ଚୀନରେ ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟରେ ହାହାକାର, ଦୈନିକ ମାମଲା ୧୩ ହଜାର ପାର

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ  ହାହାକାର ସୃଷ୍ଟି କରିଛି । ସେଠାରେ ଦୈନିକ ୧୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଚୀନର ସରକାରୀ ମିଡିଆ ଅନୁସାରେ ଏହି ମାମଲା ଓମିକ୍ରନ୍‌ ଭ୍ୟାରିଆଣ୍ଟର ନୂଆ ସବ୍‌ ଭ୍ୟାରିଆଣ୍ଟ ସହିତ ଜଡ଼ିତ ।

ସୂଚନା ଅନୁସାରେ ଭୂତାଣୁର ନୂଆ ପ୍ରଭାବ ସଂଘାଇଠାରୁ ୭୦ କିଲୋମିଟର ଦୂର ସ୍ଥିତ ସହରରେ ସାମାନ୍ୟ କୋଭିଡ ଲକ୍ଷଣ ଠାରୁ କିଛି ଭିନ୍ନ । ଯାହା ଓମିକ୍ରନ୍‌ ଭ୍ୟାରିଆଣ୍ଟର ବି.ଏ.୧.୧. ସବ୍‌ ଟାଇପରେ ବିକଶିତ ହୋଇଥାଏ ।

ରିପୋର୍ଟ ଅନୁସାରେ ନୂଆ ସବ୍‌ ଭ୍ୟାରିଆଣ୍ଟ ଅନ୍ୟ କରୋନା ଭୂତାଣୁ ସହ ମିଶୁନାହିଁ, ଯାହା ଚୀନରେ କୋଭିଡର କାରଣ ପାଲଟିଛି ।

ଉତ୍ତର ଚୀନର ଡାଲିୟାନା ସହରରେ ଶୁକ୍ରବାର ରିପୋର୍ଟ ଦିଆଯାଇଥିବା ଏକ ମାମଲା ଘରୋଇ ସ୍ତରରେ ବାହାରୁଥିବା କୌଣସି କରୋନା ଭୂତାଣୁ ସହ ସାମଞ୍ଜସ୍ୟ ରଖୁନାହିଁ ।     ଯାହାର ସୂଚନା ଡାଲିୟାନାର ନଗର ପାଳିକା ଦ୍ୱାରା ଜାରି କରାଯାଇଛି । ଶନିବାର ଚୀନରେ ସାମ୍ନାକୁ ଆସିଥିବା ୧୨ ହଜାର ମାମଲା ସମ୍ପୂର୍ଣ୍ଣ ଲକ୍ଷଣ ବିହୀନ ବୋଲି କୁହାଯାଉଛି ।

 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର  ଭାଇସ୍‌ ପ୍ରିମିୟର ସନ୍‌ ଚୁନଲନ ଦେଶରେ ଭାଇରସ ହଟସ୍ପଟରେ ପରିଣତ ହୋଇଥିବା ସଂଘାଇରେ ସଂକ୍ରମଣକୁ କମ୍‌ କରିବା ଏବଂ ଏହାର ପ୍ରଭାବରୁ ସହରକୁ ବଞ୍ଚାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚୀନର ରାଜଧାନୀରେ ଶନିବାର ୮ ହଜାର ମାମଲା ସାମ୍ନାକୁ ଆସିଛି ।  ଯେଉଁଥିରୁ ୭ ହଜାର ୮ ଶହ ୮୮ ମାମଲା ଲକ୍ଷଣହୀନ । ତେବେ ଏଠାରେ କୋଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାରର ପରିବହନ ଉପରେ ରୋକ ଲଗାଯାଇଛି ।