପରେ ଶିଶୁର ପରିବାର ଗୋଡ଼ ତଳୁ ଯେମିତି ମାଟି ଖସି ଯାଇଥିଲା । ପୁଅ ହୋଇଥିବା ଖୁସି ଦୁଃଖରେ ପରିଣତ ହୋଇଯାଇଥିଲା । ମାଆ ଅଫସାନା ଖାତୁନ ପିଲାକୁ ଝୁରି ଝୁରି କେବଳ କାନ୍ଦୁଛନ୍ତି ।

ଆଶା କର୍ମୀ ଜେନବ ଖାତୁନ କହିଛନ୍ତି, ‘ପିଲା ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ଇମ୍ପିଆଜ ନାମକ ଯୁବକ ପିଲାକୁ ନେଇ ଯାଇଥିବା କୁହାଯାଉଛି ।’ ତେବେ ପିଲାର ପରିବାର ଲୋକେ କୌଣସି ଇମ୍ପିଆଜଙ୍କୁ ଜାଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ପିଲା ଜଣଙ୍କର ହୋଇଥିବା ବେଳେ ଅନ୍ୟଜଣେ ଅଚିହ୍ନା ବ୍ୟକ୍ତି କେମିତି ପିଲାଟିକୁ ମେଡିକାଲରୁ ନେଇଗଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଓ କାହିଁକି ଶିଶୁଟିକୁ ଅଚିହ୍ନା ବ୍ୟକ୍ତି ଦେଇଦେଲେ ? ପିଲା ଚୋରି ପଛରେ କୌଣସି ରାକେର ହାତ ଅଛି କି ? ଏହି ଚୋରି ପଛରେ ମେଡିକାଲ କର୍ମଚାରୀଙ୍କ ହାତ ରହିଛି କି ? ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ମେଡିକାଲ କର୍ତ୍ତୃପକ୍ଷ ଭୁଲ ସ୍ବୀକାର କରିବା ବଦଳରେ ପରିବାର ଲୋକଙ୍କ ଉପରେ ଦୋଷ ଲଦିବାରେ ଲଦିବାରେ ଲାଗିଛନ୍ତି । ଏନଆଇସିୟୁ ଓ୍ବାର୍ଡରେ ସେ ସମୟରେ ଡ୍ୟୁଟିରେ ଥିବା ଡକ୍ତର ଅମିତ କୁମାର କହିଛନ୍ତି, ‘ସନ୍ଧ୍ୟା ୬ଟା ୩୪ ମିନିଟରେ ପିଲାର ପରିବାର ଲୋକେ ଆସି ତାକୁ ନେଇଗଲେ । ରେଜିଷ୍ଟ୍ରରରେ ଏହା ଉଲ୍ଲେଖ ହୋଇଛି ।’

ଏହାସହ ସେ କହିଛନ୍ତି, ‘ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଇ ଚୋରକୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

୩ ଲକ୍ଷ ପାର କଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୭ ହଜାର ୫୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୯୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଦୈନିକ ପଜିଟିଭ ରେଟ୍ ୧୬.୪୧ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୨୮୭ରେ ପହଞ୍ଚିଛି ।

ଦେଶରେ ବୁଧବାର ୨ ଲକ୍ଷ ୮୨ ହଜାର ୯୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୧୭ ହଜାର ୫୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୧୯ ଲକ୍ଷ ୨୪ ହଜାର ୦୫୧ରେ ପହଞ୍ଚିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୨୩ ହଜାର ୯୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ଚତୁର୍ଥ ଦିନରେ ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ନାମାଙ୍କନ ଦାଖଲ ପାଇଁ ସମୟସୀମା ସରି ଆସୁଥିବାବେଳେ ତାଲିକା ବଢିବାରେ ଲାଗିଛି । ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲର ଶେଷ ଦିନ । ଆଜିକୁ ମିଶାଇ ଆଶାୟୀଙ୍କ ହାତରେ ରହିଛି ମାତ୍ର ଦୁଇ ଦିନ । ଏହି ଦୁଇ ଦିନରେ ସମସ୍ତ ଆଶାୟୀ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରତିଦିନ ନାମାଙ୍କନ ଦାଖଲର ସଂଖ୍ୟା ବଢୁଥିବା ବେଳେ, ଆଜି ଚତୁର୍ଥ ଦିନରେ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଗାଁ’ର କମାଣ୍ଡ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ଯୁବପୀଢି । ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଡାକ୍ତର, ଇଂଜିନିଅର, ଯୁବପ୍ରତିଭା ଓ ପୂର୍ବତନ ବିଧାୟକ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ରହିଥିବାବେଳେ ସବୁ ଦଳର ଫୋକସରେ ରହିଛି ଜିଲ୍ଲା ପରିଷଦ ଆସନ । ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଚିହ୍ନରେ ହେଉଥିବାରୁ ଅଧିକ ସିଟରେ ବିଜୟ ଲାଭ କରି ଦବଦବା ଜାହିର କରିବାକୁ ସବୁ ଦଳ ଲକ୍ଷ୍ୟ ରଖିଛନ୍ତି । ପ୍ରାୟ ସବୁ ଦଳର ପ୍ରାର୍ଥୀ ଚୟନ ସରିଥିବା ବେଳେ ଅନେକ ସ୍ଥାନରେ ଏକାଧିକ ଆଶାୟୀ ଚିନ୍ତା ବଡାଉଛନ୍ତି ।

