ସବୁ ଜିଲ୍ଲାରେ ବିଜେଡି ଗଢିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ

1 min read

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚାଲିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ବାଲେଶ୍ୱରରେ ବିଜୟୀ ହୋଇଛନ୍ତି 29 ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ । ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର 23 ଦରକାର ଥିବା ବେଳେ, ବିଜେଡ଼ି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ଜିତିବା ସ୍ପଷ୍ଟ ହୋଇଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ 45 ଆସନରୁ ବିଜେଡି ହାତେଇଥିଲେ 39 ଆସନ ।

କଟକ ଜିଲ୍ଲା ପରିଷଦ ଅଧକ୍ଷ ହେଲେ କିଶୋର ଚନ୍ଦ୍ର ମିଶ୍ର । 2012ରୁ 17 ମସିହା ପର୍ଯ୍ୟନ୍ତ ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ କିଶୋର। ସେ ନରସିଂହପୁର 4ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଇତିହାସରେ ବିଜେଡି ପ୍ରଥମ ରାଜନୈତିକ ଦଳ ଯିଏ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରୁଛି ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି । ରାଜ୍ୟବାସୀ ବଡ଼ ଗୁରୁଦାୟିତ୍ୱ ଦେଇଥିବାରୁ ବିଜଡି ଦାୟିତ୍ବସମ୍ପନ୍ନ ଭାବେ କାମ କରିବ । ଲୋକେ ଯେଉଁ ବିଶ୍ୱାସରେ ଭୋଟ ଦେଇଛନ୍ତି, ତାହା କାଏମ ରଖି ଲୋକଙ୍କ ସେବା କରିବାକୁ ପଡ଼ିବ ବୋଲି ମୁନ୍ନା ଖାଁ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚିହ୍ନରେ ହୋଇନଥିବାରୁ ଦୁଇ ଜଣ ଗୋଟିଏ ବ୍ଲକ ଅଧ୍ୟକ୍ଷ ହେବାକୁ ଇଛୁକ ଥିଲେ । ୨୭୭ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ।

ସେହିପରି କେଉଁ ପ୍ରାର୍ଥୀ କେଉଁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି ଆସନ୍ତୁ ଜାଣିବା…

ସୁନ୍ଦରଗଡ଼ – କୁନ୍ତୀ ପ୍ରଧାନ – ବିଜେଡି, ଗଞ୍ଜାମ- ଅଞ୍ଜଳି ସ୍ୱାଇଁ-ବିଜେଡି , ବରଗଡ଼- ମାନିନୀ ଭୋଇ- ବିଜେଡି, ଢେଙ୍କାନାଳ- ଅର୍ଚ୍ଚନା ପୁହାଣ- ବିଜେଡି, କଳାହାଣ୍ଡି- ପୁଷ୍ପେନ୍ଦୁ ସିଂଦେଓ- ବିଜେଡି, ବଲାଙ୍ଗୀର – ଦେବକୀ ସାହୁ- ବିଜେଡି, ଗଜପତି- ତିରୁପତି ରାଓ- ବିଜେଡି, କଟକ- କିଶୋର ଚନ୍ଦ୍ର ମିଶ୍ର- ବିଜେଡି, ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ, ବାଲେଶ୍ବର- ନାରାୟଣ ପ୍ରଧାନ- ବିଜେଡି, ଜଗତସିଂହପୁର- ମନୋଜ କୁମାର ଭୋଇ, ନୂଆପଡା- ଡଲି ମାଝୀ- ବିଜେଡି, ଢେଙ୍କାନାଳ- ଅର୍ଚ୍ଚନା ପୁହାଣ- ବିଜେଡି, ରାୟଗଡା- ସରସ୍ୱତୀ ମାଝୀ- ବିଜେଡି, କେନ୍ଦ୍ରାପଡ଼ା- ଗୀତାଞ୍ଜଳୀ ସେଠି – ବିଜେଡି  ।

ଦେବଗଡ଼ – କୌଶିକ ପ୍ରଧାନ- ବିଜେଡି, ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ –ବିଜେଡି, ସମ୍ବଲପୁର – କୁମୁଦିନୀ ନାୟକ- ବିଜେଡି, ଅନୁଗୁଳ- ବବିତା ପ୍ରଧାନ- ବିଜେଡି, ଖୋର୍ଦ୍ଧା – ରୁପଶ୍ରି ରାଣୀ ଗୁମାନ ସିଂ – ବିଜେଡି, ଯାଜପୁର – ନଳିନୀପ୍ରଭା ଜେନା –ବିଜେଡି, ସୁବର୍ଣ୍ଣପୁର – ସୁପାରା ଠେଲା – ବିଜେଡି  ।