spot_img
Home Blog Page 4569

ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଗଲା ଶ୍ରୀଲଙ୍କା 

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ସଙ୍କଟ ଦକ୍ଷିଣ ଏସିଆର ଅନେକ ଦେଶର ଆଖି ଖୋଲିଦେଇଛି । ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଯାଇଛି ଶ୍ରୀଲଙ୍କା  । ଧନୀ ହେବାର ସ୍ୱପ୍ନ ଦେଖି ଶ୍ରୀହିନ ହୋଇପଡ଼ିଛି ସୁବର୍ଣ୍ଣ ଲଙ୍କ । ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ନାଁରେ ଚୀନ୍ ବାଣ୍ଟିଥିଲା ସ୍ୱପ୍ନ । ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଭଳି ସ୍ୱପ୍ନର ସୌଦାଗର ଚୀନ୍ ଜାଲରେ ପଡିଥିଲା । ଚୀନ୍ ଲୋନ୍ ଅର୍ଥରେ ଶ୍ରୀଲଙ୍କା ନେତା ଦେଖିଥିଲେ କାୟା ପରିବର୍ତ୍ତନର ସ୍ୱପ୍ନ । ଏବେ ସେଇ ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ ହୋଇଛି । ଦେଶର ଅର୍ଥନୀତି ଭୁଷୁଡି ପଡିଛି । ହା ଅନ୍ନର ଚିନ୍ତା ଲୋକଙ୍କୁ କରିଛି ଶରଣାର୍ଥୀ । ନେତା ନିଜ ଦୁର୍ଗ ଭିତରେ ଥିବା ବେଳେ ସାଧାରଣ ଜନତା ପେଟ୍ରୋଲ ପମ୍ପରୁ ଗ୍ୟାସ୍ ଷ୍ଟେଶନରେ ଲଢୁଛି ବଂଚିବାର ଯୁଦ୍ଧ ।

ଶ୍ରୀଲଙ୍କାର ଅର୍ଥନୈତିକ ସଂକଟ ରାଜନୈତିକ ସ୍ଥିତିକୁ ମଧ୍ୟ ଅସ୍ଥିର କରିପକାଇଛି  । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି କରିଛନ୍ତି ସାଧାରଣ ଲୋକେ । ବ୍ୟାପକ ବିରୋଧ ଭିତରେ  ଶ୍ରୀଲଙ୍କା କ୍ୟାବିନେଟର ସମସ୍ତ ୨୬ ଜଣ ମନ୍ତ୍ରୀ ସମୂହ ଇସ୍ତଫା ଦେଇଛନ୍ତି  । ଆସନ୍ତା ଦିନରେ ଯଦି ଏପରି ବିଭିଷିକାର ବିଚଳିତ ଚିତ୍ର ଜାରି ରହେ, ତେବେ ଶ୍ରୀଲଙ୍କାରେ ଦେଖାଦେବ ଭୟଙ୍କର ପରିସ୍ଥିତି  ।ହିଂସା, ହତ୍ୟା, ଲୁଟ ଓ ଆତଙ୍କରାଜ ଭଳି ପରିସ୍ଥିତର ସମ୍ମୁଖୀନ ହେବ ଏହି ଦେଶ  । ରାଜନୈତିକ ସ୍ଥିତି ମଧ୍ୟ ଅନୁରୂପ ହୋଇପାରେ  । ଆଉ ଯାହାର ସିଧାସଳଖ ପ୍ରଭାବ ପଡୋଶୀ ଦେଶ ଅର୍ଥାତ ଭାରତ ଉପରେ ପଡ଼ିପାରେ  । ତେଣୁ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି ଭାରତ ।