୨୬ ଜାନୁଆରୀ ପର୍ଯ୍ୟନ୍ତ ୪ ରାଶି ବ୍ୟକ୍ତିଙ୍କ ଶୁଭ ହିଁ ଶୁଭ

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ରଖୁଛନ୍ତି କି ? ଯଦି ରଖୁଥିବେ ତେବେ ଆପଣଙ୍କ ପାଇଁ ରହିଛି ଏକ ଭଲ ଖବର । ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ମିଳିବାକୁ ଯାଉଛି ୪ଟି ରାଶିର ବ୍ୟକ୍ତିଙ୍କୁ ଲାଭ ଆଉ ଲାଭ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ଗ୍ରହ କୌଣସି ରାଶିରେ ପ୍ରବେଶ କରିଥାନ୍ତି ଏହାର ପ୍ରଭାବ ମଣିଷଙ୍କ ଜୀବନ ଉପରେ ପଡିଥାଏ । ତାଜା ଗ୍ରହ ଚଳନ ଅନୁସାରେ ସାହସ ଓ ପରାକ୍ରମର ପ୍ରତୀପ ମଙ୍ଗଳ, ଦେବଗୁରୁ ବୃହସ୍ପତିଙ୍କ ଧନୁ ରାଶିରେ ଗତ ୧୬ ତାରିଖରେ ପ୍ରବାଶ କରିଛନ୍ତି । ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହିବେ ।

ମଙ୍ଗଳ ଗ୍ରହ ହେଉଛନ୍ତି ଶକ୍ତି, ପରାକ୍ରମ ଓ ସାହସର ପ୍ରତୀକ । ମେଷ ଓ ବିଚ୍ଛା ରାଶିଙ୍କ ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ମକର ରାଣିର ଉପରେ ଓ କର୍କଟ ରାଶିର ନିମ୍ନରେ ରହିଥାନ୍ତି ମଙ୍ଗଳ । ମୃଗଶିରା, ଚିତ୍ରା ଓ ଧନିଷ୍ଠା ନକ୍ଷେତ୍ରଙ୍କ ସ୍ବାମୀ ହେଉଛନ୍ତି ମଙ୍ଗଳ । ଏବେ ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ଫଳ ନେଇ ଆସିଛି । ତେବେ କେଉଁ ୪ଟି ରାଶିର ବ୍ୟକ୍ତି ଏହି ଶୁଭଫଳ ପ୍ରପ୍ତ କରିବେ ଓ କେଉଁ ପ୍ରକାର ଲାଭ ପାଇବେ ଆସନ୍ତୁ ଜାଣିବା ।

ମେଷ: ମେଷ ରାଶିଙ୍କ ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ଧନୁ ରାଶିରେ ମଙ୍ଗଳଙ୍କ ଗୋଚର କାରଣରୁ ଆପଣଙ୍କୁ ସବୁ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ଏହି ସମୟରେ ଭାଗ୍ୟ ଆପଣଙ୍କ ସହିତ ରହିବ । କ୍ୟାରିୟରରେ ପଦୋନ୍ନତି ମିଳିବାର ଯଥେଷ୍ଟା ସମ୍ଭାବନା ରହିଛି । ନିବେଶ କରିବାକୁ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ।

ମିଥୁନ: ୨୦୨୨ରେ ମଙ୍ଗଳଙ୍କ ପ୍ରଥମ ରାଶି ପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ନେଇ ଆସିଛି । ଜାନୁଆରୀ ୨୬ ପର୍ଯ୍ୟନ୍ତ ଆପଣଙ୍କୁ କର୍ମକ୍ଷେତ୍ରରେ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ । କାମକାର୍ଯ୍ୟରେ ସ୍ଥିତି ସୁଗମ ହେବ । ବ୍ୟବସାୟରେ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାର ଆଶା ରହିଛି ।

ସିଂହ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୬ ଜାନୁଆରୀ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଭଲ ରହିବ । ପ୍ରାୟ ପ୍ରତି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି । ଆର୍ଥୀକ ସ୍ଥିତି ପୂର୍ବାପେକ୍ଷା ଭଲ ହେବ । ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏହି ସମୟରେ ଆପଣ ଯେଉଁ କାମରେ ହାତ ଦେବେ ତାହା ପୂରା ହେବାର ସମ୍ଭାବନା ରହୁଛି ।

