ମଦ ବିରୋଧୀ ଆନ୍ଦୋଳନରେ ମଦ୍ୟପ: ଦେଖନ୍ତୁ ଭିଡିଓ

1 min read

କୋଣାର୍କ: ମଦ ଦୋକାନ ବିରୋଧରେ ତାତିଲେ ମହିଳା । ପୁରୀ ଜିଲ୍ଲା କାକଟପୁର ବଲରାଛକରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା । ମଦ ଦୋକାନ ମାଲିକଙ୍କ ଲାଇସେନ୍ସ ବାତିଲ କରିବା ଦାବିରେ କାକଟପୁର-ଭୁବନେଶ୍ୱର ରାସ୍ତାକୁ ମହିଳାମାନେ ଅବରୋଧ କରିଛନ୍ତି । ମହିଳାଙ୍କ ସହିତ ବିଭିନ୍ନ ସଂଗଠନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାସ୍ତାରେ ଟାୟାର ଜାଳି ଦାବି ବିକ୍ଷୋଭ କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ତେବେ ଏହି ମଦ ବିରୋଧୀ ଆନ୍ଦୋଳନ ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଜନୈକ ବ୍ୟକ୍ତି ଜଣଙ୍କ ମହିଳାମାନଙ୍କ ଦ୍ୱାରା ଚାଲିଥିବା ମଦ ବିରୋଧରେ ଆନ୍ଦୋଳନରେ ସାମିଲ ହେବା ସହ ମଦ ଦୋକାନ ବନ୍ଦ କରିବା ନେଇ ସ୍ଳୋଗାନ ଦେଇଥିଲେ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଥିଲା ଯେ, ବ୍ୟକ୍ତି ଜଣଙ୍କ ନିଜେ ମଦ୍ୟ ପାନ କରିଛନ୍ତି । ଏବଂ ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣାସ୍ଥଳରେ ହସ୍ୟରୋକ ଖେଳିଯାଇଥିଲା ।