ଶକ୍ତି, ଖାଦ୍ୟ ଶସ୍ୟ, ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ  ସବୁର ଅଭାବ । ବାହାର ଦେଶ ଉପରେ ନିର୍ଭରଶୀଳ ଶ୍ରୀଲଙ୍କା ପାଇଁ ୨.୩୧  ବିଲିୟନ ଡଲାର ବିଦେଶୀ ମୁଦ୍ରା ଅପହଂଚ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସ୍ୱୀକାର କରିଛନ୍ତି ଯେ, ଶ୍ରୀଲଙ୍କା  ୧୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଅନ୍ତ୍ରରାଷ୍ଟ୍ରୀୟ ବଜାରରେ  ହରାଇଛି  । ଦେଢ ଦଶକ ପୂର୍ବରୁ LTTE ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଣନୀତିକାର ଏବଂ ତାଙ୍କ ଭାଇ ମଧ୍ଯ କିନ୍ତୁ ଏବେ ଏମିତି ଗୋଟିଏ ଯୁଦ୍ଧ ଲଢୁଛନ୍ତି ଯାହା ସେମାନେ ଜିତିବା ଏକରକମ ଅସମ୍ଭବ । ଶ୍ରୀଲଙ୍କା ଅର୍ଥନୀତିର ପତନ ପାଇଁ ସରକାରଙ୍କ ଭୁଲ ନୀତିକୁ ମଧ୍ୟ ଦାୟୀ କରାଯାଉଛି । 2019 ରେ କୋଭିଡ୍ କାଲରେ ଲୋକହ୍କ ମନ ଜିତିବା ପାଇଁ ସରକାର କର ହ୍ରାସ କରିଥିଲେ । ଯାହା ଶ୍ରୀଲଙ୍କା ପାଇଁ କାଳ ହୋଇଥିଲା । ଶ୍ରୀଲଙ୍କାର ଦୁର୍ଦ୍ଦଶାରୁ ଭାରତରେ ସବୁ ମାଗଣା ବାଣ୍ଟିବା ରାଜନୀତି କରୁଥିବା ନେତାଙ୍କର କିଛି ଶିଖିବାର ନାହିଁ କି ? କାରଣ ଏମିତି ସବୁ ମାଗଣା ବାଣ୍ଟି ୪୦ ବର୍ଷ ତଳେ ଦକ୍ଷିଣ ଆମେରିକାର ସବୁଠାରୁ ଧନି ରାଷ୍ଟ୍ର ଥିବା ଭେନେଜୁଏଲା କାଙ୍ଗାଳ ହୋଇଯାଇଛି ।

ସରୁନି ଶ୍ରୀଲଙ୍କାର ଦୁଃଖ

ସ୍ଥାନୀୟ ଉତ୍ପାଦକମାନଙ୍କୁ ସାହାଯ୍ୟ କରିବା, ଆତ୍ମନିର୍ଭରଶୀଳତା, ଦୁର୍ନୀତି ବିରୋଧୀ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବାରେ ଶ୍ରୀଲଙ୍କା ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟପନ୍ଥାକୁ ଗ୍ରହଣ କରିପାରିଥାନ୍ତେ। ଏହା ବ୍ୟତୀତ ରାଜପକ୍ଷ ସରକାର ଚାଇନାର ପାଣ୍ଠି ଦ୍ୱାରା ପରିଚାଳିତ ଅନେକ ପ୍ରଜୋକ୍ଟକୁ ବନ୍ଦ କରିପାରନ୍ତେ  । ଯଦ୍ୱାରା ଦେଶରେ ଋଣ ଏବଂ ବୋଝ କମାଇବାରେ ସହାୟକ ହୋଇପାରିବ । ସେହିପରି ରାସାୟନିକ ସାର ଉପରେ ପ୍ରତିବନ୍ଧକ ଲଗାଇ କୃଷି କାର୍ଯ୍ୟରେ ଜୈବିକ ସାର ପ୍ରୟୋଗ କରିପାରନ୍ତେ  । ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥକୁ ପର୍ଯ୍ୟଟନ ଭିତ୍ତିଭୂମିରେ ନିଯୋଗ କରିପାରନ୍ତେ ଶ୍ରୀଲଙ୍କା ସରକାର । କାରଣ ଯେଉଁଭଳି ଭାବେ ଇଷ୍ଟର ବୋମା ବିସ୍ଫୋରଣ  ଏବଂ କୋଭିଡ ମହାମାରୀ ଶ୍ରୀଲଙ୍କାର ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଛି, ଯାହା ଦ୍ୱାରା କ୍ଷତିଗ୍ରସ୍ତ ହୋଇପଡିଛି ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ  ।