ମୀନ: ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ନେଇ ଆସିଛି । ଚାକିରି ପରିବର୍ତ୍ତନ ପାଇଁ ଚିନ୍ତା କରୁଥିଲେ, ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ରହିବ । ଆର୍ଥୀକ ସମସ୍ୟାରୁ ମୁକ୍ତି ମିଳିବ । ଶତ୍ରୁ ଓ ବିରୋଧୀ ଆପଣଙ୍କ ପାଖରେ ନତମସ୍ତକ କରିବେ । ମଙ୍ଗଳ ଗୋଚରରୁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ।

ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦ ହଜାର ୩୬୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ କମିଲା କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୫ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪ ହଜାର ୩୫୩ କେସ୍ ଚିହ୍ନଟ ହୋଇଛି । ସେହିପରି ଭାବରେ ୦ ରୁ ୧୮ ବର୍ଷ ମଧ୍ୟରେ ୧ ହଜାର ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୭୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩ ହଜାର ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୩୦୪, ବରଗଡ଼ରୁ ୧୫୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୫୩, ବୌଦ୍ଧରୁ ୭୬, କଟକରୁ ୯୪୦, ଦେଓଗଡ଼ରୁ ୭୮, ଢେଙ୍କାନାଳରୁ ୮୩, ଗଜପତିରୁ ୧୦୦, ଗଞ୍ଜାମରୁ ୮୭, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୯୦, ଝାରସୁଗୁଡ଼ାରୁ ୧୫୭, କଳାହାଣ୍ଡିରୁ ୧୯୪, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୧୨୩, କୋରାପୁଟରୁ ୨୦୨, ମାଲକାନଗିରିରୁ ୫୮, ମୟୁରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୯୬, ପୁରୀରୁ ୧୪୦, ରାୟଗଡ଼ାରୁ ୨୦୮, ସମ୍ବଲପୁରରୁ ୨୪୭, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୦୫ ଏବଂ ଷ୍ଟେଟ ପୁଲରୁ ୬୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆର୍ୟଲାଣ୍ଡକୁ ହରାଇ ସୁପର ଲିଗ ଷ୍ଟେଜରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ତ୍ରିନିଦାଦ: ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ବିଶ୍ୱକପରେ ଲଗାତର ଭାବରେ ଦୁଇଟି ମ୍ୟାଚକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ବୁଧବାର ଗ୍ରୁପ୍ ବି’ରେ ଖେଳାଯାଇଥିବା ମୁକାବିଲାରେ ଭାରତ ଆୟାରଲାଣ୍ଡକୁ ୧୭୪ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ସୁପର୍ ଲିଗ୍ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତୀୟ ଦଳର ଦୁଇ ଓପନର ହରନୁର ସିଂ ଓ ଅଙ୍ଗକ୍ରିଶ୍ ରଘୁବଂଶୀଙ୍କ ଦମଦାର ପାରି ପଳରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରିଛି । ଅଣ୍ଡର-୧୯ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ତା’ର ଶେଷ ମ୍ୟାଚ ୟୁଗାଣ୍ଡା ସହ ଖେଳିବ ।

ତ୍ରିନିଦାଦରେ ଆୟୋଜିତ ଭାରତ-ଆୟାରଲାଣ୍ଡ ମୁକାବିଲାରେ ଟସ୍ ହାରି ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ଭାରତ ୩୦୭ ରନ୍ କରିଥିଲା । ଦଳ ପକ୍ଷରୁ ହରନୁର ସିଂ ଓ ଅଙ୍ଗକ୍ରିଶ ରଘୁବଂଶୀଙ୍କ ଦମଦାର ଅର୍ଦ୍ଧଶତକ ଲଗାଇଥିଲେ । ଶେଷରେ ରାଜବର୍ଦ୍ଧନ ହାଙ୍ଗରଗେକର ୧୭ ବଲରୁ ୫ ଛକା ସହ ୩୯ କରି ଅପରାଜେୟ ରହିଥିଲେ । ଯାହା ଫଳରେ ଭାରତର ସ୍କୋର ୩୦୦ ରନ ଟପିଥିଲା ।

୩୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆର୍ୟଲାଣ୍ଡ ୩୯ ଓଭରରେ ମାତ୍ର ୧୩୩ ରନ କରିପାରିଥିଲା । ଆର୍ୟଲାଣ୍ଡ ପକ୍ଷରୁ ସ୍କଟ ମ୍ୟାକବେଥ ସର୍ବାଧିକ ୩୨ ରନ କରିଥିଲେ । ଭାରତ ପକ୍ଷରୁ କୌଶଳ ତାମ୍ବେ, ଅନିଶ୍ୱର ଗୌତମ ଓ ଗର୍ବ ସାଙ୍ଗବାନ ୨ଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଅର୍ଦ୍ଧଶତକ ଫଳରେ ହରନୁର ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