 

ମଦ ବିରୋଧୀ ଆନ୍ଦୋଳନରେ ମଦ୍ୟପ: ଦେଖନ୍ତୁ ଭିଡିଓ

କୋଣାର୍କ: ମଦ ଦୋକାନ ବିରୋଧରେ ତାତିଲେ ମହିଳା । ପୁରୀ ଜିଲ୍ଲା କାକଟପୁର ବଲରାଛକରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା । ମଦ ଦୋକାନ ମାଲିକଙ୍କ ଲାଇସେନ୍ସ ବାତିଲ କରିବା ଦାବିରେ କାକଟପୁର-ଭୁବନେଶ୍ୱର ରାସ୍ତାକୁ ମହିଳାମାନେ ଅବରୋଧ କରିଛନ୍ତି । ମହିଳାଙ୍କ ସହିତ ବିଭିନ୍ନ ସଂଗଠନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାସ୍ତାରେ ଟାୟାର ଜାଳି ଦାବି ବିକ୍ଷୋଭ କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ତେବେ ଏହି ମଦ ବିରୋଧୀ ଆନ୍ଦୋଳନ ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଜନୈକ ବ୍ୟକ୍ତି ଜଣଙ୍କ ମହିଳାମାନଙ୍କ ଦ୍ୱାରା ଚାଲିଥିବା ମଦ ବିରୋଧରେ ଆନ୍ଦୋଳନରେ ସାମିଲ ହେବା ସହ ମଦ ଦୋକାନ ବନ୍ଦ କରିବା ନେଇ ସ୍ଳୋଗାନ ଦେଇଥିଲେ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଥିଲା ଯେ, ବ୍ୟକ୍ତି ଜଣଙ୍କ ନିଜେ ମଦ୍ୟ ପାନ କରିଛନ୍ତି । ଏବଂ ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣାସ୍ଥଳରେ ହସ୍ୟରୋକ ଖେଳିଯାଇଥିଲା ।

ରାହୁଲ ଗାନ୍ଧୀଙ୍କ ନାଁ’ରେ ସବୁ ସମ୍ପତ୍ତି କରିଦେଲେ ମହିଳା, କହିଲେ..

ଡେରାଡୁନ୍‌: ଉତ୍ତରାଖଣ୍ଡର ଜଣେ ମହିଳା ତାଙ୍କର ସମଗ୍ର ସମ୍ପତ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଁ’ରେ କରି ଦେଇଛନ୍ତି । ସୂଚନା ଅନୁସାରେ  ଏଥିରେ ୫୦ ଲକ୍ଷ ସମ୍ପତ୍ତି ସହିତ ୧୦ ତୋଳା ସୁନା ମଧ୍ୟ ରହିଛି ।

ସୂଚନାଯୋଗ୍ୟ  ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ କରିଛି । ଏହାପରେ ପାର୍ଟିରେ ବିଭିନ୍ନ ପ୍ରକାରର ସମସ୍ୟା ଜାରି ରହିଛି ।  ଏହି ମଧ୍ୟରେ ଜଣେ ମହିଳା ତାଙ୍କର ସସମ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ କରିଦେବା ପାଇଁ ନିଷ୍ପତ୍ତି ନେଲେ । ତାଙ୍କ ମତରେ ରାହୁଲଙ୍କ ଉପସ୍ଥିତି ରାଜନୀତିରେ ଖୁବ୍‌ ଆବଶ୍ୟକତା ରହିଛି ।

ଡେରାଡୁନ୍‌ ସ୍ଥିତ ୭୮ ବର୍ଷୀୟ ମହିଳା ପୁଷ୍ପା ମୁଞ୍ଜିୟାଲ ତାଙ୍କର ସମସ୍ତ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀଙ୍କୁ କରି ଦେଇଛନ୍ତି  । ତେବେ ରାହୁଲଙ୍କ ବିଚାର ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିବା ସେ କହିଛନ୍ତି ।

ଏହି ମାମଲାରେ କଂଗ୍ରେସର ମହାନଗର ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା କହିଛନ୍ତିଯେ, ରାହୁଲଙ୍କ ନାଁରେ ସମସ୍ତ ସମ୍ପତ୍ତି କରିବା ପରେ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ପ୍ରୀତମ ସିଂଙ୍କୁ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି ।  ତେବେ ମହିଳାଙ୍କ କହିବା ହେଉଛି ସ୍ୱାଧୀନତା ଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଜଳାଞ୍ଜଳି ଦେଇଛନ୍ତି । ସେମାନେ ଏହି ଦେଶର ଏକତା ପାଇଁ ଜୀବନ ହରାଇଛନ୍ତି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି ।

୧୫ରୁ କଂଗ୍ରେସ ଦେବ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଦେଶରେ ଅହେତୁକ ଦରଦାମ ବୃଦ୍ଧି । ସାଧାରଣ ଯାତ୍ରୀ ଭୋଗୁଛନ୍ତି ଏହାର ଫଳ । ଏନେଇ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ  । ଆସନ୍ତା ୧୫ ତାରିଖରେ କଂଗ୍ରେସ ଦେବ ଆନ୍ଦୋଳନ ଡାକରା । ଦର ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଏନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ।

ସେପଟେ କେବଳ କଂଗ୍ରେସ ନୁହେଁ ବିଜେଡି ମଧ୍ୟ ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ବହୁବାର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି । କେନ୍ଦ୍ର ସରକାର ଦାବି ଶୁଣିବା ପରେ ବିଜେଡି ଆନ୍ଦୋଳନରୁ ଓହରିଯାଇଛି  ।  ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଦରଦାମ ବୃଦ୍ଧି ହେଉଥିବା ଯୁକ୍ତି ବାଢିଛି ବିଜେପି ।

ସାରା ଦେଶରେ ୧ହଜାର ତଳକୁ ଖସିଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ପ୍ରାୟ ଦୁଇ ବର୍ଷ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରୁ କମ୍‌ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧୫ ଦିନ ପରେ ଭାରତରେ ଏକ ହଜାରରୁ କମ୍ କୋରୋନା ମାମଲା ରିପୋର୍ଟ ହୋଇଛି । କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବଡ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କେବଳ ୧୩ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟାରେ ବି ଉଲ୍ଲେଖନୀୟ ହ୍ରାସ ଘଟିଛି । ଦୀର୍ଘ ଦିନ ପରେ ସକ୍ରିୟ ମାମଲା ସଂଖ୍ୟା ରହିଛି ୧୩ ହଜାରରୁ କମ୍ । ଓଡିଶାରେ ବି ଦୀର୍ଘ ଦିନ ପରେ ଦୈନିକ କୋରୋନା ସଂକ୍ରମଣ ମାମଲା ସର୍ବନିମ୍ନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୫ଟି କୋଭିଡ ମାମଲା ରିପୋର୍ଟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଭାରତ ବୟୋଟେକର କୋଭିଡ ଟିକା କୋଭାକ୍ସିନ୍ ଉପରେ କଟକଣା ଲଗାଇଲା WHO

ଅନ୍ୟ ପକ୍ଷରେ ଚୀନରେ କରୋନା ଭୂତାଣୁର ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ  ହାହାକାର ସୃଷ୍ଟି କରିଛି । ସେଠାରେ ଦୈନିକ ୧୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।  ଭୂତାଣୁର ପ୍ରଭାବ ସଂଘାଇଠାରୁ ୭୦ କିଲୋମିଟର ଦୂର ସ୍ଥିତ ସହରରେ ସାମାନ୍ୟ କୋଭିଡ ଲକ୍ଷଣ ଠାରୁ କିଛି ଭିନ୍ନ । ଯାହା ଓମିକ୍ରନ୍‌ ଭ୍ୟାରିଆଣ୍ଟର ବି.ଏ.୧.୧. ସବ୍‌ ଟାଇପରେ ବିକଶିତ ହୋଇଥାଏ ।