 

ଭାରତୀୟ ଯୁବକଙ୍କୁ ଉଠାଇ ନେଲେ ଚୀନ ଯବାନ

ନୂଆଦିଲ୍ଲୀ: ଏଲଏସିରେ ଚୀନ ଗତ ୨୦୨୦ ମସିହାରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ବିବାଦ ଥମିବାର ନାଁ ନେଉନାହିଁ । ଭାରତୀୟ ଯବାନଙ୍କଠାରୁ ମୁହଁତୋଡ ଜବାବ ପାଇବା ପରେ ମଧ୍ୟ ଡ୍ରାଗନ୍ ବୁଦ୍ଧି ଶିଖୁନାହିଁ । ତାଜା ତଥ୍ୟ ଅନୁସାରେ ଚୀନର ପିଏଲଏ ସେନା ନା କେବଳ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଛନ୍ତି, ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି । ଅରୁଣାଚଳ ପ୍ରଦେଶର ୧୭ ବର୍ଷିୟ ମିରାମ ତାରୋନଙ୍କୁ ଚୀନ୍ ସେନା ଅପହରଣ କରିନେଇଛି । ଘଟଣା ଗତ ୧୮ ତାରିଖରେ ଘଟିଛି । ଅରୁଣାଚଳ ପ୍ରଦେଶର ଲୋକସଭା ସାଂସଦ ତାପିର ଗାଓ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଯୁବକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଗାଓ କହିଛନ୍ତି, ‘ଅପହୃତ ମିରାମ ଜିଡୋ ଗାଁରେ ରୁହନ୍ତି । ୧୮ ଜାନୁଆରୀରେ ଚୀନ ସେନା ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାର ସିୟୁଙ୍ଗଲା କ୍ଷେତ୍ରରେ ପ୍ରବେଶ କରି ଯୁବକଙ୍କୁ ଉଠାଇ ନେଇଛନ୍ତି ।’

ସେ ଆହୁରି କହିଛନ୍ତି, ‘ଅପହୃତ ଯୁବକ ପେସାରେ ଜଣେ ଶିକାରୀ । ସେ ତାଙ୍କ ସାଙ୍ଗ ସହ ଯାଇଥିବା ବେଳେ ଚୀନ ସେନା ଭାରତୀୟ ସୀମାରେ ପ୍ରବେଶ କରି ସେମାନଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମିରାମଙ୍କ ସାଙ୍ଗ କୌଶଳ କ୍ରମେ ସେଠାରୁ ଖସି ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।’

ସାଂସଦ ଗାଓ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନାକୁ ଟ୍ୟାଗ କରି ମିରାମଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବରରେ ଡ୍ରାଗନ ଯବାନ ଅରୁଣାଚଳ ପ୍ରଦେଶର ଉପରୀ ସୁବନସିରି ଜିଲ୍ଲାର ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ । ପ୍ରାୟ ଏକ ସପ୍ତାହ ସେମାନଙ୍କୁ ବନ୍ଧକ କରି ରଖିବା ସହ ଛାଡିଥିଲେ ।

ଓଡ଼ିଶାରେ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ ୧୯ ଦେଶର ଖେଳାଳି

ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୨୫ରୁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଯେଉଁଥିରେ ସାରା ବିଶ୍ୱର ୩୫୦ ଜଣ ବଛା ବଛା ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ହାଇଦ୍ରାବାଦ ଓପନ ବନ୍ଦ ହେବା ପରେ ଚଳିତ ବର୍ଷଠୁ ଓଡ଼ିଶା ଓପନ ଆରମ୍ଭ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ୫୫ରୁ ୬୦ ଲକ୍ଷ ଟଙ୍କା ରହିଛି ।

ଆସନ୍ତା ୨୦ ତାରିଖରେ କେଉଁ ଦେଶରୁ କେତେ ଖେଳାଳି ଆସିବେ ତା’ର ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । କୋଭିଡ଼ ପାଇଁ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ସାଇନା ନେହୱାଲ ଏବଂ ପି. କଶ୍ୟପଙ୍କ ଭଳି ଷ୍ଟାର ଖେଳାଳି ଏହି ପ୍ରତିଯୋଗିତାରେ ଖେଳିବେ । ଭାରତ ସହ ମାଲେସିଆ, ଥାଇଲାଣ୍ଡ, ଜାପାନ, ଶ୍ରୀଲଙ୍କା, ବାଲାଂଦେଶ ଭଳି ୧୯ଟି ଦେଶର ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।