ଉତ୍ତର ଚୀନର ଡାଲିୟାନା ସହରରେ ଶୁକ୍ରବାର ରିପୋର୍ଟ ଦିଆଯାଇଥିବା ଏକ ମାମଲା ଦେଶରେ ବାହାରୁଥିବା କୌଣସି କରୋନା ଭୂତାଣୁ ସହ ସାମଞ୍ଜସ୍ୟ ରଖୁନାହିଁ । ଯାହାର ସୂଚନା ଡାଲିୟାନାର ନଗର ପାଳିକା ଦ୍ୱାରା ଜାରି କରାଯାଇଛି । ଶନିବାର ଚୀନରେ ସାମ୍ନାକୁ ଆସିଥିବା ୧୨ ହଜାର ମାମଲା ସମ୍ପୂର୍ଣ୍ଣ ଲକ୍ଷଣ ବିହୀନ ବୋଲି କୁହାଯାଉଛି ।

ବାସ୍ତୁଦୋଷ ଦୂର କରେ ଫିଟିକିରି

ଫିଟିକିରିକୁ ନେଇ ଅନେକ ବାସ୍ତୁ କଥା ହୁଏତ ଆପଣ ଶୁଣିଥିବେ ।ଆଉ ଏହି ଫିଟିକିରି ପାଇଁ ଅନେକ ସମସ୍ୟା ଦୂର ହୋଇଯାଏ ବୋଲି କୁହାଯାଏ  । ବିଶେଷକରି ଆର୍ଥିକ ସମସ୍ୟା । ଏହା ସହିତ ଘରେ ଥିବା ନକରାତ୍ମକ ସମସ୍ୟା ଦୂର ହୋଇଯାଏ ବୋଲି ମଧ୍ୟ କୁହାଯାଏ ।

କୁହାଯାଏ, ଘରେ ଖଣ୍ଡେ ଫିଟିକିରି ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଫେରିଥାଏ । କେବଳ ସେତିକି ନୁହେଁ ଫିଟିକିରି ମିଶା ପାଣିରେ ଗାଧୋଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେ ।

ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବାଥରୁମରେ ଏକ ପାତ୍ରରେ ଖଣ୍ଡେ ଫିଟିକିରି ରଖନ୍ତୁ । ଧ୍ୟାନ ରଖିବେଯେ ଯେପରି ଏହା ଉପରେ ଅନ୍ୟ କାହାର ନଜର ନ ପଡ଼େ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯିବ ।

ଏହାକୁ ବାଦ୍‌ ଦେଲେ ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ଘରର ପ୍ରତ୍ୟେକ ବଖରାରେ ଫିଟିକିରି ରଖନ୍ତୁ । ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଯିବ ।

ପ୍ରାୟ ୫୦ ଗ୍ରାମ ଫିଟିକିରିର ଟୁକୁଡ଼ାକୁ ଘର କିମ୍ବା ଅଫିସର କୌଣସି କୋଣରେ ଲୁଚାଇ ରଖନ୍ତୁ । ଯେପରି ସେଠାରେ କାହାର ନଜର ନ ପଡ଼େ । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇପାରିବ । କିଛି ଦିନ ପରେ ଏହି ଟୁକୁଡ଼ାକୁ ବଦଳାଇ ଦିଅନ୍ତୁ ।

ଭୟାନକ ସ୍ୱପ୍ନ ଏବଂ ଅଜଣା ଭୟରୁ ବଂଚିବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତକିଆ ନିକଟରେ ରଖନ୍ତୁ ।
ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ମେନ ଗେଟ ଉପରେ ଲଗାନ୍ତୁ ।
ବାଥରୁମରେ ଏକ ଛୋଟ ଫିଟିକିରି ଖଣ୍ଡ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ । ମାସକୁ ଥରେ ଏହାକୁ ବଦଳାନ୍ତୁ ।

ରାତିରେ ପଲଙ୍ଗ ତଳେ ଏକ ଗ୍ଲାସ ଜଳରେ ଫିଟିକିରିର କିଛି ଟୁକୁଡ଼ା ପକାନ୍ତୁ । ସକାଳେ ଏହାକୁ ଓସ୍ତ ଗଛ ମୂଳରେ ଢାଳିଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଲାଗି ରହୁଥିବା କଳହ ଦୂର ହେବ । ତେବେ ଏହାର କମାଲ ଆପଣ ଗୋଟିଏ ରାତିରେ ଦେଖିପାରିବେ ।

‘ଅପରାଜିତାଙ୍କୁ କିଏ ମନା କରିଥିଲା ସଙ୍ଗଠନ ସଜାଡ଼ିବା ପାଇଁ ? ’

ଭୁବନେଶ୍ୱର: ଦଳ ଭିତରେ ଅପରାଜିତା ଅଡୁଆ । ଭୁବନେଶ୍ୱର ସାଂସଦଙ୍କ ବକ୍ତବ୍ୟ ବିଜେପିର କଳି ସୃଷ୍ଟି କରିଛି । ଦଳର ରାଜ୍ୟ ନେତୃତ୍ୱ ଦୁର୍ବଳ ବୋଲି କହି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ବିଜେପିରେ ଘମାସନ ସୃଷ୍ଟି ହୋଇଛି  । ସେପଟେ ଅପରାଜିତାଙ୍କୁ ତେରଛା ବାଣ ମାରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ ପ୍ରଶ୍ନ କରିଛନ୍ତି, ଅପରାଜିତାଙ୍କୁ କିଏ ମନା କରିଥିଲା ସଙ୍ଗଠନ ସଜାଡ଼ିବା ପାଇଁ ? ବିଜେପିର କୋର କମିଟିରେ ଅପରାଜିତା ଅଛନ୍ତି ।

ଯଦି ଦଳ ଅସଜଡା ଅଛି ତାଙ୍କର ଦାୟିତ୍ୱ ରହିଛି । ଏକକ ନେତୃତ୍ୱରେ ନୁହେଁ, ଆମେ ମିଳିତ ନେତୃତ୍ୱକୁ ବିଶ୍ୱାସ କରୁ । ଦିଲ୍ଲୀରେ ଆମେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛୁ। ଆଗକୁ କ’ଣ ହେବ ଅପେକ୍ଷା କର ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି, ଯିଏ ହାରିଛି ସେ ଦୁର୍ବଳ ସଙ୍ଗଠନ କଥା କହିବ । ଯିଏ ଜିତିଛି ସେ ସଙ୍ଗଠନ ବାବଦରେ ଭଲ କଥା କହିବ । ଅପରାଜିତା ଯାହା କହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କଥା  ।

ଅନ୍ୟପଟେ ଅପରାଜିତାଙ୍କ ଏଭଳି ମନ୍ତବ୍ୟକୁ ନେଇ ପୂର୍ବରୁ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ମଧ୍ୟ ବିରଦୋ କରିଥିଲେ  । ଅପରାଜିତାଙ୍କ ଇଙ୍ଗିତକୁ ବିରୋଧ କରିଥିଲେ  । ସେ କହିଥିଲେ ଅପରାଜିତା କୌଣସି ନେତୃତ୍ୱଙ୍କୁ ନିର୍ବାଚନରେ ପଚାରି ନାହାଁନ୍ତି  । ଏବେ ନିର୍ବାଚନରେ ମେୟର ହାରିଯିବା ପରେ ସମଗ୍ର ରାଜ୍ୟ ନେତୃତ୍ୱକୁ ବିରୋଧ କରୁଛନ୍ତି ବୋଲି କହିଥିଲେ ଖାରବେଳ ସ୍ୱାଇଁ  ।   ଅନ୍ୟପଟେ ଯଦି ଦେଖିବା ତେବେ ବିଜେପିର ବିଫଳତା ପରେ ରାଜ୍ୟ ନେତୃମଣ୍ଡଳୀ ଦିଲ୍ଲୀରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ  । ଏହି ସାକ୍ଷାତରେ ବିଜେପିର ଗୋଷ୍ଠୀ କନ୍ଦଳ ନେଇ ମଧ୍ୟ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି  ।

ଶ୍ରୀଲଙ୍କା ସଙ୍କଟ: ଇସ୍ତଫା ଦେଲେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଗଭର୍ଣ୍ଣର

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜାରି ରହିଛଇ ଆର୍ଥିକ ସଙ୍କଟ । ଦେଶରେ ଆପାତକାଳୀନ ସ୍ଥିତି ଏବଂ କର୍ଫ୍ୟୁ ଜାରି ରହିଥିବା ବେଳେ ସେଈ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଗଭର୍ଣ୍ଣର ଅଜିତ୍‌ ନିବାର୍ଡ଼ କବରାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।  ଯାହାର ସୂଚନା ସେ ଟ୍ୱିଟରରେ ଦେଇଛନ୍ତି । ତେବେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ ସେ ମଧ୍ୟ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଏହି ମଧ୍ୟରେ  ଆଜି ଶ୍ରୀଲଙ୍କାର ନୂଆ କ୍ୟାବିନେଟ୍‌  ଶପଥ ନେବାର ସମ୍ଭାବନା ରହିଛି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସୋମବାର ଏକ ଯୁକ୍ତ ସରକାରରେ ସାମିଲ ହେବାପାଇଁ ବିରୋଧୀଙ୍କୁ ଆମନ୍ତ୍ରିତ କରିଛନ୍ତି । ରାଷ୍ଟ୍ରପତି ସଂସଦରେ ସମସ୍ତ ରାଜନୈତିକ ଦଳଙ୍କୁ କ୍ୟାବିନେଟ୍‌ ପଦ ସ୍ୱୀକାର ପାଇଁ ଏବଂ ରାଷ୍ଟ୍ରୀୟ ସଙ୍କଟର ସମାଧାନର ପ୍ରୟାସରେ  ସାମିଲ ହେବାକୁ ଆମନ୍ତ୍ରିତ କରୁଛୁ ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସୋମବାର ତାଙ୍କ ଭାଇ ଏବଂ ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କୁ ପଦରୁ ହଟାଇ ଦେଇଛନ୍ତି । ବେସିଲ ନିକଟରେ ଶ୍ରୀଲଙ୍କାଙ୍କୁ ଆର୍ଥିକ ସଙ୍କଟରେ ସହଯୋଗ କରିବା ପାଇଁ ଭାରତ ସହିତ କଥାବାର୍ତ୍ତା କରିଥିଲେ । ତାଙ୍କ ସ୍ଥାନରେ ଅଲି ସାବରୀଙ୍କୁ ନିଯୁକ୍ତ କରାଯାଇଛି । ସେ ରବିବାର ପର୍ଯ୍ୟନ୍ତ ଆଇନ୍‌ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ତୁଲାଇଥିଲେ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ତାଙ୍କ ଭାଇ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ବାଦ୍‌ ଦେଲେ କ୍ୟାବିନେଟର ସମସ୍ତ ୨୬ ମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ଏକ ବୈଠକ ପରେ ଇସ୍ତଫା ଦେଇଥିଲେ ।

ପଳାଶୁଣି ଛକରେ କାରକୁ ପଛରୁ ଚାପିଦେଲା ଟ୍ରକ୍, CCTVରେ ସିରିଜ ଦୁର୍ଘଟଣାର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ହାଇୱେରେ ହାଇୱା ହରର୍‌ । ପଳାଶୁଣିରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍‌ । ୪ଟି ଗାଡିକୁ ଧକ୍କା ଦେଇଛି ହାଇୱା ।  ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଇଛି ଟ୍ରକ । ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍‌ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ଡ୍ରାଇଭର  ।

ରାସ୍ତା ପାର୍ଶ୍ୱରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାର ଭୟାନକ ଚିତ୍ର। ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବାବେଳେ ଏକ ଟ୍ରକ ଅଟକିଯାଇଥିଲା  । ପରେ ଦୁଇଟି କାର ପଛରେ ଅଟକିଯାଇଥିଲେ  । କିନ୍ତୁ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ହାଇୱା ଏକ କାରକୁ ଧକ୍କା ଦେଇଥିଲା। ତା ପରେ ନୀଳରଙ୍ଗର କାର କୁ ପଛ ପଟୁ ଏକଦମ ଚାପି ଦେଇଥିଲା  । ଫଳରେ ଧଲା ରଙ୍ଗର କାରଟି ସାଇଡ ହୋଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିବା ବେଳେ ନୀଳ ରଙ୍ଗର କାରଟି ସେଇଠାରେ ଚେପା ହୋଇଯାଇଥିଲା  । ଏବଂ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରେ ଜୀବନ ହାରିଥିଲେ  ।

ସେପଟେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ଏବଂ ଦୁର୍ଘଟଣା ଫଳରେ ପଳାଶୁଣୀ ଓଭରବ୍ରିଜ ଉପରେ ଟ୍ରାଫିକ ଜାମ ହୋଇୟାଇଥିଲା  । ପୋଲିସ ପହଁଚି ଟ୍ରାଫିକ ମୁକାବିଲା କରୁଥିଲା  । ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରଟିକୁ କଟର ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ  । ଦୁର୍ଘଟଣାକୁ ନେଇ  ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଚୀନରେ ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟରେ ହାହାକାର, ଦୈନିକ ମାମଲା ୧୩ ହଜାର ପାର

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ  ହାହାକାର ସୃଷ୍ଟି କରିଛି । ସେଠାରେ ଦୈନିକ ୧୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଚୀନର ସରକାରୀ ମିଡିଆ ଅନୁସାରେ ଏହି ମାମଲା ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ ସହିତ ଜଡ଼ିତ ।

ସୂଚନା ଅନୁସାରେ ଭୂତାଣୁର ନୂଆ ପ୍ରଭାବ ସଂଘାଇଠାରୁ ୭୦ କିଲୋମିଟର ଦୂର ସ୍ଥିତ ସହରରେ ସାମାନ୍ୟ କୋଭିଡ ଲକ୍ଷଣ ଠାରୁ କିଛି ଭିନ୍ନ । ଯାହା ଓମିକ୍ରନ୍‌ ଭ୍ୟାରିଆଣ୍ଟର ବି.ଏ.୧.୧. ସବ୍‌ ଟାଇପରେ ବିକଶିତ ହୋଇଥାଏ ।

ରିପୋର୍ଟ ଅନୁସାରେ ନୂଆ ସବ୍‌ ଭ୍ୟାରିଆଣ୍ଟ ଅନ୍ୟ କରୋନା ଭୂତାଣୁ ସହ ମିଶୁନାହିଁ, ଯାହା ଚୀନରେ କୋଭିଡର କାରଣ ପାଲଟିଛି ।

ଉତ୍ତର ଚୀନର ଡାଲିୟାନା ସହରରେ ଶୁକ୍ରବାର ରିପୋର୍ଟ ଦିଆଯାଇଥିବା ଏକ ମାମଲା ଘରୋଇ ସ୍ତରରେ ବାହାରୁଥିବା କୌଣସି କରୋନା ଭୂତାଣୁ ସହ ସାମଞ୍ଜସ୍ୟ ରଖୁନାହିଁ ।     ଯାହାର ସୂଚନା ଡାଲିୟାନାର ନଗର ପାଳିକା ଦ୍ୱାରା ଜାରି କରାଯାଇଛି । ଶନିବାର ଚୀନରେ ସାମ୍ନାକୁ ଆସିଥିବା ୧୨ ହଜାର ମାମଲା ସମ୍ପୂର୍ଣ୍ଣ ଲକ୍ଷଣ ବିହୀନ ବୋଲି କୁହାଯାଉଛି ।

 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର  ଭାଇସ୍‌ ପ୍ରିମିୟର ସନ୍‌ ଚୁନଲନ ଦେଶରେ ଭାଇରସ ହଟସ୍ପଟରେ ପରିଣତ ହୋଇଥିବା ସଂଘାଇରେ ସଂକ୍ରମଣକୁ କମ୍‌ କରିବା ଏବଂ ଏହାର ପ୍ରଭାବରୁ ସହରକୁ ବଞ୍ଚାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚୀନର ରାଜଧାନୀରେ ଶନିବାର ୮ ହଜାର ମାମଲା ସାମ୍ନାକୁ ଆସିଛି ।  ଯେଉଁଥିରୁ ୭ ହଜାର ୮ ଶହ ୮୮ ମାମଲା ଲକ୍ଷଣହୀନ । ତେବେ ଏଠାରେ କୋଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାରର ପରିବହନ ଉପରେ ରୋକ ଲଗାଯାଇଛି ।